• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

nitin gadkari
ମଞ୍ଚ ଉପରେ ବେହୋସ୍‌ ହୋଇଗଲେ ନୀତିନ ଗଡ଼କରୀ

ମୁମ୍ବାଇ: ମଞ୍ଚରେ ବିଗିଡ଼ିଲା କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡକରୀଙ୍କ ସ୍ୱାସ୍ଥ୍ୟାବସ୍ଥା। ମହାରାଷ୍ଟ୍ର ଅହମଦନଗରରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍‌ କେନ୍ଦ୍ରମନ୍ତ୍ରୀ ବେହୋସ୍‌ ହୋଇ ଯାଇଥିଲେ। ସେହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ମହାରାଷ୍ଟ୍ର ରାଜ୍ୟପାଳ ସି ବିଦ୍ୟାସାଗର ରାଓ ଓ ତାଙ୍କର ସୁରକ୍ଷାକର୍ମୀ ଗଡ୍‌କରୀଙ୍କୁ ଧରି ପକାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଅହମଦନଗରର ମହାତ୍ମା ଫୁଲେ କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ […]

sithraman
ସହିଦ ପାଇଲଟ୍‌ଙ୍କ ପରିବାରକୁ ଭେଟିଲେ ପ୍ରତୀରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ମିରାଜ୍-୨୦୦୦ ଏୟାରକ୍ରାଫ୍ଟ  ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟ୍‌ଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତୀୟ ବାୟୁ ସେନାର ସ୍କ୍ୱାଡ୍ରୋନ୍ ଲିଡର୍ ସମୀର ଅବରୋଲ୍ ଓ ସିର୍ଦ୍ଧାର୍ଥ ନେଗୀଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇ ଆଲୋଚନା କରିଛନ୍ତି ନିର୍ମଳା। ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମେ ଡେରାଡୁନ୍‌ରେ ନେଗୀଙ୍କ ଘରକୁ ଯାଇ ସହିଦଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଥିଲେ। ଏହାପରେ ଗାଜିଆବାଦ୍‌ ଯାଇ ସହିଦ ଅବରୋଲ୍‌ଙ୍କ ପରିବାରଙ୍କୁ ଭେଟିଥିଲେ ନିର୍ମାଳା। ଗତ ଫେବୃଆରୀ […]

sundari
ଦାୟିତ୍ୱ ସମ୍ଭାଳିବାର ଦିନକ ପରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମିଳିଲା ଅଫିସ୍

ନୂଆଦିଲ୍ଲୀ: ଦାୟିତ୍ୱ ସମ୍ଭାଳିବା ଦିନକ ପରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଫିସ୍ ମିଳିଛି। ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ପ୍ରିୟଙ୍କାଙ୍କ ରୁମ୍ ରହିବ। ଦଳ ସଭାପତି ତଥା ଭାଇ ରାହୁଲ ଗାନ୍ଧିଙ୍କ ଠିକ୍ ପାର୍ଶ୍ୱରେ ପ୍ରିୟଙ୍କା ଗାନ୍ଧିଙ୍କ କାର୍ଯ୍ୟାଳୟ ହୋଇଛି। ସୂଚନାନୁସାରେ, ଆଜି ସଂଧ୍ୟାରେ ରାହୁଲ ଗାନ୍ଧିଙ୍କ ସହ ପ୍ରିୟଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଯେଉଁଠି ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହେବ। ଉତ୍ତର ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ପୂର୍ବାଞ୍ଚଳ ଦାୟିତ୍ୱ ପ୍ରିୟଙ୍କାଙ୍କୁ ମିଳିଛି। ଏନେଇ ଆଜି ଏକ […]

yohi
ବହୁ ବିବାଦ ପରେ କୋଲକାତାରେ ପହଞ୍ଚିଲେ ଯୋଗୀ

କୋଲକାତା: ବହୁ ବାଦ ବିବାଦ ପରେ ଶେଷରେ ପୁରୁଲିଆର ଜନସଭାରେ ଯୋଗଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ହେଲିକପ୍ଟର୍ ଓହ୍ଲାଇବା ପାଇଁ ଅନୁମତି ନମିଳିବା ପରେ ବିକଳ୍ପ ରାସ୍ତା ବାଛି ପୁରୁଲିଆରେ ପହଞ୍ଚିଥିଲେ ଯୋଗୀ।  ଝାଡ଼ଖଣ୍ଡ ବୋକାରୋ ଯାଏ ସେ ବିମାନରେ ଆଶିବା ପରେ ସଡ଼କ ପଥ ଦେଇ ପୁରୁଲିଆରେ ପହଞ୍ଚିଥିଲେ। ସେଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ବିଶାଳ ଜନସଭାକୁ ସମ୍ଭୋଧନ କରିଛନ୍ତି ଯୋଗୀ। ଆଜି ସକାଳୁ ଯୋଗୀଙ୍କ ସଭା ପାଇଁ ବହୁ ସଂଖ୍ୟାରେ ଲୋକେ […]

Untitled-1
ବିଧାନସଭାରେ ରାଜ୍ୟପାଳଙ୍କୁ ପେପର୍‌ ଫୋପାଡ଼ିଲେ ବିଧାୟକ

ଲକ୍ଷ୍ନୌ: ବିଧାନସଭା ଭିତରେ ରାଜ୍ୟପାଳଙ୍କ ଉପରକୁ କାଗଜ ଫୋପାଡ଼ିଲେ ବିଧାୟକ। ଉତ୍ତର ପ୍ରଦେଶ ବଜେଟ୍‌ ସେସନ୍‌ର ପ୍ରଥମ ଦିନରେ ହିଁ ଏଭଳି ଘଟଣା ଘଟିଛି। ଏସ୍‌ପି ଓ ବିଏସ୍‌ପି ଦଳର କିଛି ବିଧାୟକ ରାଜ୍ୟପାଳ ରାମ ନାଏକଙ୍କ ଉପରକୁ କାଗଜ ଫୋପାଡ଼ିଛନ୍ତି। ତେବେ ଆଜି ପୁଣି ଥରେ ଗଣତନ୍ତ୍ରର ମନ୍ଦିର ବିଧାନସଭାର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି। ଉତ୍ତର ପ୍ରଦେଶ ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟପାଳଙ୍କୁ ବିରୋଧ କରାଯାଇଛି। ବଜେଟ୍ ଅଧିବେଶନ ବେଳେ ଆଜି […]

mika singh
ଯୌନ ନିର୍ଯାତନା ମାମଲାରେ ମିକା ସିଂ ଗିରଫ

ନୂଆଦିଲ୍ଲୀ: ବଲିଉଡ୍‌ ଲୋକପ୍ରିୟ ଗାୟକ ମିକା ସିଂଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ୧୭ ବର୍ଷୀୟ ବ୍ରାଜିଲୀୟ ନାବାଳିକା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ନାବାଳିକାଙ୍କ ଅଭିଯୋଗ ଆଧାର କରି ୟୁଏଇ ପୁଲିସ୍‌ ତାଙ୍କୁ ଗିରଫ କରିଛି। ବ୍ରାଜିଲୀୟ ନାବାଳିକା କରିଥିବା ଅଭିଯୋଗ ଅନୁଯାୟୀ ମିକା ତାଙ୍କୁ ଆପତ୍ତିଜନକ ଫଟୋ ପଠାଉଥିଲେ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ତାଙ୍କୁ ପଚରାଉଚରା ଚାଲି ଥିବା ଜଣାପଡ଼ିଛି। ମିକା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଦୁବାଇ ଯାଇଥିଲେ […]

telangana
ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଜାରି

ନୂଆଦିଲ୍ଲୀ: ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଲାଗି ଆଜି ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ତେଲେଙ୍ଗାନାରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିବାବେଳେ ୮ଟାରେ ରାଜସ୍ଥାନରେ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ରାଜସ୍ଥାନରେ ମୋଟ୍ ୨୦୦ ଆସନ ମଧ୍ୟରୁ ୧୯୯ଟିରେ ମତଦାନ ହେବ।  ଅଲୱାର ଜିଲ୍ଲା ରାମଗଡ଼ ନିର୍ବାଚନମଣ୍ଡଳୀର ବିଏସ୍‌ପି ପ୍ରାର୍ଥୀ ଲକ୍ଷ୍ମଣ ସିଂହଙ୍କ ଦେହାନ୍ତ ହେବାରୁ ସେଠାରେ ନିର୍ବାଚନ ବନ୍ଦ ରହିଛି। ତେଲେଙ୍ଗାନାରେ ୧୧୯ଟି ଆସନ ପାଇଁ […]

plane
ଇନ୍ଧନ ଭର୍ତ୍ତି ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ନୌସେନା ସଦସ୍ୟ ନିଖୋଜ

ୱାଶିଂଟନ୍‌: ଜାପାନ୍‌ ତଟବର୍ତ୍ତୀ ଅଞ୍ଚଳରେ ୨ ଆମେରିକୀୟ ଯୁଦ୍ଧ ବିମାନ ମଝି ଆକାଶରେ ଇନ୍ଧନ ଭର୍ତ୍ତି କରିବା ଅଭ୍ୟାସ ଚଳାଇଥିବା ବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣ ଆମେରିକୀୟ ନୌବାହିନୀ ସଦସ୍ୟ ନିଖୋଜ ଅଛନ୍ତି। ନିଖୋଜ ନୌବାହିନୀ ସଦସ୍ୟଙ୍କୁ ଉଦ୍ଧାର କରିବା ଲାଗି ଆମେରିକା ଓ ଜାପାନ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି। ନୌବାହିନୀ ସଦସ୍ୟ ରେଗୁଲାର୍‌ଲି ସିଡ୍ୟୁଲ୍‌ ଟ୍ରେନିଂ ଚାଲୁ ରଖିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ସମୟ ଭୋର ୨ଟା ସମୟରେ […]

kuhudi
ଘନ କୁହୁଡ଼ି ଯୋଗୁ ୨୪ରୁ ଅଧିକ ଗାଡ଼ି ଦୁର୍ଘଟଣା ଗ୍ରସ୍ତ

ଜୟପୁର: ରାଜସ୍ଥାନ ସିକରରେ ସିରିଜ୍‌ ଦୁର୍ଘଟଣା ଘନ କୁହୁଡ଼ି ଯୋଗୁ ସିକର ଦେଇ ଯାଇଥିବା ୫୨ ନମ୍ବର ଜାତୀୟ ରାଜପଥରେ ଅଖେପୁରା ଟୋଲ୍ ଗେଟ୍ ଓ ପଲସାନା ମଝିରେ  ସିରିଜ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୃଶ୍ୟମାନ ଦୂରତା କମିଯିବାରୁ ଟୋଲ୍ ଗେଟ୍ ପାଖରେ ଛିଡ଼ା ହୋଇଥିବା ଗାଡ଼ି ଉପରେ ପରକୁ ପର ଗାଡ଼ି ଧକ୍କା ଦେଇଥିଲା। ଏଥିରେ ପାଖାପାଖି ୨୪ଟି ଗାଡ଼ି ନଷ୍ଟ ହୋଇଛି। ଦୁଇଟି ଯାତ୍ରୀବାହୀ ବସ୍ ଓ […]

monil
ଭୀମା କୋରେଗାଓଁ ହିଂସା ମାମଲାରେ ପୁନେ ପୁଲିସ୍‌କୁ ଝଟ୍‌କା

ମୁମ୍ବାଇ: ଭୀମା କୋରେଗାଓଁ ହିଂସା ଘଟଣାର ତଦନ୍ତ କରୁଥିବା ପୁନେ ପୁଲିସକୁ ଝଟକା ଲାଗିଛି। ଶିକ୍ଷାବିତ୍ ତଥା ଲେଖକ ପ୍ରଫେସର ଆନନ୍ଦ ତେଲତୁମ୍ବଡେଙ୍କ ଗିରଫକୁ ପୁନେ ସେସନ୍‌ସ କୋର୍ଟ ବେଆଇନ ଦର୍ଶାଇଛନ୍ତି। ଏଥିସହ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭୀମା କୋରେଗାଓଁ ହିଂସା ଘଟଣାର ଅଭିଯୁକ୍ତ ଭାବେ ଆନନ୍ଦ ତେଲତୁମ୍ବଡେଙ୍କୁ ମୁମ୍ବାଇ ପୁଲିସ୍ ଆଜି ଭୋର ୩ଟା ୩୦ରେ ଗିରଫ କରିଥିଲା।  ସେ କେରଳରୁ ବିମାନରେ ପହଞ୍ଚିବା ପରେ ପୁଲିସ୍ ତାଙ୍କୁ ଅଟକ […]

trump
ଟ୍ରମ୍ପ୍ ଓ କିମ୍‌ଙ୍କ ମଧ୍ୟରେ ଦ୍ୱିତୀୟ ଦ୍ୱିପାକ୍ଷିକ ଚର୍ଚ୍ଚା

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍‌ଙ୍କ ମଧ୍ୟରେ ଦ୍ୱିତୀୟ ଦ୍ୱିପାକ୍ଷିକ ଚର୍ଚ୍ଚା ହେବାର ସମ୍ଭାବନା ରହିଛି। ଏହି ଦ୍ୱିତୀୟ ବାର୍ତ୍ତା ଉପରେ ସାରା ବିଶ୍ୱର ନଜର ରହିଛି। ଏହି ସାକ୍ଷାତ କାର୍ଯ୍ୟକ୍ରମ ଭିଏମତନାମରେ ହେବ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଲୋଚନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛି। ଗତ ଜାନୁଆରୀ ୧୮ ତାରିଖରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ନେଇ ହ୍ୱାଇଟ୍‌ ହାଉସ୍ […]

modi
ମମତାଙ୍କ ଗଡ଼ରେ ମୋଦିଙ୍କ ଗର୍ଜନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗର୍ଜନ। କିଛି ଦିନ ତଳେ ମମତା ସମସ୍ତ ବିରୋଧୀଙ୍କୁ ଏକାଠି କରି ଶକ୍ତି ବିଜେପି ବିରୋଧରେ ଶକ୍ତି ପ୍ରଦର୍ଶନ କରିଥିଲେ। ଆଉ ଆଜି ପ୍ରଧାନମନ୍ତ୍ରୀ ମୋଦି ଦୁର୍ଗାପୁର ଏକ ରାଲିରେ ଯୋଗ ଦେଇ କେନ୍ଦ୍ରୀୟ ଯୋଜନାର ସଫଳତା ବଖାଣିବା ସହିତ ମମତାଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଉପଲବ୍ଧି ବଖାଣି ଟାର୍ଗେଟ୍‌ କରିବା ସହ ରାଜ୍ୟରେ ହିଂସା ବୃଦ୍ଧି ପାଇଁ ମମତା ସରକାରକୁ […]

train
ଭାରତରେ ଗଡ଼ିଲା ପ୍ରଥମ ଇଞ୍ଜିନ୍‌ ବିହୀନ ରେଳଗାଡ଼ି

ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଥମ ଇଞ୍ଜିନ୍ ବିହୀନ ରେଳ ଗାଡ଼ି ଟ୍ରେନ୍-୧୮ ଘଣ୍ଟାପ୍ରତି ୧୮୦କିମି ବେଗରେ ଗତି କରିଛି। ଗତକାଲି ଏନେଇ ପରୀକ୍ଷାମୂଳକ ଭାବେ ଟ୍ରେନ-୧୮ କୋଟା- ସାୱାଇ ମାଧୋପୁର ଷ୍ଟେସନରେ ଚଲାଯାଇଥିଲା। ଟ୍ରେନ୍‌ଟି ତ୍ରୁଟିଶୂନ୍ୟ ଭାବେ ଗତି କରିଥିଲା ବୋଲି ଜେନେରାଲ ମ୍ୟାନେଜର ଏସ.ମଣି ସୂଚନା ଦେଇଛନ୍ତି। ଆସନ୍ତା ଜାନୁଆରୀରୁ ଏହା ବ୍ୟବସାୟିକ ଭିତ୍ତିରେ ଟ୍ରାକ୍‌ରେ ଗଡିବ ବୋଲି ଆଶା କରାଯାଉଛି। ଚେନ୍ନାଇ ଆଇଅଫ୍‌ସିଏଫ୍‌ରେ ନିର୍ମାଣ ହୋଇଥିବା ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଭାରତୀୟ […]

evm
ଇଭିଏମ୍‌ ଚିନ୍ତା: ବଜେଟ୍‌ ପରେ ଦିଲ୍ଲୀରେ ବିରୋଧୀଙ୍କ ମହାବୈଠକ

ନୂଆଦିଲ୍ଲୀ: ବଜେଟ୍‌ ଉପସ୍ଥାପନ ପରେ ପରେ ନୂଆଦିଲ୍ଲୀ କନଷ୍ଟିଚ୍ୟୁସନ୍‌ କ୍ଲବ୍‌ରେ ବିରୋଧୀ ଦଳଗୁଡ଼ିକର ବୈଠକ ଅନୁଷ୍ଠିତ ହୋଇଛି। ଲୋକସଭା ନିର୍ବାଚନ ପୂର୍ବରୁ ଇଭିଏମ୍ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଉପରେ ଏହି ବୌଠକରେ ଆଲୋଚନା କରାଯାଇଛି। ତୃଣମୂଳ କଂଗ୍ରେସର ଆହ୍ୱାନରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଅହମ୍ମଦ ପଟେଲ୍, ଟିଏମ୍‌ସି ନେତା ସୁଦୀପ ବନ୍ଦୋପାଧ୍ୟାୟ, ଡେରେକ୍ ଓ ବ୍ରିଏନ୍, ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ, ଏନ୍‌ସିପି ନେତା ଓ ଆର୍‌ଜେଡି […]

cow
ବଜେଟ୍‌ ୨୦୧୯: ପଶୁ ସମ୍ପଦ ବିକାଶ ପାଇଁ ରାଷ୍ଟ୍ରୀୟ ଗୋକୁଳ ମିଶନ୍

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗୋକୁଳ ମିଶନ୍ ଯୋଜନାରେ ୭୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏହି ଯୋଜନାରେ ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନ କରାଯିବ। କାମଧେନୁ ଆୟୋଗ ଜରିଆରେ ଜିନୀୟ ପରିବର୍ତ୍ତନ କରାଯାଇ ଅଧିକ ଉତ୍ପାଦନକ୍ଷମ ଗାଇ ସୃଷ୍ଟି କରାଯିବ। ଏହାଛଡ଼ା ଗୋ ସଂପଦର ସୁରକ୍ଷା ଓ ବିକାଶ ପାଇଁ ରାଷ୍ଟ୍ରୀୟ କାମଧେନୁ ଆୟୋଗ କାମ କରିବ। ଏଥର ବଜେଟ୍‌ରେ ମତ୍ସ୍ୟ ସମ୍ପଦର ବିକାଶ ପାଇଁ ମଧ୍ୟ ସରକାର ବ୍ୟୟ ବରାଦ କରିଛନ୍ତି। ସ୍ୱତନ୍ତ୍ର ମତ୍ସ୍ୟ ସମ୍ପଦ […]