• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

chnda-kocher
ଆଇସିଆଇସିଆଇ ବ୍ୟାଙ୍କ ଋଣ ଠକେଇରେ ବ୍ୟାପକ ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ଠକେଇ ଘଟଣାର ତଦନ୍ତ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ସିବିଆଇ। ଗତକାଲି ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚର୍‌ଙ୍କୁ ଆଇସିଆଇସିଆଇ ବ୍ୟାଙ୍କ ଅଫ୍ ବୋର୍ଡ ପକ୍ଷରୁ ବିଦା କରିବା ପାଇଁ ନିଷ୍ପତ୍ତି ନେବା ପରେ ସିବିଆଇ ଏହି ନିଷ୍ପତ୍ତି ନେଇଛି। ଚନ୍ଦାଙ୍କ ନାଁରେ ବ୍ୟାଙ୍କ ପକ୍ଷରୁ ‘ଟର୍‌ମିନେସନ୍‌ ଫର୍ କଜ୍’ ଜାରି କରାଯାଇଛି। ଫଳରେ ବ୍ୟାଙ୍କ୍ ସହ ଚନ୍ଦାଙ୍କ କୌଣସି ସମ୍ପର୍କ ରହିବ ନାହିଁ। ଏହାଦ୍ୱାରା ବର୍ତ୍ତମାନ ଓ […]

justice-nv-raman
ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ମାମଲା: ଶୁଣାଣିରୁ ଓହରିଲେ ଆଉଜଣେ ବିଚାରପତି

ନୂଆଦିଲ୍ଲୀ: ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ପଦରେ ଏମ୍‌. ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ନେଇ ଆଗତ ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି ସୁପ୍ରିମକୋର୍ଟର ଆଉ ଜଣେ ବିଚାରପତି। ସିବିଆଇ ନିର୍ଦ୍ଦେଶକ ପଦର ଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଜଷ୍ଟିସ୍ ଏନ୍‌.ଭି.ରମଣା ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏମ୍‌. ନାଗେଶ୍ୱର ରାଓଙ୍କ ଝିଅର ବିବାହ ଉତ୍ସବରେ ସେ ଯୋଗ ଦେଇଥିବାରୁ  ଶୁଣାଣିରୁ ଓହରି ଯାଇଛନ୍ତି।  ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ […]

former us president
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ଙ୍କ ପରଲୋକ

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଗତକାଲି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଶ୍‌ଙ୍କ ମୃତ୍ୟୁ ଖବରକୁ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ସେ ଆମେରିକାର ୪୧ତମ ରାଷ୍ଟ୍ରପତି ଭାବେ ୧୯୮୯ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳି ଥିଲେ। ସେହିଭଳି ୪୩ତମ ଉପ […]

budget
ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଆରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଏହାର ଉପାଦେୟତା ଲୋକେ ଗ୍ରହଣ କରିବାକୁ କହିଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ସମାଜର ସବୁ ବର୍ଗର ଲୋକଙ୍କ ହିତକୁ ଦୃଷ୍ଟିରେ ରଖି କାମ କରୁଛି। ମହିଳା, ଦିବ୍ୟାଙ୍ଗ, ଯୁବକ, ବେକାରୀ, ଗରିବ, ବାସହୀନ ସମସ୍ତଙ୍କ ପାଇଁ କିଛି […]

rahat
ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲି ଖାନଙ୍କୁ ଇଡିର ନୋଟିସ୍

ରାହତଙ୍କ ବିରୋଧରେ ବିଦେଶୀ ମୁଦ୍ରା ସ୍ମଗଲିଙ୍ଗ ଅଭିଯୋଗ

encounter
ଏନ୍‌କାଉଣ୍ଟରରେ ସାମ୍ବାଦିକ ବୁଖାରୀଙ୍କ ହତ୍ୟାକାରୀ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବୁଡ୍‌ଗାମ୍‌ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗୁଳି ବିନିମୟ ବେଳେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଆତଙ୍କବାଦୀ ସଂଗଠନର ଟପ୍‌ କମାଣ୍ଡର ନଭିଦ୍‌ ଜଟ୍ଟ ରହିଛି। ଶ୍ରୀନଗରରୁ ପ୍ରକାଶିତ ‘ରାଇଜିଂ କାଶ୍ମୀର’ ଦୈନିକ ଖବରକାଗଜର ସମ୍ପାଦକ ସୁଜାତ୍‌ ବୁଖାରୀ ହତ୍ୟା ମାମଲାରେ ନଭିଦ ଜଟ୍ଟ ସାମିଲ ଥିଲା। ଏହି ହତ୍ୟାକାଣ୍ଡ […]

news-land
ହାମିଲ୍‌ଟନ୍‌ ଚତୁର୍ଥ ଦିନିକିଆ: ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ହାମିଲ୍‌ଟନ୍‌: ନ୍ୟୁଜିଲ୍ୟାଣ୍ଡ୍‌ର ହାମିଲ୍‌ଟନ୍‌ରେ ଖେଳାଯାଉଥିବା ଥିବା ଭାରତ ଓ ନ୍ୟୁଜିଲାଣ୍ଡ୍ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚରେ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ଭାରତ। ଦଳର ଦୁଇଜଣ ଓପନର୍ ବ୍ୟାଟ୍‌ସମ୍ୟାନ୍ ଶିଖର୍‌ ଧାୱନ୍‌ ଓ ରୋହିତ ଶର୍ମା ଆଉଟ୍‌ ହୋଇଛନ୍ତି। ଶିଖର୍‌ ୧୩ ରନ୍‌ କରିଥିବା ବେଳେ ରୋହିତ ମାତ୍ର ୭ ରନ୍‌ କରି ଆଉଟ୍‌ ହୋଇଛନ୍ତି। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଟ୍ରେଣ୍ଟ୍‌ ବୋଲ୍ଟ ଦୁଇଟି ୱିକେଟ୍‌ ନେଇଛନ୍ତି। ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍ ଟସ୍‌ ଜିତି ପ୍ରଥମେ […]

jhia
ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ

ବର୍ଲିନ: ଜର୍ମାନୀ ମୁନିଚ୍ ସହରରେ H&N କପ୍ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାନୁଆରୀ ୨୩ ତାରିଖରୁ ୨୮ ତାରିଖ ଯାଏ ଚାଲିଥିବା ଏହି ପ୍ରତିଯୋଗିତାରେ ୨୦ରୁ ଅଧିକ ଦେଶ ପ୍ରତିନିଧିତ୍ୱ କରୁଥିଲେ। ୧୦ ମିଟର ସୁଟିଂ ମିକ୍ସ କମ୍ପିଟିସନରେ  ରୁଷିଆ ଖେଳାଳିଙ୍କୁ ହରାଇ ଶ୍ରୀୟଙ୍କା ଓ ସହଯୋଗୀ ଅଖିଳ ସେରନ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସୂଚନା ପାଇଁ କହି ରଖୁଛୁ ଯେ ଓଡ଼ିଆ […]

ndtv
ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଅସୁସ୍ଥଥିବା ଥିବା ଗୋଆ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମନୋହର ପାରିକରଙ୍କୁ ଭେଟିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆଜି ସେ ମନୋହର ପାରିକରଙ୍କ ଅଫିସକୁ ଯାଇ ତାଙ୍କୁ ଦେଖା କରିବା ସହିତ ସ୍ୱାସ୍ଥ୍ୟ କଥା ପଚାରି ବୁଝିଛନ୍ତି। ଏଥିସହିତ ଶୀଘ୍ର ସୁସ୍ଥ ହେବାର କାମନା ମଧ୍ୟ କରିଛନ୍ତି। ଏହି ସାକ୍ଷାତ୍କାର ବିଷୟରେ ନିଜେ ରାହୁଲ୍‌ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହାକୁ ଏକ ବ୍ୟକ୍ତିଗତ ସାକ୍ଷାତ ବୋଲି କହିଛନ୍ତି ରାହୁଲ। ରାହୁଲ […]

maxresdefault
ଖୋଲା ଦେହରେ ମାଇନସ୍‌ ୧୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଚାଲିଛି ଟ୍ରେନିଂ

ଡେରାଡୁନ: ବରଫମୟ ପରିବେଶରେ ଉତ୍ତରାଖଣ୍ଡ ଚମୋଲିରେ ITBP କମାଣ୍ଡୋଙ୍କ ଟ୍ରେନିଂ ଚାଲିଛି। ସମୁଦ୍ର ପତ୍ତନରୁ ସାଢ଼େ ୯ ହଜାର ଫୁଟ୍ ଉଚ୍ଚରେ ସେମାନେ ଟ୍ରେନିଂ ନେଉଛନ୍ତି। ମାଇନସ୍ ୧୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଖୋଲା ଦେହରେ ପ୍ରଶିକ୍ଷଣ ନେଉଛନ୍ତି ଏହି କମାଣ୍ଡୋମାନେ। ପ୍ରତିକୂଳ ପରିସ୍ଥିତିରେ ଶତ୍ରୁ ସହ କିଭଳି ମୁକାବିଲା କରାଯିବ ସେ ନେଇ ଏହି ପ୍ରଶିକ୍ଷଣ ଦିଆଯାଇଛି। ତୁଷାରପାତ ସମୟରେ କିଭଳି ଶତ୍ରୁ ସହ ମୁକାବିଲା କରାଯିବ, ତାହା ହେଉଛି ଏହି ଟ୍ରେନିଂ ମଡ୍ୟୁଲ୍‌ର ଫୋକସ୍। […]

actor
କନ୍ନଡ଼ ଅଭିନେତା ଅମ୍ବରିଶଙ୍କ ପରଲୋକ

ବେଙ୍ଗାଲୁରୁ: କନ୍ନଡ଼ ଅଭିନେତା ତଥା ରାଜନେତା ଏମ୍‌ ଏଚ୍‌ ଅମ୍ବରିଶଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅମ୍ବରିଶଙ୍କ ମୃତ୍ୟୁ ପରେ ଦକ୍ଷିଣ ଭାରତୀୟ କଳାକାର ଓ ତାଙ୍କ ଫ୍ୟାନ୍ସମାନେ ଭାଙ୍ଗି ପଡ଼ିଛନ୍ତି। ସୁପରଷ୍ଟାର ରଜନୀକାନ୍ତଙ୍କଠୁ ଆରମ୍ଭ କରି ବିଭିନ୍ନ ଅଭିନେତା ତଥା ରାଜନେତା ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅମ୍ବରିଶଙ୍କ ଶେଷ […]

vaccination
ଟିକା ନେବା ପରେ ଅସ୍ଥିର ଅନୁଭବ ହେଉଛି ? ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଆଡମିଟ୍ ହେଉଛନ୍ତି ରୋଗୀ

ଟିକା ଉପରେ ଭରସା ନାହିଁ । କରୋନା ଟିକା ଉପରେ ଅଧାରୁ ଅଧିକ ଲୋକଙ୍କର ବିଶ୍ୱାସ ନାହିଁ । କିଛି ଲୋକେ ଏବେ ବି କରୋନା ଟିକା ନେବା ପାଇଁ ମଙ୍ଗୁନଥିବା ବେଳେ ଆଉ କିଛି ଲୋକ ବାଧ୍ୟବାଧକତାରେ ଟିକା ନେଉଛନ୍ତି