• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

166
ମଧ୍ୟପ୍ରଦେଶର ଧର୍‌ ଜିଲ୍ଲାରେ ବର୍ବରତା

ଲକ୍ଷ୍ନୌ: ମଧ୍ୟପ୍ରଦେଶର ଧର୍‌ ଜିଲ୍ଲାରେ ବର୍ବରତା ଦେଖିବାକୁ ମିଳିଛି। ଜଣେ ଯୁବକ ବିବାହିତା ମହିଳାଙ୍କୁ ନେଇ ଫେରାର ହୋଇଯିବା ଓ ଧରାପଡ଼ିବା ପରେ ତାଙ୍କର ଦୁଇ ସଂପର୍କୀୟଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗାଁ ଲୋକେ। ଅର୍ଜୁନ କଲୋନି ଅଞ୍ଚଳର ଜଣେ ଯୁବକ ଏବଂ ତାଙ୍କର ୨ ସଂପର୍କୀୟ ମହିଳାଙ୍କୁ ଗାଁ ଦାଣ୍ଡରେ ଗଛରେ ବାନ୍ଧି ପିଟିଛନ୍ତି। ତେବେ ଘଟଣା ନେଇ ମାମଲା ରୁଜୁ ସହ ୫ ଜଣଙ୍କୁ ପୁଲିସ୍‌ ଗିରଫ କରିଛି।

aa2
ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ

ନୂଆଦିଲ୍ଲୀ: ଯବାନଙ୍କୁ ଉତ୍ସାହିତ ଓ ସେମାନଙ୍କ ବୀରତ୍ୱକୁ ପ୍ରୋତ୍ସାହନ ଦେବାକୁ ବାୟୁସେନା ପଦକ୍ଷେପ ନେଇଛି। ଫେବ୍ରୁଆରୀ ୨୭ରେ ପାକିସ୍ତାନର ଲଢୁଆ ବିମାନ F-16କୁ ଖସାଇବାରେ ସଫଳ ହୋଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ କରାଯାଇଛି। ଅଭିନନ୍ଦନଙ୍କ ୫୧ ନମ୍ବର ମିଗ୍-୨୧ ବାଇସନ ସ୍କ୍ବାଡ୍ରନର ଯବାନଙ୍କ ପୋଷାକରେ ଏହି ବ୍ୟାଜ ଲାଗିବ। ଏହା ସହିତ ଯବାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଆମ୍ରାନ ଡଜର ଏବଂ ଫାଲକନ୍ ସ୍ଲେୟରସ ଚିତ୍ର ଥିବା ବ୍ୟାଜ୍ ୟୁନିଫର୍ମର […]

_650x_2019051017392364
ପଶ୍ଚିମବଙ୍ଗରେ ପ୍ରଚାର ବନ୍ଦକୁ ନେଇ ମୁହଁ ଖୋଲିଲେ ମାୟାବତୀ, କହିଲେ, ମୋଦିଙ୍କ ପ୍ରଚାର ପୂର୍ବରୁ କାହିଁକି ରୋକ୍‌ ଲଗାଇଲେନି

ଲକ୍ଷ୍ନୌ: ପଶ୍ଚିମବଙ୍ଗରେ ନିର୍ଦ୍ଧାରିତ ଦିନର ଗୋଟିଏ ଦିନ ପୂର୍ବରୁ ପ୍ରଚାର ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। ଏହାକୁ ତୃଣମୂଳ କଂଗ୍ରେସ, କଂଗ୍ରେସ ସମାଲୋଚନା କରିବା ପରେ ଏବେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀଙ୍କର ପଶ୍ଚିମବଙ୍ଗରେ ଦୁଇଟି ରାଲି ରହିଛି। ତେଣୁ ଏହାକୁ ନଜରରେ ରଖି ନିର୍ବାଚନ କମିଶନ ରାତି ୧୦ ପରେ ପ୍ରଚାର ଉପରେ ରୋକ ଲଗାଇଛନ୍ତି।  ଯଦି ପ୍ରଚାର ଉପରେ […]

download
ବିଜେପି ସହ ଭିତିରିଆ ମେଣ୍ଟ କରିଛନ୍ତି ମାୟାବତୀ !

ଲକ୍ଷ୍ନୌ: ସାଧାରଣ ନିର୍ବାଚନ ଫଳାଫଳ ପରେ ଉତ୍ତର ପ୍ରଦେଶରେ ଓଲଟିଯିବ ମେଣ୍ଟ ଚିତ୍ର। ଗତ କିଛି ଦିନ ତଳେ ଏକ ସର୍ଭେ ରିପୋର୍ଟ ଏହା ପ୍ରକାଶ କରିଥିଲା। ଏବେ ସମାନ କଥା ଦୋହରାଇଛନ୍ତି ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀଙ୍କ ସରକାରରେ ଥିବା ମନ୍ତ୍ରୀ ନସିମୁଦ୍ଦିନ ସିଦ୍ଦିକି। ଏବେ କିନ୍ତୁ ବିଏସପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି ନସିମୁଦ୍ଦିନ ସିଦ୍ଦିକି। ସେ କହିଛନ୍ତି ଯେ ମେ ୨୩ ପରେ ସମାଜବାଦୀ ପାର୍ଟି(ଏସପି)କୁ ଛାଡ଼ି ବିଜେପିରେ ସାମିଲ ହୋଇଯିବ […]

09NOVTHKAMALHAASAN
ପ୍ରଚାର ବେଳେ କମଲ୍‌ ହାସନ୍‌ଙ୍କ ଉପରକୁ ଚପଲ ଫିଙ୍ଗିଲେ ଜନତା

ଚେନ୍ନାଇ: ବରିଷ୍ଠ ଅଭିନେତା ତଥା ମକ୍କଲ ନିଧି ମଇୟମ୍‌ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନଙ୍କ ଉପରକୁ ଚପଲ ମାଡ଼ ହୋଇଛି। ଗତକାଲି ସଂଧ୍ୟାରେ ତାମିଲନାଡୁର ମଦୁରାଇ ନିକଟସ୍ଥ ତିରୁପରନକୁନ୍ଦ୍ରମ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବାବେଳେ ତାଙ୍କ ଉପରକୁ ଚପଲ ମାଡ଼ ହୋଇଥିଲା। ହେଲେ ଚପଲଟି ତାଙ୍କ ଦେହରେ ବାଜି ନଥିବା ଜଣାପଡ଼ିଛି। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେ ସ୍ୱାଧୀନ ଭାରତର ‘ପ୍ରଥମ ହିନ୍ଦୁ ଉଗ୍ରବାଦୀ’ ବୋଲି କମଲ ହାସନ ରବିବାର ଦିନ କହିଥିଲେ। […]

10
ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ମୃତ

ଜମ୍ମୁ-କଶ୍ମୀର : ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ-ସୁରକ୍ଷାବଳୟ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଗୁଳିବିନିମୟ ବେଳେ ଅନ୍ୟ ଦୁଇ ଯବାନ ଆହତ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଜନବସତି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ଜଣାପଡ଼ିବା ପରେ ସିଆରପିଏଫ୍, ରାଷ୍ଟ୍ରୀୟ ରାଇଫଲସ୍‌, ଏସପିଜି ପକ୍ଷରୁ ମିଳିତ ଛଡ଼ାଉ କରାଯାଇଥିଲା। […]

55
ଖରାଦିନ ପାଇଁ ଉପକାରୀ ଲିଚୁ

ଭୁବନେଶ୍ୱର: ଗରମ ଦିନ ଆସିବା ମାତ୍ରେ ଆମ ଶରୀରରେ ପାଣିର ମାତ୍ରା ଖୁବ୍‌ ଅଧିକ ପରିମାଣରେ ଆବଶ୍ୟକ ଥାଏ। ଅଧିକରୁ ଅଧିକ ପାନୀୟ ପଦାର୍ଥ ସେବନ କରିବା ନିମନ୍ତେ ଆମେ ଚେଷ୍ଟା କରୁ। ଆପଣ ଜାଣିଛନ୍ତି, ଏମିତି କିଛି ଫଳମୂଳ ବି ଅଛି ଯାହା ଶରୀର ପାଇଁ ଖୁବ୍‌ ଉପକାରୀ। ସେଥିମଧ୍ୟରେ ରହିଛି ଲିଚି। ଖରାଦିନେ ଲିଚୁ ଆମ ଶରୀର ପାଇଁ ଖୁବ୍‌ ଉପକାରୀ। ଲିଚୁରେ ପାଣିର ମାତ୍ରା ଅଧିକ ପରିମାଣରେ ଥିବାରୁ ଆମ ଶରୀରରେ ପାଣିର […]

saif-ali-khan
ବାପାଙ୍କ କଥା ରଖି ପଦ୍ମ ପୁରସ୍କାର ଗ୍ରହଣ କରିଥିଲେ ସୈଫ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ ଭାରତର ସରକାରଙ୍କ ପକ୍ଷରୁ ପାଇଥିବା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଚାହୁଁଥିଲେ। ତାଙ୍କୁ ୨୦୧୦ରେ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିଥିଲା। ହେଲେ ତାଙ୍କ ବାପା ଦିବଂଗତ ମନସୁର ଅଲୀ ଖାନ୍‌ ପଟୌଦିଙ୍କ ଆପତ୍ତି ଯୋଗୁ ସେ ଏହାକୁ ଫେରାଇ ନଥିଲେ। ଜଣେ ଟ୍ୱିଟର ବ୍ୟବହାରକାରୀ କହିଥିଲେ ଯେ “ଟଙ୍କା ଦେଇ ପଦ୍ମଶ୍ରୀ କିଣିଥିବା ସୈଫ୍‌ ତାଙ୍କ ପୁଅର ନାଁ ତୈମୁର ରଖିଛନ୍ତି। ଏପରି […]

rain
ଆଇଏମଡିର ପୂର୍ବାନୁମାନ: ୫ ଦିନ ବିଳମ୍ବରେ ଆସିବ ମୌସୁମୀ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତକୁ କେବେ ପ୍ରବେଶ କରିବ, ତା’କୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ମଙ୍ଗଳବାର ମୌସୁମୀ ଜୁନ୍‌ ୪ରେ କେରଳ ଛୁଇଁବ ବୋଲି ଘରୋଇ ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଥିଲା। ହେଲେ ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମୌସୁମୀ ଚଳିତ ବର୍ଷ ଧାର୍ଯ୍ୟ ସମୟର ୫ ଦିନ ବିଳମ୍ବରେ କେରଳ ଛୁଇଁବ ବୋଲି କହିଛି। ଆଇଏମଡିର ଆକଳନ ଅନୁଯାୟୀ, ମୌସୁମୀ ସାଧାରଣତଃ ଜୁନ୍‌ ୧ରେ କେରଳ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ […]

t-3 (1)
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଜେପି ନେତ୍ରୀଙ୍କୁ କାହିଁକି ଡେରିରେ ଛାଡ଼ିଲା ପ୍ରଶାସନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁଙ୍କୁ ବିକୃତ ଭାବେ ଉପସ୍ଥାପନ କରି ଗିରଫ ହୋଇଥିବା ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କ ଜେଲରୁ ମୁକ୍ତ କରିବା ଘଟଣାରେ ବିଳମ୍ବ ହୋଇଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ମଧ୍ୟାହ୍ନରେ ସୁପ୍ରିମକୋର୍ଟ ପ୍ରିୟଙ୍କାଙ୍କୁ ଜେଲ୍‌ରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ଆଜି ୯.୨୦ରେ ପଶ୍ଚିମବଙ୍ଗ ପ୍ରଶାସନ ତାଙ୍କୁ ଜେଲ୍‌ରୁ ଖଲାସ କରିଥିଲା। ଏଭଳି ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ […]

12
ଦେଖନ୍ତୁ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର କିଛି ଦୃଶ୍ୟ

ମୁମ୍ବାଇ: ଆଜିଠୁ ଫ୍ରାନ୍ସରେ ଆରମ୍ଭ ହୋଇଯାଇଛି କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌। ଏହା ହେଉଛି କାନ୍ସର ୭୨ ତମ ସଂସ୍କରଣ । ୧୯୪୬ରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କାନ୍ସ ପ୍ରତି ବର୍ଷ ଆୟୋଜିତ ହେଉଛି । ଏହି ଫେଷ୍ଟିଭାଲ୍‌ ୧୧ ଦିନ ଧରି ଅର୍ଥାତ୍ ମେ’ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ କାନ୍ସରେ ଭାରତ ପକ୍ଷରୁ ଐଶ୍ୱର୍ଯ୍ୟା ରାୟ, ଦୀପିକା ପାଦୁକୋନ, ସୋନମ କପୁର, କଙ୍ଗନା ରଣାଓ୍ଵତ, ମଲ୍ଲିକା ସେରାୱତ ଓ ପ୍ରଥମ କରି […]

10
ଫେସବୁକ୍‌ରେ ଆଉ କରି ହେବନି ଅଶ୍ଳୀଳ ଭିଡିଓର ଲାଇଭ୍‌ !

ସାନ୍ ଫ୍ରାନସିସ୍କୋ: ବର୍ତ୍ତମାନ ଯିଏ ଯେତେବେଳେ ଯାହା ଚାହିଁଲା ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ଲାଇଭ୍ କରିଦେଇ ପାରୁଛି। ରାସ୍ତାଘାଟରେ ଘଟୁଥିବା ଦୁର୍ଘଟଣା ହେଉ ଅବା ଆଉ କିଛି। ଏବେ ଏବେ ଶେଷ ହୋଇଥିବା ନିର୍ବାଚନରେ ହଜାର ହଜାର ଫେସ୍‌ବୁକ୍ ଲାଇଭ୍ ଭିଡ଼ିଓ ଆମେ ଦେଖିଛେ। ହେଲେ ଆଉ ଏଣିକି ଏହି ଫେସ୍‌ବୁକ୍‌ ଲାଇଭ୍( Facebook Live) ସୁବିଧାଟି ସହଜରେ ମିଳିବ ନାହିଁ। ଆମେ ଚାହିଁଲେ ନିଜ ଆକାଉଣ୍ଟରେ ଲାଇଭ୍ କରି ପାରିବା ନାହିଁ। ଫେସ୍‌ବୁକ୍ ଚାହିଁଲେ ଆମେ […]

9
ଆଜି ଧକ୍‌ ଧକ୍‌ ଗାର୍ଲଙ୍କ ଜନ୍ମଦିନ

ମୁମ୍ବାଇ: ଫିଲ୍ମି ବ୍ୟାକ୍‌ ଗ୍ରାଉଣ୍ଡରୁ ନ ଆସି ମଧ୍ୟ ବଲିଉଡ଼ରେ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ବହୁ ହିଟ୍ସ ହେଇଥିବା ହିରୋଇନ ହେଉଛନ୍ତି ମାଧୁରୀ ଦୀକ୍ଷିତ୍‌ । ଧକ୍‌ ଧକ୍‌ ଗାର୍ଲ ନାମରେ ପରିଚିତ ମାଧୁରୀ ଏବେ ବି ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ବେଶ ସକ୍ରିୟ। ବଡ଼ ପରଦା ସହ ଛୋଟ ପରଦାରେ ବେଶ୍‌ ଆକ୍ଟିଭ ଥିବା ସହ ଆଜି ବି ନିଜ ଜବରଦସ୍ତ ଡ୍ୟାନ୍ସ ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି ମାଧୁରୀ […]

prahalad-modi-1
ପୁଲିସ ଏସ୍‌କର୍ଟ ନ ମିଳିବାରୁ ଧାରଣାରେ ବସିଲେ ନରେନ୍ଦ୍ର ମୋଦିଙ୍କ ଭାଇ

ଜୟପୁର: ପୁଲିସ ଏସକର୍ଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଗତକାଲି ରାଜସ୍ଥାନ ଜୟପୁରର ବଗୁରା ଥାନାରେ ଧାରଣାରେ ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି। ସେ ଜୟପୁର ଯିବା ପାଇଁ ଆସିଥିଲେ। ସୁରକ୍ଷା ଦୃଷ୍ଟିରୁ ଏହି ଥାନାରୁ ଦୁଇ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ଭାଇକୁ ଯୋଗାଇ ଦେବାର ନିୟମ ରହିଥିଲା। ହେଲେ ପ୍ରହ୍ଲାଦ ମୋଦି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ବଦଳରେ ପୁଲିସ ଏସକର୍ଟ ମାଗିଥିଲେ। ତେବେ ବୁଝାସୁଝା କରିବା ପରେ ଧାରଣାରୁ ଓହରି […]