• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

badri-1
କେଦାରନାଥ ପରେ ବଦ୍ରିନାଥଙ୍କ ଦର୍ଶନ କଲେ ମୋଦି

ନୂଆଦିଲ୍ଲୀ:କେଦାରନାଥରେ ଗୋଟିଏ ରାତି ଧ୍ୟାନମୁଦ୍ରାରେ ବସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଦ୍ରିନାଥ ଦର୍ଶନ କରିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ଅପେକ୍ଷା କରିଥିବା ହଜାର ହଜାର ଭକ୍ତଙ୍କୁ ହାତ ହଲାଇ ସ୍ୱାଗତ କରିବା ପରେ ଭିତରକୁ ଯାଇଥିଲେ। ମନ୍ଦିରର ପୂଜକ ପ୍ରଧନାମନ୍ତ୍ରୀଙ୍କୁ ପାଛୋଟି ଭିତରକୁ ନେଇଥିଲେ। ମୋଦି ପାହାଚ ଚଢି ଉପରକୁ ଯାଇଥିଲେ। ସେଠାରେ କିଛି ସମୟ ଛିଡା ହୋଇଥିଲେ। ଯାହାକି ହିମାଳୟର ୧୦,୦୦୦ ଫୁଟ  ଉପରେ ଥିଲା। ମୋଦି ଗେରୁଆ ପୋଷାକରେ କେଦାରନାଥ […]

modi (1)
ଇସିଙ୍କ ନିକଟରେ ଫେରାଦ ହେଲା ଟିଏମସି, କହିଲା ମୋଦିଙ୍କ କେଦାରନାଥ ଗସ୍ତର ପ୍ରସାରଣ ଆଚରଣ ବିଧିର ଉଲ୍ଲଂଘନ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେଦାରନାଥ ଓ ବଦ୍ରିନାଥ ଗସ୍ତକୁ ନେଇ ଆପତ୍ତି ଉଠାଇଛି ତୃଣମୂଳ କଂଗ୍ରେସ। ଏହା ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଟିଏମସି ଅଭିଯୋଗ କରିଛି। ନିୟମ ଅନୁସାରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ ୧୭ ସଂଧ୍ୟା ୬ଟାରେ ପ୍ରଚାର ଉପରେ ରୋକ ଲଗାଯାଇଛି। ହେଲେ ଏହାକୁ ପ୍ରଧାନମନ୍ତ୍ରୀ ଉଲ୍ଲଂଘନ କରିଛନ୍ତି ବୋଲି ଟିଏମସି ଦର୍ଶାଇଛି। ମୋଦି ଏହି ସମୟରେ କେଦାରନାଥ ଓ ବଦ୍ରିନାଥ ମନ୍ଦିର ଯାଇଥିଲେ। […]

modi-6
କେଦାରନାଥ ଦର୍ଶନ କରି ଦେଶବାସୀଙ୍କ ପାଇଁ ପ୍ରାର୍ଥନା କଲେ ମୋଦି !

କେଦାରନାଥ: ‘ମୁଁ ଭଗବାନଙ୍କୁ ପ୍ରାର୍ଥନା କଲା ବେଳେ କେବେ ବି କିଛି ମାଗେ ନାହିଁ।’ ଦୁଇ ଦିନିଆ କେଦାରନାଥ ଓ ବଦ୍ରିନାଥ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ କଥା କହିଛନ୍ତି। ଗତକାଲି କେଦାରନାଥଙ୍କ ଦର୍ଶନ ପରେ ସେଠାରେ ଏକ ଗୁମ୍ଫାରେ ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିଥିଲେ। କେଦାରନାଥ ପୀଠରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଏହି ଗୁମ୍ଫାକୁ ସେ ଚାଲି ଚାଲି ଯାଇଥିଲେ। ଆଜି ସକାଳେ ଧ୍ୟାନ ଭଙ୍ଗ ପରେ […]

MODI-1
ସାଧୁ ବେଶରେ ଏମିତି ଗୁମ୍ଫାରେ ବସି ଧ୍ୟାନ କରୁଥିଲେ ମୋଦି

ଡେରାଡୁନ: ଭାରତର ପ୍ରଧାନମନ୍ତ୍ରୀ ଗୁମ୍ଫା ଭିତରେ ବସି ଧ୍ୟାନ କରିବା ବୋଧ ହୁଏ ଇତିହାସରେ ପ୍ରଥମ ଥର ଘଟିଥାଇ ପାରେ। ଅନ୍ତିମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଭ୍ରମଣ କରି ସେଠାରେ ସାଧୁ ସନ୍ଥ ବେଶରେ ଧ୍ୟାନମୁଦ୍ରାରେ ବସି କ’ଣ ଦର୍ଶାଇବାକୁ ଚାହୁଁଥିଲେ, ତା’କୁ ନେଇ ସାରା ଦେଶରେ ଏବେ ଚାଲିଛି ଚର୍ଚ୍ଚା। ହେଲେ ଏବେ ଯେଉଁ ନିରାଟ ସତ କଥା ଟି ସାମ୍ନାକୁ ଆସିଛି ତାହା ହେଲା ଶନିବାର ରାତିରେ […]

hb
ଭୋଟ୍‌ ଦେଲେ ହର୍‌ଭଜନ

ଲୁଧିଆନା: ପଞ୍ଚାବର ୧୩ଟି ସଂସଦୀୟ କ୍ଷେତ୍ରର ୨୭୮ ଆସନରେ ଆଜି ହେଉଛି ଭୋଟ ଗ୍ରହଣ। ଏହି କ୍ଷେତ୍ରରେ ଥିବା ୨ କେଟି ୮ ଲକ୍ଷରୁ ଅଧିକ ଭୋଟର ଆଜି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଭାରତୀୟ କ୍ରିକେଟର ହରଭଜନ ସିଂ ଆଜି ତାଙ୍କର ମତାଧିକାର ସାବ୍ୟସ୍ତ କରଛନ୍ତି। ଭୋଟ ଦେବା ପାଇଁ ସେ ସାଧାରଣ ନାଗରିକଙ୍କ ସହ ଲାଇନ୍‌ରେ ଠିଆ ହୋଇ ଅପେକ୍ଷା କରିଥିଲେ। ଭୋଟ ଦେଇ ସେ ନିଜର ଖୁସି ସାବ୍ୟସ୍ତ କରିବା ସହ […]

crickert
କ୍ୟୁଟ୍ ଚେହେରାରେ ଷ୍ଟାର କ୍ରିକେଟର

ଭୁବନେଶ୍ୱର: ସରିଯାଇଛି ଫଟାଫଟ୍‌ କ୍ରିକେଟ୍‌ର ମଜା। ସବୁ କଳ୍ପନା ଜଳ୍ପନା ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ର ଟ୍ରଫି ହାତେଇଛି। ଏବେ ସବୁ ଖେଳାଳିମାନେ ଟିକେ ରିଲାକ୍ସ ପାଇଁ ଛୁଟି କାଟୁଛନ୍ତି। କ୍ରିକେଟ୍‌ ପ୍ରେମୀମାନଙ୍କ ଭିତରେ ଆଇପିଏଲ୍‌ର ଫିଭର୍‌ ଆଉ ନାହିଁ। ହେଲେ ଆଗକୁ ଆସୁଥିବା ୱାଲ୍ଡ କପ୍‌ ନିଶା ଚଢ଼ିବାକୁ ଯାଉଛି। ଠିକ୍ ଏତିକି ବେଳେ ବିଭିନ୍ନ ସୋଶାଲ ମିଡିଆ ସାଇଟ୍‌ରେ ଭାରତର ଷ୍ଟ୍ରାର କ୍ରିକେଟରମାନଙ୍କୁ ନେଇ ଯେଉଁ ଫଟୋ ଭାଇରାଲ୍ ହୋଇଛି ଆପଣ ଦେଖିଲେ ନିଶ୍ଚୟ […]

UP CM
ଭୋଟ୍‌ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ଆଜି ଚାଲିଛି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ।  ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସକାଳୁ ଉତ୍ତରପ୍ରଦେଶ ଗୁରୁପୁରର ୨୪୬ ନମ୍ବର ବୁଥ୍‌କୁ   ଆସି ସେ ଭୋଟ ଦେଇଛନ୍ତି। ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରି ତଥା ନିଜର ଭୋଟଦାନ ଅଧିକାରକୁ ସାବ୍ୟସ୍ତ କରି […]

mo
କେଦାରନାଥଙ୍କ ଶରଣରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାର ନାଥ ମନ୍ଦିର ଦର୍ଶନ କରିଛନ୍ତି।  ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଧାନମନ୍ତ୍ରୀ କେଦାରନାଥରେ ପହଞ୍ଚିବା ପରେ ମନ୍ଦିର ଚାରିପାଖରେ ପରିକ୍ରମା କରିଥିଲେ । ଏହାପରେ ମନ୍ଦିର ଭିତରକୁ ଯାଇ ପୂଜା କରିଥିଲେ । କେଦାରନାଥ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ବଦ୍ରିନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ […]

nf
ଦେଶରେ ବିଜେପି ବିରୋଧୀ ମେଣ୍ଟ ଗଠନ ନେଇ ଆଲୋଚନା

ନୂଆଦିଲ୍ଲୀ:  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ମେ ୨୩ ଭୋଟ୍ ଗଣତି ପରେ ଦେଶରେ ଏକ ବିଜେପି ବିରୋଧୀ ମେଣ୍ଟ ଗଠନ ନେଇ ସେ ଆଲୋଚନା କରିଥିବା ଜଣାପଡିଛି । ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହାପରେ ସେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ଓ ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବଙ୍କୁ ନୂଆଦିଲ୍ଲୀରେ ଭେଟି ଆଲୋଚନା କରିଛନ୍ତି। […]

b-1
ତ୍ରି-ରାଷ୍ଟ୍ରୀୟ ସିରିଜ୍ ଜିତି ରେକର୍ଡ କଲା ବାଂଲାଦେଶ

ଡୁବଲିନ୍‌: ପ୍ରଥମଥର ପାଇଁ କୌଣସି ତ୍ରି-ରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳା ଜିତି ବାଂଲାଦେଶ ନୂଆ ରେକର୍ଡ କରିଛି। ଆୟାର୍ଲ୍ୟାଣ୍ଡର ଡବଲିନ୍‌ରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲ୍‌ ମ୍ୟାଚ୍‌ରେ ବାଂଲାଦେଶ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଏହି ରେକର୍ଡ କରିଛି। ବାଂଲାଦେଶ ପକ୍ଷରୁ ପ୍ରଥମ କ୍ରିକେଟ୍‌ର ଭାବେ ମୋସାଡେକ ହୋସେନ୍‌ ୨୦ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ମ୍ୟାଚରେ ବାଂଲାଦେଶ ୭ଟି ବଲ୍‌ ପୂର୍ବରୁ ୫ ୱିକେଟ୍‌ରେ ବିଜୟ ଲାଭ କରିଛି। ବର୍ଷା ବାଧାପ୍ରାପ୍ତ […]

sr
ପ୍ରଚାର ସରିଲା, ଏବେ ଗୁମ୍ଫା ଭିତରେ ଧ୍ୟାନମୁଦ୍ରାରେ ମୋଦି

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରଚାର ଶେଷ ହେବାର ଗୋଟିଏ ଦିନ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ସେ କେଦାରନାଥରେ ଥିବା ଏକ ଗୁମ୍ଫାରେ ଧ୍ୟାନରେ ବସିଛନ୍ତି। ଆସନ୍ତାକାଲି ଯାଏ ସେ ଏଭଳି ଧ୍ୟାନରେ ବସିବେ ବୋଲି ଜଣାପଡ଼ିଛି। ଧ୍ୟାନରୁ ଉଠିବା ପରେ ମୋଦି ବଦ୍ରିନାଥ ଯାଇ ପୂଜାର୍ଚ୍ଚନା କରିବେ। ମୋଦି ଧ୍ୟାନରେ ବସିଥିବା ବେଳର ଫଟୋକୁ ଉତ୍ତରାଖଣ୍ଡ ବିଜେପି ପକ୍ଷରୁ ଶେୟାର କରାଯାଇଛି। ସେ ଏକ […]

ram
ରମ୍‌ଜାନ୍‌ ବଜାରରେ ହଲିମ୍‌ ଆଉ ଫେନି ପାଇଁ ଲାଗୁଛି ଭିଡ଼

ନୂଆଦିଲ୍ଲୀ: ପବିତ୍ର ରମ୍‌ଜାନ ମାସ ପାଇଁ ସାରା ଦେଶ ଚଳଚଞ୍ଚଳ। ବିଭିନ୍ନ ରାଜ୍ୟରେ ଏହି ପର୍ବ ପାଳନ ପାଇଁ ପ୍ରସ୍ତୁତ ହେଉଛି। ବିଭିନ୍ନ ରକମର ଖାଦ୍ୟ, ପାନୀୟ ତା ସହ କିଣା ହେଉଛି ଅନେକ ପ୍ରକାରର କପଡ଼ା । ଲୋକେ ସାରା ଦିନର ଉପବାସ ପରେ ସଂଧ୍ୟାରେ ଇଫତାର ପାର୍ଟିରେ ସାମିଲ ହେଉଛନ୍ତି। ଉତ୍ତରପ୍ରଦେଶ ଅଲିଗଡ଼ର ବଜାରରେ ମିଳୁଛି ଅନେକ କିସମର ଫଳ। ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକେ ବେସ୍ ଉତ୍ସାହର ସହ ଏହାକୁ କିଣୁଛନ୍ତି। ସେହିପରି ଶ୍ରୀନଗରର […]

167593-arvind-kejriwal
ଇନ୍ଦିରା ଗାନ୍ଧିଙ୍କ ପରି ତାଙ୍କୁ ମଧ୍ୟ ହତ୍ୟା କରାଯିବ, କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କରାଯିବା ପରି ତାଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆଶଙ୍କା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କ ଜୀବନ ପଛରେ ପଡ଼ିଛି । ଦିନେ ନା ଦିନେ ତାଙ୍କୁ ହତ୍ୟା କରାଯିବ। ତାଙ୍କର ବ୍ୟକ୍ତିଗତ ଅଙ୍ଗରକ୍ଷୀ ହିଁ ତାଙ୍କୁ ହତ୍ୟା କରିବେ ବୋଲି ସେ ଅଭିଯୋଗ କରିଛନ୍ତି। କେଜ୍ରିୱାଲ […]

824642-00-deepika
‘କାନ୍‌ ଫେଷ୍ଟିଭାଲ୍‌’ରେ ଦୀପିକାଙ୍କୁ ମିଳିଲା ‘ଡ୍ରାମାଟିକ୍‌ ଲୁକ୍‌’ର ଟ୍ୟାଗ୍‌

କାନ୍‌: ବଲିଉଡ଼ର ମୋଷ୍ଟ ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ୨ ଦିନ ଧରି ‘କାନ୍‌ ଫିଲ୍ମ ଫେଷ୍ଟିଭାଲ’ରେ ନିଜ ଲୁକ୍‌ରେ ସମସ୍ତଙ୍କୁ ଘାଇଲା କରିଛନ୍ତି। ଏହି ୨ ଦିନ ମଧ୍ୟରେ ଦୀପିକା ଭିନ୍ନ ଭିନ୍ନ ଲୁକ୍‌ର ଫଟୋଶୁଟ୍‌ କରାଇଥିବା ବେଳେ ଖୁବ୍ ପ୍ରଶଂସା ମଧ୍ୟ ସାଉଣ୍ଟିଛନ୍ତି। ତାଙ୍କର ଏହି ଲୁକ୍‌ ସୋଶାଲ ମିଡ଼ିଆରେ ଛାଇ ଯାଇଥିବା ବେଳେ ଏଥିଲାଗି ସେ ଟ୍ରଲ୍‌ ମଧ୍ୟ ହୋଇଛନ୍ତି । ଶୁକ୍ରବାର ରାତିରେ ଦୀପିକା ଦ୍ୱୀତିୟ ଥର ଲାଗି ରେଡ କାର୍ପେଟକୁ […]