ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ପୋର୍ଟ ଅଫ୍ ସ୍ପେନରେ ଏହି ମ୍ୟାଚ୍ ଖେଳାଯିବ। ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିଲା। ଦ୍ୱିତୀୟ ଦିନିକିଆକୁ ଭାରତ ଜିତି ୧-୦ରେ ସିରିଜ୍ ଆଗୁଆ ରହିଛି। ଆଜିର ମ୍ୟାଚ୍ ଜିତିଲେ ଭାରତ ଦିନିକିଆ ସିରିଜ ବିଜୟୀ ହେବ। ଅନ୍ୟପଟେ ପୂର୍ବରୁ ଟି-ଟ୍ୱେଣ୍ଟି ସିରିଜ୍ ହାରିଥିବା କାରିବିଆନ ଟିମ୍ ଆଜିର ମ୍ୟାଚ୍ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ରହିବ। ତେବେ […]
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଝଲସିଲା ସଂସଦ ଭବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ସ୍ଥାୟୀ ଆଲୋକ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି। ସଂସଦ ଭବନର ବାହାର ଭାଗକୁ ସୁନ୍ଦର ଆଲୋକରେ ସଜ୍ଜିତ କରାଯାଇଛି। ଏହି ଉଦ୍ଘାଟନୀ ସମାରୋହରେ ଲୋକସଭା ବାଚସ୍ପତି, ରାଜ୍ୟସଭାର ଉପସଭାପତି, କ୍ୟାବିନେଟ ମନ୍ତ୍ରୀ ଓ ସାଂସଦ ମାନେ ଉପସ୍ଥିତ ଥିଲେ। ସଂସଦକୁ ଆଲୋକିତ କରିବା ପାଇଁ ଲାଗିଥିବା LED ଲାଇଟରେ ବିଦ୍ୟୁତ ଖର୍ଚ୍ଚ କମ୍ ହେବା ସହ ଏହା ପରିବେଶ ଅନୁକୂଳ। ସାଉଥ ଓ […]
ନୂଆଦିଲ୍ଲୀ: ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଉତ୍ତରପ୍ରଦେଶର ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସେନ୍ଗାରଙ୍କ ନାମରେ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା କରିଥିବାର ଚାର୍ଜ ଲାଗିଛି। ଦିଲ୍ଲୀର ଏକ କୋର୍ଟ ତାଙ୍କ ନାମରେ ଏବଂ ତାଙ୍କ ଭାଇ ତଥା ଏହି ମାମଲାର ସହ ଅଭିଯୁକ୍ତ ଅତୁଲ ସେନ୍ଗାରଙ୍କ ବିରୋଧରେ ଚାର୍ଜ ଫ୍ରେମ୍ କରିଛନ୍ତି। ଏହି କେସ୍ ସହି ଜଡ଼ିତ ୩ ଜଣ ପୁଲିସ୍ କର୍ମଚାରୀଙ୍କ ନାମରେ ମଧ୍ୟ ହତ୍ୟା ଅପରାଧର ଚାର୍ଜ ଲାଗିଛି। କିନ୍ତୁ ବିଧାୟକ ସେନ୍ଗାର […]
କୋଲକାତା: କଂଗ୍ରେସ ସାଂସଦ ଶଶି ଥରୁର ଗତ ବର୍ଷ ‘ହିନ୍ଦୁ ପାକିସ୍ତାନ’ ବାବଦରେ ଦେଇଥିବା ମନ୍ତବ୍ୟ ପାଇଁ କୋଲକାତାର ଏକ କୋର୍ଟ ତାଙ୍କ ନାମରେ ଗିରଫ ପରୱାନା ଜାରି କରିଛନ୍ତି। ସୁମିତ ଚୌଧୁରୀ ନାମକ ଜଣେ ଓକିଲଙ୍କ ଆବେଦନ କ୍ରମେ ଏହି କଂଗ୍ରେସ ନେତାଙ୍କ ଉଦ୍ଦେଶ୍ୟରେ ଗିରଫ ପରୱାନା ଜାରି କରିଛନ୍ତି ସ୍ଥାନୀୟ ଏକ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ। ଗତ ବର୍ଷ ଜୁଲାଇ ମାସରେ ଥରୁର କହିଥିଲେ, ବିଜେପି ଯଦି ୨୦୧୯ ଲୋକସଭା ନିର୍ବାଚନ ଜିତିବ ଏହା […]
ଲକ୍ଷ୍ନୌ: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଯୋଗାଇଆସୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବାର ୮ ଦିନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ କହିଛନ୍ତି ଯେଉଁଭଳି ଭାବେ ଏହା ଉଚ୍ଛେଦ ହେଲା ତାହା ‘ଅସାମ୍ବିଧାନିକ’। ଉତ୍ତରପ୍ରଦେଶର ସୋନ୍ଭଦ୍ରା ଗୁଳିକାଣ୍ଡରେ ମୃତ ୧୦ ଜଣ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିବା ସମୟରେ ପ୍ରିୟଙ୍କା କହିଛନ୍ତି, “ଯେଉଁଭଳି ଭାବେ ଏହି ପଦକ୍ଷେପ (୩୭୦ ଉଚ୍ଛେଦ) ନିଆଗଲା, ତାହା ସମ୍ପୂର୍ଣ୍ଣ […]
ଜୟପୁର: ରାଜ୍ୟସଭା ପାଇଁ ଆଜି ରାଜସ୍ଥାନରୁ ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଆଜି ଏଥିପାଇଁ ଶ୍ରୀ ସିଂହ ସକାଳ ୧୦ଟା ବେଳେ ଜୟପୁର ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ସ୍ୱାଗତ କରିଥିଲେ। ଏୟାରପୋର୍ଟରୁ ଗେହଲଟଙ୍କ ସହ ମିଶି ଶ୍ରୀ ସିଂହ ହୋଟେଲ ମାରିଅଟରେ ପହଞ୍ଚିଥିଲେ। ଏଠାରେ ଶ୍ରୀ ସିଂହ ଉଭୟ ଗେହଲଟ ଓ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ […]
ୱାଶିଂଟନ୍: ଜମ୍ମୁ-କାଶ୍ମୀରରେ ମାନବିକ ଅଧିକାର ବାବଦରେ ଆମେରିକାର ରାଷ୍ଟ୍ର ସଚିବ ମାଇକ୍ ପମ୍ପିଓଙ୍କୁ ଚିଠି ଲେଖିବା ପରେ କ୍ଷମା ମାଗିଛନ୍ତି ଜଣେ ଆମେରିକୀୟ ସାଂସଦ। ସେ ଏପରି କରିବା ପୂର୍ବରୁ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକମାନଙ୍କ ସହ ପରାମର୍ଶ କରିନଥିବାରୁ କ୍ଷମା ମାଗିଥିବା କହିଛନ୍ତି। ଜମ୍ମୁ-କାଶ୍ମୀର ପାଇଁ ସ୍ୱତନ୍ତ୍ର ଭାବେ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ପରେ ଟମ୍ ସୁଓଜି ନାମକ ଏହି ସାଂସଦ ଏକ ଚିଠିରେ ଲେଖିଥିଲେ, ଭାରତ ସରକାରଙ୍କ ଏହି ପଦକ୍ଷେପ ପରେ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣାକୁ ଉଠାଇବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ଆଗତ ହୋଇଥିଲା। ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣି କରିଥିଲେ ହେଁ କଟକଣା ଉଚ୍ଛେଦ ସମ୍ପର୍କରେ କୌଣସି ରୁଲିଂ ଦେଇ ନାହାନ୍ତି। ଜମ୍ମୁ-କଶ୍ମୀରରେ ସ୍ୱାଭାବିକ ସ୍ଥିତି ଫେରିବା ଯାଏ ସମସ୍ତେ ଅପେକ୍ଷା କରିବାକୁ କୋର୍ଟ କହିଛନ୍ତି। ତରବରିଆ ଭାବେ ଜମ୍ମୁ-କଶ୍ମୀର ପରିସ୍ଥିତିରେ ହସ୍ତକ୍ଷେପ କରିବା ଠିକ୍ ନୁହେଁ। ଏଥିସହ ମାମଲା ଶୁଣାଣି ଆସନ୍ତା ୨ ସପ୍ତାହ ପରେ ହେବ […]