• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

vinesh
ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରୁ ବାଦ୍ ପଡ଼ିଲେ ଭିନେଶ ଫୋଗଟ୍; ବ୍ରୋଞ୍ଜ ପାଇଁ ଲଢ଼ିବେ

ନୁର୍-ସୁଲତାନ (କଜାଖସ୍ତାନ): ଭାରତର ଶୀର୍ଷ ରେସଲର୍ ଭିନେଶ ଫୋଗଟ୍ ଜାପାନର ଡିଫେଣ୍ଡିଂ ଚାମ୍ପିୟନ୍ ମାୟୁ ମୁକୈଦାଙ୍କଠାରୁ ହାରି ଚଳିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ଟାଇଟଲ୍ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ସେ ଏବେ ରିପିଚେଜ୍ ରାଉଣ୍ଡ୍ ଜରିଆରେ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ। ମୁକୈଦା ୫୩ କେଜି ବର୍ଗର ଫାଇନାଲରେ ସ୍ଥାନ ହାସଲ କରିଛନ୍ତି, ଯଦ୍ଦ୍ୱାରା ଭିନେଙ୍କର ପଦକ ଜିତିବା ଏବଂ ଟୋକିଓ ଅଲିମ୍ପିକକୁ କ୍ୱାଲିଫାଏ କରିବାର ଆଶା ଉଜ୍ଜୀବିତ ହୋଇଛି। କେବଳ ଦୁଇଟି ବିଜୟ ହାସଲ କଲେ, […]

Chandrayan
ସମର୍ଥନ ପାଇଁ ଧନ୍ୟବାଦ ଜଣାଇଲା ଇସ୍ରୋ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ୍‌ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ସମୟ ଆଗରୁ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଭାରତ ସମେତ ସାରା ଦେଶରୁ ଆସିଥିଲା ସମର୍ଥନ। ଏହାକୁ କେହି କେହି ବିଫଳ ବୋଲି ଅସ୍ୱୀକାର କରିବା ସହ ବିକ୍ରମକୁ ଠାବ କରିବା ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ। ତେବେ ଏଭଳି ଭଲପାବା ଏବଂ ସମର୍ଥନ ପ୍ରତି କୃତଜ୍ଞତା ଜଣାଇ ଇସ୍ରୋ ଆଜି ‘ଥାଙ୍କ ୟୁ’ ଟ୍ୱିଟ୍‌ କରିଛି। Thank you for standing by […]

1487156592-8742
ବାସ୍ତବ ରୂପ ନେବ ଇସ୍ରୋର ମାନବ ମହାକାଶ ଅଭିଯାନ; ଇସ୍ରୋ-ଡିଆରଡିଓ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ନୂଆଦିଲ୍ଲୀ: ବାସ୍ତବ ରୂପ ନେବ ଇସ୍ରୋର ମାନବ ମହାକାଶ ଅଭିଯାନ। ଆଉ ଏଥିପାଇଁ ଇସ୍ରୋକୁ ପ୍ରଯୁକ୍ତି ସହାୟତା ଯୋଗାଇ ଦେବ ଡିଆରଡିଓ। ମହାକାଶକୁ ମଣିଷ ପଠାଇବା ଅଭିଯାନ ଲାଗି ବିଭିନ୍ନ ବୈଷୟିକ ବିକାଶ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ମଧ୍ୟରେ ଆଜି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମାନବ ମହାକାଶ ଯାନ କେନ୍ଦ୍ର (ଏଚ୍ଏସ୍‌ଏଫ୍‌ସି)ର ନିର୍ଦ୍ଦେଶକ ଡକ୍ଟର ଏସ୍‌ ୟୁନିକ୍ରିଷ୍ଣନ ନାୟାରଙ୍କ ନେତୃତ୍ୱରେ ଏକ […]

shivkumra
ମନି ଲଣ୍ତରିଂ ମାମଲାରେ ବିଚାର ବିଭାଗୀୟ ହାଜତକୁ ଗଲେ କଂଗ୍ରେସ ନେତା ଡିକେ ଶିବକୁମାର

ନୂଆଦିଲ୍ଲୀ: ମନି ଲଣ୍ତରିଂ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଶିବକୁମାରଙ୍କ ସ୍ୱାସ୍ଥ୍ୟ ନେଇ ବିଚାରପତି ଜଷ୍ଟିସ୍‌ ଅଜୟ କୁମାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ପ୍ରଥମେ ଏହି କଂଗ୍ରେସ ନେତାଙ୍କୁ ହସ୍ପିଟାଲ ନେଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ସେ ହସ୍ପିଟାଲରେ ଆଡମିଟ୍‌ ହେବା ନହେବା ନେଇ ନିଷ୍ପତ୍ତି ନିଆଯିବ। ତାଙ୍କୁ ନୂଆଦିଲ୍ଲୀର […]

jai
ପିଓକେ ଭାରତର ଅଙ୍ଗ; ଦିନେ ଏହାକୁ ଭାରତରେ ମିଶାଇବୁ; ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତର ମତକୁ ଆଜି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଦୋହରାଇଛନ୍ତି। ସେ କହିଛନ୍ତି, ଏହା ଆମର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି ଏବଂ ଦିନେ ନା ଦିନେ ଭୌଗଳିକ ଦୃଷ୍ଟିରୁ ମଧ୍ୟ ଆମେ ଏହାକୁ ଭାରତ ସହିତ ସାମିଲ କରିବୁ। ସେ କହିଛନ୍ତି, ପିଓକେକୁ ନେଇ ଆମର ମତ ସବୁବେଳେ ସ୍ପଷ୍ଟ ରହିଆସିଛି। ପିଓକେ ଭାରତର ଅଙ୍ଗ। ଏକ ସାମ୍ବାଦିକ ସମ୍ମିଳନୀରେ ସେ […]

epfo
ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା ସୁଧହାର

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍) ଆକାଉଣ୍ଟଧାରୀଙ୍କୁ ଆଜି କେନ୍ଦ୍ର ସରକାର ଖୁସି ଖବର ଦେଇଛନ୍ତି। ଇପିଏଫ୍‌ଓର ସିବିଟି ସୁଧହାର ବୃଦ୍ଧି କରିବାକୁ ଯେଉଁ ପ୍ରସ୍ତାବ ଦେଇଥିଲା, ତା’କୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଏ ସମ୍ପର୍କରେ ଆଜି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଇପିଏଫ୍‌ ଆକାଉଣ୍ଟଧାରୀ ନିଜର ଜମା ରାଶି ଉପରେ ୮.୬୫% ସୁଧ ପାଇବେ। ଏହାଦ୍ୱାରା ପ୍ରାୟ ୬ କୋଟିରୁ ଅଧିକ ଲୋକ ଫାଇଦା […]

ghani
ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ନିର୍ବାଚନ ରାଲିରେ ବୋମା ବିସ୍ଫୋରଣ; ୨୪ ମୃତ

କାବୁଲ: ଆଫଗାନିସ୍ତାନରେ ଏକ ନିର୍ବାଚନ ରାଲିରେ ଘଟିଥିବା ବୋମା ବିସ୍ଫୋରଣରେ ୨୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ରାଜଧାନୀ କାବୁଲର ଉତ୍ତରାଞ୍ଚଳରେ ଆୟୋଜିତ ଏହି ରାଲିରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ୍‌ ଘାନି ଯୋଗଦେବାର ଥିଲା। ଏହି ସମୟରେ ସେ ଘଟଣାସ୍ଥଳରେ ନଥିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ସ୍ଥାନ ବ୍ୟତୀତ ମଧ୍ୟ କାବୁଲରେ ମଧ୍ୟ ଏକ ବିସ୍ଫୋରଣ ହୋଇଛି। ଏଠାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ସଂଗଠନ ଏଥିପାଇଁ ନିଜକୁ ଦାୟୀ […]

vv
NSG ସୁରକ୍ଷା ନେବାକୁ ମନାକଲେ ଶାହ

ନୂଆଦିଲ୍ଲୀ: ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ନିୟମ ଅନୁସାରେ ଏନ୍‌ଏସ୍‌ଜି କମାଣ୍ଡୋମାନେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଅନ୍ତି। ହେଲେ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ ହେଁ ସେ କୌଣସି ପ୍ରକାରର କମାଣ୍ଡୋଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶାହଙ୍କୁ ଏନ୍‌ଏସ୍‌ଜି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଏହି ଭିଭିଆଇ ସୁରକ୍ଷା ବ୍ୟବସ୍ଥାକୁ ଶାହ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବଭଳି କେବଳ ସିଆରପିଏଫ୍‌ ଯବାନମାନେ ହିଁ ଶାହଙ୍କୁ ସୁରକ୍ଷା ଯୋଗାଇବେ। […]

we-9
ମାୟାବତୀଙ୍କୁ ଛାଡ଼ି କଂଗ୍ରେସରେ ମିଶିଲେ ୬ ବିଏସ୍‌ପି ବିଧାୟକ

ଜୟପୁର: ଆଉ କଂଗ୍ରେସକୁ ସରକାର ଭାଙ୍ଗିବାର ଧମକ ଦେଇପାରିବେନି ବିଏସ୍‌ପି ସୁପ୍ରିମୋ ମାୟାବତୀ। କାରଣ ରାଜସ୍ଥାନରେ ବିଏସ୍‌ପିର ୬ ଜଣ ଯାକ ବିଧାୟକ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ବିଧାୟକମାନେ ପ୍ରଥମେ ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କୁ ଭେଟିଥିଲେ। ଏହାପରେ ସେମାନେ କଂଗ୍ରେସରେ ବିଲୀନ ହେବାକୁ ଚାହୁଁଥିବା ତାଙ୍କୁ ଜଣାଇଥିଲେ। ବାଚସ୍ପତିଙ୍କ ଅନୁମତିକ୍ରମେ ସମସ୍ତେ କଂଗ୍ରେସରେ ସାମିଲ ହୋଇଛନ୍ତି। ବିଏସ୍‌ପି ଓ କଂଗ୍ରେସ ମଧ୍ୟରେ ତିକ୍ତତା ଲାଗି ରହିଥିଲେ ହେଁ ଏହି ୬ ଜଣ ଯାକ ବିଧାୟକ […]

farooq
ପିଏସ୍‌ଏ ଆଇନ୍‌ରେ ବନ୍ଦୀ ହେଲେ ଫାରୁକ ଅବ୍‌ଦୁଲ୍ଲା; ଗୋଟେ ବର୍ଷ ପାଇଁ ଅଟକ ରହିପାରନ୍ତି

ନୂଆଦିଲ୍ଲୀ: ଦେଶର ପ୍ରଥମ ରାଜନେତା ଭାବେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଜନ ନିରାପତ୍ତା ଆଇନ୍‌(ପିଏସ୍‌ଏ) ଜରିଆରେ ବନ୍ଦୀ କରାଯାଇଛି। ରବିବାର ସନ୍ଧ୍ୟାରୁ ଏହି ଆଇନ୍‌ ବଳରେ ଫାରୁକଙ୍କୁ ତାଙ୍କ ନିଜ ବାସଭବନର ଗୋଟିଏ ରୁମ୍‌ ଭିତରେ ଅଟକ ରଖାଯାଇଛି। ନିୟମ ଅନୁଯାୟୀ, ପିଏସ୍‌ଏ ଅନୁଯାୟୀ ବନ୍ଦୀ ହେଉଥିବା ବ୍ୟକ୍ତିବିଶେଷଙ୍କୁ ଗୋଟିଏ ବର୍ଷ ଯାଏ ପ୍ରଶାସନ ଅଟକ ରଖିବାର କ୍ଷମତା ରହିଛି। ଏହି ସମୟରେ କୌଣସି ଶୁଣାଣି ହୋଇପାରିବ ନାହିଁ। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ […]