ଆଣ୍ଟେ୍ୱପ: ବେଲଜିୟମ ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଟିମ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଦ୍ୱିତୀୟାର୍ଦ୍ଧରେ ମନଦୀପ ସିଂହ ଏବଂ ଆକାଶଦୀପ ସିଂହଙ୍କ ଗୋଲ୍ ବଳରେ ଭାରତୀୟ ପୁରୁଷ ହକି ଟିମ୍ ଗୁରୁବାର ତା’ର ପ୍ରଥମ ମ୍ୟାଚରେ ବେଲଜିୟମକୁ ୨-୦ ଗୋଲ୍ ପରାସ୍ତ କରିଛି। ମନଦୀପ ଓ ଆକାଶଦୀପ ସିଂହ ଯଥାକ୍ରମେ ୩୯ତମ ଓ ୫୪ତମ ମିନିଟରେ ଗୋଲ୍ ଦେଇ ମ୍ୟାଚକୁ ଭାରତ ସପକ୍ଷରେ କରିଥିଲେ। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଗୁରୁବାର ଫେସବୁକ୍ ସହ ପାର୍ଟନରଶିପର ଘୋଷଣା କରିଛି। ଯାହା ଫଳରେ ଭାରତୀୟ ଉପମହାଦୀପରେ ଆଇସିସିର ଗ୍ଲୋବାଲ୍ ଇଭେଣ୍ଟ୍ ପାଇଁ ସୋଶାଲ ମିଡିଆ ସାଇଟ୍ ପାଖରେ ଡିଜିଟାଲ୍ କଣ୍ଟେଟ୍ ଅଧିକାର ରହିବ। ଫେସବକ୍ ସବୁଠାରୁ ଲୋକପ୍ରିୟ ସୋଶାଲ ମିଡିଆ ପ୍ଲାଟଫର୍ମ, ଯେଉଁଥିରେ ୨୦୨୩ ପର୍ଯ୍ୟନ୍ତ ପୂରା ବିଶ୍ୱରେ ମ୍ୟାଚ୍ ପରେ ‘ରିକ୍ୟାପ୍’ ମଧ୍ୟ ପୋଷ୍ଟ ହେବ। ଫେସବୁକରେ ଚାରିବର୍ଷ ପର୍ଯ୍ୟନ୍ତ ଡିଜିଟାଲ୍ କଣ୍ଟେଟ୍ ଉପଲବ୍ଧ କରାଯିବ, ଯେଉଁଥିରେ ମ୍ୟାଚ୍ ରିକ୍ୟାପ୍ ବ୍ୟତୀତ […]
ମୁଜାଫରବାଦ: ମଙ୍ଗଳବାର ୫.୮ ତୀବ୍ରତାର ଭୂକମ୍ପ ଝଟ୍କାରେ ଛିନଛତ୍ର ହୋଇଯାଇଥିବା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଆଜି ମଧ୍ୟ ଥରିଛି। ଆଜି ହୋଇଥିବା ଭୂକମ୍ପ ଝଟ୍କାରେ ୭୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସେହିପରି ଏକାଧିକ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଛି। ବିଶେଷ କରି ମଙ୍ଗଳବାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାର ପିଓକେର ମୀରପୁର ଓ ଝେଲମରେ ଆଜି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିବାରୁ ଏଥିରେ ଅଧିକ କ୍ଷୟକ୍ଷତି ହୋଇନାହିଁ। […]
ନୂଆଦିଲ୍ଲୀ: ଭାରତ ବିରୋଧରେ ଆତଙ୍କୀଙ୍କୁ ବ୍ୟବହାର କରୁଥିବା ପାକିସ୍ତାନ ଏବେ ନୂଆ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି। ପାକିସ୍ତାନ ବନ୍ଧୁ ଚାଇନାର ଡ୍ରୋନ୍ ଦ୍ୱାରା ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇ ହମ୍ଲା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଜଣାପଡ଼ିବା ପରେ ଏହାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁରୁତ୍ୱର ସହ ନିଆଯାଇଛି। ଏଥିପାଇଁ ଆଜି ବିଏସ୍ଏଫ୍ ଓ ଆର୍ମି ପକ୍ଷରୁ ପାକିସ୍ତାନ ସୀମାନ୍ତରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଉଭୟ ଏଲଓସି ଓ ଆଇବିରେ ମୁତୟନ ଥିବା ଯବାନଙ୍କୁ ସବୁଠାରୁ […]
ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ରେସଲର୍ ତଥା ପଦ୍ମଶ୍ରୀ ସମ୍ମାନିତ ଯୋଗେଶ୍ୱର ଦତ୍ତ ଏବଂ ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂହ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ହରିଆଣା ବିଜେପି ମୁଖ୍ୟ ସୁଭାଷ ବରାଲାଙ୍କ ଉପସ୍ଥିତିରେ ଏହି ଦୁଇ ପ୍ରସିଦ୍ଧ କ୍ରୀଡ଼ାବିତ୍ ବିଜେପିରେ ଯୋଗ ଦେଇଛନ୍ତି। ଯୋଗେଶ୍ୱର ଅନ୍ତର୍ଜାତୀୟ ସ୍ତରରେ ବହୁ ରେସଲିଂ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବା ସହ ୨୦୧୪ କମନ୍ୱେଲ୍ଥରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଯୋଗେଶ୍ୱର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ସେ […]
ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ। ଏ ନେଇ କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେଶନ (CISCE) ପକ୍ଷରୁ ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ: ସ୍କୁଟି ଚଲାଉଥିବା ଜଣେ ମହିଳାଙ୍କ ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଏହାର କାରଣ କ’ଣ ଜାଣିଲେ ଯେକେହି ମଧ୍ୟ ତାଙ୍କର ପ୍ରଶଂସା କରିବେ। ଭାଇରାଲ୍ ହେଉଥିବା ଏକ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଏକ ବସ୍ ରାସ୍ତାର ଡାହାଣ ପଟେ ଛିଡ଼ା ହୋଇଛି। ଆଉ ତା’ର ସାମ୍ନାରେ ଏହି ମହିଳା ଛିଡ଼ା ହୋଇଛନ୍ତି। When you are RIGHT it gives you a very different kind of MIGHT. See Joe a lady […]
ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ଆଉ ଜଣେ ଜିଲ୍ଲାପାଳ। ଏଥର ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁର ଜିଳ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର। ରାସ୍ତାରେ ଯାଉଥିବାବେଳେ ନିଜ ଗାଡ଼ିରୁ ଓହ୍ଲାଇବା ସହ ଏକ ଅସହାୟ ଦୃଷ୍ଟିହୀନ ଦମ୍ପତିଙ୍କୁ ଭେଟି ଭଲମନ୍ଦ ପଚାରିବୁଝିଛନ୍ତି। ତା’ସହ ଆବଶ୍ୟକ ସରକାରୀ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି। ଏହି ଦମ୍ପତି ହେଉଛନ୍ତି ପାପଡ଼ାହାଣ୍ଡି ବ୍ଲକ୍ ପାତ୍ରୀ ପଞ୍ଚାୟତର ସମ୍ବାରୁ ଭତ୍ରା ଏବଂ ସୁକାନ୍ତି ଭତ୍ରା। ଝାଡ଼ାବାନ୍ତିର ଶୀକାର […]