• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

sanjay1
ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବେହେରା ଓସିଏ ସମ୍ପାଦକ ନିର୍ବାଚିତ

କଟକ : ଓଡ଼ିଶା କ୍ରିକେଟରେ ପୁଣିଥରେ ଚାଲିବ ଆଶୀର୍ବାଦ ବେହେରାଙ୍କ ରାଜ୍। ହୁଏତ ଆଶୀର୍ବାଦ ବେହେରା ଆଉ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସହ ସିଧାସଳଖ ସଂଶ୍ଳିଷ୍ଟ ନାହାନ୍ତି, କିନ୍ତୁ ଏବେ ତାଙ୍କ ସ୍ଥାନ ନେବେ ପୁଅ ସଞ୍ଜୟ ବେହେରା। ଶୁକ୍ରବାର ବହୁ ପ୍ରତୀକ୍ଷିତ ଓସିଏର ସାଧାରଣ ନିର୍ବାଚନରେ ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବାଜିମାତ୍ କରିଛନ୍ତି। ସଞ୍ଜୟ ମୋଟ ୭୦ ଭୋଟରୁ ୪୫ ଖଣ୍ଡ ଭୋଟ୍ ପାଇଁ ସର୍ବସମ୍ମତିକ୍ରମେ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସଞ୍ଜୟଙ୍କ ପ୍ରତିଦ୍ୱନ୍ଦ୍ୱୀ […]

dg
ହାପିଜ୍‌ ଓ ମାସୁଦ୍‌କୁ ଜେଲ୍‌ରେ ପୂରାଇବାକୁ ପାକିସ୍ତାନକୁ କହିଲା ଆମେରିକା

ୱାଶିଂଟନ୍‌: ଆତଙ୍କୀସ୍ତାନ ପାକିସ୍ତାନ ଉପରେ ପୁଣିଥରେ ପଞ୍ଝା କଷିଛି ଆମେରିକା। ପାକିସ୍ତାନରେ ସକ୍ରିୟ ଥିବା ହାଫିଜ ମହମ୍ମଦ ସୟିଦ ଓ ମାସୁଦ ଆଝାର ଭଳି ଆତଙ୍କବାଦୀଙ୍କ ବିଚାର କରିବାକୁ ଆମେରିକା ଆଜି ପାକିସ୍ତାନକୁ କହିଛି। ଭାରତରେ ଅନୁପ୍ରବେଶ କରୁଥିବା ଗୋଷ୍ଠୀ ଉପରେ ପାକିସ୍ତାନ ରୋକ ଲଗାଇବା ଉଚିତ। ଏହାଦ୍ୱାରା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମଧ୍ୟ ଆମେରିକା ପକ୍ଷରୁ କୁହାଯାଇଛି। ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆର ଆମେରିକା ସଚିବ ଆଲିସେ […]

sd-2
ଧରାପଡ଼ିଲା ପାକିସ୍ତାନର ଆଉ ଏକ ଡ୍ରୋନ୍

ନୂଆଦିଲ୍ଲୀ: ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇବାର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ନେଇ ଭାରତକୁ ଆସିଥିବା ଏକ ଡ୍ରୋନକୁ ଆଜି ପାକ୍‌ ସୀମାନ୍ତକୁ ଲାଗିଥିବା ପଞ୍ଜାବର ଅଟ୍ଟାରୀରୁ ଠାବ କରାଯାଇଛି। ପାକିସ୍ତାନର ସ୍ଲିପର ସେଲ ଆତଙ୍କବାଦୀ ଭାବେ କାର୍ଯ୍ୟ କରୁଥିବା ଆକାଶଦୀପକୁ ଜେରା କରିବା ବେଳେ ପଞ୍ଜାବ ପୁଲିସ୍‌ର ଆତଙ୍କବାଦ ନିରୋଧ ସ୍କ୍ୱାଡ୍‌ ଏ ସମ୍ପର୍କରେ ତଥ୍ୟ ପାଇଥିଲା। ଏହାପରେ ଅଟ୍ଟାରୀର କେଉଁ ସ୍ଥାନରେ ଡ୍ରୋନ୍‌ ପଡ଼ିଥିଲା, ସେହି ସ୍ଥାନକୁ […]

sa-1
ବୋଲେରୋ, ମିନିବସ୍‌ ମୁହାଁମୁହିଁ ଧକ୍କା; ଚାଲିଗଲା ୧୬ ଜୀବନ

ଯୋଧପୁର: ରାଜସ୍ଥାନରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ବୋଲେରୋ ଓ ମିନି ବସ୍‌ ପରସ୍ପର ସହ ମୁହାଁମୁହିଁ ଧକ୍କା ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ୮ ଜଣ ପୁରୁଷ ଓ ୭ ଜଣ ମହିଳା ରହିଛନ୍ତି। ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ମିନି ବସ୍‌ଟି ଝାନୱର ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ […]

kashmir-2
ସେନାକୁ ଡରି ପ୍ରାଣ ବିକଳେ ଦୌଡ଼ିଲେ ଆତଙ୍କବାଦୀ; ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କୁପ୍‌ୱାରା ସେକ୍ଟର ନିକଟରେ ଏଲ୍‌ଓସି ଅତିକ୍ରମ ପ୍ରୟାସ କରୁଥିବା ପ୍ରାୟ ୪ ଜଣ ଆତଙ୍କବାଦୀ ପ୍ରାଣ ବିକଳରେ ଦୌଡ଼ୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଉଛି ପଥର ପଛରେ ଲୁଚି ଲୁଚି ସେମାନେ ପଳାଇଯାଉଛନ୍ତି। ତେବେ ସେମାନେ ଏଭଳି ବିକଳରେ ଦୌଡ଼ିବାର କାରଣ ହେଉଛି ଭାରତ ପଟୁ ଘନ ଘନ ଗୁଳି ବର୍ଷା। କେବଳ ଏହି ୪ ଜଣ ନୁହେଁ ବେଶ୍‌ କିଛି ଆତଙ୍କୀ ଏଲ୍‌ଓସି ଆଡ଼କୁ ପାଦ ବଢ଼ାଇବା ଆଗରୁ […]

onino
ଭାରତ ବିରୋଧରେ ସବୁଠାରୁ ବଡ଼ ଷଡ଼ଯନ୍ତ୍ର ରଚନା କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ବିଶ୍ୱ ସ୍ତରରେ ଏକ ଘରିକିଆ ହୋଇଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ସବୁଠାରୁ ବଡ଼ ଷଡ଼ଯନ୍ତ୍ର ରଚନା କରୁଛି। ବର୍ତ୍ତମାନ ନ୍ୟୁୱର୍କରେ ଚାଲିଥିବା ଜାତିସଂଘ ସାଧାରଣ ପରିଷଦ ବୈଠକ ପରେ ଭାରତରେ ବଡ଼ ଧରଣର ଆକ୍ରମଣ କରିବାକୁ ପାକିସ୍ତାନ ଫୂଲଦମରେ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ପାକିସ୍ତାନ ଆତଙ୍କବାଦୀ କିମ୍ବା ସେନା ଦ୍ୱାରା ନୁହେଁ ଦେଶର ସାଧାରଣ ଲୋକଙ୍କୁ ଭାରତ ବିରୋଧୀ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ପାକିସ୍ତାନ […]