ଡାଭୋସ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପୁଣିଥରେ ମଧ୍ୟସ୍ଥି କରିବାକୁ ଇଚ୍ଛା ପ୍ରକାଶ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ଦୃଢ଼ ଜବାବ ଦେଇଛି। କଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଦୁଇ ପକ୍ଷ ଏହାକୁ ଆପୋଷ ସମାଧାନ କରିବେ ବୋଲି ଭାରତ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସ୍ୱିଜରଲ୍ୟାଣ୍ଡର ଓ୍ୱାର୍ଲଡ ଇକୋନମିକ ଫୋରମ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଭେଟିଥିଲେ। ଏହି ଭେଟଘାଟ ବେଳେ ଇମ୍ରାନ ଖାନ ପୁଣିଥରେ […]
ବେଙ୍ଗାଲୁରୁ: ସଂଖ୍ୟା ଲଘୁ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବା ପାଇଁ ମୋଦି ସରକାର ଆଣିଥିବା ସିଏଏ ଆଇନ୍କୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଆଉ ଏବେ ଏମିତି ଏକ ରିପୋର୍ଟ ଆସିଛି ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି। ଡିସେମ୍ବର ୨୦୧୪ ପରଠାରୁ ସରକାର ଧୀରେ ଧୀରେ ମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ନ ଦେବା ପାଇଁ ଯୋଜନା ଚଳାଇ ଆସିଛନ୍ତି। ଏବେ ଉକ୍ତ ସରକାରୀ ନିର୍ଦ୍ଦେଶର ସମୀକ୍ଷା କରାଯିବା ବେଳେ ଏଭଳି ସାଂଘାତିକ ତଥ୍ୟ […]
ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ନିଜର ତୁଣ୍ଡ ପାଇଁ ବିବାଦରେ ଫସି ଲୋକଲୋଚନରୁ ଦୂରେଇ ରହିଥିବା ନବଜୋତ ସିଂହ ସିଦ୍ଧୁ ପୁଣି ମଇଦାନକୁ ଓହ୍ଲାଇବେ। ସିଦ୍ଧୁଙ୍କୁ ଶେଷରେ କଂଗ୍ରେସ ପକ୍ଷରୁ ଦଳ ପାଇଁ ପ୍ରଚାର କରିବାକୁ ଅନୁମତି ମିଳିଛି। ଆସନ୍ତା ୮ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ପଡ଼ିବ। ଏହାପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଜାରି କରିଛି। ଏଥିରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା […]
ନୂଆଦିଲ୍ଲୀ: ପୁଣି ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ। କୋର୍ଟ ଆସନ୍ତା୧ ତାରିଖକୁ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏଥିରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ଏଯାଏ ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ କେବଳ ମୁକେଶ କୁମାର ସିଂହ ଓ ବିନୟ ଶର୍ମା କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ସେହିପରି କେବଳ ମୁକେଶ ହିଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରି ନିରାଶ ହୋଇଛି। ଅନ୍ୟପକ୍ଷରେ ବିନୟ କୁମାରର […]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ବିରୋଧ ଓ ଆନ୍ଦୋଳନ ଚାଲୁ ରହିଥିବା ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ପୁଣି ଥରେ ସ୍ପଷ୍ଟ କରି ଦେଇଛନ୍ତି ଯେ କୌଣସି ପରିସ୍ଥିତିରେ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବେ ନାହିଁ। ଏଥି ସହିତ ସରକାର ସିଏଏକୁ ନେଇ ଅଟଳ ରହିଥିବା ଶାହ ସୂଚାଇ ଦେଇଛନ୍ତି। ଆଜି ଲକ୍ଷ୍ନୌଠାରେ ସିଏଏ ସମର୍ଥନରେ ବିଜେପି ଆୟୋଜିତ ଏକ ଶୋଭାଯାତ୍ରାରେ ଯୋଗଦେଇ ଶାହ […]
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ମଙ୍ଗଳବାର ଭାରତୀୟ ଦିନିକିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଆହତ କାରଣରୁ ଟି-୨୦ ଓ ଦିନିକିଆ ସିରିଜରୁ ଶିଖର ଧୱନ୍ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ସାମିଲ୍ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଧୱନ୍ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେ ବ୍ୟାଟିଂ କରିବାକୁ ଆସିନଥିଲେ। ଧୱନଙ୍କୁ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ […]
ସିଡନୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ପୂର୍ବତନ ମହାନ୍ ବୋଲର କର୍ଟନୀ ୱାଲ୍ସ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମକୁ କୋଚିଂ ଦେବେ। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ । ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଏକ ଚ୍ୟାରିଟି ମ୍ୟାଚର ଆୟୋଜନ କରାଯାଉଛି। ଏହି ମୁକାବିଲା ରିକି ପଣ୍ଟିଂ ଏକାଦଶ ଓ ଶେନ୍ ୱାର୍ଣ୍ଣ ଏକାଦଶ ମଧ୍ୟରେ ଖେଳାଯିବ। ଏହି ଦୁଇ ଟିମ୍ ପାଇଁ […]
ନୂଆଦିଲ୍ଲୀ: ଆତଙ୍କବାଦୀ ଅଫଜଲ୍ ଗୁରୁକୁ ଫାଶୀ ଦେବା ନେଇ ପ୍ରଶ୍ନ ଉଠାଇ ବିବାଦରେ ଫଶିଛନ୍ତି ଆଲିଆ ଭଟ୍ଟଙ୍କ ମା ତଥା ଅଭିନେତ୍ରୀ ସୋନି ରାଜଦାନ୍। ୨୦୦୧ ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଅଫଜଲ୍କୁ ୨୦୧୩ ମସିହା ଫେବୃଆରୀରେ ଫାଶୀ ଦିଆଯାଇଥିଲା। ତେବେ ବର୍ତ୍ତମାନ ଏହି ବିବାଦ ଆସିବାର କାରଣ ହେଉଛି ଜମ୍ମୁ-କଶ୍ମୀରର ଜଣେ ଡିଏସ୍ପି ଦେବିନ୍ଦର ସିଂହଙ୍କ ଗିରଫ ଘଟଣା। ଭାରତର ସଂସଦ ଉପରେ ହୋଇଥିବା ଆକ୍ରମଣରେ ଦେବିନ୍ଦରର ହାତ ଥିବା ନେଇ ପୂର୍ବରୁ […]
ସିକନ୍ଦରାବାଦ: ଏଆଇଏମ୍ଆଇଏମ୍ ନେତା ଆକବରୁଦ୍ଦିନ୍ ଓୱେସି ମଙ୍ଗଳବାର କହିଛନ୍ତି, ମୁସଲିମ୍ଙ୍କୁ କେହି ମଧ୍ୟ ନାଗରିକତା ପ୍ରମାଣ ପାଇଁ କାଗଜ ମାଗିବାର ଅଧିକାର ନାହିଁ। ତାଙ୍କ ପୂର୍ବ ପୁରୁଷ ଭାରତକୁ ଶାସନ କରିଥିବାରୁ ଏପରି କେହି କରିପାରିବେ ନାହିଁ ବୋଲି ଓୱେସି କହିଛନ୍ତି। ସେ ଏକ ଶୋଭାଯାତ୍ରାରେ ସିଏଏକୁ ଟାର୍ଗେଟ୍ କରି କହିଛନ୍ତି, ତାଙ୍କ ପୂର୍ବପୁରୁଷ ଦେଶକୁ ଲାଲକିଲ୍ଲା, ଚାରମିନାର ଏବଂ କୁତାବ ମିନାର ଆଦି ଦେଇଛନ୍ତି। ସେ କହିଛନ୍ତି, “ଭୟ କରିବାର ନାହିଁ। ଆଜି ସେମାନେ ପଚାରୁଛନ୍ତି […]
ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ନାଁକୁ ଭୁଲ୍ ଅନୁବାଦ କରି କ୍ଷମା ମାଗିଲା ଫେସବୁକ୍। ସି ଜିନ୍ପିଙ୍ଗଙ୍କୁ ‘ମିଷ୍ଟର ଶିଥୋଲ୍’ (Mr Shithole) ଲେଖିଥିଲା ଫେସ୍ବୁକ୍। ମିଆଁମାରର କଥିତ ଭାଷା ବର୍ମିସ୍ରୁ ଏହାକୁ ଇଂରାଜୀରେ ଅନୁବାଦ କଲାବେଳେ ଫେସ୍ବୁକ୍ ଦ୍ୱାରା ଏଭଳି ଭୁଲ୍ ହୋଇଥିଲା। ଆଉ ଏହାର ତୁରନ୍ତ ପରେ ତ୍ରୁଟି ସୁଧାରି କ୍ଷମା ମାଗିଥିଲା ଫେସ୍ବୁକ୍। ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ମିଆଁମାର୍ ଗସ୍ତରେ ଥିଲେ, ଏବଂ ବିଭିନ୍ନ ପ୍ରୋଜେକ୍ଟ ପାଇଁ ମିଆଁମାରର ଷ୍ଟେଟ୍ […]
ହାଇଦ୍ରବାଦ: ଆନ୍ଧ୍ରପ୍ରଦେଶରେ ଏଣିକି ୩ଟି ରାଜଧାନୀ ହେବ। ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ପ୍ରସ୍ତାବକୁ ଆନ୍ଧ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। କ୍ୟାବିନେଟ୍ ବୈଠକ ପରେ ସକାଳ ୧୦ଟା ବେଳେ ବିଧାନସଭା ବ୍ୟବସାୟ ଉପଦେଷ୍ଟା କମିଟିର ବୈଠକ ହୋଇଥିଲା। ଏହାପରେ ୧୧ଟାରେ ବିଧାନସଭାରେ ଆରମ୍ଭରୁ ଏହି ପ୍ରସ୍ତାବ ରଖାଯାଇଥିଲା। ହେଲେ ବିଲ୍ ଉପସ୍ଥାପନ ବେଳେ ଟିଡିପି ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ଜୋରଦାର ବିରୋଧ କରିଛନ୍ତି। ଆନ୍ଧ୍ର ପ୍ରଦେଶ […]
ନୂଆଦିଲ୍ଲୀ: ବିଫଳତାରୁ ସଫଳତାର ରାସ୍ତା ମିଳେ। ବିଫଳ ହୋଇ ନିରାଶ ନହେବା ଅପେକ୍ଷା ଏଥିରୁ ଶିକ୍ଷା ନେଇ ସଫଳତା ହାସଲ କରନ୍ତୁ। ଏପରି କିଛି ଢଙ୍ଗରେ ଆଜି ଛାତ୍ରଛାତ୍ରୀଙ୍କୁ ଟିପସ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀ ତାଲକଟୋରା ଷ୍ଟାଡିୟମ୍ରେ ଛାତ୍ରଛାତ୍ରୀଙ୍କ ୱାନ୍ ଟୁ ୱାନ୍ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଯୋଗ ଦେଇଥିଲେ ମୋଦୀ। ଏହି ଅବସରରେ ମୋଦୀ ପିଲାଙ୍କୁ କହିଛନ୍ତି ‘ଏହି ଦଶନ୍ଧି ସମ୍ଭାବନାର ଦଶନ୍ଧି। ଆପଣଙ୍କ ଯୋଗଦାନ ମହତ୍ତ୍ୱପୂର୍ଣ୍ଣ। ମୋର ସବୁ କାମ […]
ନୂଆଦିଲ୍ଲୀ: ସ୍କୁଲ ଜୀବନର ସୁଇମରରୁ(ପହଁରାଳି) ଏବେ ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ଅଧ୍ୟକ୍ଷ ହେଲେ ଜଗତ ପ୍ରକାଶ ନଡ୍ଡା ଓରଫ୍ ଜେପି ନଡ୍ଡା। ୨ ଡିସେମ୍ବର ୧୯୬୦ରେ ବିହାର ପାଟନାରେ ଜନ୍ମ ହୋଇଥିବା ଜେପି ନଡ୍ଡା ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ପରେ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ଛାତ୍ର ଜୀବନରୁ ଆର୍ଏସ୍ଏସ୍ ସହ ନିବିଡ଼ ଭାବେ ଜଡ଼ିତ ଥିବା ଜେପି ନଡ୍ଡାଙ୍କର ରାଜନୈତିକ ଜୀବନ ହିମାଚଳରୁ ହିଁ ଆରମ୍ଭ ହୋଇଥିଲା। ରାଜ୍ୟ […]
ନୂଆଦିଲ୍ଲୀ: ଫାଶୀରୁ ବର୍ତ୍ତିବା ପାଇଁ ଉଦ୍ୟମ କରିଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତାର ଯୋଜନା ଫେଲ୍। ୨୦୧୨ରେ ଦୁର୍ଘଟଣା ଘଟାଇଲା ବେଳେ ପବନ ନାବାଳକ ଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଫାଶୀ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିଥିଲା। କିନ୍ତୁ କୋର୍ଟ ଆଜି ତାର ଆବେଦନକୁ ଖାରଜ୍ କରିଦେଇଛନ୍ତି। ଏହା ପୂର୍ବରୁ ପବନ ନିଜକୁ ନାବାଳକ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା। ହେଲେ ଗତବର୍ଷ ଡିସେମ୍ବର ୧୯ରେ ହାଇକୋର୍ଟ ଏହି ଆବେଦନକୁ […]
ନୂଆଦିଲ୍ଲୀ: ଭାଙ୍ଗିଲା ମ୍ୟାଲେସିଆର ଗର୍ବ। ଖାଇବା ତେଲ ବୟକଟ୍ ନେଇ ଭାରତ ବିରୋଧରେ କୌଣସି ବାଣିଜ୍ୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି କହିଲେ ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହମଦ ମହାଥିର। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ ମ୍ୟାଲେସିଆଠାରୁ ଅଧିକ ଖାଇବା ତେଲ ଆମଦାନି କରିଥାଏ। କିନ୍ତୁ ମ୍ୟାଲେସିଆ ଭାରତର ଆଭ୍ୟନ୍ତରୀଣ ମାମଲାରେ ଅଯଥା ହସ୍ତକ୍ଷେପ କରିବାରୁ ଭାରତ ମ୍ୟାଲେସିଆଠାରୁ ତେଲ ଆମଦାନୀ କମାଇ ଦେଇଛି। ଫଳରେ ମ୍ୟାଲେସିଆର ତୈଳ ବଜାରକୁ ସବୁଠାରୁ ବଡ଼ କ୍ଷତି ସହିବାକୁ […]
ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ଆଜି ଅମିତ ଶାହଙ୍କୁ ଏହି ଦାୟିତ୍ୱରୁ ବାଦ୍ ଦେଇ ଜେପି ନଡ୍ଡାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିଛି ବିଜେପି। ନଡ୍ଡା ପୂର୍ବରୁ ଦଳ ପାଇଁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତେବେ ଆଜି ସେ ନିର୍ଦ୍ୱନ୍ଦ୍ୱରେ ବିଜେପି ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଜେପି ନଡ୍ଡାଙ୍କୁ ସମର୍ଥନ କରିବା ପାଇଁ ଆଜି ଦଳର ବଡ଼ବଡ଼ ନେତା […]
ନୂଆଦିଲ୍ଲୀ: ପୁଣି କମିଲା ଡିଜେଲ୍ ଓ ପେଟ୍ରୋଲ୍ ଦର। ଦେଶର ସବୁ ବଡ଼ ବଡ଼ ସହରରେ ଆଜିକୁ ଲଗାତାର ପଞ୍ଚମଥର ପାଇଁ ତେଲ ଦର କମିଛି। ପେଟ୍ରୋଲ୍ ଲିଟର ପିଛା୧୦ରୁ ୧୨ ପଇସା କମିଥିବା ବେଳେ ଜିଡେଲ୍୧୯-୨୦ ପଇସା କମିଛି। ବଡ଼ ସହରରେ ପେଟ୍ରୋଲ୍ ଦର: ତେଲ ଦର କମିବା ପରେ ଇଣ୍ଡିଆନ ଅଏଲ୍ କୋର୍ପୋରେସନ୍ର ୱେବ୍ସାଇଟ୍ ଅନୁସାରେ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର ପ୍ରତି ୭୪.୯୮ ଟଙ୍କା ଥିବା ବେଳେ ମୁମ୍ବାଇରେ ୮୦. ୫୮, […]
ନୂଆଦିଲ୍ଲୀ: ୨୦୧୮ରେ ଉତ୍ତର ପ୍ରଦେଶର ଯୋଗୀ ସରକାର ଆଲ୍ଲାହବାଦର ନାଁ ପରିବର୍ତ୍ତନ କରି ପ୍ରୟାଗରାଜ ରଖିଥିଲେ। ଏବେ ଏହାକୁ ନେଇ ସୁପ୍ରିମକୋର୍ଟ ଯୋଗୀ ସରକାରଙ୍କୁ ନୋଟିସ୍ କରିଛନ୍ତି। ଯୋଗୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଶୁଣାଣି କରି କୋର୍ଟ ୟୁପି ସରକାରଙ୍କୁ ନୋଟିସ୍ କରିଛନ୍ତି। ଆବେଦନକାରୀ କୋର୍ଟରେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର କେନ୍ଦ୍ର ଅଧୀନରେ ଥିବା ରେଳ ଷ୍ଟେସନ. ବିଶ୍ୱବିଦ୍ୟାଳୟ ତଥା କୌଣସି ସଂସ୍ଥାନର ନାମ ପରିବର୍ତ୍ତନ କରିପାରିବେ […]