ମୁମ୍ବାଇ: ଆମେରିକା ଏୟାରପୋର୍ଟରେ ବାରମ୍ବାର ଚେକିଂର ସାମ୍ନା କରୁଥିବା ଶାହରୁଖ ଖାନ୍ କହିଲେ, “ମୁଁ ମୁସଲମାନ, ମୋ ପତ୍ନୀ ହିନ୍ଦୁ ମୋ ପିଲାମାନେ ହିନ୍ଦୁସ୍ତାନୀ”। ତେବେ କାହିଁକି ଏମିତି କହିବାକୁ ପଡ଼ିଲା ଶାହରୁଖଙ୍କୁ। ତାଙ୍କ ଉପରେ କୌଣସି ସାମ୍ପ୍ରଦାୟିକ ଚାପ ପଡ଼ିଲା କି? କେବଳ ଆମେରିକାରେ ନୁହେଁ ନିଜ ଦେଶରେ ମଧ୍ୟ ବିବାଦୀୟ ବୟାନ ଦେଇ ଅନେକ ଥର ସମାଲୋଚନାର ଶିକାର ହୋଇଛନ୍ତି ଶାହରୁଖ। ପରେ ନିଜ ବୟାନକୁ ବଦଳାଇବା ସହିତ କ୍ଷମା ମଧ୍ୟ ମାଗିଥିବା ନଜିର […]
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ରାଜପଥରେ କମାଲ ଦେଖାଇଲେ CRPFର ମହିଳା ଯୋଦ୍ଧା। ଆୟୋଜିତ ପରେଡ୍ରେ ଡେୟାର ଡେଭିଲ ଶୋ’ରେ ନିଜର ପରାକାଷ୍ଟା ଦେଖାଇଛି CRPFର ମହିଳା ଟିମ୍ଓ। ପ୍ରଥମ ଥର ପାଇଁ ରାଜପଥ ପରେଡରେ CRPFର ମହିଳା ଟିମ୍କୁ ସାମିଲ କରାଯାଇଥିଲା। ଡେୟାର ଡେଭିଲ ଶୋ’ର କମାଣ୍ଡ ସମ୍ଭାଳି ଥିଲେ ଇନ୍ସପେକ୍ଟର୍ ସୀମା ନାଗ। ଚଳନ୍ତା ମୋଟର ସାଇକେଲ ଉପରେ ଛିଡ଼ା ହୋଇ ଇନ୍ସପେକ୍ଟର୍ ସୀମା ନାଗ ଜାତୀୟ ପତାକା ଓ ରାଷ୍ଟ୍ରପତିଙ୍କୁ ସାଲ୍ୟୁଟ୍ କରି […]
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶା ପକ୍ଷରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ପାରମ୍ପରିକ କଳାକୃତୀ ଓ ଓଡ଼ିଆ ସଂସ୍କୃତିକୁ ନେଇ ହୋଇଥିବା ଏହି ପ୍ରଜ୍ଞାପନ ମେଢ଼ ଏଥର ରାଜପଥରେ ଗଡ଼ିଛି। ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତୀ ଭାବେ ଏହି ପ୍ରଜ୍ଞାପନ ମେଢ଼ କରାଯାଇଛି। ଏହାସହ ମେଢ଼ରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଛି। ଏହାସହ ମେଢ଼ କଡ଼ରେ ୩ଟି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରୁ ୩୦ ଜଣ କଳାକାର ନୃତ୍ୟ ଓ ସଂଗୀତ […]
ଇନ୍ଦୋର: ପତକା ଉତ୍ତୋଳନ ବେଳେ ହାତା ହାତି ହେଲେ ଦୁଇ କଂଗ୍ରେସ ନେତା। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶତ୍ରୁଭଳି ପରସ୍ପରକୁ ଅକ୍ରମଣ କଲେ। କଂଗ୍ରେସ ନେତା ଦେବେନ୍ଦ୍ର ସିଂହ ଯାଦବ ଓ ଚନ୍ଦୁ କୁଞ୍ଜିରଙ୍କ ମଧ୍ୟରେ ହାତାହାତି ହେବା ଦେଖି ପୁଲିସ ମଧ୍ୟସ୍ଥତା କରି ଦୁଇନେତାଙ୍କୁ ଝଗଡ଼ା ଭାଙ୍ଗିଥିଲା। ଖବର ଅନୁସାରେ, ଇନ୍ଦୋରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଗାନ୍ଧି ଭବନରେ ପତାକା ଉତ୍ତୋଳନ ହେବାର ଥିଲା। ଏଠାରେ ଖୋଦ୍ ମୁଖ୍ୟମନ୍ତ୍ରୀ କମଲ ନାଥ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ […]
ଲକ୍ଷ୍ନୌ: ସମାଜବାଦି ପାର୍ଟି ଛାତ୍ର ସଂଗଠନ ନେତ୍ରୀ ପୂଜା ଶୁକ୍ଲାଙ୍କ ସହିତ ସିଏଏ ବିରୋଧୀ ବିକ୍ଷୋଭରେ ସାମିଲ୍ ଥିବା ଅଭିଯୋଗରେ ୮ଜଣଙ୍କୁ ଗିରଫ୍ କରି ଜେଲ୍ ପଠାଇଛି ଉତ୍ତର ପ୍ରଦେଶ ପୁଲିସ। ଗିରଫ ୮ଜଣଙ୍କ ମଧ୍ୟରେ ଜଣେ ଦିଲ୍ଲୀର ସାହିନବାଗ ବିକ୍ଷୋଭର ମୁଖ୍ୟ କାରପଟଦାର ଥିବା ଉତ୍ତର ପ୍ରଦେଶ ପୁଲିସ କହିଛି। ଦିଲ୍ଲୀର ଜାମିଆନଗରରେ ରହୁଥିବା ଫୈଜାନ ଇଲ୍ଲହୀ ନାମକ ଏହି ବ୍ୟକ୍ତି ସାହିନବାଗରେ ହେଉଥିବା ସିଏଏ ବିରୋଧୀ ବିକ୍ଷୋଭରେ ମୁଖ୍ୟ ଭୂମିକା ନିଭାଉଥିଲା। ଦିଲ୍ଲୀର କ୍ଲକ୍ […]
ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ କୋଚ୍ ଫ୍ୟାକ୍ଟ୍ରିରେ ୪୦୦ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଆହ୍ୱାନ କରାଯାଇଛି। ଆବେଦନ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି। ଆବେଦନର ଶେଷ ତାରିଖ ୬ ଫେବ୍ରୁଆରୀ, ୨୦୨୦ ରହିଛି। ଆବେଦନର ସମସ୍ତ ପ୍ରକ୍ରିୟା ଜାଣନ୍ତୁ। ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର। ଏଥିସହିତ ସେ ଆଇଟିଆଇ ପାସ୍ କରିଥିବା ଦରକାର। ପଦବୀ: ରେଳକୋଚ୍ ଫ୍ୟାକ୍ଟ୍ରି ଫିଟର, ୱେଲ୍ଡର, ମେଶିନିଷ୍ଟ, ପେଣ୍ଟର, କାରପେଣ୍ଟର, ମେକାନିକ, ଇଲୋକ୍ଟ୍ରିସିଆନ, ଇଲେକ୍ଟ୍ରୋନିକ ମେକାନିକ, ଏବଂ […]
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦର୍ଶକଙ୍କ ପ୍ରତି ଅଭଦ୍ର ଶବ୍ଦ ପ୍ରୟୋଗ କରିଥିବାରୁ ଆଇସିସି ଆଜି ତାଙ୍କୁ ଦଣ୍ଡିତ କରିଛି। ତାଙ୍କ ମ୍ୟାଚ୍ର ୧୫% ଫି’ କାଟିବା ସହିତ ତାଙ୍କୁ ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଛି। ୪ର୍ଥ ଟେଷ୍ଟରେ ଷ୍ଟୋକ୍ସ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ତେବେ ପ୍ୟାଭିଲିୟନ ଫେରିବା ବେଳେ ସେ ଦର୍ଶକଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରୁଥିବା କ୍ୟାମେରାରେ କଏଦ […]
ନୂଆଦିଲ୍ଲୀ: ଆଜି ଭାରତ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ବକ୍ସିଂରେ ୬ଥର ବିଶ୍ୱ ବିଜେତା ହୋଇଥିବା ଏମସି ମ୍ୟାରିକମଙ୍କୁ ସମ୍ମାନଜନକ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୀତ କରାଯାଇଛି। ସେହିପରି ବିଶ୍ୱ ଚାମ୍ପିୟନ ଶଟଲର ପିଭି ସିନ୍ଧୁ ଚଳିତ ବର୍ଷ ପଦ୍ମ ଭୂଷଣ ସମ୍ମାନ ପାଇବେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୀଡ଼ାବିତଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଆଜି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ପଦ୍ମଶ୍ରୀ […]
ନୂଆଦିଲ୍ଲୀ : ୭୧ ତମ ଗଣତନ୍ତ୍ର ଦିବସରେ ଅବସରରେ ପଦ୍ମ ପୁରସ୍କାରର ୩ଟି ବିଭାଗରେ ବିଜେତାଙ୍କ ନାଁ ଘୋଷଣା ହୋଇଛି।ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ, ସୁଷମା ସ୍ୱରାଜ, ଜର୍ଜ ଫର୍ଣ୍ଣାଣ୍ଡିଜ୍ (ମରଣୋତ୍ତର)ଙ୍କୁ ପଦ୍ମବିଭୂଷଣ ପୁରସ୍କାର ମିଳିବ। ଏଥିସହିତ ବିଶେଶ୍ୱତୀର୍ଥ ସ୍ୱାମିଜୀ ଶ୍ରୀ ପେଜାଭର(ମରଣୋତ୍ତର)ଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଅନ୍ୟ ପଦ୍ମବିଭୁଷଣ ପୁରସ୍କାର ବିଜେତା ହେଲେ- ଅଲିମ୍ପିକ ବକ୍ସର ଏମ୍.ସି ମ୍ୟାରି କମ୍, ମରିସସର୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୋଧ ଜୁଗନାଉଥ୍, ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ […]
ଭୁବନେଶ୍ୱର: ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଜିଅ ପଲ୍ଲବୀ ମହାରଥୀଙ୍କୁ ବିବାହ କରିବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ଉଭୟଙ୍କର ନିର୍ବନ୍ଧ ବି ସରିଗଲାଣି। ଏବେ ଯାହା ହାତଗଣ୍ଠି ପଡ଼ିବା ବାକି ରହିଛି। ଗତ ବୁଧବାର ଉଭୟ ପରିବାରର ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି। ଆଉ ଏହି ସମୟରେ ଫଟୋକୁ ତାଙ୍କ ଫେସ୍ବୁକ ପେଜ୍ରେ ପୋଷ୍ଟ କରିଛନ୍ତି ନିଜେ ପଲ୍ଲବୀ। ଫଟୋ ପୋଷ୍ଟ ହେବା ପରେ ଏବେ ସୋଶାଲ୍ ମିଡିଆରେ ସେମାନଙ୍କ ଏନ୍ଗେଜ୍ମେଣ୍ଟର […]
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ୍ ହୋଇଥିବା ରାଜକ୍ଷମା ଆବେଦନକୁ ପୁଣି ଥରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ନିର୍ଭୟା ଗଣ ଦୁଷ୍କର୍ମର ଦୋଷୀ ମୁକେଶ ସିଂ। ଜାନୁଆରୀ ୧୭ରେ ରାଷ୍ଟ୍ରପତି ମୁକେଶର ପିଟିସନକୁ ଖାରଜ୍ କରିଦେଇଥିଲେ। ଏବେ ମୁକେଶ, ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ଆଇନଗତ ତର୍ଜମା କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରିଛି। ତେବେ କୋର୍ଟ ନିର୍ଦ୍ଦେଶ ଅନୁସାରେ ଫେବ୍ରୁଆରୀ ୧ ସକାଳ ୬ଟାରେ ଫାଶୀ ଦିଆଯିବ। ତେଣୁ ଏହି ଫଶୀ ଦଣ୍ଡକୁ ଟାଳିବା ପାଇଁ ବାରମ୍ବାର ଦୋଷୀଙ୍କ ପକ୍ଷରୁ […]
ଜୟପୁର: କେରଳ ଓ ପଞ୍ଜାବ ପରେ ଏବେ ରାଜସ୍ଥାନରେ ସିଟିଜେନ୍ସିପ୍ ଆମେଣ୍ଡମେଣ୍ଟ ବିଲ୍ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି। ଏହି ଆଇନ୍କୁ ବିରୋଧ କରିବା ସହିତ ଏହାକୁ ଉଠାଇ ନେବାକୁ ଶନିବାର ରାଜସ୍ଥାନ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନରେ ଶାସକ ଦଳ କଂଗ୍ରେସ ଏହି ପ୍ରସ୍ତାବ ରଖିଥିଲା। କେନ୍ଦ୍ର ସରକାର ସିଏଏକୁ ଆଇନ୍କୁ ଉଠାଇ ନିଅନ୍ତୁ ବୋଲି ଗୃହରେ ଦାବି କରିଥିଲା ଦଳ। ଯାହାର ଘୋର ବିରୋଧ କରିଥିଲା ବିଜେପି। ଏହାପରେ […]
ନୂଆଦିଲ୍ଲୀ: ଧୀରେ ଧୀରେ କାୟା ବିସ୍ତାର କରୁଛି କରୋନା ଭୂତାଣୁ। ଚୀନରେ ଏହାର ପ୍ରଭାବରେ ୪୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଚୀନ ସହ ଆମେରିକା, ଏସିଆ ଓ ୟୁରୋପର ବିଭିନ୍ନ ଦେଶରେ ଏହାର ଭୂତାଣୁ ଦେଖିବାକୁ ମିଳିଛି। ଏଥିଯୋଗୁ ସେଠାରେ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତର ୪ଟି ସହରର ୧୧ଜଣ ଲୋକ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା […]
ମୁମ୍ବାଇ: ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଥିବା ଶିବସେନା ବିଜେପି ସହିତ ସମ୍ୟକ ସ୍ୱର ମିଳାଇଛି। ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ମୁସଲମାନଙ୍କୁ ଦେଶରୁ ବାହାର କରିଦେବା ଦରକାର ବୋଲି ଶିବସେନା କହିଛି। ଶନିବାର ଶିବସେନାର ମୁଖପାତ୍ର ଭଳି କାର୍ଯ୍ୟ କରୁଥିବା ଖବରକାଗଜ ‘ସାମ୍ନା’ରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଏଥିସହିତ ସିଏଏରେ ତ୍ରୁଟି ରହିଛି, ଯାହାକୁ ସଂଶୋଧନ କରିବା ଆବଶ୍ୟକ ବୋଲି ରିପୋର୍ଟରେ କୁହଯାଇଛି। ‘ସାମ୍ନା’ ଖବର କାଗଜରେ ଶିବସେନା କହିଛି, “ ପାକିସ୍ତାନ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ବିନୟ ଶର୍ମାର ଓକିଲ ଶନିବାର କୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତାଙ୍କ ମହକିଲ ବିନୟକୁ ଜେଲ୍ରେ ସ୍ଲୋ ପଏଜନ୍ ଦିଆଯାଇଥିବା ସେ କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିପାଇଁ ତାଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲେ ବି ଡାକ୍ତରୀ ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇପାରିଲା ନାହିଁ ବୋଲି ସେ କୋର୍ଟରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଦୋଷୀଙ୍କ ଓକିଲ ମାଗିଥିବା ସମସ୍ତ ରିପୋର୍ଟ ତାଙ୍କୁ ଦିଆସରିଛି। ଦୋଷୀଙ୍କ ଦଣ୍ଡ ବିଧାନକୁ ବିଳମ୍ବ କରିବା ପାଇଁ […]
ବ୍ଲୋଏମଫୋଣ୍ଟେନ୍: ଚଳିତ ଆଇସିସି ଅଣ୍ଡର୍-୧୯ ବିଶ୍ୱକପରେ ଭାରତୀୟ ଯୁବ ଦଳ କ୍ରମାଗତ ତୃତୀୟ ବିଜୟ ସହ ସୁପରଲିଗରେ ସ୍ଥାନ ପକ୍କା କରିନେଇଛି। ଶୁକ୍ରବାର ଭାରତ ଗ୍ରୁପ୍-ଏ’ରେ ତା’ର ଶେଷ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଡିଏଲ୍ ନିୟମରେ ୪୪ ରନରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୩ ଓଭରରେ ବିନା ୱିକେଟ୍ ୧୧୫ ରନ୍ ହରାଇ କରିଥିଲା। ଫଳରେ ଡିଏଲ୍ ନିୟମ ଆଧାରରେ ନ୍ୟୁଜିଲ୍ୟାଣ୍ଡ୍ ଆଗରେ ୨୩ ଓଭରରେ ୧୯୩ ରନ୍ […]