ଫାରୁକାବାଦ: ଉତ୍ତର ପ୍ରଦେଶର ଫାରୁକାବାଦ ଜିଲ୍ଲାର ମହମ୍ମଦ କଠାରିଆ ଗାଁର ଜଣେ ହତ୍ୟା ଅଭିଯୁକ୍ତ ନିଜର ବର୍ଷକର ଝିଅ ପତ୍ନୀଙ୍କ ସହିତ ୨୦ ଜଣ ପିଲାଙ୍କୁ ନିଜ ଘରେ ବନ୍ଦି ରଖିଛି। ବନ୍ଧୁକ ମୁନରେ ସେମାନଙ୍କୁ ଡରାଇବା ସହିତ ମଝିରେ ମଝିରେ ଫାଇରିଂ ବି କରୁଛି। ଝିଅର ଜନ୍ମଦିନ ପାଳନ କରିବା କହି ଡାକି ନେଇ ହଠାତ୍ ସେମାନଙ୍କୁ ଘରେ ବନ୍ଦି କରି ରଖିଛି। ତେବେ ପଣବନ୍ଦୀ ପିଲାମାନଙ୍କୁ ଉଦ୍ଧାର ପାଇଁ ଉକ୍ତ ଘରକୁ ଘେରି ରହିଛନ୍ତି […]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ ଜାରି ରଖି ସେମିଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାର୍ଟରଫାଇନାଲରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୨ ରନରେ ହରାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ସାମ୍ ଫେନିଙ୍ଗ୍ ଭାରତୀୟ ପେସ୍ ବୋଲର ଆକାଶ ସିଂଙ୍କୁ କହୁଣୀ ମାରିଥିଲେ ଏବଂ ଏହି କାରଣରୁ ଆଇସିସି ଦଣ୍ଡସ୍ୱରୂପ ତାଙ୍କ (ଫେନିଙ୍ଗ) ଖାତାରେ ଦୁଇ ଡିମେରିଟ୍ ପଏଣ୍ଟ ଯୋଡ଼ିଛି। ଏ ନେଇ ଆଇସିସି ପକ୍ଷରୁ […]
ଭୁବନେଶ୍ୱର: ଧିମା ଅର୍ଥନୀତିରେ ସ୍ଫୁର୍ତ୍ତି ଆଣିବାକୁ ରିୟଲ ଇଷ୍ଟେଟ କ୍ଷେତ୍ରର ଅଭିବୃଦ୍ଧି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କାରଣ ଅଟୋମୋବାଇଲ ସେକ୍ଟର ପରେ ରିୟଲ ଇଷ୍ଟେଟ୍ରେ ମାନ୍ଦାବସ୍ଥା ଜିଡିପି ଅଭିବୃଦ୍ଧିରେ ମୁଖ୍ୟ ଅନ୍ତରାୟ ସୃଷ୍ଟି କରିଛି। ତେବେ କାରବାର ବଢ଼ାଇବାକୁ ଗୃହ ଋଣ ସୁଧ ଓ ଷ୍ଟାମ୍ପ ଡ୍ୟୁଟି ହ୍ରାସ ସହ ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ବଜେଟ୍ରେ କିଛି ରିହାତି ଘୋଷଣା କରାଯିବା ସମ୍ଭାବନା ରହିଛି। ଶିଳ୍ପ ଅଭିବୃଦ୍ଧି ବଢ଼ାଇବାକୁ […]
ୱାୟନାଡ଼: ପ୍ରଧାନମନ୍ତ୍ରୀଙ୍କ ଉପରେ ବିବାଦୀୟ ଟିପ୍ପଣୀ କରି ଫସିଲେ ରାହୁଲ ଗାନ୍ଧି। ୧୯୪୮ ଆଜିର ଦିନରେ ଗୋଡ୍ସେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିଲା। ଏହାକୁ ସମଗ୍ର ଦେଶ ସହିଦ ଦିବସ ରୂପେ ପାଳନ କରୁଥିବା ବେଳେ ଗାନ୍ଧି ହତ୍ୟାକାରୀଙ୍କ ସହିତ ମୋଦିଙ୍କୁ ତୁଳନା କରି ବିବାଦକୁ ଆସିଛନ୍ତି ରାହୁଲ୍। ସିଏଏ ବିରୋଧରେ କେରଳରେ ଆୟୋଜିତ ରାଲିରେ ଯୋଗଦେଇ ରାହୁଲ କହିଛନ୍ତି, ନାଥୁରାମ ଗଡସେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାନ ବିଚାରଧାରାରେ ବିଶ୍ୱାସ କରନ୍ତି। […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପାଇଁ ମହଙ୍ଗା ପଡ଼ିଲା ଉତ୍ତେଜନାମୂଳକ ଭାଷଣ। ୭୨ ଘଣ୍ଟା ପାଇଁ ଦିଲ୍ଲୀରେ ପ୍ରଚାର କରିପାରିବେନି ଅନୁରାଗ। ନିର୍ବାଚନ କମିଶନ୍ ଅନୁରାଗଙ୍କ ଉପରେ ବ୍ୟାନ୍ ଲଗାଇଛନ୍ତି। ସେହିଭଳି ବିଜେପି ସାଂସଦ ପରବେଶ ବର୍ମାଙ୍କ ଉପରେ ବି ୯୬ ଘଣ୍ଟିଆ ବ୍ୟାନ୍ ଲଗାଯାଇଛି। ଦୁଇ ଦିନ ତଳେ ଅନୁରାଗ ଦିଲ୍ଲୀରେ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇଥିଲେ। ଦେଶଦୋହ୍ରୀଙ୍କୁ ଗୁଳି ମାର କହିବାକୁ ନେଇ ରାଜନୀତି ସରଗରମ ହୋଇଥିଲା। ଅପରପକ୍ଷେ ଦିଲ୍ଲୀ ନିର୍ବାଚନ […]
ନୂଆଦିଲ୍ଲୀ: ଫେସବୁକରେ ନିଜକୁ ରାମଭକ୍ତ ଗୋପାଳ କହି ଜାମିଆ ଠାରେ ହେଉଥିବା ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କୁ ଗୁଳି କରିଥିବା ଯୁବକର ପ୍ରକୃତ ପରିଚୟ ମିଳିଛି। ତା’ର ପୂରା ନାଁ ଗୋପାଳ ଶର୍ମା। ସେ ଦିଲ୍ଲୀ ଏନସିଆରର ଗୌତମ ନଗର ଅଞ୍ଚଳରେ ରହୁଥିଲା। ତା’ ଫେସବୁକ ପୋଷ୍ଟରୁ ଜଣାପଡ଼ୁଛି ଯେ ସେ ଜଣେ କଟ୍ଟର ହିନ୍ଦୁବାଦୀ ଚିନ୍ତାଧାରାର ଯୁବକ। ଜାନୁଆରୀ ୧୪ରେ ସେ ଫେସବୁକରେ ନିଜର ଏକ ଫଟୋ ପୋଷ୍ଟ କରିଥିଲା। ଏଥିରେ ସେ ଏକ ଚେୟାର ଉପରେ […]
ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳ ନିକଟରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଆଜି ପୁଲିସ୍ ୭୦ ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରିତ କରିଛି। ଏମାନେ ଜାମିଆ ନିକଟରେ ଘଟିଥିବା ହିଂସାକାଣ୍ଡରେ ସାମିଲ ଥିବା ପୁଲିସ୍ ଦାବି କରିଛି। ହେଲେ ଏମାନେ ଜାମିଆ ଛାତ୍ର ନା ସାଧାରଣ ଦୁର୍ବୃତ୍ତ ସେକଥା ପୁଲିସ୍ ପକ୍ଷରୁ କୁହାଯାଇ ନାହିଁ। ଡିସେମ୍ବର ୧୫ ରାତିରେ ପୁଲିସ୍ ଜାମିଆ ଛାତ୍ରଛାତ୍ରୀମାନେ ପୋଡ଼ା ଜଳା କରିଥିବା ଦାବି କରି […]
ନୂଆଦିଲ୍ଲୀ: ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ବିନୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହୋଇଥିଲା। ବିନୟ ଓ ମୁକେଶ ହିଁ ପ୍ରଥମେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ଏହା ଖାରଜ ହେବା ପରେ ମୁକେଶ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ରାଷ୍ଟ୍ରପତି ତା’ର କ୍ଷମା ଆବେଦନ ଖାରଜ କରି ଦେଇଛନ୍ତି। […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ୪ଦିନ ବନ୍ଦ ରହିବ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ୩୦ ତାରିଖରେ ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟି ଥିବା ବେଳେ ତା ପରଦିନଠାରୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ୨ ଦିନିଆ ବନ୍ଦ ଡାକରା ଦେଇଛି। ଏଥିରେ ଗ୍ରାମ୍ୟ ବ୍ୟାଙ୍କ ସମେତ ୨୭ଟି ବ୍ୟାଙ୍କ ସାମିଲ ହୋଇଛନ୍ତି। ଫଳରେ ୩୧ ଓ ଫେବ୍ରୁଆରୀ ୧ ତାରିଖରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। ତା ପରଦିନ ରବିବାର ଥିବାରୁ ୨ […]
ପୁରୀ: ସଫଳତାର ଗୋଟିଏ ପରେ ଗୋଟିଏ ଶିଢ଼ି ଚଢ଼ି ଚାଲିଛନ୍ତି ଯୁବ ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ। ତାଙ୍କଦ୍ୱାରା ନିର୍ମିତ ଫିଲ୍ମ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ସ୍ଥାନିତ ହେଉଥିବା ବେଳେ ଅନେକ ଆୱାର୍ଡ ମଧ୍ୟ ଜିତୁଛି। ନିକଟରେ ତାଙ୍କର ସର୍ଟ ଓଡ଼ିଆ ଫିଲ୍ମ ସଂଯୋଗ ଆମେରିକାରେ ମଞ୍ଚସ୍ଥ ହୋଇଥିବା ବେଳେ ଏବେ ଆଉ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଜାତ’କୁ ମିଳିଛି ଅନରେବଲ ଜୁରୀ ମେନସନ୍ ଆୱାର୍ଡ। ୧୯ ମିନିଟ୍ର ଏହି ଡକ୍ୟୁମେଣ୍ଟାରି […]