ନୀଳଗିରି: ବାହାବା ନେବାକୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ନୀଳଗିରି ତହସିଲଦାର। ହେଲେ ଠିକ୍ ସନ୍ଧିବିଛେଦକୁ ଭୁଲ ଦର୍ଶାଇ ଭାଣ୍ଡିଆ ହେଲେ। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଅାରେ ଭାଇରାଲ ହୋଇଛି। ଗତ ଅଗଷ୍ଟ ମାସ ୨୭ ତାରିଖ ଦିନ ନୀଳଗିରିର ଜାମୁନା ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ ତହସିଲଦାର। ସେଠାରେ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠ ପଢାଉଥିବା ବେଳେ ଅଞ୍ଚଳ ଶବ୍ଦର “ଞ୍ଚ “ର ସନ୍ଧିବିଚ୍ଛେଦ ନେଇ ଜଣେ ଛାତ୍ରୀଙ୍କୁ ପଚାରିଥିଲେ। ଛାତ୍ରୀ ଜଣଙ୍କ ଞ […]
ବାଲେଶ୍ୱର : ସଙ୍କଟରେ ବିରଳ ନୀଳରକ୍ତ କଙ୍କଡା ବା ଅଶ୍ୱଖୁରାକୃତ୍ତି କଙ୍କଡା। ବାଲେଶ୍ୱରର ସମୁଦ୍ର ବେଳାଭୂମି ଓ ଖଣ୍ଡିଅା ନଦୀ ମୁହାଣରେ ଦେଖିବାକୁ ମିଳୁଥିବା ଏହି ବିରଳ ନୀଳରକ୍ତ କଙ୍କଡା ବଂଶ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ଏହାର ପ୍ରମୁଖ କାରଣ ସଚେତନତାର ଅଭାବ ସହ ସମୁଦ୍ର ବେଳାଭୂମିର ପରିବର୍ତ୍ତନ ଏବଂ ମାଛମରା ଟ୍ରଲର । ଏହାବାଦ୍ ମାଛମରା ଜାଲରେ ପଡି ପ୍ରତ୍ୟେକ ଦିନ ଅନେକ କଙ୍କଡା ମରି ପଡୁଛନ୍ତି। ଯାହାକୁ ନେଇ ଚିନ୍ତା […]
ପୁରୀ : ରଥଯାତ୍ରା ଠାରୁ ଦୁଃଖ ଜର୍ଜରିତ ଅବସ୍ଥାରେ ଦିନ କାଟୁଛନ୍ତି ପୁରୀ ମ୍ୟୁନିସିପାଲଟି ୧ ନମ୍ବର ୱାର୍ଡର ସୁଜାତାନଗର ଓ ମାଟିତୋଟା ନମ୍ବର ଲେନ୍ର ଶହ ଶହ ପରିବାର। ଗତ ଶନିବାର ଦିନ ଓଟିଭି ଟିମ୍ ନିଜକୁ ସାମିଲ କରି ବାରମ୍ବାର ପ୍ରସାରଣ କରିବା ପରେ ପ୍ରଶାସନ ସୋମବାର ସାହାଯ୍ୟ ସହଯୋଗ ପାଇଁ ଅାଗେଇ ଅାସିଥିଲା। ପୁରା ସ୍ଥିତିକୁ ଅନୁଧ୍ୟାନ ପରେ ଲୋକଙ୍କ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ ନିଜେ ସିଡିଏମ୍ଓ ପାଣି ଭିତରେ […]
ଢେଙ୍କାନାଳ : ଅାଧୁନିକ ଯୁଗରେ ବି ଚାଲିଛି ଝଡ଼ା ଫୁଙ୍କା ଚିକିତ୍ସା। ଡାକ୍ତର ଠାରୁ ଝଡ଼ା ଫୁଙ୍କା ଉପରେ ଲୋକଙ୍କ ଅଧିକ ବିଶ୍ୱାସ। ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ। ବାଇସିଙ୍ଗା ଗାଁର ସଂଜୟ ଦାସଙ୍କୁ ଗତକାଲି ସଂଧ୍ୟାରେ ସାପ କାମୁଡ଼ି ଦେଇଥିଲା। ଏହା ଜାଣିବା ପରେ ପରିବାର ଲୋକେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା କରିଥିଲେ ମଧ୍ୟ ପରିବାର ଲୋକେ ପାଖ ଗାଁର ଜଣେ ଗୁଣିଅାଙ୍କୁ ଡାକି ଝଡ଼ା […]
ଯାଜପୁର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରାର ଆୟୋଜନ ହେବ। ତେବେ ସାଧାରଣ ଲୋକଙ୍କ ଗହଳି ଏଡ଼ାଇବାକୁ ୧୪୪ ଧାରା ଜାରି ହେବ ବୋଲି ସୂଚନା ମିଳିଛି। ଏଥିସହ ରଥଯାତ୍ରା ପୂର୍ବରୁ ବିରଜାଙ୍କ ସମସ୍ତ ସେବାୟତଙ୍କର କୋଭିଡ଼ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ପାଇଁ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। […]
ପୁରୀ : ପୁରୀ ସହରର ବଡ଼ଡାକ୍ତରଖାନା ଛକ ନିକଟ ଡ୍ରେନ୍ ଭିତରୁ ଯୁବକ ଉଦ୍ଧାର। ସଂପୃକ୍ତ ଯୁବକ ଜଣକ ମୂଷାନଈ ଅାଡକୁ ଯାଉଥିବାବେଳେ ଖସିପଡ଼ି ଡ୍ରେନ ଭିତରକୁ ଚାଲିଯାଇଥିଲେ । ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ । ଅାଉ ଦୀର୍ଘ ସମୟ ଧରି ଜାରି ରଖିଥିଲେ ଅପରେସନ୍। ଅକ୍ସିଜେନ୍ ସହ ଜଣେ ଅଗ୍ନିଶମ କର୍ମଚାରୀ ଡ୍ରେନ୍ ଭିତରକୁ ଯାଇ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ଶରୀରରେ ଗଭୀର କ୍ଷତ ହୋଇଛି […]
ଭୁବନେଶ୍ୱର : ବିଧାନସଭାରେ ଅାଜି ଉପସ୍ଥାପିତ ହେବ ଅତିରିକ୍ତ ବଜେଟ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ ଉପସ୍ଥାପନ କରିବେ। ୧୨ ହଜାର ୭୬୮ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ରହିଛି । ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନ୍ୟାୟ, ଶିଳ୍ପ, କୃଷି ଅାଦି ଉପରେ ଗୁରୁତ୍ୱ ଦିଅାଯାଇପାରେ। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ ଘୋଷଣା କରିଥିଲେ ମଧ୍ୟ ଏଥିପାଇଁ ବ୍ୟୟବରାଦ ହୋଇନଥିଲା। ଅାଜିର ଅତିରିକ୍ତ ବଜେଟରେ ଏନେଇ […]
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସକାଳୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଲଘୁଚାପ ପ୍ରଭାବରେ ଟ୍ୱିନ୍ ସିଟିରେ ମଧ୍ୟ ବର୍ଷା ଲାଗି ରହିଛି। ଘଣ୍ଟାପ୍ରତି ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବ ବୋଲି କୁହାଯାଇଛି। ବିଶେଷ କରି […]
ସମ୍ବଲପୁର : ଜୋରଧରିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି। ଅାଜିଠାରୁ ସମ୍ବଲପୁର ଓକିଲ ସଂଘ ପୁଣି ଥରେ ଅାନ୍ଦୋଳନକୁ ଓହ୍ଲାଉଛି। ବିଧାନସଭା ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ କୋର୍ଟ ବର୍ଜନ ନିଷ୍ପତ୍ତି ନିଅାଯାଇଛି। ସମ୍ବଲପୁର ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଅାଯାଇଛି। ଅାସନ୍ତାକାଲିଠାରୁ ଜିଲ୍ଲାର ସମସ୍ତ ରାଜସ୍ୱ ଅଫିସ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଅାଯାଇଥିବା ବେଳେ ଅାଜିଠାରୁ କୋର୍ଟ ବନ୍ଦ କରାଯାଉଛି। ସେହିପରି ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ନେଲସନ […]
ଭୁବନେଶ୍ୱର: ନିଜ ଜିଲ୍ଲାରେ ପରୀକ୍ଷା ଦେବେ ଡି.ଏଲ.ଇଡି ପରୀକ୍ଷାର୍ଥୀ। ସେମାନେ ପାଠ ପଢୁଥିବା ଡି.ଆଇ.ଇ.ଟି ମାଧ୍ୟମରେ ଆବେଦନ କରି ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ। ଅନଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି ପରେ ଭିତ୍ତିଭୂମି ଅଭାବରୁ ନିଜ ଜିଲ୍ଲାରେ ଅଫଲାଇନ୍ରେରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ତେବେ ପରୀକ୍ଷା କୋଭିଡ୍ ଗାଇଡ୍ଲାଇନ୍ ପାଳନ ସହ ଅନୁଷ୍ଠିତ ହେବ। ରାଜ୍ୟରେ ମୋଟ୍ ୮୦ ଟି ସେଣ୍ଟର ମଧ୍ୟରୁ ଯେଉଁଠି ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଚାହିଁବେ […]
ଭୁବନେଶ୍ୱର : ଅାଜି ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବେ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ତାସହ ଅାସନ୍ତାକାଲିଠାରୁ ଏକକାଳୀନ ସବୁ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି ମିଳିତ ମଞ୍ଚ। ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଲାଗୁ ଦାବିରେ ରାଜଧାନୀର ରାଜରାସ୍ତାରେ ଅାଜିକୁ ୨୧ ଦିନ ହେଲା ଅହୋରାତ୍ର ଅାନ୍ଦୋଳନ ଚାଲିଛି। ହେଲେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଶିକ୍ଷକ-କର୍ମଚାରୀ ମିଳିତ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨, ୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୧,୩୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୯୫୭ । ଖୋର୍ଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର କମୁଥିବା ଦେଖିବାକୁ ମିଳିଛି। ତେବେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏହି ଜିଲ୍ଲାରୁ। ଖୋର୍ଦ୍ଧାରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୪ ରହିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। […]
କୋଲକାତା : କୋଲକାତାରେ ଭୁଶୁଡ଼ି ପଡ଼ିଲା ପୁରୁଣା ଫ୍ଲାଏ ଓଭର। ଦକ୍ଷିଣ କୋଲକାତାର ଅାଲିପୁର ମାଜରହାଟ ଅଞ୍ଚଳରେ ଥିବା ୪୦ ବର୍ଷର ଏକ ପୁରୁଣା ପୋଲ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାସ୍ଥଳରୁ ୯ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଅାଉ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ରହିଥିବା ଅାଶଙ୍କା କରାଯାଉଛି। ବ୍ରିଜର ଏକ ବିରାଟ ଅଂଶ ତଳେ ଥିବା ରେଳ ଧାରଣା ଉପରେ ଖସି ପଡ଼ିଥିଲା। ଫଳରେ ସେହି […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୫୭ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୟୂରଭଞ୍ଜରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ୱରରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ପୁରୀ, ସୁନ୍ଦରଗଡରୁ ୨ ଜଣ ଲେଖାଏ କରୋନ ରୋଗୀ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷେ ବାଲେଶ୍ୱର, ବଲାଙ୍ଗୀର, ଜଗତସିଂହପୁର, […]
ଭୁବନେଶ୍ୱର : ଅାଇନ ତିଅାରି କରୁଥିବା ଜନ ପ୍ରତିନିଧିଙ୍କର ଅାଇନ ପ୍ରତି ଅବଜ୍ଞା। ସମ୍ପତ୍ତି ତାଲିକା ଘୋଷଣା କରୁ ନାହାନ୍ତି ସାଂସଦ। ସୂଚନା ଅଧିକାର ଅାଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଷୋଡ଼ଶ ଲୋକସଭାରେ ୬୧ ଜଣ ସାଂସଦ ଏ ଯାଏଁ ବାଚସ୍ପତିଙ୍କ ନିକଟରେ ନିଜ ସଂପତ୍ତି ତାଲିକା ଦାଖଲ କରି ନାହାନ୍ତି। ସେହିଭଳି ରାଜ୍ୟସଭାର ବି ୨୯ ସାଂସଦଙ୍କର ନାଁ ରହିଛି ଏହି ଖିଲାପୀ ତାଲିକାରେ। ଡିକ୍ଲାରେସନ ଅଫ୍ ଅାସେଟ୍ସ ଅାଣ୍ଡ୍ ଲ୍ୟାବିଲିଟିଜ୍ ରୁଲ୍ସ୍ ୨୦୦୪ […]
କେନ୍ଦୁଝର : କେନ୍ଦୁଝର ବନଖଣ୍ଡରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ। ଖାଦ୍ୟ ଅନ୍ୱେଷଣରେ ୧୬୦ରୁ ଉର୍ଦ୍ଧ୍ୱ ହାତୀ ଅାସି କେନ୍ଦୁଝର ବନଖଣ୍ଡରେ ଅାତଙ୍କରାଜ ଚଳାଇଛନ୍ତି। ସେ ମଧ୍ୟରୁ ଚମ୍ପୁଅା ରେଞ୍ଜରେ ୬୮ଟି ହାତୀ ଅଛନ୍ତି । ମାଲଦା, ଦୁବୁନା, ମିରିଗିସିଂଗା, ଟୁନଟୁନା ଅାଦି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଜନବସତି ଅାଡକୁ ମାଡ଼ି ଅାସୁଛନ୍ତି। ଫଳରେ ସ୍ଥାନୀୟ ଲୋକେ ଅାତଙ୍କିତ ଅବସ୍ଥାରେ ଅଛନ୍ତି। ସେପଟେ ହାତୀ ଘଉଡ଼ାଇବା ଲାଗି ବନ ବିଭାଗ ପକ୍ଷରୁ ୧୬ଟି ସ୍କ୍ୱାଡ […]
ରାୟଗଡ଼ା : ଖୋଲିଲା ରାୟଗଡ଼ା ଜିଲ୍ଲାର JK ପେପର ମିଲ୍ । କିଛି ସମୟ ତଳେ କମ୍ପାନୀ କର୍ତ୍ତୃପକ୍ଷ କାରଖାନାର ତାଲା ଖୋଲିଛନ୍ତି। ଅାନ୍ଦୋଳନ ପ୍ରତ୍ୟାହାର ପାଇଁ ଶ୍ରମିକ ସଂଘର ନିଷ୍ପତ୍ତି ପରେ କାରଖାନାର ତାଲା ଖୋଲିଛି। ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ତ୍ରିପାକ୍ଷିକ ଅାଲୋଚନା ପରେ ସାମାଧାନର ବାଟ ଫିଟିଥିଲା। ଜିଲ୍ଳାପାଳ ଗୁହା ପୁନମ ତାପସ କୁମାର, ଏସପି ରାହୁଲ ପିଅାର, ଏଡିଏମ, ଡେପୁଟି ଶ୍ରମ କମିଶନର ଠିକା କର୍ମଚାରୀ ସଂଘ ଓ […]
କଟକ : କଟକର ଅାଇନଜୀବୀ-ପୁଲିସ ଗଣ୍ଡଗୋଳର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଣେ ଡିଏସ୍ପି ସ୍ତରର ଅଧିକାରୀ ଏହାର ତଦନ୍ତ କରିବେ। କଟକ ହାଇକୋର୍ଟର ଜଣେ ଓକିଲଙ୍କୁ ପୁଲିସ ମାଡ଼ ମାରିବା ଅଭିଯୋଗ ପରେ ଲଙ୍କାକାଣ୍ଡ ହୋଇଥିଲା। ଏକ ଭ୍ୟାନକୁ ମଧ୍ୟ ପୋଡ଼ି ଦିଅାଯାଇଥିଲା। ସେହି ଘଟଣା ପରଠାରୁ ଓକିଲ ସଂଘର କାର୍ଯ୍ୟବନ୍ଦ ଅାନ୍ଦୋଳନ ଜାରି ରହିଛି। ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ଗିରଫ ଦାବି କରାଯାଇଛି। ଏହି ଘଟଣାରେ ୩ ଜଣ […]
ଭୁବନେଶ୍ୱର : ବେଲଗାମ ତେଲ ଦର । ଗତ ୧୦ ଦିନ ଧରି ଲଗାତର ଭାବେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ୍ ଦର । ଅାଜି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ପେଟ୍ରୋଲ ଦାମ୍ । ମୁମ୍ବାଇରେ ୮୬ ଟଙ୍କା ପାର କରିଛି ପେଟ୍ରୋଲ । ଅାଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲ୍ ଲିଟର୍ ପିଛା ୭୫ ଟଙ୍କାରେ ପହଞ୍ଚିଛି । ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ […]
ଭଦ୍ରକ: ପୋଲିସ ଇନଫର୍ମର ସନ୍ଦେହରେ କାର ଜାଳି ଦେଇଛନ୍ତି କୋଇଲା ମାଫିଆ । କୋଇଲା ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେବାରୁ ଏପରି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ମାରପୁର ଗାଁରେ ଘଟିଛି ଏପରି ଘଟଣା। ଭଦ୍ରକ-ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବାବେଳେ ଚଳନ୍ତା ଟ୍ରେନରୁ ମାଫିଆମାନେ କୋଇଲା ଚୋରି କରି ନେଉଥିଲେ। ଏପରି ଘଟଣା ଏଠାରେ ନିୟମିତ ଘଟୁଥିବାବେଳେ କୋଇଲା ଚୋରି କରି ମାଫିଆମାନେ ମାଲାମାଲ ହେଉଥିଲେ। ଏ ନେଇ ଗତକାଲି […]
ଭୁବନେଶ୍ୱର: ଦାମଙ୍କ ନିଶାନାରେ ମେ ୨୯ର ଖଳନାୟକ। କିଛି ନେତା ଓ ଅଫିସରଙ୍କ ଚକ୍ରବ୍ୟୁହରେ ଫସିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ମାନଙ୍କୁ ଲକ୍ଷ୍ୟ କରି ଦାମ ଛାଡିଛନ୍ତି ଶଦ୍ଦ ବାଣ। ନାଁ ନେଇ ନଥିଲେ ବି ଏହି ଖଳନାୟକ କରୁଥିବା ଦୋଷ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟଶ୍ଚିତ କରିବାକୁ ପଡିବ ବୋଲି କହିଛନ୍ତି ଦାମ। ସପ୍ତାହରେ ଗୋଟିଏ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଗୁଇନ୍ଦା ରିପୋର୍ଟ ଦେବାର ବ୍ୟବସ୍ଥା ଥିଲେ ବି ଏହା ଦିଅାଯାଉନାହିଁ ବୋଲି ଅଭିଯୋଗ ବି ଅାଣିଛନ୍ତି ଦାମ। ବିଜୁଙ୍କ […]
ବାଙ୍କୀ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଟ୍ୱିନ୍ ସିଟିରେ ମଧ୍ୟ ବର୍ଷା ଲାଗି ରହିଛି। ବାଙ୍କୀରେ ବର୍ଷା ସାଙ୍ଗକୁ ବଜ୍ରପାତ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଅଛନ୍ତି। ଆଜି ସକାଳେ ବାଙ୍କୀ ଥାନା ଅନ୍ତର୍ଗତ ଦୋଳଣାପୁର ନିକଟରେ ୫ ଜଣ ବିଲକୁ କାମ କରିବାକୁ ଯାଉଥିଲେ। ବର୍ଷା ସାଙ୍ଗକୁ ବଜ୍ରପାତ […]
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ପାଇଁ ବାହାରିଲା ଲଗ୍ନ । ଅାଉ ଏପଟେ ଲଗ୍ନ ବାହାରୁ ବାହାରୁ ଗ୍ରାଣ୍ଡ୍ ସେଲିବ୍ରେସନ୍ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି । ନୂଆଁଖାଇରେ ହେବ ଜୁହାର ଭେଟ୍ଘାଟ୍। ପିଠାପଣା ବାସ୍ନାରେ ମହକିବ ପରିବେଶ, ଅାଉ ପାରମ୍ପରିକ ବାଦ୍ୟରେ ଦୁଲୁକିବ ପଶ୍ଚିମ ଓଡିଶାର ସବୁ ନିର୍ବାଚନ ମଣ୍ଡଳୀ। ଅାଉ ଏଇ ପରିବେଶରୁ ଫାଇଦା ଉଠାଇବା ଚକ୍କରରେ ପ୍ରଥମ ଥର ପାଇଁ ବିଜେଡି ଅାୟୋଜନ କରୁଛି ନୂଆଁଖାଇ ଜୁହାର […]
କେନ୍ଦୁଝର : ପୁଣି ଖଟିଅାରେ ବୁହା ହେଲେ ରୋଗୀ । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନୂଅାଡିହ ଗାଁରେ । କାଦୁଅ ରାସ୍ତା ଯୋଗୁଁ ୧୦୮ ଅାମ୍ବୁଲାନସ ଗାଁକୁ ଯାଇପାରି ନଥିଲ। ସେଥିପାଇଁ ରୋଗୀଙ୍କୁ ଖଟିଅାରେ ବୁହା ହୋଇ ଅାମ୍ବୁଲାନସ ପାଖକୁ ଅଣାଯାଇଥିଲା । ନୂଅାଡିହ ଗାଁର ଉର୍ମିଳା ମହାନ୍ତିଙ୍କୁ ଜ୍ୱର ହେଉଥିବାରୁ ଅାମ୍ବୁଲାନସ ଡକାଯାଇଥିଲା। ଉର୍ମିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତେଲାକୋଇ ଚିକିତ୍ସାଳୟରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।
କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ବ୍ରାହ୍ମଣମଣିଯୋରୀ ଗାଁର ସାହସୀ ଯୁବତୀ ସସ୍ମିତା ନାୟକଙ୍କୁ ଭେଟିଲେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସସ୍ମିତା ଗତ ୨୯ ତାରିଖରେ ଗାଁ ପାଖ ଗୋବରୀ ନଦୀରେ ଭାସି ଯାଉଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଅାଜି ବୈଜୟନ୍ତ ଗାଁକୁ ଅାସି ସସ୍ମିତାଙ୍କୁ ଭେଟି ତାର ସାହସିକ କାମ ପାଇଁ ପ୍ରଶଂସା କରିଥିଲେ। ସସ୍ମିତାଙ୍କ ସାହସିକତା ପାଇଁ ସରକାରଙ୍କୁ ଲେଖି ଜଣାଇବେ ବୋଲି କହିଛନ୍ତି ବୈଜୟନ୍ତ।