କଟକ: ସାଂଘାତିକ ହେଉଛି ମହାନଦୀରେ ବନ୍ୟା ସ୍ଥିତି। ଫଳରେ ମହାନଦୀ ବନ୍ୟାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ, ହୀରାକୁଦ ଡ୍ୟାମ୍ର ୪୬ଟି ଗେଟ୍ ଖୋଲାଯିବା ପରେ ଉପକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି। କଟକ ଜିଲ୍ଲା ବାଙ୍କୀ ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହେବସହ କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ବାଙ୍କୀରୁ ବୈଦେଶ୍ୱରକୁ ମଧ୍ୟ ଯା’ଆସ ପ୍ରଭାବିତ ହୋଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର ଫୁଲିବାରେ ଲାଗିଛି। ଫଳରେ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଉଷ୍ମ ପ୍ରସ୍ରବଣରେ ମହାନଦୀ ବନ୍ୟା ଜଳ ପ୍ରବେଶ କରିଥିବାବେଳେ ଦୟାନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ମହାନଦୀର ଶାଖାନଦୀରେ ବନ୍ୟା ଆସିବାରୁ ଅଟ୍ରିରେ ୪ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି।ଘାଇ ସୃଷ୍ଟି ହେବା ଫଳରେ ବାଙ୍କୀ, ତୁଳସୀପୁର ହୋଇ ଉଷ୍ଣ ପ୍ରସ୍ରବଣରେ ବନ୍ୟା ଜଳ ପ୍ରବେଶ କରିଛି। ଅନ୍ୟପକ୍ଷେ, ଜଟଣୀର ତିରିମଲଠାରେ ଦୟାନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଆଜି ଭୋର ସମୟରେ ଘାଇ ସୃଷ୍ଟି […]
ମାଲକାନଗିରି: ମହଙ୍ଗା ପଡ଼ିଲା ଗଞ୍ଜେଇ ଗାଡ଼ିକୁ ଅଟକାଇ ଲାଞ୍ଚ ମାଗିବା। ଗଞ୍ଜେଇ ଗାଡ଼ିକୁ ଅଟକାଇ ଲାଞ୍ଚ ମାଗିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନାର ଜଣେ ASI ଓ ୨ ହୋମ୍ଗାର୍ଡଙ୍କୁ ଗିରଫ କରାଯାଇଛି। ଏହାସହ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅନ୍ୟ ଜଣେ SI ସସ୍ପେଣ୍ଡ ହୋଇଛନ୍ତି। ସୂଚନାଥାଉ କି, ୪ ଦିନ ତଳେ ଏମାନେ ଖଇରିପୁଟ ନିକଟରେ ଚେକିଂ ସମୟରେ ଏକ ଗଞ୍ଜେଇ ଗାଡିକୁ ଅଟକାଇ ଲାଞ୍ଚ ମାଗିଥିଲେ। ଏହି ଘଟଣା ଜଣାପଡ଼ିବା ପରେ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି। ଗତ ୨୪ ଘଣ୍ଟାରେ ୩,୦୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର୍ କରିଛି। ଚିହ୍ନଟ ନୂଆ ୩,୦୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୬୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୧୪୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧା […]
ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୪ଜଣ, ଭୁବନେଶ୍ୱର, କଟକ, ଯାଜପୁର, ମାଲକାନଗିରି, ନବରଙ୍ଗପୁର, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୨ ଛୁଇଁଛି। ଅନ୍ୟପକ୍ଷରେ, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ […]