ପାରଳାଖେମୁଣ୍ଡି : ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲରେ ଫସିରହିଥିବା ଗଜପତି ଜିାର ଜଗପତି କାର୍ଜି ଓଡ଼ିଶା ଫେରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ କିଛି ଅନୁଷ୍ଠାନର ସଦସ୍ୟଙ୍କ ଉଦ୍ୟମରେ ୩୫ ବର୍ଷ ପରେ ସେ ଗତକାଲି ରାତିରେ ଓଡ଼ିଶା ବାହୁଡ଼ିଛନ୍ତି। ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସର ଜଗପତିଙ୍କୁ ଆଣିବା ପାଇଁ ଅରୁଣାଚଳ ପ୍ରଦେଶ ଯାଇଥିଲେ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅବାସିଂ ଗାଁର ଜଗପତି କାର୍ଜି କାମଧନ୍ଧା ଅଭାବରୁ ଗତ ୩୫ ବର୍ଷ ତଳେ […]
ସମ୍ବଲପୁର: ହୀରାକୁଦ ଡ୍ୟାମ୍ର ଆଉ ୨ଟି ଗେଟ୍ ଖୋଲିଛି। ଏବେ ୪୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳ ପତ୍ତନ ୬୨୬.୨୭ ରହିଛି। ଡ୍ୟାମ୍କୁ ୮ ଲକ୍ଷ ୭୮ ହଜାର ୬୦୭ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମ୍ରୁ ୭ ଲକ୍ଷ ୫୭ ହଜାର ୭୯୬ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଅନ୍ୟପକ୍ଷରେ, ମୁଣ୍ଡଳିରେ ୯ ଲକ୍ଷ ୪୮ ହଜାର ୯୦୫ କ୍ୟୁସେକ୍ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍ମାର୍କଡ୍ରେ ପରିଣତ ହୋଇ ଗତକାଲି ଛତିଶଗଡ଼ ପାଖାପାଖି ଥିବାବେଳେ ଆଜି ଏହା ଛତିଶଗଡ଼ର ଉତ୍ତରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର ଓ କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]
ଭଦ୍ରକ: ଗ୍ରାମବାସୀ ଦେଖାଇଲେ ମାନବିକତା। ବନ୍ୟା ପାଣିରେ କାନ୍ଧରେ ମୃତଦେହ ଭାର କରି ବୋହି ଆଣିଲେ ଲୋକେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଦକ୍ଷିଣକୁରୁଆ ଗାଁର ଘଟଣା। ଗତକାଲି ଗାଁର ହେମନ୍ତ ଜେନା ପାଣିରେ ଭାସିଯାଇଥିଲେ। ଓଡ୍ରାଫ୍ ଟିମ୍ ଆସିନପାରିବାରୁ ଆଜି ସକାଳେ ଗାଁଲୋକେ ଖୋଜାଖୋଜି କରି ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ଚାରିଆଡେ ପାଣି ଥିବାରୁ ଟ୍ରଲି କି ଆମ୍ବୁଲାନ୍ସ ଆସିପାରିଲା ନାହିଁ। ଫଳରେ ଗାଁଲୋକେ ନିଜେ ମୃତଦେହକୁ ଭାର କରି ନେଇଥିଲେ।
ଯାଜପୁର: ନଦୀ କୂଳରୁ ଉଦ୍ଧାର ହେଲା ମଣିଷ କଙ୍କାଳ। ଦୁଇଟି କଙ୍କାଳକୁ ଉଦ୍ଧାର କରିଛି ପୋଲିସ୍। ଘଟଣା ଘଟିଛି ଯାଜପୁର ବୈତରଣୀ ନଦୀର ଧନତ୍ରୀ ଘାଟରୁ। ସ୍ଥାନୀୟ କୋରେଇ ଅଞ୍ଚଳର ଲୋକେ ନଦୀ କୂଳରେ ଏହି କଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ କଙ୍କାଳ କେଉଁଠୁ ଆସିଲା ସେ ନେଇ ସୂଚନା ମିଳିପାରିନି। ନଦୀରେ ଏହା ଭାସି ଆସିଛି ନା ଅନ୍ୟ କେଉଁଠୁ ଆସିଛି ସେ ସମ୍ପର୍କରେ ଜାଣିବା ପାଇଁ ଏହାକୁ ଫରେନ୍ସିକ ଟିମ୍କୁ ପଠାଯାଇଥିବା ପୋଲିସ୍ […]