ସୁନ୍ଦରଗଡ଼: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ହୋମଗାର୍ଡ ଗିରଫ। ବିରମିତ୍ରପୁର ଥାନା ହୋମ୍ଗାର୍ଡ ତଥା ଡ୍ରାଇଭର ଗୁରୁଚରଣ ଫରିକାରଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ। JMFCରେ ଟିଆଇ ପରେଡ୍ରେ ହୋମ୍ଗାର୍ଡକୁ ପୀଡ଼ିତା ଚିହ୍ନଟ କରିଥିଲେ। ପୀଡ଼ିତା ଚିହ୍ନଟ କରିବା ପରେ ହୋମଗାର୍ଡକୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି। ପୂର୍ବରୁ ଘଟଣାରେ ତତ୍କାଳୀନ ଥାନାଧିକାରୀ ଓ ଡାକ୍ତର ଗିରଫ ହୋଇଛନ୍ତି। ଘଟଣାଟି ଥିଲା ଏମିତି:- ନାବାଳିକାକୁ ଗତ ଜୁନ୍ ୧୪ ତାରିଖରେ ବସଷ୍ଟାଣ୍ଡରୁ ଉଦ୍ଧାର କରି ବୀରମିତ୍ରପୁର ପୋଲିସ […]
ଭୁବନେଶ୍ୱର: ଜୟନ୍ତୀ ଓ ଦୀପଗ୍ରେସ୍ଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ପାରା ଆଥଲେଟ ଜୟନ୍ତୀ ବେହେରା, ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ପାଇଲେ ଏହି ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଛନ୍ତି। ଉଭୟଙ୍କୁ ମାନପତ୍ର, ଉପଢୌକନ ସହ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଦିଆଯାଇଛି। ସତ୍ୟରଂଜନ ପଟ୍ଟନାୟକଙ୍କୁ ବିଜୁ […]
ଭୁବନେଶ୍ୱର: ମହାନଦୀର ଭୟଙ୍କର ରୂପ। ହୀରାକୁଦ ଡ୍ୟାମ୍ରୁ ୪୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ପରେ ଏଭଳି ସ୍ଥିତି କେଉଁଠି ଘାଇ ସୃଷ୍ଟି କଲାଣି, ଆଉ କେଉଁଠି ଧସେଇ ପଶିଲାଣି ଜନବସତିକୁ। ଉପରୁ ତଳ ମୁଣ୍ଡ ଯାଏଁ ଟଳମଳ ଅବସ୍ଥା। କଟକ ଜିଲ୍ଲା ବାଙ୍କୀ ଗୟଳବାଙ୍କ ପାଖରେ ଘାଇ ସୃଷ୍ଟି ହୋଇ ଚାଷ ଜମି ସହ ଗାଁ ଭିତରକୁ ପ୍ରବେଶ କରିଛି ବନ୍ୟା ପାଣି। ଫଳରେ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ। […]
ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଓ ସଟଡାଉନ ସାମୟିକ ବାରଣ କଲେ ସରକାର। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ୱର ୧୨ରୁ ୧୪ ଯାଏ ମନା କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି SRC। ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ଲକଡାଉନ ଓ ସଟଡାଉନ ବାରଣ କରାଯାଇଛି। ପରୀକ୍ଷାର୍ଥୀ, ଅଭିଭାବକ, ପରୀକ୍ଷା କେନ୍ଦ୍ର ଷ୍ଟାଫଙ୍କ ସୁବିଧା ପାଇଁ ଏହା ବାରଣ କରାଯାଇଛି। JEE ମେନ୍ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି […]
ଭୁବନେଶ୍ୱର: ଆସନ୍ତାକାଲି ସକାଳେ ମୁଣ୍ଡଳି ଛୁଇଁବ ସର୍ବାଧିକ ବନ୍ୟାଜଳ। ଏ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମକୁ ପ୍ରଚୁର ଜଳ ପ୍ରବେଶ କରୁଛି। ଏବେ ଡ୍ୟାମକୁ ୮,୯୫, ୬୦୦ କ୍ୟୁସେକ୍ ପଶୁଛି, ୭, ୬୨, ୧୯୫ କ୍ୟୁସେକ୍ ବାହାରୁଛି। ହୀରାକୁଦରୁ ଆସୁଥିବା ବନ୍ୟାଜଳ କାଲି ସକାଳ ସୁଦ୍ଧା ମୁଣ୍ଡଳି ଛୁଇଁବ ବୋଲି ସେ କହିଛନ୍ତି। ମୁଣ୍ଡଳି ଛୁଇଁଲା ବେଳେ ଜଳ ପ୍ରବାହ ୧୦ରୁ ସାଢ଼େ ୧୦ […]
ଭୁବନେଶ୍ୱର: ମହାମାରୀ କରୋନା ମଣିଷକୁ ଦୁଃଖ ଦେଇଥିଲେ ବି ଦେଇଛି ଆଶ୍ୱାସନା। ହୃଦୟ ଖୋଲିଦେଲେ ଦୁନିଆର ଦୁଃଖ ରହିବନି-ଏହି ସତ୍ୟକୁ ଆଜି ମଣିଷ ଅନୁଭବ କରିଛି। ଏହି ଦୁଃସ୍ଥିତିରେ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ବହୁତ ସହୃଦୟ ଲୋକ। ଏମିତି ଜଣେ ସହୃଦୟ ବ୍ୟକ୍ତି ହେଉଛନ୍ତି କଣ୍ଠଶିଳ୍ପୀ ବସନ୍ତ ପାତ୍ର। କରୋନା ମହାମାରୀ ସମସ୍ତଙ୍କ ମୁହଁରୁ ଛଡ଼େଇ ନେଇଛି ହସ। ଖଟିଖିଆ ମଣିଷମାନଙ୍କ ପେଟରୁ କାଟି ନେଇଛି ଦାନା। ସବୁଠି କାମଧନ୍ଦା ବନ୍ଦ। ବେପାର […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ୫୦୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୩୪୫ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍ସି। ଏହାକୁ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫୦୬ରେ ପହଞ୍ଚିଛି। ୫୭୬୪ ଜଣ ସୁସ୍ଥ ହୋଇ ଘରକୁ ପେରିଛନ୍ତି। ୪୦ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୩୬୯୩ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ୩,୨୫୨ କରୋନା ପଜିଟିଭ ଚିହ୍ନଟ […]