ଭୁବନେଶ୍ୱର: ରାଜ୍ୟରେ କରୋନା ଓ ବନ୍ୟା ପରିସ୍ଥିତି ବେଳେ ଲୋକଙ୍କ ସହ ରହିବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ଆଗକୁ ହେବାକୁ ଥିବା JEE, NEET ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି କରୁଛନ୍ତି। ତେଣୁ ପିଲାଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ‘ସବୁ ପିଲା ଆମ ପରିବାରର। ତେଣୁ ସେମାନଙ୍କ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀରେ ବର୍ତ୍ତମାନ ସୁଦ୍ଧା ୩୨ଟି ଘାଇ ସୃଷ୍ଟି ହୋଇଛି। କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଛି। ମହାନଦୀ ସିଷ୍ଟମରେ ମଧ୍ୟ ୨ଟି ଘାଇ ସୃଷ୍ଟି ହୋଇଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଅନୁସାରେ, ହୀରାକୁଦରେ ଏବେ ୪୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି। ଆବଶ୍ୟକ ହେଲେ ହୀରାକୁଦର ଆଉ ୨ଟି ଗେଟ୍ ଖୋଲା ଯାଇପାରେ। […]
ଭୁବନେଶ୍ୱର: JEE ପରୀକ୍ଷାର୍ଥୀଙ୍କ ପାଇଁ ରାଜଧାନୀରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। JEE ଓ ନିଟ୍ର ସୁପରିଚାଳନା ପାଇଁ ବିଏମ୍ସି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ୮ଟି ସ୍ଥାନରେ ରହଣି ବ୍ୟବସ୍ଥା କରାଯାଇଥିବା ବିଏମ୍ସି ସୂଚନା ଦେଇଛି। ସେହିପରି ପିଲାଙ୍କ ରହଣି କେନ୍ଦ୍ରରେ ସ୍ୱତନ୍ତ୍ର କୋଭିଡ୍ ନିରୀକ୍ଷକ ରହିବେ। ପିଲାଙ୍କ ଯିବାଆସିବା ପାଇଁ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା କରାଯିବ। ସବୁ ପରୀକ୍ଷା କେନ୍ଦ୍ରରେ ସାନିଟାଇଜିଂ ବ୍ୟବସ୍ଥା ରହିବ। କେନ୍ଦ୍ର ବାହାରେ […]
ପୁରୀ: ପୁରୀ ଶ୍ରୀନଅରରେ ପାଳିତ ହୋଇଛି ପବିତ୍ର ସୁନିଆ ଉତ୍ସବ। ଉତ୍କଳୀୟ ଗଜପତି ପରମ୍ପରାରେ ଗତକାଲିଠୁ ନୂତନ ବର୍ଷ ଆରମ୍ଭ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ୬୩ ଅଙ୍କ ପ୍ରଚଳନ ହୋଇଥିବାବେଳେ ୧୪୨୮ସାଲ ପ୍ରବେଶ କରିଛି। ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ଦେବାର୍ଚ୍ଚନ, ମଙ୍ଗଳାର୍ପଣ ଆଦି କରାଯିବା ସହ ସୁନିଆର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା। ୧୬ ଶାସନି ବ୍ରାହ୍ମଣମାନେ ଗଜପତିଙ୍କୁ […]
ରାଜକନିକା: ଦ୍ୱୀପରେ ୪ ଦିନ ଧରି ଫସି ରହିଥିବା ପରିବାରକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ଯୋଦ୍ଧା। କେନ୍ଦ୍ରାପଡ଼ା ରାଜକନିକା କଇଥାପାଳ ଦ୍ୱୀପରେ ଫସି ରହିଥିବା ପରିବାରର ୫ ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ଓ ଜଣେ ମହିଳା ରହିଛନ୍ତି। ହଠାତ୍ ବନ୍ୟା ପାଣି ଆସିବା ଯୋଗୁଁ କଇଥାପାଳରେ ଗୋଟିଏ ପାରିବାର ଲୋକେ ଫସି ରହିଥିଲେ। ପାଣି ବଢ଼ିବା ସହ ଆଉ କୂଳକୁ ଆସିନପାରି ଭାଗ୍ୟକୁ ଆଦରି ରହିଥିଲେ। ଯାହା […]
ନୟାଗଡ଼: ଖୁଦୁରୁକୁଣୀ ପୂଜା ପାଇଁ ନଈରେ ଗାଧୋଇବା ହେଲା କାଳ। ବନ୍ୟା ଜଳରେ ଭାସି ଗଲେ ୪ ନାବାଳିକା। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଟାକରା ପଞ୍ଚାୟତ ବୁରୁ ସାହିରେ। ଖୁଦୁରୁକୁଣୀ ପୂଜା ପାଇଁ ୪ ଜଣ ନାବାଳିକା ନିକଟସ୍ଥ ବୃତଙ୍ଗ ନଦୀରେ ଗାଧୋଉ ଥିଲେ। କିନ୍ତୁ ନଦୀର ସ୍ରୋତ ଏତେ ପ୍ରଖର ଥିବା ସେମାନଙ୍କୁ ଅଜଣା ଥିଲା। ଜଳ ସ୍ରୋତରେ ସେମାନେ ଭାସିଯାଇଥିଲେ।ତେବେ ଖବର ପାଇ ସ୍ଥାନୀୟ ଲୋକେ ଏବଂ ଦଶପଲ୍ଲା […]
ସମ୍ବଲପୁର: ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ। ପୋଲିସ୍ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲା ପୋଲିସ୍। ଝାରସୁଗୁଡ଼ାର ରାମପଦା ଛକରେ ଧରିଲା ରେଙ୍ଗାଳି ପୋଲିସ୍। ଏଥିରେ ଥିବା ୨୧ କେଜି ଗଞ୍ଜେଇକୁ ଜବତ କରିବା ସହ ପୋଲିସ୍ର ବୋଲେରୋ ଗାଡ଼ି ଜବତ କରାଯାଇଛି। ଜବତ ଗାଡ଼ିଟି GRP ପୋଲିସ୍ର ବୋଲି ଜଣାଯାଇଛି। ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଡ୍ରାଇଭରଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଏଥି ସହିତ ଏଥିରେ ଅନ୍ୟ […]
ଭୁବନେଶ୍ୱର: ବନ୍ୟାରେ ରାଜ୍ୟର ୨୦ ଜିଲ୍ଲାର ୧୪ ଲକ୍ଷ ଲୋକ ପ୍ରଭାବିତ। ୩୨୫୬ ଗାଁ ପ୍ରଭାବିତ। ଏଯାବତ୍ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଲେ SRC। ରାଜ୍ୟର ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା କହିଛନ୍ତି ଯେ, ବନ୍ୟାରେ ୨୦ ଜିଲ୍ଲା ପ୍ରଭାବିତ ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, […]