ଭୁବନେଶ୍ୱର: କରୋନା ପାଇଁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ ମେନ୍ ଲିଖିତ ପରୀକ୍ଷା(Main Written Test)। ସେପ୍ଟେମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା। ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ ବୋଲି Odisha Public Service Commission(OPSC) ପକ୍ଷରୁ କୁହାଯାଇଛି।
ଭୁବନେଶ୍ୱର: ବଢ଼ିଲା ପିଜି କମନ ଏଣ୍ଟ୍ରାନ୍ସ ଆବେଦନର ଅବଧି। ସେପ୍ଟେମ୍ବର ୧୦ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ପ୍ରବେଶିକା ପରୀକ୍ଷା ଅକ୍ଟୋବର ୧୦ରୁ ୧୯ ପର୍ଯ୍ୟନ୍ତ ହେବ। ନଭେମ୍ବର ୭ରେ ମେରିଟ ଲିଷ୍ଟ ବାହାରିବ ଓ ଡିସେମ୍ବର ୩ରେ କ୍ଲାସ ଆରମ୍ଭ ହେବ। ଅନ୍ୟପକ୍ଷରେ, କରୋନା ପାଇଁ ଓଡ଼ିଶା ସିଭିଲ ସର୍ଭିସ ମେନ୍ ଲିଖିତ ପରୀକ୍ଷାକୁ(Main Written Test) ଘୁଞ୍ଚାଇ ଦିଆଯାଇଛି। ସେପ୍ଟେମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା। ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ […]
ବାସୁଦେବପୁର(କିରୀଟି ଦାସ) : ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ସରକାର ସବୁବେଳେ ଯତ୍ନବାନ ଥିବା କହୁଛନ୍ତି । ସେଥିପାଇଁ ପ୍ରାଣୀ ଚିକିତ୍ସାଳୟ ଠାରୁ ଆରମ୍ଭକରି ପଂଚାୟତ ମାନଙ୍କରେ ପ୍ରାଣୀଧନ ସହାୟକ କେନ୍ଦ୍ର ନିର୍ମାଣ କରାଯାଇଛି । ସ୍ଥାନୀୟ ଅଂଚଳର ଚାଷୀମାନେ ଉପକୃତ ହେବାସହ…
ରାୟଗଡ଼ା: ଚିନ୍ତା ବଢାଇଲା ରାୟଗଡା। ଆଜି ଚିହ୍ନଟ ହୋଇଥିବା ପଜିଟିଭ ମଧ୍ୟରେ ରାଜ୍ୟର ଦ୍ୱିତୀୟ ସ୍ଥାନରେ ରହିଛି ରାୟଗଡା। ଜେଲ୍ ଅନ୍ତେବାସୀ ସଂକ୍ରମିତ ହେବା କରୋନା ବ୍ୟାପିବାର ମୂଳ କାରଣ। ରାୟଗଡ଼ା ଜିଲ୍ଲାରେ ୨୧୮ ଜେଲ୍ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାୟଗଡ଼ା ସବଜେଲରେ ୫ ଷ୍ଟାଫ୍ ସମେତ ୧୫୭ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗୁଣପୁର ସବ୍ଜେଲ୍ରେ ୬୧ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ ବେହେରାଙ୍କ ସୂଚନା ଦେଇଛନ୍ତି। ତେବେ ସମସ୍ତ […]
ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡା ଏବେ ବିପଦରେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ଆନାକୋଣ୍ଡା ମୃତ। ୮ଟି ହଳଦିଆ ଆନାକୋଣ୍ଡାରୁ ଏଯାବତ ୩ଟିର ମୃତ୍ୟୁ ଘଟିଲାଣି। ବ୍ୟାକ୍ଟେରିଆ ନା ରକ୍ତ ସଂକ୍ରମଣ ଯୋଗୁ ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ଏ ଯାଏ ଜଣାପଡ଼ିନି। ୨୦୧୯ ଅକ୍ଟୋବରରେ ୮ ଆନାକୋଣ୍ଡା ଚେନ୍ନାଇ ଚିଡିଆଖାନାରୁ ଆସିଥିଲେ। ଆନାକୋଣ୍ଡା ଆସିବାର ଶହେ ଦିନ ନପୁରୁଣୁ ୨ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ଓୟୁଏଟିର ଡାକ୍ତରୀ ଟିମ୍ […]