ଭୁବନେଶ୍ୱର: କାଲିଠୁ JEE (Main) 2020 ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ, NEET (UG) ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ। କରୋନା ମହାମାରୀ ସମୟରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ୬ ରାଜ୍ୟ। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ରାଜସ୍ଥାନ, ପଞ୍ଜାବ, ଛତିଶଗଡ଼ ଓ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ review ପିଟିସନ୍ ଦାଖଲ କରାଯାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ପରୀକ୍ଷା ସୁପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୧୬ ହଜାର ପରୀକ୍ଷାର୍ଥୀଙ୍କ […]
ଚାନ୍ଦବାଲି: ଚାନ୍ଦବାଲିର (Chandbali) ବିଜେଡି ବିଧାୟକ ବ୍ୟୋମକେଶ ରାୟ (Byomkesh Ray) କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ବିଧାୟକ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଆଇସୋଲେସନରେ ରହିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି। ଭଗବାନଙ୍କ ଆଶୀର୍ବାଦରୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ଚାନ୍ଦବାଲିର ବନ୍ୟା ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟ ନ କରିପାରିବାରୁ ବିଧାୟକ Byomkesh ଦୁଃଖ ପ୍ରକାଶ କରିଛନ୍ତି। ଆହୁରି ପଢ଼ନ୍ତୁ: ଓଡ଼ିଶାରେ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨,୬୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୨,୬୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୬୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୦୪୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତକାଲି ଖୋର୍ଦ୍ଧା (Khordha) ରୁ ୬୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ବି […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୯୨ ହୋଇଛି। Corona Deaths Update in Odisha ଆଜି ଭୁବନେଶ୍ୱରରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାର ୩ ଜଣ ରୋଗୀ ଆଖି ବୁଜିଥିବାବେଳେ କନ୍ଧମାଳର ୩, ନୟାଗଡ, ସୁନ୍ଦରଗଡ, ଗଞ୍ଜାମ, […]
ଆଠଗଡ଼ : ଆଠଗଡ଼ ରାଜନଗର ହାତୀ ମୃତ୍ୟୁ ମାମଲାରେ ଆସିଛି ଚାଞ୍ଚଳ୍ୟକର ଖୁଲାସା। ହାତୀର ମୃତ୍ୟୁ ସ୍ୱାଭାବିକ ନୁହେଁ ହତ୍ୟା କରାଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା। ହାତୀକୁ କିଛି ଖୁଆଇବା ପରେ ତାର ମୃତ୍ୟୁ ହୋଇଛି। ତେବେ ହାତୀ କଣ ଖାଇଛି ସେ ନେଇ ସ୍ପଷ୍ଟ ହୋଇନି। ମୃତ୍ୟୁକୁ ନେଇ ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଥିବା ଡିଏଫ୍ଓ କହିଛନ୍ତି। ଅନ୍ୟପଟେ ଘଟଣାକୁ ନେଇ ରାଜନଗର ଅଞ୍ଚଳର ଜଣଙ୍କୁ ଅଟକ ରଖି […]
ମାଲକାନଗିରି/ବିଜାପୁର: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଜଣେ ପୋଲିସ୍ ASIଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗତକାଲି ମାଓବାଦୀମାନେ ଛତିଶଗଡ଼ର ପୋଲିସ୍ ASI ନଗେୟା କର୍ସାଙ୍କୁ ଅପହରଣ କରି ନେଇଥିଲେ। ନଗେୟା କର୍ସା ଘରକୁ ଛୁଟିରେ ଯାଇଥିଲେ। ଗତକାଲି ଡ୍ୟୁଟିରେ ଯୋଗଦେବା ପାଇଁ ସେ କୁଟୁର ଥାନା ଫେରୁଥିଲେ। ଏହି ସମୟରେ ମାଓବାଦୀମାନେ ତାଙ୍କୁ ଅପହରଣ କରି ନେଇଥିଲେ। ଆଜି ବିଜାପୁର ଜିଲ୍ଲାର ତେନ୍ତୁଲନା ଗାଁ ନିକଟ ରାସ୍ତାରେ ମାଓବାଦୀମାନେ ASIଙ୍କୁ ଗୁଳିକରି […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସ୍ଥିତ ରାଜେନ୍ଦ୍ର ଜୁନିଅର କଲେଜର ଜଣେ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଓଡ଼ିଆ ଅଧ୍ୟାପକ ପ୍ରକାଶ ସାହୁଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ଭଡ଼ା ଘରୁ ଉଦ୍ଧାର କରାଯାଇଛି। ଅଧ୍ୟାପକ ପ୍ରକାଶ କଲେଜ ନିକଟରେ ଥିବା ଏକ ଭଡ଼ା ଘରେ ରହୁଥିଲେ। ତେବେ ଆଜି ସକାଳୁ ଘର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ଖବରପାଇ ବଲାଙ୍ଗିର […]