ଭୁବନେଶ୍ୱର: JEE (Main) 2020, NEET (UG) ପରୀକ୍ଷାର ସୁପରିଚାଳନା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷା କେନ୍ଦ୍ର ହୋଇଥିବା ସହର ଗୁଡ଼ିକରେ ଲକ୍ଡାଉନ୍/ସଟ୍ଡାଉନ୍ କଟକଣା ଲାଗୁ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ସେପ୍ଟେମ୍ବର ୭ ତାରିଖ ଯାଏ ଏବଂ ସେପ୍ଟେମ୍ବର ୧୨ରୁ ୧୪ ଯାଏ ଲକ୍ଡାଉନ୍/ସଟ୍ଡାଉନ୍ କଟକଣା ଲାଗୁ ହେବନି। କଟକଣା ଲାଗୁ ନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(SRC) ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି, […]
ଭୁବନେଶ୍ୱର: କରୋନା କଟକଣାକୁ ମାନି ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ପାଇଁ ଓଡିଶା ମନ୍ଦିର ସେବାୟତ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛି। ଏହା ସହିତ କରୋନା କଟକଣା ପାଇଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିବାରୁ ମାସକୁ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ସେବାୟତମାନଙ୍କୁ ବାର୍ଦ୍ଧକ୍ୟ ସମୟରେ ଅବସରକାଳୀନ ଭତ୍ତା, ପରିଚୟ ପତ୍ର ପ୍ରଦାନ, ସେବାୟତ ମାନଙ୍କୁ ଜୀବନ ବୀମା ଓ ସ୍ୱାସ୍ଥ୍ୟ କାର୍ଡର ଅନ୍ତର୍ଭୁକ୍ତ କରିବା ଭଳି ୮ […]
ପୁରୀ: ୨୦୨୩ ସୁଦ୍ଧା ପୁରୀରୁ ଉଡ଼ିପାରେ ବିମାନ। ପୁରୀରେ ବିମାନବନ୍ଦର ନିର୍ମାଣ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଯଦି, ସବୁ କିଛି ଠିକ୍ ରହେ ତା’ହେଲେ ୨୦୨୨ରୁ ୨୦୨୩ ମଧ୍ୟରେ ପୁରୀରୁ ବିମାନ ଉଡ଼ିପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ…
ସମ୍ବଲପୁର: ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍କୁ ଅଧିକ ଜଳ ପ୍ରବେଶ କରୁଛି। ଫଳରେ ବର୍ତ୍ତମାନ ଡ୍ୟାମ୍ର ୪୪ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଗତକାଲି ବିଳମ୍ବିତ ରାତିରେ ୨ଟି ଗେଟ୍ ଖୋଲିଥିବା ବେଳେ ଆଜି ସକାଳ ୮ଟା ୩୦ରେ ଆଉ ୨ଟି ଗେଟ୍ ଖୋଲିଛି। ଡ୍ୟାମ୍ର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳ ପତ୍ତନ ରହିଛି ୬୨୬.୨୭ ଫୁଟ। ଡ୍ୟାମ୍କୁ ୮ ଲକ୍ଷ ୫୩ […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ୩,୨୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧, ୯୮୭ ଏବଂ ଲୋକାଲ କଣ୍ଟାକ୍ଟ ୧, ୨୬୫ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଦେଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୬୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଖୁସିର କଥା, ଗଞ୍ଜାମ ସ୍ଥିତିରେ ଲଗାତାର ସୁଧାର ଆସୁଛି। ଆଜି ମଧ୍ୟ ଏଠାରେ ୧୬୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ କଟକ ସ୍ଥିତିରେ କୌଣସି […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର, ଭୁବନେଶ୍ୱର,କଟକ, ଜଗତସିଂହପୁର ଓ ମାଲକାନଗିରିରୁ ୨ଜଣ ଲେଖାଏ, ବରଗଡ଼, ଯାଜପୁର,ପୁରୀ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୦ ଛୁଇଁଛି। Regret to inform the demise of fourteen […]
ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ୬ ଜିଲ୍ଲା ପାଇଁ ୬ ବରିଷ୍ଠ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଏହି ୬ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଅଧିକାରୀମାନେ ନିଯୁକ୍ତ ହୋଇଛନ୍ତି। ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ, ଡି.କେ. ସିଂହ-କଟକ, ବିଶାଲ ଦେବ- ବାଲେଶ୍ୱର, ବିଷ୍ଣୁପଦ ସେଠୀ-ଭଦ୍ରକ, ଭି.ଭି. ଯାଦବ- ଯାଜପୁର, ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଦାୟିତ୍ୱ ଦିଆଯାଇଛି।