• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

scholl
ଆସନ୍ତା ପୂଜା ଛୁଟି ଯାଏ ବନ୍ଦ ରହିବ ସ୍କୁଲ ଓ କଲେଜ

ଭୁବନେଶ୍ୱର; ଆସନ୍ତା ପୂଜା ଛୁଟି ଯାଏ ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିବ। କରୋନା ସମୀକ୍ଷା ଅବସରରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ଏବଂ ଏପଟେ କୋଭିଡକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତିା ସେହିଭଳି ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ଅର୍ଥନୀତିରୁ ପୁନରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, ଏମଏସଏମଇ, […]

  • Sunday, 04 July 2021
flood
୨୪ ଘଣ୍ଟାର ଲଗାଣ ବର୍ଷାରେ ସାରା ରାଜ୍ୟ ପାଣି...ପାଣି: ଉତ୍ତର ଓ ପୂର୍ବ ଓଡ଼ିଶାକୁ ଘାରିଲା ବନ୍ୟା ଆଶଙ୍କା

ଭୁବନେଶ୍ୱର; ବିତ୍ପାତ ଆଣିଲା ବର୍ଷା। ୨୪ ଘଣ୍ଟାର ଲଗାଣ ବର୍ଷାରେ ସାରା ରାଜ୍ୟ ପାଣି… ପାଣି। ପୋଲ ଭାସିଛି, ରାସ୍ତା ବୁଡିଛି, କାନ୍ଥ ପଡ଼ି ଜୀବନ ବି ଯାଇଛି। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାଜଳ ଭର୍ତ୍ତି ହୋଇଯାଇଛି। ରାସ୍ତା ଅତିକ୍ରମ ବେଳେ ପୃଥକ ପୃଥକ ଘଟଣାରେ ୨ଟି ଟ୍ରକ୍ ଓ ଗୋଟିଏ କାର୍ ଭାସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷାରୁ ବହୁ ନଦୀର ଜଳସ୍ତର ବଢ଼ି ଉତ୍ତର ଓ ପୂର୍ବ ଓଡ଼ିଶାକୁ […]

  • Sunday, 04 July 2021
choll
ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆହୁରି ନର୍ଦ୍ଧୁମ ବର୍ଷା ହେବ। ରାଜ୍ୟର ପ୍ରାୟ ୨୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସମ୍ଭାବ୍ୟ ବର୍ଷାର ପରିମାଣକୁ ଦେଖି ୧୩ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଉଭୟ ରେଡ୍ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଏସବୁ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ […]

  • Sunday, 04 July 2021
reah
ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ଭୁବନେଶ୍ୱର ଲିଙ୍କ୍

ଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ଭୁବନେଶ୍ୱର ଲିଙ୍କ୍ ଥିବା ଚର୍ଚ୍ଚା ହେଉଛି। ଡିଲିଟ୍ ହୋଇଥିବା Whatsapp ଚାଟ୍‌ରେ ଏପରି କିଛି ସନ୍ଦେହଜନକ ଚାଟ୍‌କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। ଏକ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍‌ରେ ଏନେଇ ଖବର ପ୍ରସାରଣ ହୋଇଛି। ରିୟା-ସିମୋନ୍ ଖମ୍ବାଠାଙ୍କ ସହ ୧୬ ମାର୍ଚ୍ଚ ୨୦୨୦ରେ  ଚାଟ୍ କରିଛନ୍ତି। ଯେଉଁଥିରେ ରିୟା ପଚାରିଛନ୍ତି, ଚିମ୍ ୟୁ ବ୍ୟାକ୍ ? ଯାହାପରେ ସିମୋନ୍ ତାଙ୍କୁ ଏକ ଅଡିଓ […]

  • Sunday, 04 July 2021
rain odisha
ମଧ୍ୟରାତ୍ରୀରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା; ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ୮ଟି ଜିଲ୍ଲାର ଜିଲ୍ଲାପାଳ ଓ ୩ ଆରଡିସିଙ୍କୁ ନେଇ ଏହି ସମୀକ୍ଷା ବୈଠକ ହୋଇଥିଲା। ସମୀକ୍ଷା ପରେ ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସେ କହିଛନ୍ତି, କିଛି ନଦୀରେ ଜଳ ସ୍ତର ବିପଦ ସଂକେତ ପାଖରେ କିମ୍ବା ତଳେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗ, ଜଳକା, ବୈତରଣୀ, କାଣୀ ଓ ଖରସ୍ରୋତା ନଦୀ […]

  • Sunday, 04 July 2021
otv
ଦେଶର ସର୍ବଶ୍ରେଷ୍ଠ ୧୫ ଟେଲିଭିଜନ ନେଟୱର୍କ ମଧ୍ୟରେ ସ୍ଥାନ ପାଇଲା ଓଟିଭି

ଭୁବନେଶ୍ୱର: ଦେଶର ସର୍ବଶ୍ରେଷ୍ଠ ୧୫ ଟେଲିଭିଜନ ନେଟୱର୍କ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା ଟେଲିଭିଜନ ନେଟୱର୍କ। ପ୍ରଥମ ଓଡ଼ିଆ ଚ୍ୟାନେଲ୍‌ ଭାବେ ଓଟିଭିକୁ ଏହି ସଫଳତା ମିଳିଛି। ଜୁଲାଇ ମାସର BARC’s ନେଟ୍‌ୱାର୍କ ଲେଭଲ ପରଫର୍ମାନ୍ସରେ ଲିଷ୍ଟର ୧୫ ଶ୍ରେଷ୍ଠ ନେଟ୍‌ୱର୍କ ମଧ୍ୟରେ ସ୍ଥାନ ପାଇଛି ଓଟିଭି। ଓଡ଼ିଶା ଏବଂ ବାହାରେ ରହୁଥିବା ଓଡ଼ିଆଙ୍କ ଅଜଶ୍ର ସମର୍ଥନ ଓ ଭଲପାଇବା ହିଁ ଓଟିଭିକୁ  ଏହି ସଫଳତା ଆଣି ଦେଇଛି। ଓଡ଼ିଶାର ନମ୍ବର ୱାନ୍‌ ଚ୍ୟାନେଲ ଭାବେ ଓଟିଭି […]

  • Sunday, 04 July 2021
accident
ଦୁଇ କାର୍ ମୁହାଁମୁହିଁ ଧକ୍କା; ଗୋଟିଏ ପରିବାରରେ ୪ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନାଲକୋ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ୨ ଟି କାର୍ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ଗୋଟିଏ ପରିବାରର ୪ ଜଣ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। […]

  • Sunday, 04 July 2021
loots
ଆଖିକୁ ଲଙ୍କାଗୁଣ୍ଡ ପିଙ୍ଗି ଲୁଟିନେଲେ ୭୦୦ ଗ୍ରାମ ସୁନା ୨୦ କେଜି ରୁପା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବଡ଼ ଧରଣର ଲୁଟ୍ ହୋଇଛି। ଛତ୍ରପୁରରେ ଜଣେ ସୁନା ଦୋକାନୀଙ୍କ ଠାରୁ ୭୦୦ ଗ୍ରାମ ସୁନା, ପ୍ରାୟ ୨୦ କେଜି ରୁପା ଓ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। କୋର୍ଟ ଷ୍ଟେସନ ନିକଟରେ ଥିବା ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଆକ୍ରମଣର ଶିକାର ସୁନା ଦୋକାନୀ ଶରତଚନ୍ଦ୍ର ସାହୁ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଦୋକାନ ବନ୍ଦ କରି ପତ୍ନୀଙ୍କ ସହ ମୋଟରସାଇକେଲରେ ଘରକୁ […]

  • Sunday, 04 July 2021
flood bhadrak
ବୈତରଣୀରେ ବନ୍ୟା; ଭଣ୍ଡାରିପୋଖରୀ ଓ ଧାମନଗରରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ସ୍ଥିତି ଉପୁଜିଛି। ଭଣ୍ଡାରିପୋଖରୀର ୮ ଓ ଧାମନଗରର ୭ରୁ ଊର୍ଦ୍ଧ୍ୱ ପଞ୍ଚାୟତ ପାଣି ଘେରରେ ରହିଛି। ମାଳଦା ନିକଟ ଶରତା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଦୋବଲ ନିକଟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭଣ୍ଡାରିପୋଖରୀ ଓ ଧାମନଗରରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଖୁଆପଦାରେ ବିପଦ ସଙ୍କେତ ଠାରୁ […]

  • Sunday, 04 July 2021
weather
Weather Update‌; ୧୮ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର; ୧୮ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ନେଇ ସତର୍କ କଲା ପାଣିପାଗ ବିଭାଗ। ଆଜି ଦିନ ୧୧ଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ନବରଙ୍ଗପୁର, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ନୂଆପଡ଼ା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ବରଗଡ଼, ଅନୁଗୁଳ କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ମଧ୍ୟ ସତର୍କ କରିଛି ପାଣି ବିଭାଗ। […]

  • Sunday, 04 July 2021