• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

balasore
ବାଲେଶ୍ୱରରେ ବନ୍ୟା ସ୍ଥିତି: ୪ଟି ବ୍ଲକର ୩ ଶହ ଲୋକ ସ୍ଥାନାନ୍ତର

ବାଲେଶ୍ୱର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବୁଢ଼ାବଳଙ୍ଗ, ସୋନ ଓ ଜଳକା ନଦୀରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଉପରମୁଣ୍ଡରେ ସୋନ ଓ କାଳ ଡ୍ୟାମର ଗୋଟିଏ ଲେଖାଏଁ ଗେଟ୍ ଖୋଲା ହୋଇଛି। ଡ୍ୟାମ୍ ଖୋଲିବାରୁ ସଦର ଓ ରେମୁଣାର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଇ ଦେଇଛି। ସମ୍ଭାବ୍ୟ ସ୍ଥିତି ପାଇଁ ରେମୁଣା ଓ ବସ୍ତାରେ NDRF ଓ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଜିଲ୍ଲାର ୪ଟି ବ୍ଲକର […]

  • Sunday, 04 July 2021
flood
ବନ୍ୟା ସ୍ଥିତି କେଉଁଠି କେମିତି ? ଜାଣନ୍ତୁ ଅପ୍‌ଡେଟ୍‌

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ୪ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା ଥିବାରୁ ସ୍ଥିତି ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଅତ୍ୟଧିକ ସତର୍କତା ଅବଲମ୍ବନ ଲଗି ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ୮ଟି ଜିଲ୍ଲାର ଜିଲ୍ଲାପାଳ ଓ ୩ ଆରଡିସିଙ୍କୁ […]

  • Sunday, 04 July 2021
odisha
ଯାହା ଆଖିରେ ଦୁନିଆ ଦେଖିବାକୁ ଚାହୁଁଥିଲେ, ତା’ ଆଖିରୁ ହଜି ଯାଉଛି ଆଲୋକ

ଭୁବନେଶ୍ୱର: ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ସ୍ୱପ୍ନ ପୂରଣ କରିବ ଝିଅ। ଯାହା ବାପାମା’ କରି ପାରି ନାହାନ୍ତି ତାକୁ ପୂରଣ କରିବା ସହ ଦୁନିଆରେ ବଞ୍ଚି ରହିବା ପାଇଁ ସାହା ହେବ ଝିଅ। ଏପରି କିଛି ଆଶା ଓ…

  • Sunday, 04 July 2021
corona updates in odisha
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩, ୩୮୪ କରୋନା ପଜିଟିଭ; କମୁଛି ଗଞ୍ଜାମ, ବଢୁଛି ଖୋର୍ଦ୍ଧା

ଭୁବନେଶ୍ୱର:  ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୩, ୩୮୪ କରୋନା ରୋଗୀ।  କ୍ୱାରେଣ୍ଟିନ ସେଣ୍ଟରରୁ ୨, ୧୨୮ ଓ ଲୋକାଲ କେସ୍‌ ୧, ୨୫୬ ବୋଲି ସୂଚନା ଦେଲେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଖୋର୍ଦ୍ଧାରେ ଦିନକୁ ଦିନ ବଢିବାରେ ଲାଗିଛି। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୫୮୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ତା ପଛକୁ ଅଛି କଟକ। କଟକରେ […]

  • Sunday, 04 July 2021
batarani
ସୁବର୍ଣ୍ଣରେଖା ଓ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ: SRC

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନ। ଏସ୍ଆର୍‌ସିଙ୍କ ସୂଚନା ଅନୁସାରେ, ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟାର ସମ୍ଭାବନା ଥିବା ବେଳେ ବୈତରଣୀରେ ମଧ୍ୟ ମଧ୍ୟମ ଧରଣର ବନ୍ୟା ହୋଇପାରେ। ବୁଢ଼ାବଳଙ୍ଗ ଅବବାହିକାରେ ବନ୍ୟା ହୋଇଛି ବୋଲି ସୂଚନା ଦେଇଛନ୍ତି ଏସ୍ଆର୍‌ସି ପ୍ରଦୀପ ଜେନା। ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ଆଜି ସକାଳେ ୭ ହଜାର ୩୧୨ କ୍ୟୁସେକ ଜଳ ଛଡ଼ା ଯାଇଛି। ଆସନ୍ତାକାଲି ସକାଳ ୬ଟାରେ ଏହି ପାଣି ରାଜଘାଟଠାରେ […]

  • Sunday, 04 July 2021
cinbd
ଆଖି ବୁଜିଲେ ୭ କରୋନା ରୋଗୀ

ଭୁବନେଶ୍ୱର:  ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୭ କରୋନା ରୋଗୀ। ଏ ନେଇ ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ।  ବିଭାଗ। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୪୮ ଛୁଇଁଛି। ସମ୍ବଲପୁରରୁ ସର୍ବାଧିକ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ବରଗଡରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତିତ ଭଦ୍ରକ ଓ ଭୁବନେଶ୍ୱରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।   Regret to inform […]

  • Sunday, 04 July 2021
jharsuguda
ପ୍ରବଳ ବର୍ଷାରେ ଝାରସୁଗୁଡ଼ା ଓ କୁଚିଣ୍ଡା ଉପଖଣ୍ଡରେ ଯୋଗାଯୋଗ ବିଚ୍ଛିନ୍ନ

ଝାରସୁଗୁଡ଼ା: ପ୍ରବଳ ବର୍ଷାରେ ଝାରସୁଗୁଡ଼ା ଓ କୁଚିଣ୍ଡା ଉପଖଣ୍ଡରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।  ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକର କାତିକେଲା ପଞ୍ଜାୟତକୁ ଯାଇଥିବା ଗାଟିଏ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୃନ୍ଦାମାଳ-ଭାଗିପାଳି ରାସ୍ତା ଉପରେ ପାଣି ଯାଉଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର କିଛି ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖଣ୍ଡୋକଟା ନିକଟ ସାପଲେଞ୍ଜି ନାଳ ଉପରେ ପାଣି […]

  • Sunday, 04 July 2021
cm-naveen
NEET ଓ JEE ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: NEET ଓ JEE ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସକାଳେ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦୁଇ ପରୀକ୍ଷା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ଓ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଥିବାରୁ ବର୍ତ୍ତମାନ ପାଇଁ ପରୀକ୍ଷା ସ୍ଥଗିତ ରଖିବାକୁ ଫୋନ୍ କରି ଅନୁରୋଧ କରିଛନ୍ତି ନବୀନ। ଏହା ପୂର୍ବରୁ ମଧ୍ୟ ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବି ଚିଠି ଲେଖିଥିଲେ ନବୀନ। […]

  • Sunday, 04 July 2021