ପାରଳାଖେମୁଣ୍ଡି: ରାସ୍ତା କଡ଼ରେ ପଡ଼ିଛି ବ୍ୟବହୃତ ପିପିଇ କିଟ୍, ମାସ୍କ ଓ ଗ୍ଲୋଭ୍ସ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ନଦୀ ନିକଟ ମୁଖ୍ୟ ରାସ୍ତାକଡ଼ରେ ଏସବୁ ସାମଗ୍ରୀ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ସ୍ଥାନୀୟ ଲୋକେ ଏହି ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି। କରୋନାରୁ ବର୍ତ୍ତିବା ଲାଗି ବ୍ୟବହାର ହେଉଥିବା ଏହି ସାମଗ୍ରୀଗୁଡିକୁ ପରେ ନଷ୍ଟ କରାଯିବା କଥା। ହେଲେ କିଛି ବେପରୁଆ ବ୍ୟକ୍ତି ଏହାକୁ ରାସ୍ତା କଡ଼ରେ ଫୋପାଡି […]
ମାଲକାନଗିରି: ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାରେ ମାଓ ଅପରେସନ୍ ହୋଇଛି। ଚିତ୍ରକୋଣ୍ଡା ସୀମାନ୍ତ ଆନ୍ନାଭାରାମ ପୋଲିସ୍ ଷ୍ଟେସନ ନିକଟରେ ପୋଲିସ୍ ମାଓବାଦୀ ଗୁଳି ବିନିମୟ ହୋଇଛି। ଯେଉଁଥିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରୁ ଟପ୍ ମାଓନେତା ରାମକୃଷ୍ଣ, ଉଦୟ, ଅରୁଣ ଏବଂ ଜଗନ୍ ଫେରାର ହୋଇଯାଇଛନ୍ତି। ଆଜି ସକାଳେ ଗୁଜେଡି ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ନେଇ ଖବର ଜଣାପଡ଼ିଥିଲା। ଏହାପରେ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ଅପରେସନ୍ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରୁ ଥ୍ରୀ […]
ଭୁବନେଶ୍ୱର: ଅଯୋଗ୍ୟ ଦର୍ଶାଇ କାଳିଆ ଟଙ୍କା ଫେରସ୍ତ ଲାଗି ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। କାଳିଆ ଟଙ୍କା ନଫେରାଇବାକୁ ସେ ପରାମର୍ଶ ଦେଇଛନ୍ତି। ନିର୍ବାଚନ ଜିତିସାରିବା ପରେ ଏଭଳି ନୀତି କାହିଁକି ବୋଲି ପ୍ରଶ୍ନ କରିବା ସହିତ ମୁଁ ନିବେଦନ କରୁଛି, ଚାଷୀ ଭାଇମାନେ ଟଙ୍କା ଫେରାନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଦୀପ୍ତ। ସରକାର ୩ ଲକ୍ଷ ୪୧ ହଜାର ଚାଷୀଙ୍କୁ ଟଙ୍କା ଫେରାଇବାକୁ ଚିଠି […]
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅର୍ଥନୈତିକ ଆତଙ୍କ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର। କରୋନା ବେଳେ ଆର୍ଥିକ ସଙ୍କଟକୁ ବାହାନା କରି ନୂଆ ଟିକସ୍ ବ୍ୟବସ୍ଥା ଆରମ୍ଭ କରିବାକୁ ସରକାର ଯୋଜନା କରୁଛନ୍ତି। ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ। ରାଜ୍ୟର ଖଣିଜ ପଦାର୍ଥ ଅନ୍ୟ ହାତରେ ଟେକି ଦେବାକୁ ଯୋଜନା ହେଉଛି। ରାଜ୍ୟରେ ଋଣର ପରିମାଣ ବଢ଼ିଛି। ପୂର୍ବ ବର୍ଷଠୁ ଚଳିତ […]
ଭୁବନେଶ୍ୱର: ନିଲମ୍ବିତ ହେଲେ କଳାହାଣ୍ଡି ଡେପୁଟି କଲେକ୍ଟର OAS ଅନୀଶା ଦାସ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ସଚିବଙ୍କ ଦ୍ୱାରା ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଆଗାମୀ ଆଦେଶ ଯାଏ ସେ ଜିଲ୍ଲା ମୁଖ୍ୟାଳୟରେ ରହିବେ। ଅନୀଶା ଏହା ପୂର୍ବରୁ ମୟୁରଭଞ୍ଜ ବେତନଟୀର ତହସିଲଦାର ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ବଡ଼ସାହି ଅଂଚଳର ଜଣେ ଟ୍ରକ ମାଲିକଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ […]
କଟକରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କଟକ ସହରରୁ ଆଜି ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନରୁ ୧୧, ପେଡ୍ କ୍ୱାରେଣ୍ଟିନରୁ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ହୋମ୍ କ୍ୱାରେଣ୍ଟିନରୁ ୩୬ ଏବଂ ଲୋକାଲ କଣ୍ଟାକ୍ଟ କେସ୍ ୮ ଜଣ ରହିଛି। କେଉଁ ଅଞ୍ଚଳରୁ ଲୋକାଲ କେଶ ଚିହ୍ନଟ:- ଲୋକାଲ କେସ୍ ମଧ୍ୟରେ ଦରଘାବଜାର ଅଞ୍ଚଳରୁ ଜଣେ, ମାଲଗୋଦାମ ବେହେରାସାହିରୁ ଜଣେ, ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଜଣେ, ଶଙ୍କରପୁରରୁ ଜଣେ, […]
ଯାଜପୁର: ଯାଜପୁର ଧର୍ମଶାଳା ବିଡିଓଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ବିଡିଓ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ସହ ୨୦ହଜାର ଯୋଗ୍ୟ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ଦେଇଛନ୍ତି। ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହେବା ପରେ ବି ବିଡିଓ ମିଥ୍ୟା ତଥ୍ୟ ଦେଇଛନ୍ତି। ଯାହାର ପ୍ରମାଣ ଆଜି ସାମ୍ବାଦିକ ସମ୍ମିଳନୀରେ ରଖିଛନ୍ତି ଲେଖାଶ୍ରୀ। ବାଦ୍ ପଡ଼ିଥିବା ଲୋକଙ୍କ ପାଖରେ ଘର ନାହିଁ କିନ୍ତୁ ସତ୍ୟପାଠରେ ପକ୍କା […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୧୦୪ ଓ ଲୋକାଲ କେସ୍ ୫୯ ରହିଛି। ଏମାନଙ୍କୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୯୧ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି BMC। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- କେବଳ ଭରତପୁର ଅଞ୍ଚଳରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହଟସ୍ପଟ ଜିଲ୍ଲାରୁ ଏମାନେ ଫେରିବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୟୁନିଟ୍-୧ ଆଖଣ୍ଡଳମଣି ବସ୍ତିରୁ ୪ ଜଣ, […]