• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

iic
ନିଲମ୍ବିତ ହେଲେ ଜଳେଶ୍ୱର ଥାନା ଆଇଆଇସି

ଜଳେଶ୍ୱର: ଧଳା ଜହରର କଳା କାରବାର ପଛରେ ଖାକି ଲିଙ୍କର ଖବର ପ୍ରସାରଣ ପରେ ଜଳେଶ୍ୱର IIC  ଧନେଶ୍ୱର ସାହୁଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। କିଛି ଦିନ ତଳେ ଏ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭାଇରାଲ ଅଡିଓରେ ଶେଖ ଜମୁରୁଦ୍ଦିନ୍ ନାମକ ଜଣେ ବ୍ରାଉନସୁଗାର୍ ମାଫିଆଙ୍କ  ଭାଇ ସହ ଜଣେ ଆଇନଜୀବୀଙ୍କ ଜରିଆରେ ଆଇଆଇସି କଥା ହୋଇଥିବା ଶୁଣିବାକୁ ମିଳିଥିଲା। ଅଡିଓ ଭାଇରାଲ ପରେ […]

  • Monday, 05 July 2021
truck
ବ୍ରିଜ ଉପରେ ଚାଲୁଥିଲା ବନ୍ୟାପାଣି, ମାଡି ଆସିଲା ଟ୍ରକ....

ମାଲକାନଗିରି: ଭରା ନଦୀରେ ପୋଲ ତଳକୁ ଖସିପଡ଼ିଲା ଟ୍ରକ। ଟ୍ରକଟି ମାଲକାନଗିରି ଆସୁଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି। ଟ୍ରକଟି କାଙ୍କରକୋଣ୍ଡା ନଦୀ ବ୍ରିଜ ଅତିକ୍ରମ କରୁଥିବାବେଳେ ତଳୁ ଖସି ପଡ଼ିଥିବା ଜଣାଯାଇଛି। ଆନ୍ଧ୍ରପ୍ରଦେଶରୁ ଏକ ମାଲ ବୋଝେଇ ଟ୍ରକ ମାଲକାନଗିରି ଅଭିମୁଖେ ଆସୁଥିଲା। କାଙ୍କରକୋଣ୍ଡା ପୋଲ ଉପରେ ପାଣି ଚାଲୁ ଥିବାରୁ ଯାତାୟାତ ବନ୍ଦ ରହିଥିଲା। ଟ୍ରକଟି ସେହି ବାଟ ଦେଇ ଯାଉଥିବାବେଳେ ସ୍ଥାନୀୟ ଲୋକେ ବାରଣ କରିଥିଲେ। ହେଲେ ଡ୍ରାଇଭର ଶୁଣି ନ ଥିଲେ।  ଟ୍ରକଟି […]

  • Monday, 05 July 2021
unnamed
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୧୯ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବା ସମ୍ଭାବନା ଦେଖାଦେଇଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ଜୁନ ୧ରୁ ଅଗଷ୍ଟ ୧୫ ମଧ୍ୟରେ ରାଜ୍ୟର ୨୨ ଜିଲ୍ଲାରେ ସ୍ୱାଭାବିକ […]

  • Monday, 05 July 2021
dhenkana
ଲଗାଣ ବର୍ଷାରେ ଭାସିଗଲା ପୋଲ; ଜଳମଗ୍ନ ଢେଙ୍କାନାଳ

ଢେଙ୍କାନାଳ: ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ଜଳମଗ୍ନ ହୋଇ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି। ଲୋକଙ୍କ ଘରେ ପାଣି ପଶିଯାଇଛି। ତୁହାକୁ ତୁହା ବର୍ଷା ଯୋଗୁଁ ବହୁ କଚ୍ଚା ଘର ଭୁଶୁଡ଼ି ପଡ଼ିଛି। କାମାକ୍ଷାନଗରରୁ ଭୁବନ ଯାଇଥିବା ରାସ୍ତାର ଡମଶାଳ ପୋଲ ବୁଡ଼ିଯାଇଛି। ଡମଶାଳ ପୋଲ ଉପରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବାରୁ ଭୁବନ-କାମାକ୍ଷାନଗର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଭୁବନ ବ୍ଲକ କୁନିନ୍ଦା ପଞ୍ଚାୟତର ଧନେଇ ପୋଲ ଉପରେ […]

  • Monday, 05 July 2021
bhadrak
ବର୍ଷାରେ ବେହାଲ ଭଦ୍ରକ: ଘର ଭୁଶୁଡ଼ିଲା, ସରକାରୀ ଅଫିସ‌ରେ ପାଣି ପଶିଲା

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ ଜିଲ୍ଲା। ଧାମନଗର ବ୍ଲକ ବେଶି ପ୍ରଭାବିତ ହୋଇଛି। ଏହି ବ୍ଲକ୍‌ ଓ ଏନ୍ଏସି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣି ଜମି ରହିଥିବାରୁ ଏନ୍ଏସି କାର୍ଯ୍ୟାଳୟରେ ପାଣି ପଶି ଯାଇ ବହୁ କାଗଜପତ୍ର ନଷ୍ଟ ହୋଇଛି। ବିଇଓଙ୍କ କାର୍ଯ୍ୟାଳୟ ମଧ୍ୟ ଜଳାର୍ଣ୍ଣବ ହୋଇଛି। ଧାମନଗର-ବିରୁହାଁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ୪ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଛି। ସେହିପରି ବ୍ଲକ କାର୍ଯ୍ୟାଳୟରୁ […]

  • Monday, 05 July 2021
schiool
ଏବେ ସ୍କୁଲ ଖୋଲିବା ସମ୍ଭବ ନୁହେଁ, ଗାଁକୁ ଗାଁ ଯାଇ ପାଠ ପଢାଇବେ ଶିକ୍ଷକ

ଭୁବନେଶ୍ୱର: ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ। ଏ ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଯାଜପୁର ଜିଲ୍ଲା ପ୍ୟାରେଡ୍ ଅବସରରେ ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ। ଏ ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ କହିଛନ୍ତି। ନୂଆ ଯୋଜନାର ନାଁ ରହିବ ଶିକ୍ଷା ସଂପର୍କ ଯୋଜନା ରହିବ। ରାଜ୍ୟର ୬୦ ଲକ୍ଷ […]

  • Monday, 05 July 2021
drowning
ପୋଖରୀରେ ବୁଡ଼ି ୨ ନାବାଳକ ମୃତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ଗ୍ରାମରେ ଅଘଟଣ। ପୋଖରୀରେ ବୁଡି ୨ ନାବାଳକ ମୃତ। ମୃତକ ତୁଳଙ୍ଗ ଗ୍ରାମର ଆୟୁଷ ବିଶ୍ୱାଳ ଏବଂ ପ୍ରତ୍ୟୁଷ ବିଶ୍ୱାଳ। ସୂଚନା ଅନୁସାରେ ଉଭୟ ଆଜି ସକାଳେ ସାଇକେଲରେ କୋଚିଂ ସେଣ୍ଟର ଯାଇଥିଲେ। ତେବେ ମଧ୍ୟାହ୍ନ ସମୟରେ ନିକଟସ୍ଥ ଖୁନ୍ଦଳ ଗ୍ରାମର ପୋଖରୀରେ ଦୁଇ ନାବାଳକ ବୁଡି ଯାଇଥିବା ଖବର ପାଇ ପରିବାର ଓ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ଉଭୟଙ୍କୁ ପୋଖରୀରୁ ଉଦ୍ଧାର କରି ପ୍ରଥମେ ଏରସମା […]

  • Monday, 05 July 2021
robot
ରୋବଟ୍ ତିଆରି କଲେ ଢେଙ୍କାନାଳର ଯୁକ୍ତ ଦୁଇ ଛାତ୍ର

କାମାକ୍ଷାନଗର: କୋଭିଡ ମହାମାରୀ ସମୟରେ ସ୍କୁଲ, କଲେଜ ବନ୍ଦ ରହିଛି। ଏଭଳି ସମୟରେ ଘରେ ବସି ନରହି ଜଣେ ଯୁକ୍ତ ଦୁଇ ଛାତ୍ର ତିଆରି କରିପାରିଛନ୍ତି ଏକ ରୋବଟ୍, ଯାହାର ନାମ ସେ ରଖିଛନ୍ତି କୋଭିଡ ହେକ୍ସା ବିଟ୍ ରୋବଟ୍। ରୋବଟ୍‌କୁ ତିଆରି କରିଛନ୍ତି ଢେଙ୍କାନାଳ କାମାକ୍ଷାନଗର ମଢିସାହିର ବାସୁଦେବ ଓଝାଙ୍କ ପୁଅ ଦ୍ୱିତୀକୃଷ୍ଣ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଯାଏ। ନିଜର ଦୃଢ଼ ମନୋବଳ ସହ କିଛି ନୂଆ କରିବାର ଇଚ୍ଛା ମଣିଷକୁ ସଫଳତାର […]

  • Monday, 05 July 2021