ଭୁବନେଶ୍ୱର: ରାଜ୍ୟରେ ଆଜି ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏଯାବତ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୨ ହଜାର ୪୫୨ ପହଞ୍ଚିଲାଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ସର୍ବାଧିକ ୧୯୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡ଼ରୁ ୩୭, କଟକରୁ ୨୮, କେନ୍ଦୁଝରରୁ ୨୦, ଜଗତସିଂହପୁରରୁ ୧୮, ବାଲେଶ୍ୱରରୁ ୧୫, ଝାରସୁଗୁଡ଼ା […]
ଭୁବନେଶ୍ୱର: ଚଳନ୍ତା ବାଇକରେ ଯୁବତୀଙ୍କଠାରୁ ଚେନ୍ ଲୁଟ୍। ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ ଡି.ଏନ୍.ରିଗାଲିଆ ସାମ୍ନାରେ ଲୁଟ୍। ଗାଡିରେ ଯାଉଥିବାବେଳେ ଯୁବତୀଙ୍କ ବେକରୁ ଚେନ୍ ଝାମ୍ପିନେଲେ ବାଇକରେ ଆସୁଥିବା ୨ ଦୁର୍ବୃତ୍ତ। ଯୁବତୀ ଜଣଙ୍କ ତଳେ ପଡିଯିବା ସହ ଆହତ ମଧ୍ୟ ହୋଇଛନ୍ତି। ଯୁବତୀ ଜଣଙ୍କ ନାଁ ପଲ୍ଲବୀ ପ୍ରିୟଦର୍ଶିନୀ ନାୟକ। ସେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଘରୁ ବାହାରି ସଉଦା ପାଇଁ ଯାଉଥିଲେ ପଲ୍ଲବୀ। ଏଇ ସମୟରେ ଡାହାଣ ପଟୁ ଏକ ବାଇକରେ […]
ଢେଙ୍କାନାଳ: ଢେଙ୍କାନାଳ ସହରର ୫ଟି ଘରୋଇ ନର୍ସିଂହୋମ ସିଲ୍। ଜଣେ ପ୍ରସୂତି ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଲେ ଜିଲ୍ଲାପାଳ। ଏହାସହ ୬ ଜଣ ଡାକ୍ତରଙ୍କ ସମେତ ୬୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟିନ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ପ୍ରସୂତି ଢେଙ୍କାନାଳର ଏକ ଘରୋଇ ନର୍ସିଂହୋମରେ ଆଡମିଶନ ହୋଇଥିଲେ। ଡେଲିଭରି ପରେ ଅଧତ୍କ ଅସୁସ୍ଥ ହେବାରୁ କଟକ ସ୍ଥାନାନ୍ତର ହୋଇଥିଲେ। ଗାଇଡଲାଇନ୍ ଅନୁସାରେ କଟକରେ ତାଙ୍କର ସ୍ୱାବ୍ ଟେଷ୍ଟ ନିଆଯାଇଥିଲା। ପରେ ପ୍ରସୂତି କରୋନାରେ […]
ଭୁବନେଶ୍ବର: ସାରା ଦେଶରେ କରୋନାର ପ୍ରକୋପ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ ଏହି ମହାମାରୀ ଆଗକୁ ଆହୁରି ସାଂଘାତିକ ରୂପ ନେଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗର ବୈଷୟକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି। ଜୟନ୍ତ ପଣ୍ଡା କହିଛନ୍ତି, କେବଳ ଜୁଲାଇରେ ଆଉ ୧୦ ହଜାର ଆକ୍ରାନ୍ତ ହୋଇପାରନ୍ତି। ଆଗକୁ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଫଳରେ ସଂକ୍ରମିତଙ୍କ ସଂଖ୍ୟା […]
ଭୁବନେଶ୍ୱର: ଓଡ଼ିଶା ଆକାଶରେ ଦିଶିଲା ଧୂମକେତୁ C-2020-F3 ବା ନିଓୱାଇଜ୍। ଗତ ୧୬ ତାରିଖରୁ ଭାରତର ମେଘ ମୁକ୍ତ ଥିବା ସ୍ଥାନରେ ଏହି ଧୂମକେତୁ ବା ଲଞ୍ଜାତାରା ଦୂରବୀକ୍ଷଣ ଯନ୍ତ୍ରରେ ଦେଖିବାକୁ ମିଳିଛି। ଧୂମକେତୁ ଦୃଶ୍ୟମାନ ହେଉଥିବାର ସୁନ୍ଦର ଫଟୋକୁ ଉଠାଇଛନ୍ତି କୋରାପୁଟ ଜୟପୁରର ମଳୟ ପାତ୍ର। ଗତ ଶୁକ୍ରବାର ସନ୍ଧ୍ୟା ୭ ଟା ୪୦ ମିନିଟରେ ମଳୟ ଧୂମକେତୁର ଏହି ଫଟୋ ଉଠାଇଥିଲେ। ଗତ ୧୬ ଓ ୧୮ ତାରିଖରେ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମର […]
ଭୁବନେଶ୍ୱର: ଭୁବନେଶ୍ୱର ଡିସିପିରୁ ଗୁଇନ୍ଦା ବିଭାଗର ଡିଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ୨୦୦୬ ବ୍ୟାଚର ଆଇପିଏସ୍ ଅଧିକାରୀ ଅନୁପ ସାହୁ। ମାର୍ଚ୍ଚ ୨୦୧୮ରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ। ଡିସିପି ଭାବେ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ସହ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଦାୟିତ୍ୱ ନିର୍ବାହ କରିଥିଲେ ଅନୁପ ସାହୁ। ତେବେ ଆଗାମୀ ସମୟରେ ତାଙ୍କର ନୂଆ ଯୋଜନା ଏବଂ ରଣନୀତି ନେଇ ସେ କହିଛନ୍ତି ଯେ ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ […]
ମାଲକାନଗିରି: ଅନ୍ଧବିଶ୍ୱାସର କୁପରିଣତି। ଗୁଣି ଗାରେଡ଼ି ସନ୍ଦେହରେ ବିବାହିତ ମହିଳାଙ୍କୁ ମାଡ଼ ମରାଯିବା ସହ ଖୁଆଇଲେ ଘୁଷୁରୀ ବିଷ୍ଠା। ମାଲକାନଗିରି ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ଗତ ସପ୍ତାହେ ତଳେ ମାଲକାନଗିରି ଜିଲ୍ଲା ଏମଭି-୬ ଗାଁର ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତାଙ୍କୁ ଭୂତ ଲାଗିଛି ବୋଲି ପରିବାର ଲୋକେ ସନ୍ଦେହ କରିଥିଲେ। ତେଣୁ ପରିବାର ଲୋକେ ଭୂତ ଛଡ଼ାଇବା ପାଇଁ ଜଣେ ଗୁଣିଆଙ୍କୁ ଡାକିଥିଲେ। ଭୂତ ଛଡ଼ାଇବା ପାଇଁ ଗୁଣିଆ ଜଣକ […]
ସୁନ୍ଦରଗଡ଼: ସୁସ୍ଥ ହୋଇ କୋଭିଡ୍ ହସ୍ପିଟାଲ୍ରୁ ୩୪ ଜଣ କରୋନା ଯୋଦ୍ଧା ପୋଲିସ୍ କର୍ମୀଙ୍କୁ ଡିସ୍ଚାର୍ଜ କରାଯାଇଛି। ଏ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବା ସମୟରେ ହସ୍ପିଟାଲ୍ର ଷ୍ଟାଫ୍ମାନେ ସେମାନଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରିବା ସହ ସମ୍ମାନିତ କରିଥିଲେ। ଏହି ସମୟରେ ସୁନ୍ଦରଗଡ଼ ଉପ-ଜିଲ୍ଲାପାଳ, ବିଡିଓ ଏବଂ ସୁନ୍ଦରଗଡ଼ ଡିପିଏଚ୍ଓ ଉପସ୍ଥିତ ଥିଲେ। 34 COVID warriors from police fraternity have recovered and […]
ବାଲେଶ୍ୱର: ଆପଣମାନେ କେବେ ଏମିତି କଇଁଛ ଦେଖିଛନ୍ତି, ଯାହାର ରଙ୍ଗ ହଳଦିଆ। ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏବେ ଏମିତି ଏକ କଇଁଛକୁ ନେଇ ବେଶ୍ ଚର୍ଚ୍ଚା। ଏହି ବିରଳ ପ୍ରଜାତିର କଇଁଛ ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇଛି। ଯାହାର ରଙ୍ଗ ହଳଦିଆ। IFS ଅଫିସର ସୁଶାନ୍ତ ନନ୍ଦ ଏହି କଇଁଛର ଭିଡିଓକୁ ଟ୍ୱିଟରରେ ଶେଆର୍ କରିଛନ୍ତି। କଇଁଛଟି ପାଣିରେ ପହଁରୁଥିବା ଦେଖିବାକୁ ମିଳିଛି। କଇଁଛର ପୂରା ଶରୀର ହଳଦିଆ ରଙ୍ଗ ଓ ଏହା ଏକ ବିରଳ […]