• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

puri
ଆଜି ଶ୍ରୀଜିଉଙ୍କ ଅନବସରର ଦ୍ୱାଦଶୀ ତିଥି

ପୁରୀ : ଆଜି ଶ୍ରୀଜିଉଙ୍କ ଅନବସରର ଦ୍ୱାଦଶୀ ତିଥି । ଆଜି ସକାଳ ଧୂପ  ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜପ୍ରସାଦ ବିଜେ କରିବେ…

କରୋନା ଚିକିତ୍ସାରେ ନୂଆ ଆଶା ଆଣିବ କି Umifenovir ? ଗବେଷଣା କରୁଛନ୍ତି ଓଡ଼ିଆ ପୁଅ

ଭୁବନେଶ୍ୱର: କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ଆଶା ଆଣିବ କି, ଫ୍ଲୁ ଔଷଧ ‘ୟୁମିଫେନୋଭିର୍’(Umifenovir) ? ସ୍ୱଳ୍ପ ବା ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ‘ୟୁମିଫେନୋଭିର୍’ କେତେ ଫଳପ୍ରଦ, ଏହା ଉପରେ ଜାପାନରେ ରହି ଗବେଷଣା କରୁଛନ୍ତି ଓଡ଼ିଆ ପୁଅ ଆଦିତ୍ୟ କୁମାର ପାଢ଼ୀ। ରାୟଗଡ଼ାରେ ତାଙ୍କ ଘର। ଏହି ଆଣ୍ଟି-ଭାଇରାଲ୍ ଡ୍ରଗ୍‌ର କିଛି ରାସାୟନିକ ବୈଶିଷ୍ଟ୍ୟ କରୋନା ଭୂତାଣୁକୁ ନଷ୍ଟ କରିବାରେ ସକ୍ଷମ ବୋଲି ଗବେଷକମାନେ ଆଶା କରୁଛନ୍ତି। ଚୀନରେ […]

  • Tuesday, 06 July 2021
ଆଜି କଟକ ସହରରୁ ବାହାରିଲେ ୧୬ ନୂଆ କରୋନା ପଜିଟିଭ୍‌

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ୧୪ଜଣ ହୋମ୍ କ୍ୱାରେଣ୍ଟିନ୍‌ରୁ ଓ ୨ଟି ଲୋକାଲ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ଜଣ ସୁସ୍ଥ ହୋଇଛନ୍ତି। ୧୪୩ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।

  • Tuesday, 06 July 2021
ganesh puja
ଏଥର କଟକ ସହରରେ ଗଣେଶ ପୂଜା ବନ୍ଦ

କଟକ: ଚଳିତ ବର୍ଷ କଟକ ସହରରେ ଗଣେଶ ପୂଜା ଅନୁଷ୍ଠିତ ହେବନାହିଁ। କରୋନା ସଂକ୍ରମଣ ପାଇଁ ଗଣେଶ ପୂଜା ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି। କଟକ ମହାନଗର ଶାନ୍ତି କମିଟି, ପୂଜା କମିଟି ସହ କମିଶନରେଟ୍ ପୋଲିସର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯଦି ଏଭଳି ସ୍ଥିତି ଲାଗି ରୁହେ, ତେବେ ଦଶହରାରେ କେବଳ ମୂର୍ତ୍ତି ପୂଜା ହେବ। ଏ ନେଇ କଟକ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛି। ଓଡ଼ିଶାରେ […]

  • Tuesday, 06 July 2021
plasma therapy
କରୋନା ମୁକାବିଲା: ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ସଫଳ

ଭୁବନେଶ୍ୱର: ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ସଫଳ ହୋଇଛି। ୬ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଥେରାପି ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେମାନଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବ ବୋଲି ସୂଚନା ମିଳିଛି। ଏପରିକି ଏହି ୪ ଜଣଙ୍କ ମଧ୍ୟରୁ ୩ଜଣଙ୍କର ଆଉ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକତା ନାହିଁ। ବାକି ୨ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନେ ଖୁବ୍‌ ଶୀଘ୍ର ବିପଦମୁକ୍ତ ହେବେ ବୋଲି ସମ୍ଭାବନା ରହିଛି। କଣ ଏହି […]

  • Tuesday, 06 July 2021
accident
ଗଛରେ ପିଟି ହେଲା ବାଇକ, ଦୁଇ ଭାଇଙ୍କ ସମେତ ୩ ମୃତ

ଧର୍ମଗଡ଼: ଗଛରେ ବାଇକ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।…

  • Tuesday, 06 July 2021
brown sugar
୩ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା କୁଳିଅଣାରୁ ୩ କେଜି ୨୮୫ ଗ୍ରାମର ବ୍ରାଉନ୍‌ସୁଗର ଜବତ  ହୋଇଛି। ଆଜି ଭୋରରୁ କ୍ରାଇମ୍‌ବ୍ରାଞ୍ଚ STF ଟିମ୍‌ ପକ୍ଷରୁ ଚଢାଉ କରାଯାଇ ଏହି ବ୍ରାଉନ୍‌ସୁଗର ଜବତ କରାଯାଇଥିଲା। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗୁଇନ୍ଦା ବିଭାଗର ରିପୋର୍ଟ ଆଧାରରେ ଏହି ଚଢାଉ କରାଯାଇଥିଲା। ଜବତ ବ୍ରାଉନ୍‌ସୁଗରର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ଜଣକ ବ୍ରାଉନ୍‌ସୁଗର ଡିଲର ବୋଲି ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ […]

  • Tuesday, 06 July 2021
bbsr
ଭୁବନେଶ୍ୱରରେ ଆଉ ୫୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୧୮ ରହିଛି। ସେହିଭଳି ଭୁବନେଶ୍ୱରରେ ଏବେ ସୁଦ୍ଧା ୫୨୩ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି, ଓ ୬୪୬ ଆକ୍ଟିଭ କେସ୍ ରହିଛି। ଭୁବନେଶ୍ୱର ସହରରୁ ଆଉ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। […]

  • Tuesday, 06 July 2021