• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

4444444
ଗୁମୁଡୁମାହା ଗୁଳିକାଣ୍ଡକୁ ବିତିଲା ତିନି ବର୍ଷ, ପୂରଣ ହେଲାନି ପ୍ରତିଶ୍ରୁତି

ଫୁଲବାଣୀ:କନ୍ଧମାଳର ବହୁ ଚର୍ଚ୍ଚିତ ଗୁମୁଡୁମାହା ଗୁଳିକାଣ୍ଡକୁ ବିତିଲା ତିନି ବର୍ଷ। ସୁରକ୍ଷାକର୍ମୀଙ୍କ ଅତର୍କିତ ଗୁଳିମାଡ଼ରେ ଜଣେ ୧୩ ମାସର ଶିଶୁ ସମେତ ୫ ଜଣଙ୍କ ପ୍ରାଣହାନୀ ଘଟିଥିଲା । ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସରକାରଙ୍କ ନିଦ ହଜି ଯିବା ସହ ବିରୋଧୀ ଏହାକୁ ନେଇ ଆରମ୍ଭ କରିଥିଲେ ଆନ୍ଦୋଳନ ଓ ବିକ୍ଷୋଭ। ଅଞ୍ଚଳର ବିକାଶ ସହ ମୃତକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ଅଞ୍ଚଳକୁ ରାସ୍ତାଘାଟ […]

  • Saturday, 10 July 2021
11111111111
ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ଚକ ଭାଙ୍ଗିବେ ଅଭିମାନୀ ଲକ୍ଷ୍ମୀ

ପୁରୀ: ଶ୍ରୀମନ୍ଦିରର ରତ୍ନବେଦୀ ଛାଡି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରେ କରୁଛନ୍ତି ଲୀଳାଖେଳା। ସାଙ୍ଗରେ ଭାଇଭଉଣୀଙ୍କୁ ଧରି ଆସିଲେ। ହେଲେ ମହାଲକ୍ଷ୍ମୀଙ୍କୁ ଆଣିଲେନି। ଅଭିମାନିନୀ ଲକ୍ଷ୍ମୀ କ’ଣ ଆଉ କରନ୍ତେ ? ଦୁଃଖ ଆଉ କ୍ଷୋଭରେ ଲକ୍ଷ୍ମୀ ବିମାନରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଲୁଚି ଲୁଚି ଆସିବେ । ରାଗରେ ନନ୍ଦିଘୋଷ ରଥ ଭାଙ୍ଗି ଦେଇଯିବେ। ଏମିତି ପରମ୍ପରା ରଥଯାତ୍ରାରେ ରହିଛି। ଆଜି ହେରା ପଞ୍ଚମୀ ତିଥିରେ ଲକ୍ଷ୍ମୀ ଆସି ରଥ ଭାଙ୍ଗିବେ।  ତା ପୂର୍ବରୁ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର ବା […]

44444444444444
ଅଗରତାଲାରେ ଗଛ ଲଗାଇଲେ ବୈଜୟନ୍ତ

ଭୁବନେଶ୍ୱର: ବିଜେପି ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଛି  ସଦସ୍ୟତା ଅଭିଯାନ। ଏହି ଅବସରରେ ତ୍ରିପୁରାର ଅଗରତାଲା ଗସ୍ତରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଗତକାଲି ଅଗରତାଲାର ବନମାଳିପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପିର ନୂଆ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଗଷ୍ଟ ୧୧ ତାରିଖ ଯାଏଁ ହେବାକୁ ଥିବା ଏହି ଅଭିଯାନରେ ଦଳ […]

  • Saturday, 10 July 2021
3333333333333333
ଯବାନଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

ଆଠଗଡ଼: ଯବାନଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପତ୍ନୀ । ଏ ନେଇ କାନପୁର ଥାନାରେ ଏତଲା ଦେବା ସତ୍ତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନି। ପୁଲିସ କାର୍ଯ୍ୟକଳାପ ପ୍ରତି ଭରସା ନ ପାଇବାରୁ ହତାଶ ପତ୍ନୀ ଏବେ ମାନବାଧିକାର ପରିଷଦର ଏକ ଟିମ୍ ସହ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଦେଖା କରି ସେ ନ୍ୟାୟ ଭିକ୍ଷା କରିଛନ୍ତି। କେନ୍ଦୁଝର ଦୈତାରୀରେ OISFର ସୁବେଦାର ଭାବେ କାର୍ଯ୍ୟ କରନ୍ତି ବିଭୂ ପ୍ରସାଦ ନାୟକ। ତାଙ୍କ ପତ୍ନୀ […]

  • Saturday, 10 July 2021
222222222222222
ଜେନେରେଟର ଚାଲିଲାନି, ଅଧା ଡାଏଲିସିସ୍‌ରେ ଚାଲିଗଲା ଜୀବନ

ନୟାଗଡ଼: ଡାକ୍ତରଖାନାରେ କିଡନୀ ରୋଗୀଙ୍କ ଡାଏଲିସିସ୍‌ ଚାଲିଥିଲା। ହଠାତ୍‌ ବିଜୁଳି ଚାଲିଗଲା। ବିଜୁଳି ଆସିଲାନି କି ରୋଗୀ ଆଉ ଆଖି ଖୋଲି ଚାହିଁଲେନି। ଅଧା ଡାଏଲିସିସ୍‌ରେ ତାଙ୍କର ମୃତ୍ୟୁ ଘଟିଲା। ଏମିତି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ। ଦଶପଲ୍ଲା ମହୁଲିଆ ଗାଁର ଗଙ୍ଗାଧାର ସ୍ୱାଇଁ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ଲାଗି ପରିବାର ଲୋକେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରୀକ୍ଷା ନିରୀକ୍ଷା ପରେ ତାଙ୍କର […]

  • Saturday, 10 July 2021
11111111111111111111balu
ମାରଣାସ୍ତ୍ର ଦେଖାଇ ଲୁଟିନେଲ ୧.୮୯ ଲକ୍ଷ ଟଙ୍କା

ଖୋଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ବଡଶଙ୍ଖ ନିକଟରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ଏକ ଲକ୍ଷ ୮୯ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ଏକ  ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ । କର୍ମଚାରୀଜଣକ ଆଜି ଟଙ୍କା ସଂଗ୍ରହ କରି ଫେରୁଥିବାବେଳେ ବଡଶଙ୍ଖ ନିକଟର ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ସେମାନେ କର୍ମଚାରୀଙ୍କୁ ମାଉଜର ଦେଖାଇ ମାରିଦେବାର ଧମକ ଦେଇ ଟଙ୍କା, ସ୍କୁଟି ଓ ମୋବାଇଲ ଫୋନ […]

  • Saturday, 10 July 2021
222222222222
ବିଶ୍ୱବାସୀଙ୍କ ମନ ଜିଣିବ କୁନି ରଥରେ କୁନି ଠାକୁର...

ବ୍ରହ୍ମପୁର: ବ୍ରହ୍ମପୁରର ଯୁବ ଶିଳ୍ପୀ ସତ୍ୟ ମହାରାଣା। ରଥଯାତ୍ରା ଉପଲକ୍ଷେ ନିର୍ମାଣ କରିଛନ୍ତି ଏକ କ୍ଷୁଦ୍ର ରଥ। ବଡ ଠାକୁରଙ୍କ  ଛୋଟ ନନ୍ଦିଘୋଷ। ରଥର ଉଚ୍ଚତା ମାତ୍ର ୨.୫ ଇଞ୍ଚ ଏବଂ ଓସାର ୨ ଇଞ୍ଚ।  କାଠରେ ନିର୍ମିତ ଏହି ରଥ ଗିନିସ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି ସତ୍ୟ। ପିଲାଟି ଦିନରୁ କିଛି ନୂଆ କରିବାର ଇଚ୍ଛା ଥିଲା ସତ୍ୟଙ୍କ ମନରେ।  ତେଣୁ ସବୁବେଳେ ନୂଆ କିଛି ଖୋଜିବାର ପ୍ରୟାସ […]

  • Saturday, 10 July 2021
maobadi
ସଂଗଠନରୁ ବହିଷ୍କୃତ ହେଲେ ମାଓନେତା ନବୀନ

ମାଲକାନଗିରି: ମାଲକାନଗିରି ଚିତ୍ରକୋଣ୍ଡା  ସ୍ୱାଭିମାନ ଅଞ୍ଚଳର କ୍ୟାଡ଼ର ନେତା ନବୀନଙ୍କୁ ମାଓ ସଂଗଠନରୁ ବହିଷ୍କାର କରାଯାଇଛି। ଏନେଇ ଆନ୍ଧ୍ର ଓଡ଼ିଶା ସ୍ୱତନ୍ତ୍ର ବୋର୍ଡର ଜୋନାଲ କମିଟି ମୁଖ୍ୟ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି। ନବୀନ ମାଓ ଆଦର୍ଶରୁ ବିଚ୍ୟୁତ ହୋଇ ଦଳ ବିରୋଧୀ ଆଚରଣ ସହ ଆଦିବାସୀ ମହିଳାଙ୍କୁ ଅସଦାଚରଣ କରୁଥିବା ସଂଘ ଅଭିଯୋଗ ଆଣିଛି। ମାଓ ନେତା ନବୀନଙ୍କ ଅତ୍ୟଧିକ ଜିଦ୍‌ଖୋର ମନୋଭାବ ଓ ଅତ୍ୟାଚାର କାର୍ଯ୍ୟକଳାପ ଯୋଗୁଁ ବିଚ୍ଛିନ୍ନାଞ୍ଚଳର ଲୋକେ ମାଓବାଦୀଙ୍କୁ ସମର୍ଥନ […]

  • Saturday, 10 July 2021
pathapadha
ଗଛମୂଳେ ଗଢା ଚାଲିଛି ଛାତ୍ରଛାତ୍ରୀଙ୍କ ସୁନେଲି ଭବିଷ୍ୟତ

ବାରପିଦା: ପିଲାଙ୍କ ଉତ୍ତମ ଶିକ୍ଷା ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା । ହେଲେ ଆଜି ବି ଅନେକ ଗାଁ ଅଛି ଯେଉଁଠି ଏହି ଯୋଜନାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସ୍କୁଲଘର ନଥିବାରୁ କେତେବେଳେ ବାରଣ୍ଡାରେ ତ କେତେବେଳେ ଗଛ ତଳେ ଚାଲିଛି ପିଲାଙ୍କ ପାଠପଢା । ମୟୂରଭଞ୍ଜ ଜଡିଦା ପଞ୍ଚାୟତର ଠାକୁରସାହି ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଅଭିଯୋଗ । କପ୍ତିପଦା ବ୍ଲକ  ଠାକୁର ସାହିରେ ସ୍କୁଲ ଅଛି, ହେଲେ ତାହା ନ ଥିବା […]

  • Saturday, 10 July 2021
୪୪୪୪୪୪୪୪୪୪୪୪
ଶ୍ରୀମନ୍ଦିରକୁ ପଛରେ ପକାଇ ଗଡ଼ିଲା ନନ୍ଦିଘୋଷ

ପୁରୀ: ଭାଇ ଭଉଣୀଙ୍କୁ ଆଗରେ ପଠାଇ ଦେଇ ପଛରେ ହଟକରି, ନାଟ କରି ଆସୁଛନ୍ତି କାଳିଆ ଠାକୁର। ଭକ୍ତଙ୍କ ଗହଣରେ…ରାଜକୀୟ ଠାଣିରେ। କେତେବେଳେ ହସୁଛନ୍ତି…କେତେବେଳେ ଚାହୁଁଛନ୍ତି..ପୁଣି କ୍ଷଣେ ଅଟକି ଆଗକୁ ଯିବା ପାଇଁ ଭକ୍ତଙ୍କୁ କହୁଛନ୍ତି। ତଳଧ୍ୱଜ, ଦେବଦଳନ ରଥ ପରେ ଆରମ୍ଭ ହୋଇଛି ଜଗନ୍ନାଥଙ୍କ ରଥଟଣା। ନନ୍ଦିଘୋଷରେ ବସି ଆସୁଛନ୍ତି କାଳିଆ ରାଜା। ପଛରେ ରହିଗଲାଣି ସିଂହଦ୍ୱାର। ଦୂରରୁ ଚାହିଁ ରହିଛି ପତିତପାବନ ବାନା। ସତରେ ଶ୍ରୀମନ୍ଦିର ଛାଡି ଚାଲି ଯାଉଛନ୍ତି କାଳିଆ ସାଆନ୍ତ ! […]

  • Saturday, 10 July 2021
index--21
ଆଗେ ଆଗେ ତାଳଧ୍ୱଜ, ପଛରେ ଦେବଦଳନ, ନନ୍ଦିଘୋଷରେ ଅପେକ୍ଷା କରିଛି କାଳିଆ

ପୁରୀ: ଭକ୍ତଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇ ଆରମ୍ଭ ହୋଇଛି ରଥଟଣା। ଆଗେ ଆଗେ ଚାଲିଛି ତାଳଧ୍ୱଜ। ପଛରେ ଦେବଦଳନ। ସିଂହଦ୍ୱାରରେ ନନ୍ଦିଘୋଷରେ ବସି ହସୁଛନ୍ତି କାଳିଆ ଠାକୁର। କହୁଛନ୍ତି.. ୟା ପରେ ଆସିବ ମୋ ପାଳି। ସେବାୟତ, ଭକ୍ତ ବି ପ୍ରସ୍ତୁତ। କେତେବେଳେ ଠାକୁର ଚାହିଁବେ, ରଥକୁ ଆଗେଇ ନେବେ। ସତେ ତ, ସିଏ ନ ଚାହିଁଲେ କିଏ ବା ତାଙ୍କୁ ନେଇ ପାରିବ ! ଉତ୍ସାହ, ଉଦ୍ଦୀପନା ଭିତରେ ବଳଭଦ୍ରଙ୍କୁ ଟାଣି ନେଉଛନ୍ତି ଭକ୍ତ ଗୁଣ୍ଡିଚା […]

  • Saturday, 10 July 2021
vlcsnap-error603
ବଡ଼ ଦାଣ୍ଡରେ ଗଡ଼ିଲା ରଥ

ପୁରୀ : ଭକ୍ତଙ୍କ ସବୁ ଅପେକ୍ଷାର ଅନ୍ତ ଘଟିଲା।  ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଅପୂର୍ବ ଉତ୍ସାହ, ଉଦ୍ଦିପନା ଭିତରେ ରଥ ଟାଣି ନେଉଛନ୍ତି ଭକ୍ତ। ବିଶାଳ ଜନସମୁଦ୍ର ଭିତରେ ଗଡ଼ି ଗଡ଼ି ଯାଉଛି ରଥ । ଘଣ୍ଟଘଣ୍ଟା, ହୁଳହଳି, ହରିବୋଲ ଶବ୍ଦରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଗଲା। ନୀତି ଅନୁଯାୟୀ […]

  • Saturday, 10 July 2021
vlcsnap-error016
ସୁନା ଖଡ଼ିକାରେ ଛେରା ପହଁରା କଲେ ଗଜପତି ମହାରାଜା

ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର। ଘଣ୍ଟାଘଣ୍ଟ କାହାଳୀ, ହରିବୋଲ ହୁଳହୁଳି ଶବ୍ଦରେ କମ୍ପୁଛି ସିଂହଦ୍ୱାର। ରଥ  ଉପରେ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛନ୍ତି ଭକ୍ତ। ସିଂହଦ୍ୱାରରେ ଭକ୍ତି-ଭଗବାନ ଏକାଠି। ଅନୁଭବି ଠାକୁର ବି ବୁଝି ପାରିଛନ୍ତି ଭକ୍ତଙ୍କ ଆବେଗ। ସେଥିପାଇଁ ତ ବଡ଼ ଦେଉଳ ରତ୍ନ ସିଂହସନ, ଷାଠିଏ ପଉଟିକୁ ଛାଡ଼ି ଧାଇଁ ଆସିଛି ବଡ଼ଦାଣ୍ଡକୁ। ଭକ୍ତଙ୍କ ମେଳକୁ। ସବୁ ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇ […]

  • Saturday, 10 July 2021
puri 00
ରଥ ଉପରେ ଠାକୁରଙ୍କୁ ଦର୍ଶନ କଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ:ଜଗଦ୍‌ଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ସେବକମାନଙ୍କ ଗହଣରେ ରଥ ଉପରେ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି। ଠାକୁରଙ୍କ ଦର୍ଶନ କରି ଭକ୍ତିଭାବରେ ଗଦଗଦ୍‌ ହୋଇ ଉଠିଥିଲେ ଜଗଦ୍‌ଗୁରୁ। ଠାକୁରଙ୍କ ସହ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ପାଇ ଭକ୍ତ ବି ବିଭୋର ହୋଇ ପଡ଼ିଥିଲେ । ହୁଳହୁଳି, ଶଙ୍କଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ପରମ୍ପରା ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତି  ପହଣ୍ଡି କରି ରଥାରୁଢ଼ ହେବାପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଥାନ୍ତି। ଏହାପରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ତିନିରଥରେ […]

  • Saturday, 10 July 2021
700
ସଜେଇ ହେଉଛି କୋଟିଆ, ଦିନକ ପରେ ହେବ ରଥଟଣା

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ୯ ବର୍ଷ ତଳେ ସେଦିନ ପ୍ରଥମ ଥର ପାଇଁ କୋଟିଆରେ ପତିତପାବନ ବାନା ଉଡ଼ାଇ ରାସ୍ତାରେ ଗଡ଼ି ଗଡ଼ି ଗଲା ଶ୍ରୀଜଗନ୍ନାଥଙ୍କ ରଥ। ଆଉ ଏହା ଯେଉଁ ପରିବେଶ ସୃଷ୍ଟି କରିଥିଲା, ତାହା ଅନେକଙ୍କ ପାଇଁ ଆଣି ଦେଇ ଥିଲା ଏକ ନୂଆ ଅନୁଭୂତି।  ଓଃ କି ଭକ୍ତି ଭାବରେ ରଥ ଟାଣୁ ଥିଲେ ଶହ ଶହ ଆଦିବାସୀ ଜନତା! ନଦେଖିଲା ଲୋକ ବିଶ୍ୱାସ କରିବେ ନାହିଁ। ଶ୍ରୀଜଗନ୍ନାଥଙ୍କ କନ୍ଧପୂଜକ ବେକରେ […]

  • Saturday, 10 July 2021
vlcsnap-error225
ସିଂହଦ୍ୱାରରେ ତିନିରଥ..ଅପେକ୍ଷା ଗଜପତିଙ୍କୁ...

ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର। ଘଣ୍ଟାଘଣ୍ଟ କାହାଳୀ, ହରିବୋଲ ହୁଳହୁଳି ଶବ୍ଦରେ କମ୍ପୁଛି ସିଂହଦ୍ୱାର। ରଥ  ଉପରେ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛନ୍ତି ଭକ୍ତ। ସିଂହଦ୍ୱାରରେ ଭକ୍ତି-ଭଗବାନ ଏକାଠି। ଅନୁଭବି ଠାକୁର ବି ବୁଝି ପାରିଛନ୍ତି ଭକ୍ତଙ୍କ ଆବେଗ। ସେଥିପାଇଁ ତ ବଡ଼ ଦେଉଳ ରତ୍ନ ସିଂହସନ, ଷାଠିଏ ପଉଟିକୁ ଛାଡ଼ି ଧାଇଁ ଆସିଛି ବଡ଼ଦାଣ୍ଡକୁ। ଭକ୍ତଙ୍କ ମେଳକୁ। ଅପେକ୍ଷା …କେତେବେଳେ ଆସିବେ ଠାକୁରଙ୍କ […]

  • Saturday, 10 July 2021
mausima
ମାଉସୀ ମା’ ଓ ଶ୍ରଦ୍ଧାର ପୋଡ଼ପିଠା

ଭାବର ଠାକୁର ଜଗନ୍ନାଥ। କେତେ ଲୀଳା, କେତେ ଖେଳା ତା’ର। ତାକୁ ନେଇ ଲେଖା ହେଇଛି କେତେ ପୁରାଣ, କେତେ କାହାଣୀ । କହିଲେ ସରବନି । ହେଲେ ଏସବୁ ଭିତରେ ଗୋଟିଏ କଥା ସତ, ଭକ୍ତର ମନକୁ ପଢିପାରେ, ମାନକୁ ବୁଝିପାରେ, ଅଭିମାନକୁ ଭାଙ୍ଗିପାରେ ସେଇ ହଟିଆ ଠାକୁର କାଳିଆ ଠାକୁର…।  ଏମିତି ଦିନେ ଅଭିମାନ କରିଥିଲେ କୈକେୟୀ। ଆଉ ତାଙ୍କ ଅଭିମାନ ଭାଙ୍ଗିବାକୁ କଥା ଦେଇଥିଲେ ପ୍ରଭୁ ଶ୍ରୀରାମ। ଦେଇଥିବା ସେଇ କଥାକୁ ଆଜି […]

  • Saturday, 10 July 2021
jagannath ..
ଝୁଲି ଝୁଲି ପହଣ୍ଡିରେ ଆସୁଛନ୍ତି ହଟିଆ ଠାକୁର

ପୁରୀ: ଝୁଲି ଝୁଲି ଆସୁଛି କାଳିଆ ଠାକୁର। କେତେବେଳେ ଆସୁଛି, କେତେବେଳେ ଅଟକି ଯାଉଛି…। ଭକ୍ତଙ୍କୁ ଯେମିତି କହୁଛି…ମୋତେ ଅପେକ୍ଷା କର…ଅପେକ୍ଷାରେ ତ ଥାଏ ଆନନ୍ଦ ! ଏଣେ ଉଚ୍ଛନ୍ନ ହେଲେଣି ଭକ୍ତ। ହଟିଆ ଠାକୁରଙ୍କ ଦର୍ଶନ ପାଇଁ।  ଆଉ ଧୈର୍ଯ୍ୟ ବାଡ଼ବନ୍ଧ ମାନୁନି । ସମସ୍ତଙ୍କ ମନରେ ସେଇ ଗୋଟିଏ ଭାବ। ଗୋଟିଏ ବର୍ଷ ତ ଅପେକ୍ଷା କରାଇଲ । ଆଉ କେତେ ଅପେକ୍ଷା କରାଇବ ପ୍ରଭୁ ! ତୁମ ଦର୍ଶନରେ ଏ ଚର୍ମଚକ୍ଷୁ ପବିତ୍ର […]

  • Saturday, 10 July 2021
ratha (1)
୧୮୭୭ ରଥଯାତ୍ରା: ଅର୍ଦ୍ଧରାତ୍ରରେ ପହଣ୍ଡି, ଭୋର୍‌ରେ ରଥଟଣା

ରଥଯାତ୍ରା ଦିନ ପହଣ୍ଡିକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହୁଏ। କେତେବେଳେ ଦଇତାଙ୍କ ଦାବିକୁ ଶୁଣିବାରେ ସରକାର ଅମଙ୍ଗ ହେବାରୁ ନୀତି ବିଳମ୍ୱ ହୁଏ ତ ଆଉ କେତେବେଳେ ରଥ ତିଆରି କାର୍ଯ୍ୟରେ ବିଳମ୍ୱ ହୁଏ। ସେହିପରି କେତେବେଳେ ପ୍ରଶାସନିକ କାରଣରୁ ଅହେତୁକ ବିଳମ୍ୱ ହୁଏ। ହେଲେ ୧୮୭୭ ରଥଯାତ୍ରାରେ ଯେଉଁଭଳି ଭାବେ ବିଳମ୍ୱ ହୋଇଥିଲା, ତାହା ପୂର୍ବରୁ ପ୍ରାୟ କେବେ ହୋଇ ନଥିଲା। ପହଣ୍ଡି ସରୁ ସରୁ ରାତି ଅଧ ହୋଇଥିଲା। ତା’ ପରଦିନ […]

  • Saturday, 10 July 2021
pahandi
ପହଣ୍ଡିରେ ବାହାରିଲେ ବଡ଼ଭାଇ ବଳଭ୍ରଦ, ଭଉଣୀ ସୁଭଦ୍ରା

ପୁରୀ: ଆରମ୍ଭ ହୋଇଯାଇଛି ପହଣ୍ଡି ବିଜେ। ସବା ଆଗରେ ବଡଭାଇ ବଳଭଦ୍ର। ଭକ୍ତଙ୍କ ଗହଣରେ ଝୁଲି ଝୁଲି, ଟାହିଆ ହଲେଇ ଆସୁଛନ୍ତି। ତାଙ୍କ ପଛରେ ଅଛନ୍ତି ମହାମାୟା ମା’ ସୁଭଦ୍ରା। ବାଇଶି ପାହାଚରେ ଦଇତାଙ୍କ ସ୍କନ୍ଧରେ ଊର୍ଦ୍ଧ୍ୱମୁଖା ହୋଇ ବିଜେ କରୁଛନ୍ତି। ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ବିଜେ ସରିଲାଣି। ସୁଭଦ୍ରାଙ୍କ ଦେବଦଳନ ରଥରେ ଆସୀନ ହୋଇ ସାରିଲେଣି ପ୍ରଭୁ ସୁଦର୍ଶନ। ହରିବୋଲ, ହୁଳହୁଳି, ଘଣ୍ଟକାହାଳି ଶବ୍ଦରେ ଉଛୁଳି ପଡ଼ୁଛି ସିଂହଦ୍ୱାର। ସଂହଦ୍ୱାର ଗୁମୁଟ ମଧ୍ୟରୁ ଦେଖାଦେଲେଣି ବଳଭଦ୍ର। […]

  • Saturday, 10 July 2021
111111
ହସୁଥାରେ ଚକାଡ଼ୋଳା, ତୋର ଆଜି ରଥଯାତ୍ରା...

ପୁରୀ: ହସୁଛି ରଥ, ହସୁଛି ପଥ।  ଆଉ ଭକ୍ତର ହସହସ ମୁହଁ ଦେଖି ମନେ ମନେ ହସୁଛି କାଳିଆ ଠାକୁର। କହୁଛି, ମୁଁ ଯାଉଛି…ତୁମ ପାଖକୁ। ଭକ୍ତଙ୍କ  ଗହଣରେ ମୁଁ ବି ଚାହେଁ ହଜି ଯିବାକୁ, ମଜ୍ଜି ଯିବାକୁ…। ଅପେକ୍ଷା କର…ଆଉ କିଛି ମୁହୂର୍ତ୍ତ ମାତ୍ର..   ଆଜି ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଭକ୍ତି ଓ ଭଗବାନଙ୍କର ଅପୂର୍ବ ମିଳନର ତିଥି। କେତେ ପବିତ୍ର ଏ ତିଥି ସତେ ! ଏଇ ମିଳନ ପାଇଁ ସମସ୍ତେ […]

  • Saturday, 10 July 2021
Capture
ସିକନ୍ଦର ଆଲାମ୍‌, ମହାପ୍ରସାଦ, ଚପଳା ଓ ଶ୍ରଦ୍ଧାର କଥା

“କାହାର କ’ଣ ଖାଦ୍ୟ। କୁହାଯାଏ, ତୃଣାଦି ପଶୁଙ୍କର ଖାଦ୍ୟ। ଆଶା ମନୁଷ୍ୟର ଓ ଶ୍ରଦ୍ଧା ଦେବତାଙ୍କର ଖାଦ୍ୟ।” ଡକ୍ଟର ସିଦ୍ଧେଶ୍ୱର ମହାପାତ୍ରଙ୍କ ଲିଖିତ ‘ନୀଳ ପାହାଡ଼ର ଡାକ’ ପୁସ୍ତକର ‘ଶ୍ରଦ୍ଧାବିଶ୍ୱାସର କ୍ଷେତ୍ର’ ଅଧ୍ୟାୟର ଶେଷ ପାରାର ପ୍ରଥମ ଦୁଇ ଧାଡ଼ିରେ ଏହା ଲେଖା ହୋଇଛି। ‘ଶ୍ରଦ୍ଧାବିଶ୍ୱାର କ୍ଷେତ୍ର’ ଅଧ୍ୟାୟରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଭକ୍ତଙ୍କ ଶ୍ରଦ୍ଧା ବିଷୟରେ ଲେଖକ ଅନେକ ସୁନ୍ଦର ସୁନ୍ଦର ଉଦାହରଣ ଦେଇଛନ୍ତି। ଆଉ ସେଥିରେ ସ୍ଥାନିତ ହୋଇଛି, ଚପଳା ବସ୍ ଓ […]

  • Saturday, 10 July 2021
୩
ଅଭିମାନର ଭାଷା ବୁଝିପାରେ କାଳିଆ...

ଭାବକୁ ନିକଟ ସେ ଅଭାବକୁ ଦୂର। ଭକ୍ତର ଭାବରେ ସେ ବନ୍ଧା। ପ୍ରତିଟି ଓଡିଆର ପ୍ରାଣର କେନ୍ଦ୍ର ସେହି ଜଗତର ନାଥ ଜଗନ୍ନାଥ। ତାକୁ ନେଇ ପ୍ରତିଟି ଭକ୍ତ ସାଉଁଟିଛି ଅନେକ ସ୍ମୃତି ଆଉ ଅନୁଭୂତି। ଆଉ ମୁଁ ଜଣେ ଓଡ଼ିଆ ଭାବରେ ଜଗନ୍ନାଥଙ୍କ ଅନେକ ଅନୁଭୂତି ମଧ୍ୟରୁ ଗୋଟିଏ  ଏଠାରେ ପ୍ରକାଶ କରିବାକୁ ଯାଉଛି।… ବର୍ଷେ ତଳର କଥା। ସକାଳୁ ସକାଳୁ ବାଇକ୍‌ରେ ଭୁବନେଶ୍ୱରରୁ ଘରକୁ(ତାଳଚେର) ଯାଉଥାଏ। ଘରେ ପହଞ୍ଚିବା ପରେ ସାଙ୍ଗ ଚଗୁଲୁର ଫୋନ‌ […]

  • Saturday, 10 July 2021
222222222
ପୁଣି ମୃତଦେହକୁ ଅସମ୍ମାନ: ପାର୍କିଂ ସ୍ଥାନରେ ରଖିଲେ, ବାଇକ୍‌ରେ ବାନ୍ଧି ଘରକୁ ନେଲେ

ମାଲକାନଗିରି: ପୁଣି ମୃତଦେହକୁ ଅସମ୍ମାନ। ମାଲକାନଗିରି ଜିଲ୍ଲାର କାଲିମେଳା ଚିକିତ୍ସାଳୟରେ ମୃତଦେହକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ମୃତଦେହକୁ ରାତି ତମାମ ଗାଡ଼ି ପାର୍କିଂ ସ୍ଥାନରେ ରଖିବା ସହ ମୋଟର ସାଇକେଲରେ ବାନ୍ଧି ଘରକୁ ନେବା ଦୃଶ୍ୟ ଦେଖିବାକୁ ମିଳିଛି। ଗତ ୨୯ ତାରିଖରେ ଏକ ଦୁର୍ଘଟଣାରେ ଏମପିଭି-୫୫ ଗ୍ରାମର ସୁବାଷ ବୈଦ୍ୟଙ୍କ ମୃତ୍ୟୁ  ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସେହି ଦିନ ପୋଷ୍ଟମାର୍ଟମ ହୋଇ ପାରି ନ ଥିଲା। ଫଳରେ ମୃତଦେହକୁ […]

  • Saturday, 10 July 2021
111111111111
ସରୁନି ଜନନୀ ଯନ୍ତ୍ରଣା, ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପାହାଡ଼ ତଳେ ପ୍ରସବ

ନୂଆପଡ଼ା: ଥମୁନି ଜନନୀ ଯନ୍ତ୍ରଣା। ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଶେଷରେ ପାହାଡ଼ ତଳେ ସନ୍ତାନକୁ ଜନ୍ମ ଦେଲେ ପ୍ରସୂତି। ଏପରି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଖଡିଆଳ ବ୍ଲକ ସମାଟପଦର ଗାଁରେ। ସମାଟପଦର ଗାଁର ଏହି ମହିଳା ଜଣକ ଆଜି  ପ୍ରସବଜନିତ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଆମ୍ବୁଲାନ୍ସ ଡାକିଥିଲେ ହେଁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନ ଥିଲା। ତେଣୁ ପରିବାର ଲୋକେ ସଂପୃକ୍ତ ମହିଳାଙ୍କୁ ମେଡ଼ିକାଲ ନେବା ପାଇଁ […]

  • Saturday, 10 July 2021