ଭୁବନେଶ୍ୱର: ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(OTET) ପାଇଁ ଆଜିଠାରୁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଜୁଲାଇ ୨୬ ହେଉଛି ଅନ୍ଲାଇନ୍ ଆବେଦନର ଶେଷ ଦିନ। ସେହିପରି ଅନଲାଇନ୍ ପେମେଣ୍ଟର ଶେଷ ଦିନ ଜୁଲାଇ ୨୯। ଏହିଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍ଲାଇନ୍ ପେମେଣ୍ଟ କରିପାରିବେ। ପେପର-୧, ପେପର-୨ ପାଇଁ ଅଲଗା ଅଲଗା ଫି ରଖାଯାଇଛି। ୨୦୧୮ OTET ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ମଧ୍ୟ ସାନି ଆବେଦନ କରିପାରିବେ। ସାନି ଆବେଦନ ପାଇଁ ପରୀକ୍ଷାର୍ଥୀଙ୍କୁ ଆପଉ […]
ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ପାରାମେଡିକାଲ୍ କର୍ମଚାରୀ ଓ ନର୍ସମାନେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୨୬ ତାରିଖରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ ମେଡିକାଲରେ ଗଣ୍ଡଗୋଳ ଓ ଭଙ୍ଗାରୁଜା କରିଥିଲେ। ଏପରିକି ଆଇସିୟୁ ଭିତରେ ପଶି ପାରାମେଡିକାଲ୍ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ନର୍ସଙ୍କୁ ଦୁର୍ବ୍ୟବହାର କରିଥିଲେ। ଏନେଇ ମେଡିକାଲ କର୍ତ୍ତୃପକ୍ଷ ୬ଜଣଙ୍କ ନାଁରେ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ଏହି ଘଟଣାରେ […]
ଧର୍ମଗଡ଼: ବିଶ୍ୱକପ୍ ସେମି ଫାଇନାଲରେ ଭାରତର ପରାଜୟ ଅସହ୍ୟ ଥିଲା। ଏହି ପରାଜୟ ଦୁଃଖ ସହି ନ ପାରି କ୍ରିକେଟ ପ୍ରେମୀ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରାଜୟ ପରେ କ୍ରିକେଟପ୍ରେମୀ ବିଷ ପିଇବା କିମ୍ବା ସେଇଭଳି କିଛି ଅଘଟଣ ଘଟାଇବା ନଜୀର ଆଗରୁ ରହିଛି। ତେଣୁ ଯୁବକଙ୍କର ଆତ୍ମହତ୍ୟା ଉଦ୍ୟମକୁ ସେହିପରି ଭାବେ ଗ୍ରହଣ କରିଥିଲେ ସ୍ଥାନୀୟ ଲୋକେ । ହେଲେ ଏବେ ଘଟଣା ଉପରୁ ପରଦା ହଟିଛି । ଯୁବକ ଜଣକ କ୍ରିକେଟ ପାଇଁ […]
ସମ୍ବଲପୁର: କେବିସି ବା କୌନ୍ ବନେଗା କରୋଡପତି କରାଇ ଦେବା ନାଁରେ ଠକେଇ। ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ, ଅନ୍ ଲାଇନ୍ରେ ଠକି ନେଇଛନ୍ତି ୪୦ଲକ୍ଷରୁ ଅଧିକ ଟଙ୍କା । ଏମିତି ଠକାମୀର ଶିକାର ହୋଇଛନ୍ତି ସମ୍ବଲପୁରର ଜଣେ ବ୍ୟକ୍ତି। ସେ ହୀରାକୁଦ ସ୍ଥିତ ହିଣ୍ଡାଲକୋ କାରଖାନାରେ ଶ୍ରମିକ ଭାବେ କାମ କରନ୍ତି। ସମ୍ବଲପୁର ହିରାକୁଦ ଅଞ୍ଚଳର ଏହି ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ, ଗତବର୍ଷ ଅଗଷ୍ଟ ମାସରେ ‘କୌନ୍ ବନେଗା କରୋଡ୍ପତି’ କାର୍ଯ୍ୟକ୍ରମରୁ […]
ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଓଡ଼ିଶା ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଉପରେ ଆଜି ବିଚାର କରି ପରବର୍ତ୍ତୀ ଶୁଣାଣିକୁ ଟ୍ରିବ୍ୟୁନାଲ ଘୁଞ୍ଚାଇଛନ୍ତି। ଏହାସହ ମୂଳ ମାମଲାର ଶୁଣାଣି କରି ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ଅକ୍ଟୋବର ୧୯ ତାରିଖ ସୁଦ୍ଧା ସମସ୍ତ କାଗଜପତ୍ର ଦାଖଲ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।
ପୁରୀ: ବଡ଼ ଦେଉଳରେ ବାରମାସରେ ତେର ପର୍ବ। କେତେ ରୂପରେ, କେତେ ବେଶରେ ସଜେଇ ହୁଅନ୍ତି ଠାକୁର। ସବୁ ସେଇ ଭକ୍ତଙ୍କ ପାଇଁ। ଆଜି ରଥ ଉପରେ ତିନି ଠାକୁରଙ୍କ ବେଶ ହେବ ସୁନାରେ। ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା.. ଜଗନ୍ନାଥଙ୍କର ଅନେକ ବେଶ। ତା ମଧ୍ୟରୁ ସୁନାବେଶ ଗୋଟିଏ। ଦୈନନ୍ଦିନ ପର୍ବପର୍ବାଣିରେ ଠାକୁର ପିନ୍ଧନ୍ତି ସୂତାବସ୍ତ୍ର, ପାଟବସ୍ତ୍ର, ଫୁଲ, […]
ପକେଟ୍ରେ ୨ଶ ଟଙ୍କା। ବିନା ଟିକେଟରେ କେ.ପି(ଖୋର୍ଦ୍ଧାରୋଡରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନ୍)ରେ ଖୋର୍ଦ୍ଧା ରୋଡ୍ରୁ ପୁରୀ। ଖରା ଜୋର୍ ଥାଏ। ତଥାପି ଜଗା ଦର୍ଶନର ଆଶା ମନକୁ ଆଚ୍ଛାଦିତ କରି ରଖିଥାଏ ମେଘ ଭଳି। କିଛି କ୍ଷଣର ବିରାମ ପରେ ମୁଁ ମହାପ୍ରଭୁଙ୍କୁ ଦର୍ଶନ କରିବି, ମନର ଶୋଷ ମେଣ୍ଟିଯିବ। ଓଃ…. ମୁଁ ସେତେବେଳକୁ ପ୍ଲସ୍ ୨ ପଢୁଥାଏ। ରେଲୱେ ସ୍କୁଲରେ ପାଠ ପଢୁଥିବାରୁ ମୋ ଆଇକାର୍ଡକୁ ମୁଁ ଟ୍ରେନ୍ ପାସ୍ ବୋଲି ଭାବି ନେଇଥାଏ। […]
ଭୁବନେଶ୍ୱର: କାଳିଆ ଠାକୁରଙ୍କ ଲୀଳା ବାସ୍ତବରେ ରହସ୍ୟମୟ। ଦିନେ ଯବନ ସାଲବେଗର ଭାବରେ ଅଟକି ଯାଇଥିଲା ନନ୍ଦିଘୋଷ। ଭାବ ବିନୋଦିଆ କାଳିଆ ଠାକୁର ଭକ୍ତର ଆକୁଳ ନିବେଦନକୁ କାଟି ଯାଇପାରି ନ ଥିଲେ ଆଗକୁ। ଆଉ ସୃଷ୍ଟି ହୋଇଥିଲା ଭଜନଟିଏ- “ଜଗବନ୍ଧୁ ହେ ଗୋସାଇଁ, ମୁହିଁ ଯିବା ଯାଏଁ ନନ୍ଦି ଘୋଷେ ଥିବ ରହି…।” ଭକ୍ତର ଯେ, କୌଣସି ଜାତି ଆଉ ଧର୍ମ ନ ଥାଏ ସେ କଥା ପ୍ରମାଣିତ ହୋଇଥିଲା ସେଦିନ। ଜାଣିଛନ୍ତି, ସାଲବେଗଙ୍କ ଭଳି […]
ପୁରୀ: ସିଂହଦ୍ୱାର ଅଭିମୁଖେ ଗଡ଼ି ଚାଲିଛି ତିନି ରଥ। ଘୋର ଘର୍ଘର ନାଦରେ ବଡଦାଣ୍ଡ କମ୍ପାଇ ଚାଲିଛି ରଥ। ଶଙ୍ଖ, ହୁଳହୁଳି, ଘଣ୍ଟଘଣ୍ଟା ଶବ୍ଦରେ ଉଛୁଳୁଛି ସହର। ଜନସମୁଦ୍ର ବଡଦାଣ୍ଡରେ ତିନୋଟି ତରୀ ଭଳି ଭାସି ଭାସି ଯାଉଛନ୍ତି ତିନି ରଥ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ପଛରେ ରହିଗଲାଣି ଗୁଣ୍ଡିଚା ମନ୍ଦିର। ସବା ଆଗରେ ବଳଭଦ୍ର। ମଝିରେ ଚାଲିଛି ଦେବ ଦଳନ । ପଛରେ ଗହଳ ଲଗାଇ ଆସୁଛି କାଳିଆ ରାଜା ନନ୍ଦିଘୋଷରେ। ଆଜି ଭୋର ୪ଟାରୁ […]
ପୁରୀ: ନବଦିନ ଯାତ୍ରା ଶେଷକରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ଶ୍ରୀଜିଉ। ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇ ଯାଇଛି ରଥଟଣା। ଶରଧାବାଲିରେ ଘୋର ଘର୍ଘର ନାଦ କରି ଗଡ଼ି ଚାଲିଛି ତାଳଧ୍ୱଜ ରଥ। ଶରଧାବାଲି ଦିଶୁଛି ଭକ୍ତ ମୟ। ଘଣ୍ଟ, ଘଣ୍ଟା, ହୁଳହୁଳି ଶବ୍ଦରେ ଫାଟିପଡୁଛି ଦାଣ୍ଡ। ଅପୂର୍ବ ଆଗ୍ରହ ଓ ଉତ୍ସାହରେ ତାଳଧ୍ୱଜ ରଥକୁ ଟାଣିଟାଣି ଶ୍ରୀମନ୍ଦିର ଅଭିମୁଖେ ନେଇଯାଉଛନ୍ତି ଶ୍ରଦ୍ଧାଳୁ। ଆଜି ଭୋର ୪ଟାରୁ ଶ୍ରୀଜିଉଙ୍କ ବାହୁଡ଼ା ନୀତି ଆରମ୍ଭ ହୋଇ […]
ସବୁ ରାସ୍ତା ଧାଇଁଛନ୍ତି ବଡ଼ଦାଣ୍ଡକୁ। ସବୁ ନଦୀ ଧାମନ୍ତି ଜଳଧି। ସମୁଦ୍ରରେ ନିଜକୁ ହଜାଇ ଦେବାରେ ନଦୀର ପରିପୂର୍ଣ୍ଣତା…ପରିତୃପ୍ତି। ଗୋଟାଏ ବିନ୍ଦୁରେ ଶ୍ରୀମନ୍ଦିର ଆଉ ଏକ ବିନ୍ଦୁରେ ଗୁଣ୍ଡିଚା ମନ୍ଦିର। ଏହି ଦୁଇ ବିନ୍ଦୁକୁ ଯୋଗ କରୁଥିବା ବକ୍ରରେଖାର ନାମ ବଡ଼ ଦାଣ୍ଡ, ପୁରୀର ଲାଇଫ ଲାଇନ ଏହି ଦାଣ୍ଡ।***** ଆଜି ଏହି ଦାଣ୍ଡ ଜାତୀୟ ରାଜପଥ ମାନ୍ୟତାପ୍ରାପ୍ତ ସୁନ୍ଦର ମସୃଣପଥ। କାଲି କିନ୍ତୁ ଥିଲା ବାଲିର ଦାଣ୍ଡ। ଏହି ସିକତା ପଥକୁ ଦ୍ୱିଖଣ୍ଡିତ କରି ନଦୀଟିଏ […]
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ତାଙ୍କ ଭାଇ, ଭଉଣୀଙ୍କ ସହିତ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଶେଷ ହୋଇଛି ପହଣ୍ଡି। ରଥାରୂଢ଼ ହୋଇ ସାରିଛନ୍ତି ଶ୍ରୀଜୀଉ । ପହଞ୍ଚି ଗଲେଣି ଠାକୁରଙ୍କ ଚଳନ୍ତି ପ୍ରତିମା ଗଜପତି ମହାରାଜା। ବଳଭଦ୍ରଙ୍କ ରଥରେ ପ୍ରାରମ୍ଭିକ ନୀତିକାନ୍ତି ସରିବା ପରେ ଆରମ୍ଭ କରିଛନ୍ତି ଛେରା ପହଁରା। ଛେରା ପହଁରା ଅର୍ଥାତ ରଥ ଉପରେ ପଡିଥିବା ଚନ୍ଦନ, ପୁଷ୍ପକୁ ଗଜପତି ସୁନା ବେଣ୍ଟ ଲାଗିଥିବା ଖଡ଼ିକାରେ ସଫା କରିବେ। ବଳଭଦ୍ରଙ୍କ ରଥରେ ଛେରା […]
ଛୋଟ ଛୋଟ କାଠ ଟୁକୁରାରେ ତିଆରି ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର। ଚତୁପାର୍ଶ୍ୱରେ ଘେରି ରହିଛି ମେଘନାଦ ପ୍ରାଚୀର। ଆଉ ଭିତରେ ସ୍ନାନ ବେଦୀ ଠାରୁ ଆରମ୍ଭ କରି ଆଡପ ମଣ୍ଡପ, ଚକ୍ରତୀର୍ଥ, ପାର୍ଶ୍ୱ ଦେବତା ଓ ଅନ୍ୟମନ୍ଦିର, ତା ସହ ମନ୍ଦିର ସମ୍ମୁଖରେ ରହିଛି ଅରୁଣ ସ୍ତମ୍ଭ। ଆଉ ପତିତଙ୍କ ଦର୍ଶନ ପାଇଁ ରହିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୧ ମିମି ଉଚ୍ଚତାର ପତିତପାବନ ମୂର୍ତ୍ତି
ପୁରୀ: ଆଗରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନକୁ ପଠାଇ ଦେଇ ପଛରେ ଆସୁଛନ୍ତି ମହାପ୍ରଭୁ କାଳିଆ ସାଆନ୍ତ। ଝୁଲି ଝୁଲି, ଦିବ୍ୟ ଟାହିଆ ହଲାଇ ଆସୁଛନ୍ତି କାଳିଆ ଠାକୁର। ନାକଚଣା ଦ୍ୱାର ଉନ୍ମୁକ୍ତ ରହିଛି। ଶରଧାବାଲିରେ ଠିଆ ହୋଇ ଭକ୍ତ ଚାହିଁ ରହିଛନ୍ତି ନକଚଣାଦ୍ୱାରକୁ । କେତେବେଳେ ଦିଶିଯିବ ଚକାନୟନ। ଉଚ୍ଛନ୍ନ ହେଲେଣି ଭକ୍ତ। ରଥ, ପଥ ସମସ୍ତେ ଚାହିଁଛନ୍ତି ହଟିଆ ଠାକୁରଙ୍କ ଦର୍ଶନ ପାଇଁ। ଆଉ ଧୈର୍ଯ୍ୟ ବାଡ଼ବନ୍ଧ ମାନୁନି । […]
୧୯୦୫ ମସିହାରେ ଜୁଲାଇ ୪ ତାରିଖରେ ଗୁଣ୍ଡିଚା ଯାତ୍ରା ପଡ଼ିଥିଲା। ପୂର୍ବ ବର୍ଷ ପରି ଏ ବର୍ଷ ରଥ ଯାତ୍ରା ବେଶ୍ ସୁରୁଖୁରରେ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ନୂଆ ମ୍ୟାନେଜର୍ ଏଥିପାଇଁ ବିଶେଷ ଯତ୍ନବାନ ହୋଇଥିଲେ। ଗୋଟିଏ ଦିନରେ ରଥ ଗୁଣ୍ଡିଚା ମନ୍ଦିରରେ ଲାଗି ତା’ପର ଦିନ ପହଣ୍ଡି ହୋଇଥିଲା। ରାସ୍ତାଘାଟ ଓ ଯନ୍ତ୍ର କୌଶଳର ସୁବିଧା ନଥାଇ ଗୋଟିଏ ଦିନରେ ରଥ ଲାଗିବା ସମସ୍ତଙ୍କୁ ଚକିତ କରିଥିଲା। ପୁଣି ଶାସ୍ତ୍ରାନୁସାରେ ତା’ ପରଦିନ ପହଣ୍ଡି […]
ପୁରୀ: ବାହୁଡ଼ା ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ପଡିଛି ପୁରୀ ସହର। ଆଜି ନୀଳକନ୍ଦରକୁ ଫେରିବେ ଶ୍ରୀଜିଉ। ସମସ୍ତେ ତତ୍ପର। ସଅଳ ସଅଳ ଆରମ୍ଭ ହୋଇଯାଇଛି ନୀତିକାନ୍ତି। ଧାର୍ଯ୍ୟ ସମୟ ପୂର୍ବରୁ ହୋଇଗଲାଣି ପହଣ୍ଡି। ସେବାୟତମାନେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡିରେ ଆଣି ସାରିଲେଣି। ପଛକୁ ପଛ ବାହାରି ପଡିଲେଣି ବଡ ଭାଇ ବଳଭଦ୍ର। ସମସ୍ତେ ଯେମତି ବ୍ୟଗ୍ର ଯିବାପାଇଁ ଭକ୍ତଙ୍କ ଭିଡ଼କୁ। ବିଧି ବ୍ୟବସ୍ଥା ଅନୁସାରେ, ଆଜି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ […]
ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଶରଧାବାଲିରେ ଦଣ୍ଡାୟମାନ ତିନି ରଥ । ଆକୁଳ ହୃଦୟରେ ଚାହିଁ ରହିଛନ୍ତି ଭକ୍ତ। କେତେବେଳେ ରଥକୁ ଫେରିବେ ପ୍ରଭୁ। ଶରଧାବାଲିରେ ରଥଟାଣି ଭକ୍ତ ତାଙ୍କର ପ୍ରିୟ ଠାକୁରଙ୍କୁ ନେଇଯିବେ ତାଙ୍କର ନୀଳକନ୍ଦରକୁ। ସେପଟେ କାନ୍ଦୁଛି ପତିତପାବନ ବାନା, ଶ୍ରୀହୀନ ଦିଶୁଛି ଶ୍ରୀମନ୍ଦିର। ଲକ୍ଷ୍ମୀ ସାଆନ୍ତାଣୀ ବି ମାନ କରି ବସିଛନ୍ତି । ଆଉ କେତେ ସମୟ ପ୍ରଭୁ ଏଠାରେ ଏମିତି ଲୀଳା ଲଗାଇବ ? ଶୀଘ୍ର ଚାଲି ଆସ […]
ପୁରୀ : ଆଜି ବାହୁଡ଼ା। ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସମୁଦ୍ର ବେଳାଭୂମିଠୁ ନେଇ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ଓ ସହରର ସବୁ ଗଳିକନ୍ଦିରେ ଛାଇ ଯାଇଛନ୍ତି ଓଡ଼ିଶା ପୁଲିସ୍ ସହ କେନ୍ଦ୍ରୀୟ ଫୋର୍ସ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଆନିମେଟେଡ୍ ରୁଟ୍ ଚାର୍ଟ। ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ଉତ୍ତରା, ମାଳତୀପାଟପୁର ଦେଇ ତାଳବଣିଆ, ଭୁଦାନ ଛକ, ଇନଡୋର ଷ୍ଟାଡିୟମ୍ […]
ବ୍ରହ୍ମପୁର: ସ୍କୁଲର ମଧ୍ୟାହ୍ନ ବିରତି ଚାଲିଥିଲା। ମନଖୁସିରେ ଖେଳୁଥିଲେ ପିଲାମାନେ । ହେଲେ କିଏ ଜାଣିଥିଲା ଏଇ ଖେଳଛୁଟି ୬ଷ୍ଠ ଶ୍ରେଣୀର ଶ୍ୟାମଙ୍କ ପାଇଁ ମୃତ୍ୟୁକୁ ଡାକି ଆଣିବ ବୋଲି ? ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଆଙ୍ଗୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଫଳକ ଭାଙ୍ଗି ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାମ ଶ୍ୟାମ ସୁନ୍ଦର ଦାସ। ମଧ୍ୟାହ୍ନ ଭୋଜନ ବିରତି ବେଳେ ସାଙ୍ଗମାନଙ୍କ ସହ ଶ୍ୟାମ ଖେଳୁଥିଲେ। ଏହି […]
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ପାସପୋର୍ଟ ଅଫିସ ଆଗରେ ଇଞ୍ଜିନିୟରଙ୍କ କାର ଭାଙ୍ଗି ଲୁଟ୍ । ଦୁର୍ବୃତ୍ତମାନେ ପ୍ରାୟ ୩ ଲକ୍ଷ ଟଙ୍କାର ଅଳଙ୍କାର, ମୋବାଇଲ୍ ଓ ଏଟିଏମ୍ କାର୍ଡ ଲୁଟି ନେଇଛନ୍ତି। ଘଟଣା ଘଟିଛି ବୁଧବାର ମଧ୍ୟାହ୍ନରେ। ନିମାପଡାର ଗୋଟିଏ ପରିବାର ପାସ୍ପୋର୍ଟ ଅଫିସକୁ ଆସିଥିଲେ ପୁଅର ପାସପୋର୍ଟ ପାଇଁ। ଏକ ବ୍ୟାଗ୍ ଭିତରେ ଟଙ୍କା ବ୍ୟାଗ, ମୋବାଇଲ୍ ଓ ଅଳଙ୍କାର ରଖି ଏହାକୁ କାର୍ ଭିତରେ ରଖି ପାସପୋର୍ଟ ଅଫିସକୁ ଯାଇଥିଲେ। କେହି ନ ଥିବାର […]
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବୁଧବାର ବିପୁଳ ପରମାଣର ସୁନା ଜବତ ହୋଇଛି । ଉତ୍ତରପ୍ରଦେଶର ଜଣେ ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ଏହି ସୁନା ଜବତ କରିଛି । ଜବତ ସୁନାର ପରିମାଣ ୧୫୦.୯୨୦ ଗ୍ରାମ ହେବ । ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ୩୩ହଜାର ୩୫୧ଟଙ୍କା ବୋଲି କଷ୍ଟମ ବିଭାଗ ସୂଚନା ଦେଇଛି। ସଂପୃକ୍ତ ବ୍ୟକ୍ତି ଜଣଙ୍କ ନିଜ ଟିସାର୍ଟ କଲାରରେ ଏହି ସୁନାକୁ ଲୁଚାଇ ଆଣୁଥିଲେ। ଅଭିଯୁକ୍ତ ଜଣକ ଏୟାର ଏସିଆରେ ବ୍ୟାଙ୍କକରୁ ଆସୁଥିଲେ। […]
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସଦର ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଅକ୍ଷୟ ସ୍ୱାଇଁ। ତା ଘର ପୁରୀ ଜିଲ୍ଲା ଅସ୍ତରଙ୍ଗରେ। ସେ ଏକ କ୍ରସରରେ କାମ କରେ। ସୂଚନା ଅନୁସାରେ, ଭିନ୍ନକ୍ଷମ ଯୁବତୀଙ୍କ ମା’ ଏହି କ୍ରସରରେ ଶ୍ରମିକ ଭାବେ କାମ କରନ୍ତି। […]
ନୀଳଗିରି: ବାଲେଶ୍ୱର ଜିଲ୍ଳା ନୀଳଗିରିରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ତୀବ୍ର ବିରୋଧ କରିଛି ସିପିଆଇ। ସଂଗଠନର ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆଜି ନୀଳଗିରି ପାର୍ଟି ଅଫିସରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାକୁ ଯାଇଥିଲେ। ସେଠାରେ ସେମାନେ ଗଣଧାରଣା ଦେଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ନୀଳଗିରି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀ କାଳିଆ ଯୋଜନାରେ କୌଣସି ଲାଭ ପାଇପାରୁ ନାହାଁନ୍ତି। ତେଣୁ କାଳିଆ ଯୋଜନାର ଟଙ୍କା ଚାଷ କାମ […]
ଖୋର୍ଦ୍ଧା: ବେଆଇନ ପଥର ଖାଦାନ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଆକ୍ସନ ମୋଡକୁ ଆସିବା ପରେ ଆତଙ୍କିତ ହେଲେଣି ପଥର ଖଣି ମାଫିଆ। ଗତକାଲି ଜଣଙ୍କୁ ଗିରଫ କରିବା ପରେ ଆଜି ଭୟ ଆଉ ଆତଙ୍କରେ କୋର୍ଟରେ ଆତ୍ମସମର୍ପଣ କରିଛି ଅନ୍ୟ ଜଣେ ମାଫିଆ। ଆତ୍ମ ସମର୍ପଣ କରିଥିବା ଏହି ମାଫିଆଙ୍କ ନାଁ ପ୍ରକାଶ ନାୟକ ଓରଫ ଛୋଟା। ସେ ଖୋର୍ଦ୍ଧା କୋର୍ଟକୁ ଯାଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ପ୍ରକାଶ ଓରଫ ଛୋଟା […]
ପାଟକୁରା: ନିର୍ବାଚନ ପାଇଁ ସରଗରମ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ପ୍ରଚାର ମୈଦାନ। କିଏ ଜିତିବେ କିଏ ହାରିବେ, ତାହା ତ ନିର୍ବାଚନ ପରେ ଜଣାପଡ଼ିବ, ହେଲେ ତା ପୂର୍ବରୁ କିନ୍ତୁ ଜୋରସାର ଚାଲିଛି ବୟାନବାଜି। ଏହି କ୍ରମରେ ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ଏଠିକାର ସାଧାରଣ ଲୋକ ଚାହୁଁଛନ୍ତି, ପାଟକୁରାରେ ବିଜୟ ମହାପାତ୍ର ଜିତି ବିଧାନସଭାକୁ ଯାଆନ୍ତୁ। ବିଜେଡି ମଧ୍ୟ ସେଇଆ ଚାହୁଁଛି। ଏଠି ବିଜେଡିର କିଛି ରଣକୌଶଳ ନାହିଁ। […]