ଭୁବନେଶ୍ୱର: ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ଥିବାବେଳେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ପରେ ସୁରତ୍ ଫେରନ୍ତା ଚିନ୍ତା ବଢାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟକୁ ଫେରିବା ପୂର୍ବରୁ ପ୍ରଥମେ ଟେଷ୍ଟ କରିବା ପାଇଁ କହିଛନ୍ତି। ହାଇକୋର୍ଟ। ସଂପୃକ୍ତ ରାଜ୍ୟରେ ପ୍ରଥମେ RT-PCR ଟେଷ୍ଟ କରିବାକୁ ପଡ଼ିବ। ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ପ୍ରବେଶ ଅନୁମତି ମିଳିପାରିବ। ଆଜି ଏକ […]
ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ । ସକାଳେ ୨୦ ପଜିଟିଭ ଚିହ୍ନଟ ହେବାର କିଛି ଘଣ୍ଟା ପରେ ମୟୂରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହଇଛନ୍ତି ଏହି ବ୍ୟକ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ମୟୂରଭଞ୍ଜ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ଛୁଇଁଲା। ତେବେ ଏହି ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କଣ ତାହା ଜଣାପଡ଼ି ନାହିଁ। […]
ବାଲେଶ୍ୱର: ଲକ୍ଡାଉନ ଯନ୍ତ୍ରଣା ଦିନକୁ ଦିନ ଦୁର୍ବିସହ ହୋଇ ପଡ଼ୁଛି। କେଉଁଠି ବାପାର ଶେଷ ଦର୍ଶନ କରିପାରୁନି ପୁଅ, କେଉଁଠି ବିଦେଶରେ ଜୀବନ ହରାଇଥିବା ପୁଅର ଶବ ଆସିପାରୁନି ଗାଁକୁ। ହେଲେ ଏହାର ପ୍ରତିକାର କିଛି ନାହିଁ। ଏବେ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଚାଲିଥିବାବେଳେ ବାଲେଶ୍ୱର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣେ ଗର୍ଭବତୀ ୩ କିମି ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। କରୋନା […]
କୋରାପୁଟ: କୋରାପୁଟ ଜିଲ୍ଲାରେ ମାଟି ଅତଡ଼ା ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଠିକା ଶ୍ରମିକ ଅଛନ୍ତି। ଅନ୍ୟ ଜଣେ ରେଳ ବିଭାଗର ଶ୍ରମିକ ବୋଲି ଜଣାପଡ଼ିଛି । ମୃତ ଶ୍ରମିକ ଦ୍ୱୟ ହେଲେ ଭିରା ସ୍ୱାମୀ ଓ ଓଚୁକା ସୁରି। ଉଭୟ ଠିକା ଶ୍ରମିକ । ଅନ୍ୟ ଜଣେ ହେଲେ ଭି. ସୁରେଶ କୁମାର । ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବୋରାରୁ ଚିମିଡ଼ିପାଲି ମଧ୍ୟରେ ଥିବା ରେଳ […]
ଯାଜପୁର:ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଯାଜପୁର ଜିଲ୍ଲାରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ମଧ୍ୟାହ୍ନରେ ଜଣେ ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ ହୋଇଥିଲେ। ଏହାର କେଇ ଘଣ୍ଟା ପରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ଯାଜପୁରରେ ଆକ୍ରାନ୍ତ ହୋଇଥିବା ଏଇ ଆକ୍ରାନ୍ତଙ୍କ ବୟସ ୫୭ ବର୍ଷ। ସେ କୋଲକାତାରୁ ଫେରଥିଲେ। ଏହା ପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ରେ ପହଞ୍ଚିଛି। ଏନେଇ ରାଜ୍ୟ […]
ପୁରୀ:ପୁରୀ ରଥଯାତ୍ରା ହେବ କି ନାହିଁ ଏଯାଏ ସ୍ପଷ୍ଟ କରି ନାହାନ୍ତି ରାଜ୍ୟ ସରକାର। ଏବେ ବି ଦ୍ୱନ୍ଦ୍ୱରେ ରହିଛନ୍ତି ଭକ୍ତ, ସେବାୟତ ..। ସତରେ କ‘ଣ ଏଥର ବଡଦାଣ୍ଡରେ ରଥ ଗଡ଼ିବନି ? ଏକାଠି ହେବେନି ରଥ..ପଥ..ଭକ୍ତ..? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ। ଆଜିକୁ ମିଶାଇ ୧୧ ଦିନ ବିତି ଗଲାଣି। କିନ୍ତୁ ରଥକାମ ଆରମ୍ଭ ହେଲାନି। ଆଜି ନୃସିଂହ ଜନ୍ମ ଅବସରରେ ରଥର କୋଣଗୁଜ ଅନୁକୂଳ ହେବା କଥା। ସେ ନୀତି ମଧ୍ୟ […]
ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର।ଆଜି ତାଙ୍କର ମୃତ୍ୟୁ ଘଟିଛି। ୬ ମାସ ତଳେ ବିବାହ କରିଥିବା ବନ ଅଧିକାରୀ କିପରି ନିଆଁରେ ପୋଡି ହେଲେ ତାହାର କାରଣ ଏ ଯାଏ ଅସ୍ପଷ୍ଟ ରହିଛି।
ଭୁବନେଶ୍ୱର: ବାଲେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୭୮କୁ ଛୁଇଁଛି। ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଛି। ସେ ଅନେକ ଲୋକଙ୍କ ସହ ମିଶିଥିବା କୁହା ଯାଉଛି। ଏ ନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ […]
ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ବାହାରେ ଫସିରହିଥିବା ପ୍ରବାସୀମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। କିନ୍ତୁ ପ୍ରବାସ ଫେରନ୍ତାଙ୍କୁ ଅଧା ବାଟରେ ଛାଡ଼ି ପଳାଇଛି। ଏନେଇ କିଛି ଲୋକ ବସରେ ସୁରତରୁ ଆସି ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ୫ ପ୍ରବାସୀ ଓଡ଼ିଆ। ସେମାନଙ୍କ ଘର ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡିଛି । ଚାଲି ଚାଲି ସେମାନେ ନିଜ ଜିଲ୍ଲାକୁ ଫେରୁଛନ୍ତି। ଆଜି […]
ଭୁବନେଶ୍ୱର: କ୍ୱାରେଣ୍ଟିନରେ ନ ରହିଲେ ହେବ କାର୍ଯ୍ୟାନୁଷ୍ଠାନ । ପ୍ରବାସୀ ଓଡ଼ିଆଙ୍କୁ ଏଭଳି କଡା ଚେତାବନୀ ଦେଇଛନ୍ତି ସ୍ୱସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପରେ ଅମାନିଆଙ୍କୁ ଏମିତି ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଅନେକ ସ୍ଥାନରେ କ୍ୱାରେଣ୍ଟିନରୁ ଖସି ପଳାଉଛନ୍ତି ରୋଗୀ। ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟିନ ରହିବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ […]
ରେଢାଖୋଲ: ସମ୍ବଲପୁର ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅଞ୍ଚଳରେ ଆଜି ଏକ ହତ୍ୟାକାଣ୍ଡ ଘଟିଯାଇଛି। ଯୁବକଙ୍କୁ ଗୋଡାଇ ଗୋଡାଇ ଗାଁ ଦାଣ୍ଡରେ ସଂଘବଧ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ସାଲେଭଟା ପଞ୍ଚାୟତର ତାଲବଣିଆ ଗାଁର ଦୁଃଶାସନ ଦେହୁରୀ। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କୌଣସି ଏକ କାରଣକୁ ନେଇ ଦୁଃଶାସନଙ୍କ ସହ ଗାଁର କିଛି ଲୋକଙ୍କର ବାରମ୍ବାର ପାଟିତୁଣ୍ଡ ହୋଉଥିଲା। ଆଜି ଦୁଃଶାସନ ତାଙ୍କ ଝିଅ ଘରକୁ ଯାଉଥିବା ବେଳେ ଗାଁର […]
ଭୁବନେଶ୍ୱର: ଚାରିଆଡ଼େ ଲକଡାଉନ୍। ତାହାରି ଭିତରେ ସରକାର ଜାରି କରିଛନ୍ତି ନା ନା କଟକଣା। ହେଲେ ଅମାନିଆଙ୍କ ପାଇଁ କିନ୍ତୁ କିଛି ଫରକ୍ ପଡ଼ୁନି। ସ୍ୱାର୍ଥ ପାଇଁ କିଏ ଗଳାବାଟର ଆଶ୍ରା ନେଉଛନ୍ତି, ତ ଆଉ କିଏ ଆଇନ ଆଖିରେ ଧୂଳି ଦେଉଛନ୍ତି। କଳାଧନ୍ଧାର ବେପାର ଲମ୍ବିଛି ଗାଁଠୁ ସହର ଯାଏଁ। ଲକ୍ ଡାଉନ୍ ସମୟରେ ବେଧଡ଼କ ଚାଲିଛି ମଦ ବେପାର। ସରକାର ଅନୁମତି ଦେଇଥିବା ବହି ଦୋକାନରେ ବିକ୍ରି ହେଉଛି ମଦ। ନୟାଗଡ଼ରେ ଏପରି ଚାଲିଛି […]
ନାରାୟଣପାଟଣା (ପି.ଗୋବିନ୍ଦରାଜୁ ସୁବୁଦ୍ଧି/ଓଟିଭି ପ୍ରତିନିଧି) : କରୋନା ଲକ୍ଡାଉନ ଡାକି ଆଣିଛି ଅନେକ ବିପତ୍ତି। କିଏ ବାହାରେ ଫସି ରହିଛି, ଘରକୁ ଆସିବ ବୋଲି ଛଟପଟ ହେଉଛି। କିଏ ଘରେ ରହିବି ବାହାରକୁ ଯାଇ ନ ପାରି ଛଟପଟ ହେଉଛନ୍ତି। ଏପରି ବିପଦକାଳୀନ ପରିସ୍ଥିତିରେ ଅନେକ ବଦାନ୍ୟ ବ୍ୟକ୍ତି ସେମାନଙ୍କର ସହଯୋଗର ହାତ ବଢାଇଛନ୍ତି। ଏହି ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୋରାପୁଟର ସଲାମୀ ଶଶାଙ୍କର। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗାଁର ସଲାମୀ। […]
ଅବଧିର ଢେର୍ ଦିନ ବିତିଥିଲେବି ସରିପାରୁନି ରାସ୍ତାକାମ । ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଯାବତୀୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଟେଣ୍ଡର ନେଇଥିବା ଠିକାସଂସ୍ଥା ବିରୋଧରେ ଅସନ୍ତୋଷ ଜାହିର୍ କରିଛନ୍ତି ଲୋକେ । ରଣପୁର ବ୍ଲକ ରାଜସୁନାଖଳା ବଜାର ଅଂଚଳରେ ଡ୍ରେନ୍ କାମ ସଠିକ୍ ଭାବେ ହୋଇନଥିବାବେଳେ ମାସେ ଭିତରେ କିଛି ଭାଙ୍ଗିଯାଇଥିବା ଲୋକେ କହିଛନ୍ତି ।
ଝାରସୁଗୁଡ଼ା: ଝାରସୁଗୁଡ଼ାର ଏକ କ୍ୱାରେଣ୍ଟିନ ସେଣ୍ଟରରୁ ଚମ୍ପଟ ମାରିଥିବା ଜଣେ ଅପରାଧୀକୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଜଣକ ଗତକାଲି ରାତିରେ ସ୍ଥାନୀୟ ବିଟିଏମ ସ୍କୁଲ ପରିସରରେ ଥିବା କ୍ୱରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲା । ୧୦ଦିନ ତଳେ ରାଉରକେଲା ନାଲାରୋଡ ଅଞ୍ଚଳର ସମ୍ପୃକ୍ତ ଅପରାଧୀ ଜଣକ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୋଲିସ ସମ୍ପୃକ୍ତ ଯୁବକକୁ ଧରିନେଇ କ୍ୱାରେଣ୍ଟିନ ସେଣ୍ଟରରେ ରଖିଥିଲା । […]
ଖୋର୍ଦ୍ଧା: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ପ୍ରତ୍ୟୁଷରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ତେଲଙ୍ଗାନା ହାଇଦ୍ରାବାଦରୁ ୪୦ ଜଣ ଓଡ଼ିଆଙ୍କୁ ନେଇ AP02-TA 0954 ନମ୍ବର ବସଟିି ବାଙ୍କି ଫେରୁଥିଲା। ବସ୍ଟି ଦ୍ରୁତଗତିରେ ଆସୁଥିଲା। ଭୋର ପ୍ରାୟ ୪ଟା ବେଳେ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ପାଖରେ ବସ୍ଟି ପୂର୍ବରୁ ଛିଡ଼ା […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ସୂଚନାଥାଉ କି, ଗତକାଲି ଯାଜପୁର ଜିଲ୍ଲାରୁ ୪ ଜଣ, ଭଦ୍ରକ ଜିଲ୍ଲାରୁ ୨ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରନ୍ତ ଚିହ୍ନଟ ହୋଇଥିଲେ। ଯାଜପୁରର ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର କୋରନା ରୋଗୀଙ୍କ ସଂଖ୍ୟା ୫୨କୁ […]
ଭୁବନେଶ୍ୱର: କରୋନା ସଂକ୍ରମଣର ଭୟାବହତା ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ଘର ବାହୁଡା ପ୍ରବାସୀ ଓଡ଼ିଆ କରୋନା ଆଶଙ୍କାକୁ ଆହୁରି ବଢାଇ ଦେଇଛନ୍ତି । ପ୍ରବାସରୁ ଫେରିଲେ କ୍ୱାରେଣ୍ଟାଇନରେ ରହିବା ପାଇଁ ନିୟମ ହୋଇଛି। ହେଲେ ସେମାନେ ଏହି ନିୟମ ମାନୁ ନାହାନ୍ତି। ତେଣୁ ଏହି ଅମାନିଆଙ୍କୁ ସାବାଡ କରିବା ପାଇଁ କଡା ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ। ନିୟମ ଉଲ୍ଲଂଘନ କରୁଥିବା ପ୍ରବାସୀଙ୍କୁ କଡା ଚେତାବନୀ ଦେଇ ଟୁଇଟ୍ କରି ଡିଜିପି । କହିଛନ୍ତି, […]
ପୁରୀ: ରଥଯାତ୍ରା ହେବ କି ନାହିଁ ଏ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏଯାଏ ଦୂର ହୋଇ ପାରିନାହିଁ। ଏ ନେଇ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ସହ ଗତକାଲି ଆଲୋଚନା କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଆଲୋଚନାରେ ରଥଯାତ୍ରା କରିବା ପାଇଁ ଦଇତାପତି ଗଜପତିଙ୍କୁ ଅନୁରୋଧ କରିଛନ୍ତି । ପୁରୀ ଗ୍ରୀନ୍ ଜୋନ୍ରେ ଥିବାରୁ ସରକାରକଙ୍କ ଗାଇଡଲାଇନ୍ ଅନୁଯାୟୀ ପଦକ୍ଷେପ ନେବା ସପକ୍ଷରେ ମତ ଦେଇଛନ୍ତି ସେବାୟତ। ଅନ୍ୟପଟେ ନନ୍ଦିଘୋଷ ରଥର […]
ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କରୋନା ମୁକାବିଲା ପାଇଁ ସମସ୍ତେ ବ୍ୟସ୍ତ ଥିବାବେଳେ ଅନ୍ୟ ରୋଗୀମାନେ ଅବେହଳାର ଶିକାର ହେଉଛନ୍ତି। ଏପରିକି ଅନ୍ୟ ରୋଗୀମାନଙ୍କୁ ଘରୋଇ ହସ୍ପିଟାଲ ଗୁଡିକୁ ଫେରାଇ ଦେଉଥିବା ଦେଖିବାକୁ ମିଳୁଛି। ହେଲେ ଏପରି ନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ। ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ଦେବାରେ ଦ୍ୱିଧା ପ୍ରକାଶ କରୁଛନ୍ତି। ଏମିତି କିଛି ଘଟଣା ସାମ୍ନାକୁ […]
ଭୁବନେଶ୍ୱର: କରୋନାର ହଟସ୍ପଟ ପାଲଟିଛି ଯାଜପୁର ଜିଲ୍ଲା। ଆଜି ସକାଳେ ଏଠାରୁ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏବେ ଆଉ ଦୁଇ କରୋନା ରୋଗୀ ଏଠାରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୭ ଛୁଇଁଲା। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଟ୍ରେ ସୂଚନା ଦିଆଯାଇଛି। ଏହି ଦୁଇ କରୋନା ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଛି। ଏମାନଙ୍କ ଘର ବରୀ ବ୍ଲକରେ । ଉଭୟ ପୁରୁଷ […]
ଭୁବନେଶ୍ୱର: ରାଜ୍ୟରେ ବଟଲିଙ୍ଗ ପ୍ଲାଣ୍ଟ ଓ ବିୟର ଫ୍ୟାକ୍ଟ୍ରି ଖୋଲିବା ନେଇ ବିଚାର କରିବାକୁ ଅନୁରୋଧ କରିଛନ୍ତି ଅବକାରୀ କମିଶନର। ଏ ନେଇ ସେ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ଲକଡାଉନ ନିୟମ କୋହଳ ପରେ ଗ୍ରୀନ୍ ଜୋନ୍ରେ ମଦ ଦୋକାନ ଗୁଡିକ ଖୋଲିବ । ମଦ ଦୋକାନ ଆଉ ଗୋଦାମରେ ଯେତିକି ଷ୍ଟକ୍ ଉପଲବ୍ଧ ଅଛି ସେସବୁ ବହୁତ ଶୀଘ୍ର ସରିଯିବ । ତେଣୁ ଦୋକାନ ଗୁଡିକର ଚାହିଦା […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ ଜିଲ୍ଲାର ସ୍ଥିତିରେ ସୁଧାର ଆସିଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତି ସମୀକ୍ଷା କରି ନୂତନ ତାଲିକା ଘୋଷଣା କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମଗ୍ର ଦେଶକୁ ୩ଟି ଜୋନରେ ବିଭକ୍ତ କରିଛନ୍ତି। ଏହି ଜୋନର ତାଲିକା ଆଜି ଜାରି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଏହି ତାଲିକା ସମସ୍ତ ରାଜ୍ୟର ଶାସନ […]
ବାଲେଶ୍ୱର: କରୋନା ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। କାହାକୁ ଛୁଇଁଦେଲେ, କିଏ ଛିଙ୍କି ଦେଲେ ଚାଲି ଆସିବ କରୋନା ଭାଇରସ-ଏମିତି ଭୟ ସମସ୍ତଙ୍କ ମନରେ ରହିଛି। ହେଲେ ସ୍ୱାସ୍ଥ୍ୟ ବିଭାଗର ସେଇ କର୍ମଚାରୀମାନଙ୍କୁ ଧନ୍ୟବାଦ ଯେଉଁମାନେ ନିଜ ଜୀବନକୁ ବିପନ୍ନ କରି କରୋନା ରୋଗୀଙ୍କ ସେବା କରୁଛନ୍ତି। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଯଦି କିଏ ଜୀବନକୁ ସଙ୍କଟରେ ପକାଇ କରୋନା ଯୁଦ୍ଧ ଲଢୁଥାଏ ତେବେ ସେ ହେଉଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର। ବାଲେଶ୍ୱରରେ କରୋନା […]
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟା କମୁନି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଚିନ୍ତାର କାରଣ ହୋଇଛି। ଏଠାରେ ମୃତ୍ୟୁ ସଂଖ୍ୟା ଅଧିକ ଥିବାବେଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି।