Advertisment

କମୁନି ମୃତ୍ୟୁ ସଂଖ୍ୟା; ପୁଣି ଆଖି ବୁଜିଲେ ୬୮, ଚିହ୍ନଟ ହେଲେ ୧,୯୩୦ ସଂକ୍ରମିତ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟା କମୁନି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଚିନ୍ତାର କାରଣ ହୋଇଛି। ଏଠାରେ ମୃତ୍ୟୁ ସଂଖ୍ୟା ଅଧିକ ଥିବାବେଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି।

author-image
Minati Mishra
ଅଦ୍ୟତନ ହୋଇଛି
କମୁନି ମୃତ୍ୟୁ ସଂଖ୍ୟା; ପୁଣି ଆଖି ବୁଜିଲେ ୬୮, ଚିହ୍ନଟ ହେଲେ ୧,୯୩୦ ସଂକ୍ରମିତ

corona virus

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଉଛି। ୨୪ ଘଣ୍ଟାରେ ୧ ହଜାର ୯୩୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟର କ୍ୱାରେଣ୍ଟିନରୁ ୧,୧୧୭ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୮୧୩ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୪୩,୬୭୫ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୯୩୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ୯,୧୫,୪୦୦ ଜଣ କରୋନାକୁ ମାତ୍‌ ଦେଇଛନ୍ତି। ରାଜ୍ୟରେ ଏବେ ମୋଟ ଆକ୍ଟିଭ ସଂଖ୍ୟା ୨୩,୪୯୨ ରହିଛି। ସେହିପରି ରାଜ୍ୟରେ ପୁଣି ୬୮ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪, ୭୩୦କୁ ବୃଦ୍ଧି ପାଇଛି। 

Advertisment

ତେବେ ସବୁଠାରୁ ଅଧିକ ଚିନ୍ତା ବଢାଇଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁ ହାର ସବୁଠାରୁ ଅଧିକ। ୨୪ ଘଣ୍ଟାରେ ଏହି ଜିଲ୍ଲାରୁ ୪୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଖି ବୁଜିଛନ୍ତି ୧୭ ଜଣ ରୋଗୀ। ସେହିପରି  ଅନୁଗୁଳରୁ ୫୦, ବାଲେଶ୍ୱରରୁ ୧୩୪, ବରଗଡ଼ରୁ ୧୨, ଭଦ୍ରକରୁ ୯୮, ବଲାଙ୍ଗିରରୁ ୧, ବୌଦ୍ଧରୁ ୩, କଟକରୁ ୨୨୦, ଦେବଗଡ଼ରୁ ୮, ଢେଙ୍କାନାଳରୁ ୬୨, ଗଜପତିରୁ ୪, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୭୫, ଯାଜପୁରରୁ ୧୨୫, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୭ ରୋଗୀ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷେ, କେନ୍ଦ୍ରାପଡ଼ାରୁ ୧୨୩, କେନ୍ଦୁଝରରୁ ୪୮, କୋରାପୁଟରୁ ୧୪, ମାଲକାନଗିରିରୁ ୨୮, ମୟୂରଭଞ୍ଜରୁ ୯୮, ନବରଙ୍ଗପୁରରୁ ୫, ନୟାଗଡରୁ ୫୮, ନୂଆପଡ଼ାଅରୁ ୨, ପୁରୀରୁ ୨୭, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୨୫, ସୁବର୍ଣ୍ଣପୁରରୁ ୫, ସୁନ୍ଦରଗଡ଼ରୁ ୯୪ ଏବଂ ଷ୍ଟେଟପୁଲରୁ ୭୫ ରୋଗୀ ଚିହ୍ନଟ ହୋଇଛନ୍ତି।

Advertisment

ସୂଚନାଥାଉ କି, ୨୪ ଘଣ୍ଟାରେ ୬୨ ହଜାର ୪୧୦ ସାମ୍ପଲ ଟେଷ୍ଟ ହୋଇଥିବାବେଳେ ରାଜ୍ୟରେ ପଜିଟିଭିଟି ହାର ୩.୦୯% ରହିଛି। 
ସେହପରି ଖୋର୍ଦ୍ଧା ଜିଲ୍ଲା ପରେ ଗଞ୍ଜାମରୁ ୭ ସର୍ବାଧିକ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହପରି  ବରଗଡ଼ ଓ ମୟୂରଭଞ୍ଜରୁ ୬ ଲେଖାଏଁ, ସୁନ୍ଦରଗଡ଼ରୁ ୫, ପୁରୀରୁ ୪, ଅନୁଗୁଳ ଓ ଯାଜପୁରରୁ ୩ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ  ବଲାଙ୍ଗିର, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼ରୁ ୨ ଲେଖାଏ ରୋଗୀ ଆଖି ବୁଜିଛନ୍ତି। ସେହିପରି ବାଲେଶ୍ୱର, କନ୍ଧମାଳ, ନୂଆପଡ଼ାରୁ ଜଣେ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। 

Odisha Corona Update Coroanvirus
Advertisment
Advertisment