• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

corona
କରୋନା ମୁକାବିଲା ଲାଗି ଗାଇଡଲାଇନ୍ସ ଜାରି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। କିଛି ଦିନ ଭିତରେ ଲୋକସେବା ଭବନର କେତେକ ବିଭାଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରୁ କରୋନା ପଜିଟିଭ୍‌ ବାହାରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏପରି ପରିସ୍ଥିତିରେ ଯଦି କୌଣସି ସରକାରୀ ଅଫିସରୁ କରୋନା ଆକ୍ରାନ୍ତ ବାହାରନ୍ତି, ତେବେ କ’ଣ ସବୁ ପଦକ୍ଷେପ ଗ୍ରହଣ କରିବାକୁ ହେବ, ତାର ଏକ ଗାଇଡ୍‌ଲାଇନ୍ସ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ […]

  • Tuesday, 06 July 2021
Corona
ଗଞ୍ଜାମରେ କାୟା ବିସ୍ତାର କରି ଚାଲିଛି କରୋନା, ଆଖି ବୁଜିଲେ ଆଉ ଜଣେ କରୋନା ଯୋଦ୍ଧା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। କିଛି ଦିନ ଧରି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୯୦୨ରେ ପହଞ୍ଚିଛି। ସେଥିମଧ୍ୟରୁ ୨,୩୪୭ ଆକ୍ଟିଭ୍‌ କେସ୍‌ ଥିବାବେଳେ ୪,୪୮୩ଜଣ ସୁସ୍ଥ ହୋଇଛନ୍ତି। ୬୭ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କରୋନା ଯୋଦ୍ଧା ମଧ୍ୟ ଅଛନ୍ତି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଯୋଦ୍ଧାଙ୍କ […]

  • Tuesday, 06 July 2021
କରୋନା ଲଗାଇ ଦେଲା କଳି, ୨ ଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମଗିରି: ଗାଁର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବାପରେ ଉତ୍ତେଜନା ପ୍ରକାଶ ପାଇବା ସହ ବୋମାମାଡ଼ ହୋଇଛି। ପୁରୀ ଜିଲ୍ଲା ନିସିଭଅଁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ନିସିଭଅଁର ଗାଁରେ ଜଣେ ବ୍ୟକ୍ତି କିଛି ଦିନ ତଳେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିଲେ। କ୍ୱାରେଣ୍ଟିନ୍‌ ଅବଧି ନ ସରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ୩-୪ ଦନ ପୂର୍ବରୁ ଗାଁକୁ ଚାଲି ଆସିଥିଲେ। ଏହି ସମୟରେ ଗାଁରେ ଲୋକଙ୍କ ସହ […]

  • Tuesday, 06 July 2021
IOCL ପ୍ଲାଣ୍ଟ ମ୍ୟାନେଜରଙ୍କ କାର୍‌ ଉପରକୁ ବମ୍ବିଂ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆଇଓସିଏଲ୍ ପ୍ଲାଣ୍ଟ ମ୍ୟାନେଜରଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୮ଟା ସମୟରେ ମ୍ୟାନେଜର ନୃସିଂହ ଚରଣ ସେଠୀ ଘରକୁ ଫେରୁଥିବା ବେଳେ କୁସୁମାଟି-ଛଣଘର ରାସ୍ତା ତାରିଣୀ ମନ୍ଦିର ନିକଟରେ ତାଙ୍କ କାର୍ ଉପରକୁ ବୋମାମାଡ଼ ହୋଇଛି। ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବୋମାମାଡ଼ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ କାର୍‌ର ଆଗ କାଚ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ […]

  • Tuesday, 06 July 2021
corona
ଓଡ଼ିଶାରେ କରୋନା ସ୍ଥିତି ସାଂଘାତିକ: ଦିନକରେ ଚିହ୍ନଟ ହେଲେ ୧,୫୯୪ ନୂଆ ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ୧,୫୯୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୬୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୨୭ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩ ରେ […]

  • Tuesday, 06 July 2021
coronavirus
୨୪ ଘଣ୍ଟାରେ ଆଖି ବୁଜିଲେ ଓଡ଼ିଶାରେ ଆଉ ୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ଭଦ୍ରକରୁ ଜଣେ, ଗଜପତିରୁ ଜଣେ ଓ ରାୟଗଡ଼ାରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ୧,୫୯୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। […]

  • Tuesday, 06 July 2021
corona
କରୋନା କବ୍‌ଜାରେ ୧୧ ପୋଲିସ୍‌ କର୍ମୀ

ଖୋର୍ଦ୍ଧା: ବାଣପୁର, ବାଲୁଗାଁର ବିଭିନ୍ନ ଥାନା ଓ ଫାଣ୍ଡିର ୧୧ ଜଣ ପୋଲିସ୍‌ କର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ୧୧ ଜଣ ପୋଲିସ୍‌ କର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସଂପୃକ୍ତ ଥାନା ଓ ଫାଣ୍ଡିର ସବୁ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

  • Tuesday, 06 July 2021