• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

death
କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଆଉ ଘରକୁ ଫେରିଲାନି ରୋଜଗାରିଆ ପୁଅ

ଗଞ୍ଜାମ: ସରକାରୀ ସହାୟତା ଅପେକ୍ଷାରେ ଗଞ୍ଜାମ ପୋଲସରା ବ୍ଲକ ବୁଢାପଙ୍କା ସଙ୍ଗରୋଧ କେନ୍ଦ୍ରରେ ଥାଇ ପ୍ରାଣ ହରାଇଥିବା ପ୍ରଫୁଲଙ୍କ ବେହେରାଙ୍କ ପରିବାର ଲୋକେ। ଗତ ୬ ତାରିଖରେ ଅନ୍ୟ ୬୯ ଜଣଙ୍କ ସହ ସୁରତରୁ ଫେରି ପୋଲସରା ବ୍ଲକ୍ ମଧୁପାଲି ଗାଁର ପ୍ରଫୁଲ କ୍ୱାରେଣ୍ଟିନରେ ଥିଲେ। ତେବେ ସେହିଠାରେ ହିଁ ତାଙ୍କର ଅଚାନକ ଦେହାନ୍ତ ହୋଇଥିଲା। ଘରେ ପ୍ରଫୁଲଙ୍କର ୪ ଝିଅ, ବିଧବା ସ୍ତ୍ରୀ ଓ ବୁଢୀ ମା। ଏଭଳି ସ୍ଥିତିରେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି […]

  • Wednesday, 14 July 2021
shut
୨ଟି ପଞ୍ଚାୟତକୁ ସଟ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ

ଗଞ୍ଜାମ: ପୁଣି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ୨ ସରପଞ୍ଚ। ଗଞ୍ଜାମ ପୋଲସରା ବ୍ଲକ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତର ସରପଞ୍ଚ ସେମାନଙ୍କ ପଞ୍ଚାୟତକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। କୋଭିଡ-୧୯ ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି। ଏହି କ୍ଷମତା ଆଧାରରେ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତକୁ ସଟଡାଉନ୍‌ ଘୋଷଣା କରାଯାଇଛି। ଗତକାଲି ଗଞ୍ଜାମ ବୁଗୁଡ଼ାର ମାଣିତରା ପଞ୍ଚାୟତକୁ ସଟଡାଉନ କରିଥିଲେ ସରପଞ୍ଚ।

  • Wednesday, 14 July 2021
corona
ପୁଣି ୧୫ ପଜିଟିଭ ଚିହ୍ନଟ, ଆଉ ଗୋଟିଏ ଜିଲ୍ଲାକୁ ଛୁଇଁଲା କରୋନା

ଭୁବନେଶ୍ୱର: ଆଉ ୧୫ କରୋନା ପଜିଟିଭ ଚିହ୍ନଟ। ସେଥିମଧ୍ୟରୁ ବୌଦ୍ଧରେ ୩ଜଣ, ଗଞ୍ଜାମରେ ୭, ଅନୁଗୁଳରେ ୨ ଓ ପୁରୀରେ ମଧ୍ୟ ୨ ଜଣ, ଯାଜପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା କରୋନା ଛୁଇଁଛି। ଏହାସହ ୨୧ଟି ଜିଲ୍ଲାକୁ କରୋନା ଛୁଇଁଛି। ଏହି ନୂଆ ଆକ୍ରାନ୍ତ ପରେ ଅନୁଗୁଳରେ ସଂକ୍ରମିତଙ୍କ ସଂଖ୍ୟା ୧୫, ଯାଜପୁରରେ ୬୦, ପୁରୀରେ ୩, ଗଞ୍ଜାମରେ ୧୨୫କୁ ବୃଦ୍ଧି ପାଇଛି। ପୁରୀରେ ନୂଆ ୨ […]

  • Wednesday, 14 July 2021
dhanu-jatra
ଏ ବର୍ଷ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ଏ ବର୍ଷ ହେବ ନାହିଁ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ।  ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

  • Wednesday, 14 July 2021
python
ବିଲରୁ ଧରିଲେ ୮ ଫୁଟିଆ ଅଜଗର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନିମାତପୁରରୁ ୮ ଫୁଟ ଲମ୍ବର ଏକ ଅଜଗର ସାପକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଏହାର ଓଜନ ୧୨ କିଲୋଗ୍ରାମରୁ ଅଧିକ ହେବ। ବେଲଗାଁ ଗ୍ରାମର କିଛି ଲୋକେ ଆଜି ସକାଳୁ ବିଲକୁ କାମ କରିବା ପାଇଁ ଯାଇଥିବା ସମୟରେ ଏହି ଅଜଗର ସାପକୁ ଦେଖିଥିଲେ। ଅଜଗରକୁ ଉଦ୍ଧାର କରି ଏକ ତାର ଜାଲି ଭିତରେ ରଖି ଜଳେଶ୍ୱରର ରେଞ୍ଜରଙ୍କୁ ଗ୍ରାମବାସୀ ଖବର ଦେଇଥିଲେ। ଖବର ପାଇବାପରେ ଜଳେଶ୍ୱର ବନଖଣ୍ଡ ଅଧିକାରୀ […]

  • Wednesday, 14 July 2021
accident
ଡମ୍ପର ଧକ୍କାରେ ୨ ଭାଇ ମୃତ

ଡମ୍ପର ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ । ବାଲେଶ୍ୱର ଜଳେଶ୍ୱର ନିକଟ ସାତଶୁଳିଆ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମିଲିଥିବା ସୂଚନା ଅନୁସାରେ,  ବାଇକରେ ଦୁଇ ଭାଇ ଯାଉଥିବା ବେଳେ ଧକ୍କା ଦେଇଛି ଡମ୍ପର

  • Wednesday, 14 July 2021
bhubaneswar
ବାହାର ରାଜ୍ୟରୁ ଭୁବନେଶ୍ୱରକୁ ଫେରିଲେ କଣ ରହିବ ବିଏମ୍‌ସିର ପଦକ୍ଷେପ?

ଭୁବନେଶ୍ୱର: ରାଜ୍ୟ ବାହାରୁ ଭୁବନେଶ୍ୱର ଫେରୁଥିବା ବ୍ୟକ୍ତିଙ୍କ ପାଇଁ ଵିଏମ୍‌ସି ପକ୍ଷରୁ ହୋଇଛି ୩ଟି ସ୍କ୍ରିନିଂ ସେଣ୍ଟର। ସହରର ତିନିଟି ପ୍ରବେଶ ପଥରେ ଏହି ସ୍କ୍ରିନିଂ ସେଣ୍ଟର କରାଯାଇଛି। ବାହାର ରାଜ୍ୟରୁ ସହର ଭିତରକୁ ଆସୁଥିବା ବ୍ୟକ୍ତି ଏଠାରେ ପହଞ୍ଚିବା ପରେ ସେମାନେ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯିବ। ଏହାପରେ ସେମାନେ ପଞ୍ଜୀକରଣ କରିବେ। ଏହାପରେ ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବ। ଏହାପରେ ହୋମ କ୍ୱାରେଣ୍ଟିନ୍ କିମ୍ବା ସରକାରୀ କ୍ୱାରେଣ୍ଟିନ କିମ୍ବା ପେଡ୍ କ୍ୱାରେଣ୍ଟିନରେ ରହିବେ ସେ […]

  • Wednesday, 14 July 2021
speaker
କ୍ୱାରେଣ୍ଟିନ ସେଣ୍ଟରରୁ ରାତି ଅଧରେ ଘରକୁ ପଳାଉଛନ୍ତି ପ୍ରବାସୀ

ଗଞ୍ଜାମ ଗଂଜାମ ଜିଲ୍ଲା କ୍ୱାରେଣ୍ଟିନ ସେଣ୍ଟରରୁ ରାତି ଅଧରେ ଘରକୁ ପଳାଉଛନ୍ତି ପ୍ରବାସୀ  ସ୍ଥିତି ସମୀକ୍ଷା ପରେ ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି ପରିବାର ଲୋକେ ସେମାନଙ୍କୁ ବୁଝାଇବା ସହ କ୍ୱାରେଣ୍ଟିନ ସେଣ୍ଟରରେ ରହିବାକୁ ପରାମର୍ଶ ଦିଅନ୍ତୁ। ସରକାରୀ ଗାଉଡ୍ ଲାଇନ ମାନିବାକୁ ମଧ୍ୟ ପରିବାର ଲୋକେ କୁହନ୍ତୁ ବୋଲି ବାଚସ୍ପତି କହିଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଭିଡିଓ କନ୍ଫରେନ୍ସିଂରେ ଜିଲ୍ଲାପାଳ […]

  • Wednesday, 14 July 2021
fire
ଅମଳ ଫସଲରେ ନିଆଁ ଲଗାଇ ଦେଲା ଦୁର୍ବୃତ୍ତ

ବଲାଙ୍ଗୀର : ଧାନ ଖଳାରେ ନିଆଁ ।  ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କରୁଆମୁଣ୍ଡା ପଞ୍ଚାୟତ ସରଗୁଲ ଗାଁରେ ଦୁଇ ଏକର ଚାଷ ଜମିର ଅମଳ ଧାନ ପୋଡ଼ି ନଷ୍ଟ ହୋଇଯାଇଛି । କେହି ଦୁର୍ବୃତ୍ତ ଆସି ଖଳାରେ ଥିବା ଧାନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଧାର କରଜ କରି ଧାନ କରିଥିବା ଚାଷୀ ଗଦାପାଣି ବଉକ ଏବେ ଚିନ୍ତାରେ ସରକାରୀ ସାହାଯ୍ୟ ଯୋଗାଇଦେବାରକୁ ସେ ଦାବି କରିଛନ୍ତି । ତେବେ ଚାଷୀ ନିଜ […]

  • Wednesday, 14 July 2021
sura
ପ୍ରବାସୀ ଓଡ଼ିଆଙ୍କୁ କଳିଙ୍ଗ ଷ୍ଟାଡିୟମରେ ରଖିବାକୁ କହିଲେ ସୁର

ଭୁବନେଶ୍ୱର: କରୋନା ସଂକ୍ରମିତ ରାଜ୍ୟରୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ। ଆଉ ଏଥିପାଇଁ ରାଜ୍ୟରେ ସ୍ଥିତି ଭୟାନକ ହେଉଛି। ବର୍ତ୍ତମାନ ସୁଦ୍ଧା ଅଧିକ ସଂଖ୍ୟାରେ ଟେଷ୍ଟ କରିବା ପାଇଁ ବ୍ୟବସ୍ଥା କରାଗଲା ନାହିଁ, ବାରମ୍ବାର ଦାବି କରିବା ସତ୍ୱେ କିଛି ପଦକ୍ଷେପ ସରକାର ନେଇ ନାହାନ୍ତି ବୋଲି କ୍ଷୁବ୍ଧ ହୋଇ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେମାନେ ଆସିବା ପରେ ସ୍ଥିତି ସଙ୍ଗୀନ ହେଉଥିବାରୁ ସେମାନଙ୍କୁ  କଳିଙ୍ଗ ଷ୍ଟାଡିଅମରେ ସରକାର ରଖନ୍ତୁ ବୋଲି କହିଛନ୍ତି ସୁରେଶ […]

  • Wednesday, 14 July 2021
fake
ଓଟିଭି ଲୋଗୋ ଲଗାଇ ଫେକ୍ ନ୍ୟୁଜ ଭାଇରାଲ

ଭୁବନେଶ୍ୱର: ଓଟିଭି ଲୋଗୋ ବ୍ୟବହାର କରି ପୁଣି ସୋସିଆଲ ମିଡିଆରେ ପ୍ରସାର କରାଯାଉଛି ଫେକ୍ ନ୍ୟୁଜ। କଟକ ଜିଲ୍ଲାରେ ଚତୁର୍ଥ ପଜିଟିଭ ବାହାରିବା ନେଇ ମିଛ ଖବରକୁ ଓଟିଭିର ଗ୍ରାଫିକ୍ସ ଓ ଲୋଗୋ ବ୍ୟବହାର କରି ସୋସିଆଲ ମିଡିଆରେ ପ୍ରସାରଣ କରାଯାଉଛି। କଟକ ଜିଲ୍ଲାରେ ହାଇଆଲର୍ଟ ଖବର ମଧ୍ୟ ସଂପୂର୍ଣ୍ଣ ମିଥ୍ୟା।  ଏଭଳି କୌଣସି ଖବର ଓଟିଭିରେ ପ୍ରସାରଣ ହୋଇନାହିଁ। ତେଣୁ ଏହି ଖବରକୁ ବିଶ୍ୱାସ କରନ୍ତୁ ନାହିଁ। ପୂର୍ବରୁ ମଧ୍ୟ ଓଟିଭି ଲୋଗୋ ବ୍ୟବହାର କରି […]

  • Wednesday, 14 July 2021
swati
ଏ ପର୍ଯ୍ୟନ୍ତ ମିଳୁନାହିଁ ସ୍ୱୀତୀର ଅତାପତ୍ତା

ନୟାଗଡ : ନୟାଗଡ଼ର କୁନି ଝିଅ ସ୍ୱାତୀ ଅପହରଣକୁ ନେଇ ତନାଘନା । ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ବଧତ୍ପାଟଣା ଗାଁରେ ଏବେ ମାଳ ମାଳ ପୋଲିସ ଗାଡି । ଘଟଣା ସ୍ଥଳରେ ନିଜେ ନୟାଗଡ଼ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରୀ ପରେ ସ୍ୱାତୀ ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି ।  ଗତ କାଲି ରାତିରେ ରଣପୁର ବିଧାୟକ ପହଞ୍ଚି ଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ […]

  • Wednesday, 14 July 2021
corona
ଆଉ ୧୦ ପଜିଟିଭ ଚିହ୍ନଟ, ରେଡ୍‌ ଜୋନ୍‌ରେ ବିଗିଡୁଛି ସ୍ଥିତି

ଭୁବନେଶ୍ୱର: ଆଉ ୧୦ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ ଜଣ ଓ ଯାଜପୁରରୁ ୪ ଜଣ ଅଛନ୍ତି। ତେବେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକରେ ୩୧କୁ ବଢିଲା। ଏହି ଆକ୍ରାନ୍ତମାନେ ସମସ୍ତେ ରେଡ୍‌ ଜୋନ୍‌ର। ଆଜି ଦିନକରେ ୬୮ଟି ପଜିଟିଭ ଚିହ୍ନଟ ହେଲେଣି, ଯାହା ରାଜ୍ୟ ପାଇଁ ଚିନ୍ତାଜନକ। ଯାଜପୁରରେ ମାତ୍ର ସୁସ୍ଥ ହୋଇଥିବାବେଳେ ୫୭ଟି ଆକ୍ଟିଭ କେଶ ରହିଛି। ସେହିପରି ଭଦ୍ରକରେ ୧୨ ଜଣ ସୁସ୍ଥ […]

  • Wednesday, 14 July 2021
samir das
ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଅଭିଭାବକ ସଂଘ

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରିଛନ୍ତି ଅଭିଭାବକ ସଂଘ । ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟସ୍ ଫେଡେରେସନ-ଓଫାଫର ସଦସ୍ୟ ସ୍କୁଲ ଫି ନ ଦେଇ ପାରିଲେ TC ନେଇଯିବାକୁ ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ଛାତ୍ରଛାତ୍ରୀ ମାନଙ୍କୁ ଧମକ ଦେଇ ମାନସିକ ର୍ନିଯାତନା ଦେଉଥିବା ଅଭିଯୋଗ ହୋଇଛି । ଟଙ୍କା ଦେଇ ନପାରିବାରୁ ଅନଲାଇନ୍ କ୍ଲାସରୁ ପିଲାଙ୍କୁ ବାହାର କରିବାର ପ୍ରତିବାଦ କରି ଅଭିଭାବକ […]

  • Wednesday, 14 July 2021
fireing
ରାଜଧାନୀରେ ପୁଣି ଫୁଟିଲା ଗୁଳି

ଭୁବନେଶ୍ୱର : ପୁଣି ରାଜଧାନୀରେ ଫୁଟିଲା ଗୁଳି । ଦିନ ଦ୍ୱିପ୍ରହରେ ଫୁଟିଲା ଗୁଳି । ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ। ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଛି, ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବକ, ଏକ ବାଇକରେ ଆସି ୩ ଯୁବକ ଗୁଳିମାଡ଼ କରି ଚମ୍ପଟ ହୋଇଥିବା ନେଇ ମିଳିଛି ସୂଚନା । ତେବେ ବାରମ୍ବାର ଏପରି ଭାବରେ ରାଜଧାନୀରେ ଗୁଳିକାଣ୍ଡ ହେଉଥିବାରୁ ଆଇନଶୃଙ୍ଖଳା ପରିସ୍ଥିତିକୁ […]

  • Wednesday, 14 July 2021
run
ଭୋକିଲା ପେଟରେ ମାଇଲ ମାଇଲ ବାଟ ଚାଲୁଛନ୍ତି ଖଟିଖିଆ, ତଥାପି ଯିବାକୁ ଅଛି ଅନେକ ଦୂର

ଭୁବନେଶ୍ୱର: ମାର୍ଚ୍ଚ ୨୫ରୁ ଲକଡାଉନ୍‌ ପରଠୁ ଦେଶବ୍ୟାପୀ ବନ୍ଦ ହୋଇଯାଇଛି କାମଧନ୍ଦା। ଫଳରେ ରାଜ୍ୟ ବାହାରକୁ ଦାଦନ ଯାଇଥିବା ଶ୍ରମିକଙ୍କୁ ଘରଭଡ଼ା ତ ଦୂରର କଥା, ଖାଇବାକୁ ବି ଠିକ୍‌ରେ ମିଳୁନି। ଭୟଙ୍କର ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି ସେମାନେ। ତେଣୁ ଏବେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ହେଲେ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଶହ ଶହ ମାଇଲ୍ ବାଟ ଚାଲୁଛନ୍ତି ଖଟିଖିଆ ମଣିଷମାନେ। ସେପଟେ ଔରଙ୍ଗାବାଦ ଟ୍ରେନ୍ ଟ୍ରାଜେଡି ଭଳି ବେଦନାଦାୟକ ଘଟଣାର ଯେପରି ପୁନରାବୃତ୍ତି […]

  • Wednesday, 14 July 2021
subrat-mig
ମହାସଂକ୍ରମଣ ହେବା ପୂର୍ବରୁ ପ୍ରବାସୀ ଫେରିଲେ ଭଲ

ଭୁବନେଶ୍ୱର: ପ୍ରେସମିଟ୍‌ରେ ଶ୍ରମିକ ଏବଂ ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ସେ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ପ୍ରାୟ ୨୦ କୋଟି ପ୍ରବାସୀ କାମ କରୁଛନ୍ତି। ୨୦୧୧ରେ ଏହି ପ୍ରବାସୀଙ୍କ ସଂଖ୍ୟା ୧୪ କୋଟି ଥିଲା। ବର୍ତ୍ତମାନ ଏହି ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୨୦ କୋଟି। ଆମର ୧୨ ଲକ୍ଷ ୭୦ ହଜାର ଲୋକ ବାହାର ରାଜ୍ୟରେ କାମ କରୁଥିବାବେଳେ ଓଡ଼ିଶାକୁ ବାହାର ରାଜ୍ୟରୁ ବର୍ତ୍ତମାନ […]

  • Wednesday, 14 July 2021
cow
ପୋଲିସ କରୁଛି ମଧ୍ୟସ୍ଥି: ଦିନରେ ଗୋରୁ ଜବତ, ରାତିରେ ମାଫିଆଙ୍କୁ ଦାନ

ଖୋର୍ଦ୍ଧା: ଦିନରେ ଲୋକଙ୍କ ଅଭିଯୋଗ ଆଧାରରେ ଜବତ ହେଉଛି ଗୋରୁ। ହେଲେ ଗୋଶାଳା ବଦଳରେ ଜନବସତି ନିକଟରେ ଛାଡିଦେଇ ପୁଣି ରାତି ଅଧରେ ମାଫିଆଙ୍କୁ ଗୋରୁ ଦେଇଦେଉଛି ପୋଲିସ୍। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ବିରୋଧରେ। ଗତ ୧୪ ତାରିଖରେ କଡ଼ବ ଗାଁରୁ ପୋଲିସ ୫୦ଟି ଗୋରୁ ଜବତ କରି ବେଗୁନିଆ ନିକଟରେ ଛାଡିଦେଇଥିଲା ଗୋରୁଗୁଡିକୁ। ସ୍ଥାନୀୟଲୋକେ ଏବଂ କ୍ଲବ ପିଲା ଖାଇବାକୁ ପିଇବାକୁ ଦେଇ ରଖିଥିଲେ। ତେବେ ୧୬ ତାରିଖ ରାତିରେ […]

  • Wednesday, 14 July 2021
rathw
ରଥ ନିିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କର ହେବ କୋଭିଡ ଟେଷ୍ଟ

ପୁରୀ: ଘୋଷଯାତ୍ରାର ରଥ ନିିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ ହେବ। ଏପରିକି ସେମାନଙ୍କର ପରିବାର ସଦସ୍ୟଙ୍କ ମଧ୍ୟ କୋଭିଡ୍ ଟେଷ୍ଟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପୁରୀ ସିଡିଏମ୍ଓଙ୍କୁ କୁହାଯାଇଛି। ତା ସହିତ ସେବାୟତଙ୍କୁ ନିୟମିତ ସଚେତନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ସ୍ୱାସ୍ଥ୍ୟ ଅଧିକାରୀମାନେ ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କୁ ସଚେତନ କରିବେ। ଏଥିପାଇଁ ପୁରୀ ADMOଙ୍କ ନେତୃତ୍ୱରେ ୪ଟି ଟିମ୍ […]

  • Wednesday, 14 July 2021
kk
ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର, ନିଦାବିଷ୍ଣୁ ସାଜିଛନ୍ତି ସରକାର

ଖାଉଟିଙ୍କ ଉପରେ ଦରଦାମ୍ ବୃଦ୍ଧିର ଚାପ ଲଗାତାର ବଢୁଥିବା ପେଟ୍ରୋଲ୍-ଡିଜେଲ୍ର ଦର ସାଙ୍ଗକୁ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁ ରେଟ୍ ଲୋକଙ୍କୁ ନାକେଦମ୍ କଲାଣି ।

  • Wednesday, 14 July 2021
child
ରାଜ୍ୟରୁ ଆଖିପିଛୁଳାକେ ଗାଏବ ହେଉଛନ୍ତି ପିଲା; ନେଉଛି କିଏ ?

ମେଡିକାଲ ବେଡ୍ ହେଉ କି ଗାଁ ଦାଣ୍ଡ ଆଖି ପିଛୁଳାକେ ଗାଏବ୍ ହୋଇଯାଉଛନ୍ତି ପିଲା । ଯାହାର ସଦ୍ୟତମ ଅଭିଯୋଗ ନୟାଗଡ଼ର କୁନିଝିଅ ପରୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଶିଶୁ ନିଖୋଜ ଘଟଣାରେ ଓଡ଼ିଶାର ସ୍ଥାନ ଦେଶରେ ତୃତୀୟ ।

  • Wednesday, 14 July 2021
mada
ମଦ ବିକ୍ରି କରି ଜେଲ ଯାଇଥିଲେ; ବାହାରିଲା ପରେ ଜେଲ ଆଗରେ ମଦ ପିଇଲେ, ଫୁଲମାଳ ପିନ୍ଧିଲେ

ବଲାଙ୍ଗିର: ବଲାଙ୍ଗିରରେ ସୋସିଆଲ୍ ମିଡିଆରେ ଏବେ ଜଣେ ବେଆଇନ ମଦ ବ୍ୟବସାୟୀଙ୍କ କାରନାମାକୁ ନେଇ ବେଶ୍ ଚର୍ଚ୍ଚା। କାରଣ ଯିଏ ଦିନେ ବେଆଇନ ମଦ ବିକ୍ରି ଅଭିଯୋଗରେ ଗିରଫ ହୋଇଥିଲେ, ସେହି ବ୍ୟକ୍ତି ଜେଲରୁ ବାହାରିବା ପରେ କରାଯାଇଛି ସେଲିବ୍ରେସନ। ମଦ ବ୍ୟବସାୟୀଙ୍କ ନାଁ ପ୍ରମୋଦ ପଟ୍ଟନାୟକ ଓରଫ ବିଦେଶୀ। ସହରରେ ବେଆଇନ ମଦ ବିକ୍ରୀ ଅଭିଯୋଗରେ ସେ ଜଣାଶୁଣା। ହେଲେ ଲକଡାଉନ ସମୟରେ, ପ୍ରମୋଦ ଘର ଉପରେ ଦୁଇରୁ ତିନିଥର ଛାପା ମାରିଥିଲା ବଲାଙ୍ଗିର ଅବକାରୀ […]

  • Wednesday, 14 July 2021
ganjam
ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ, ଜଟିଳ ହେଉଛି ଗଞ୍ଜାମର ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏମାନେ ସମସ୍ତେ ଗଂଜାମ ଜିଲ୍ଲାର। ସମସ୍ତ ଆକ୍ରାନ୍ତ ପୁରୁଷ ଓ ବୟସ  ୧୬ ବର୍ଷରୁ ୪୫ ବର୍ଷ ବୟସର। ଏମାନେ ସମସ୍ତେ ସୁରତରୁ ଫେରିଥିଲେ। ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରିଛି।  ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଜଣ ଚିହ୍ନଟ ହେଲେଣି। ତେବେ ସବୁଠାରୁ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। ଏହି ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟା […]

  • Wednesday, 14 July 2021
Dhenkanal
ବୁଦା ମୂଳରୁ ଉଦ୍ଧାର ହେଲେ ୩ ଶିଶୁ

ବୁଦା ଭିତରୁ ଉଦ୍ଧାର ହେଲେ ତିନି ଶିଶୁ । ଢେଙ୍କାନାଳ ଟାଉନଥାନା ନିକଟ ଏକ ବୁଦା ଭିତରେ ତିନି ଜଣ ଶିଶୁ ଅସହାୟ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି ।

  • Wednesday, 14 July 2021
high-court
ସରପଞ୍ଚଙ୍କୁ ସୁରକ୍ଷା ଦେବେ ଏସପି

ନୟାଗଡ : ସୁରକ୍ଷା ଦରକାର ଥିଲେ ନୟାଗଡ ଏସ୍ପିଙ୍କୁ ଜଣାଅ । ପରୀ ହତ୍ୟା ମାମଲାରେ ସୁରକ୍ଷା ନେଇ ଲକ୍ଷ୍ମୀପ୍ରସାଦ ସରପଂଚ ସୌମ୍ୟରଂଜନ ପ୍ରଧାନ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ  ଆଜି ହାଇକୋର୍ଟ କହିଛନ୍ତି, ସୁରକ୍ଷା ନେଇ ୧୫ ଦିନ ଭିତରେ ନୟାଗଡ଼ ଏସ୍ପିଙ୍କୁ ଜଣାନ୍ତୁ  । ଯଦି ସୁରକ୍ଷା ଆବଶ୍ୟକ , ତେବେ  ୭ ଦିନ ଭିତରେ ଏସପି ପଦକ୍ଷେପ ନେବେ । ପରୀ ହତ୍ୟା ମାମଲାରେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ହାଇକୋର୍ଟ […]

  • Wednesday, 14 July 2021