• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

deadbody
ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଗଲେ ୨ ନାବାଳକ

ବ୍ରାହ୍ମଣୀରେ ବୁଡ଼ି ଜଣେ ନାବାଳକ ସମେତ ୨ ନିଖୋଜ। ଧୂମାତ ଶାସନ ଗୋବରଗାଡ଼ିଆ-ଅଳପୁଆ ବ୍ରାହ୍ମଣୀ ଘାଟରେ ଅଘଟଣ ଘଟିଛି। ଠାକୁରଙ୍କ ହୋଲି ଖେଳ ପରେ ନଦୀରେ ଗାଧୋଉଥିଲେ ୪ ସାଙ୍ଗ।

  • Wednesday, 14 July 2021
yelow-warning
ଚିନ୍ତା ବଢାଇଲା ପାଣିପାଗ ବିଭାଗର ପୂର୍ବାନୁମାନ

ରାଜ୍ୟରେ ଅସମ୍ଭାଳ ହେଉଛି ଗ୍ରୀଷ୍ମ ପ୍ରବାହ। ଆଜି ରାଜ୍ୟର ୧୬ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ୪୪. ୬ ଡ଼ିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଗାମୀ ୭ ଦିନରେ ତାପମାତ୍ରା ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ ବିଭାଗ। ଏହାକୁ ଦୃଷ୍ଟିରେ ରଖି ୨୦ ଜିଲ୍ଲା ପାଇଁ ୱେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

pipili
ଆଜି ସରିଲା ନୋମିନେସନ୍‌, କାଲିଠୁ କମ୍ପିବ ପ୍ରଚାର ମୈଦାନ

ପିପିଲି ଉପନିର୍ବାଚନ ପାଇଁ ସରିଲା ନୋମିନେସନ୍। ଶେଷ ଦିନରେ ନେତା ଓ ସମର୍ଥକଙ୍କ ଗହଣରେ ଯାଇ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନୋମିନେସନ କରିଥିଲେ।

KHAIBA-TELA
୬ ମାସରେ ୭୦ ପ୍ରତିଶତ ବଢିଲାଣି ତେଲ

ଆଳୁ, ପିଆଜ ଦରବୃଦ୍ଧିରୁ ତ୍ରାହି ମିଳିଛି କି ନାହିଁ କଲବଲ କଲାଣି ଖାଇବା ତେଲଅ ବୋଝ। ୬ ମାସରେ ୬୦ରୁ ୭୦% ମହଙ୍ଗା ହେଲାଣି ରୋଷେଇ ଘରର ଏହି ଅତ୍ୟାବଶ୍ୟକ ସାମଗ୍ରୀ। ଅୋବର ମାସରେ ଯେଉଁ ରିଫାଇନ ତେଲର ଦାମ ଲିଟର ପିଛା ୯୫ ଟଙ୍କା ଥିଲା ଏବେ ତାହା ୧୬୫ ଟଙ୍କାରେ ପହଞ୍ଚିଛି

  • Wednesday, 14 July 2021
corona
ଏହି ସ୍ଥାନ ହିଁ ପାଲଟିଛି କରୋନାର ହଟସ୍ପଟ୍‌

କଟକ, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ତାକୁ ନେଇ ସୃଷ୍ଟି ହୋଇଥିବା ଡରରୁ ତେଜିଲା ଛାତ୍ର ଆନ୍ଦୋଳନ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲରେ। ଆସନ୍ତାକାଲି ଏଠି ସେମିଷ୍ଟର ପରୀକ୍ଷା ଅଛି

aprtments
ଭୁବନେଶ୍ୱରରେ ରହିଛି ୪୬୩ଟି ବେଆଇନ ଆପାର୍ଟମେଣ୍ଟ

ରାଜଧାନୀରେ ରହିଛି ୪୬୩ଟି ବେଆଇନ ଆପାର୍ଟମେଣ୍ଟ। ଏଥିରୁ କିଛି ଆପାର୍ଟମେଣ୍ଟ ଗୁଡିକୁ ଡିମୋଲେସନ ପାସ୍ ହୋଇଥିବା ବେଳେ କିଛି ମାମଲା ଏବେ ବି ବିଚାରାଧୀନ ରହିଛି।

  • Wednesday, 14 July 2021
corona
'ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ବଡ଼ କଣ୍ଟେନମେଣ୍ଟ ଜୋନ୍‌ କର'

କରୋନାର ଲେଉଟାଣି ଲହର ନେଇ ସବୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଲେଉଟାଣି ଲହର ନେଇ ସତର୍କ ସହ ପଦକ୍ଷେପ ପାଇଁ ଦେଲେ ପରାମର୍ଶ। ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ପାଇଁ ସଚେତନ କରାଯାଉ, ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ବଡ଼ ଆକାରରେ କଣ୍ଟେନମେଣ୍ଟ କରିବାକୁ ବି ଦେଲେ ପରାମର୍ଶ

  • Wednesday, 14 July 2021
heat-wave
ଆଜି ବାରିପଦା ସବୁଠୁ ଉତ୍ତପ୍ତ ସହର, ଜାଣନ୍ତୁ କେଉଁ ଜିଲ୍ଲାର ତାପମାତ୍ରା ରହିଛି କେତେ?

ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟର ୧୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି

  • Wednesday, 14 July 2021
blasting
ମହାବିଦ୍ୟାଳୟ ପ୍ରତି ବିପଦ ଆଣୁଛି ପଥର ବ୍ଲାଷ୍ଟିଂ ପଏଣ୍ଟ

ଜୟପୁର ତହସିଲ ଜୟନ୍ତଗିରି ନିକଟରେ ଚାଲିଛି ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ। ଯେଉଁଥିପାଇଁ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟ, ବୋରିଗୁମ୍ମା ଡିଗ୍ରୀ ମହାବିଦ୍ୟାଳୟ ତଥା ଆଖପାଖ ସରକାରୀ କୋଠା ଗୁଡିକରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି।

  • Wednesday, 14 July 2021
chaiti-jatra
କରୋନା କଟକଣା ମଧ୍ୟରେ ବିଭିନ୍ନ ଦେବୀ ପୀଠରେ ଆରମ୍ଭ ହେଲା ଚଇତି ପର୍ବ

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଛି

  • Wednesday, 14 July 2021
covid-vaccine
ଏପ୍ରିଲ୍ ପହିଲାରୁ ଦୈନିକ ୨ ଲକ୍ଷ ଲୋକଙ୍କୁ ଦିଆଯିବ କରୋନା ଟିକା

ଆଜି ଅଧିକ ଟିକାକରଣ ନେଇ ସମୀକ୍ଷା ବୈଠକ ହେବ। ଏହାସହ ରାଜ୍ୟରେ ଏବେ ୧ହଜାର କେନ୍ଦ୍ରରେ ଟିକା ଦିଆଯାଉଛି। ଟିକା ନଷ୍ଟ ହେବାରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ଅଛି ବୋଲି ଜଣାପଡିଛି। ଆମ ରାଜ୍ୟରେ ୦.୨ ପ୍ରତିଶତ ଟିକା ନଷ୍ଟ ହୋଇଥିବା ଜଣାଯାଇଛି

teachers
ସରକାରୀ, ଘରୋଇ ସ୍କୁଲର ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା

ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ବିଶେଷ କରି ରାଜଧାନୀର ଅନେକ ଶିକ୍ଷାନୁଷ୍ଠାନରେ କ୍ରମାଗତ ଭାବରେ ବଢିଚାଲିଛି ସଂକ୍ରମଣ। କରୋନାକୁ ରୋକିବାକୁ ଉଭୟ ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଟିକା ଦିଆଯିବ ବୋଲି ସୂଚନା ମିଳିଛି

bjp
ପିପିଲି ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ପିପିଲି ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଇଛି ବିଜେପି।

kalabaisakhi
ସାବଧାନ ! ମାଡ଼ି ଆସୁଛି କାଳବୈଶାଖୀ, ଏହି ୨ ଜିଲ୍ଲାରେ ହୋଇପାରେ ଘୂର୍ଣ୍ଣି ଝଡ଼

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ।ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି।

  • Wednesday, 14 July 2021
khabar-otv
ଅଳ୍ପ ଶବ୍ଦ ମଧ୍ୟରେ ପଢନ୍ତୁ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

ସମ୍ବଲପୁର ପରମାଣପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏକ ବାଇକକୁ ଧକ୍କା ଦେଇଛି ଟ୍ରକ୍। ଟ୍ରକ୍‌ ଧକ୍କାରେ ୨ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି

  • Wednesday, 14 July 2021
Pkg-7am
ବେପାର ଜମିଆସୁଥିବା ବେଳେ ଚାଷୀଙ୍କ ଚିନ୍ତା ବଢାଇଛି ରୋଗ ପୋକ

ଚାହିଦାରେ ତରଭୁଜ ଚାଷ। ଖରା ବଢ଼ିବା ସାଙ୍ଗକୁ ତରଭୁଜ ବେପାର ଜମିଆସୁଥିବା ବେଳେ ରୋଗ ପୋକକୁ ନେଇ ଚିନ୍ତାରେ ଏବେ ଚାଷୀ

  • Wednesday, 14 July 2021
TRUCK
ଟ୍ରକ୍‌କୁ ୪୪ ଲକ୍ଷ ଟଙ୍କାର ଫାଇନ୍‌, ଜାଣନ୍ତୁ କେଉଁଠି ଘଟିଛି ଘଟଣା?

ଗୋଟିଏ ଟ୍ରକକୁ ୪୪ ଲକ୍ଷ ଟଙ୍କା ଫାଇନ ପଡିଛି। କେନ୍ଦୁଝର ଚମ୍ପୁଆ ଥାନା ମୁରୁସୁଆଁ ନିକଟରେ ଏହି ଟ୍ରକକୁ ଫାଇନ କରିଛି ବଡ଼ବିଲ କମରସିଆଲ ଟ୍ୟାକ୍ସ, ଜିଏସଟି ଏନଫୋରସମେଂଟ୍‌ର ମିଳିତ ଟିମ୍। ଏହି ୧୪ ଚକିଆ ଟ୍ରକରେ ଗୁଟକା ନିଆଯାଉଥିଲା।

  • Wednesday, 14 July 2021
ctc-Bridge
କଟକ: ତିନୋଟି ନଦୀକୁ ମିଶାଇ ନିର୍ମାଣ ହେବ ନୂଆ ବ୍ୟାରେଜ୍‌

ଖୁବଶୀଘ୍ର କଟକର ପୁରୀଘାଟଠାରେ କାଠଯୋଡ଼ି ଓ କୁଆଖାଇ ନଦୀକୁ ମିଶାଇ ଏକ ନୂଆ ବ୍ୟାରେଜ୍ ର୍ନିମାଣ ହେବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି।

  • Wednesday, 14 July 2021
Corona
କାୟା ମେଲାଉଛି କରୋନା: ରାଜ୍ୟରେ ୨୪ ଘଣ୍ଟାରେ ୨୦୮ ପଜିଟିଭ୍‌ ଚିହ୍ନଟ, ଜଣଙ୍କର ଗଲା ଜୀବନ

ରାଜ୍ୟରେ କ୍ରମାଗତ ଭାବରେ ଉପରମୁହାଁ ରହୁଛି କରୋନା ଗ୍ରାଫ୍‌। ଲଗାତାର ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

  • Wednesday, 14 July 2021
samir das
ଏବେ ସ୍କୁଲ ବନ୍ଦ ହେବ ନାହିଁ: ଗଣଶିକ୍ଷା ମନ୍ତ୍ରୀ

ସ୍କୁଲ ବନ୍ଦକୁ ନେଇ ବଡ ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। କହିଲେ,  ନବମ ଏବଂ ଏକାଦଶ ଶ୍ରେଣୀ ପାଇଁ ବନ୍ଦ ହେବ ନାହିଁ ସ୍କୁଲ। ବର୍ତ୍ତମାନ  ସୁଦ୍ଧା ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇନାହିଁ। ଯାହା ହୋଇଛି, ଘରୋଇ ଶିକ୍ଷାନୁଷ୍ଠାନରେ ହୋଇଛି ବୋଲି କହିଲେ ମନ୍ତ୍ରୀ

  • Wednesday, 14 July 2021
congress-mangaraj
ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ

ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଅଜିତ ମଙ୍ଗରାଜଙ୍କୁ ପିପିଲିରୁ ପ୍ରାର୍ଥୀ କଲା କଂଗ୍ରେସ। ଏନେଇ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି। ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦଳ ଅଜିତଙ୍କ ନାଁରେ ମୋହର ମାରିଛି

  • Wednesday, 14 July 2021
radha-gobinda
ରାତି ପାହିଲେ ହୋଲି: କରୋନା ପାଇଁ ଫିକା ପଡିବ ରଙ୍ଗଖେଳ

ରାତି ପାହିଲେ ହୋଲି ଉତ୍ସବ। କରୋନା ସଂକ୍ରମଣ ସାଙ୍ଗକୁ ପ୍ରଶାସନର କଟକଣା ଭିତରେ ଫିକା ପଡ଼ିବ ରଙ୍ଗର ପର୍ବ ହୋଲି। ତେବେ ଆଜି ଦୋଳ ପୂର୍ଣ୍ଣମୀରେ ଶ୍ରୀକ୍ଷେତ୍ରରେ ଦୋଳ ବେଦୀରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଦୋଳ ଗୋବିନ୍ଦ

  • Wednesday, 14 July 2021
electric
ବିଜୁଳି ଦର ବଢିବାକୁ ନେଇ ତେଜୁଛି ଅସନ୍ତୋଷ

ଏପ୍ରିଲ ୪ରୁ ବିଦ୍ୟୁତ୍‌ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା ବଢାଇବା ଲାଗି OERCର ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଉଛି

  • Wednesday, 14 July 2021
pipili
ପିପିଲି ନିର୍ବାଚନକୁ ନେଇ କେମିତି ରହିଛି ସ୍ଥାନୀୟ ବାସିନ୍ଦାଙ୍କ ମୁଡ଼୍‌

ପିପିଲି ଉପନିର୍ବାଚନ ପାଇଁ ଖାଲି ପିପିଲି ନୁହେଁ, ସରଗରମ ହୋଇଛି ରାଜ୍ୟ ରାଜନୀତି। ବିଜେଡିର ହେଭିୱେଟ୍‌ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡିଥିବା ଏଇ ଆସନ ଦଖଲ ପାଇଁ ଚଲାଇଛନ୍ତି ପାଗଭିଡ଼ା

  • Wednesday, 14 July 2021
study-centre
ବେକାବୁ ହେଲାଣି କରୋନା: ଶିକ୍ଷାନୁଷ୍ଠାନ ଦେଉଛି ଟେନସନ୍‌

ମାର୍ଚ୍ଚରେ କାୟା ମେଲାଇଛି ମହାମାରୀ। ଜାରି ରହିଥିବା ଦୈନିକ ସଂକ୍ରମଣର ୨ ଶହ ଟ୍ରେଣ୍ଡ ଏବେ ୩ଶହ ମୁହାଁ ହେଲାଣି। ଏ ବର୍ଷର ରେକର୍ଡ ଭାଙ୍ଗି ଆଜି ଦିନକରେ ୨୯୦ ନୂଆ ରୋଗୀ ସାମ୍ନାକୁ ଆସିଥିବାବେଳେ ଉଦବେଗଜନକ ସ୍ଥିତି ରହିଛି ସହରାଞ୍ଚଳର ଶିକ୍ଷାନୁଷ୍ଠାନ ଗୁଡ଼ିକରେ