• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

b1
ସୁନାବେଡ଼ା ଅଭୟାରଣ୍ୟ ଘାଟିରେ ମାଓବାଦୀଙ୍କ ବ୍ୟାନର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ବରକୋଟ ଘାଟିରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏଥିରେ ସରକାରଙ୍କ ଫାଶୀବାଦ ନୀତି ଓ ମୋଦି ସରକାରଙ୍କ ବ୍ରାହ୍ମଣବାଦ ରାଜନୀତିକୁ ବିରୋଧ କରାଯାଇଛି। ଏସବୁ ନୀତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିରୋଧ କରିବାକୁ ପୋଷ୍ଟରରେ ନିବେଦନ କରାଯାଇଛି। ସିଆର୍‌ପିଏଫ୍ କ୍ୟାମ୍ପ ଠାରୁ ୧ କିଲୋମିଟର ଦୂରରେ ଏହି ବ୍ୟାନର୍‌ ଲାଗିଛି। ବ୍ୟାନର୍‌ ଲାଗିବା ଯୋଗୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଘାଟିରେ ଯାନବାହାନ ଚଳାଚଳ ମଧ୍ୟ […]

  • Friday, 16 July 2021
crocodile
ଅଳାଇଲୋ ଗାଁ ନିକଟରୁ କୁମ୍ଭୀରର ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : କେନ୍ଦ୍ରାପଡା ମହାକାଳପଡା ବ୍ଲକ୍‌ର ଅଳାଇଲୋ ଗାଁ ନିକଟରୁ ଏକ ମୃତ କୁମ୍ଭୀର ଉଦ୍ଧାର କରାଯାଇଛି। କୁମ୍ଭୀରଟିର ଲମ୍ବ ପ୍ରାୟ ତିନିରୁ ଚାରିଫୁଟ ହେବ। ମୃତ କୁମ୍ଭୀରଟି ଗୋବରୀ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। କୁମ୍ଭୀରଟିର ଶରୀର ପଚିସଢି ଯାଇଥିବାରୁ କିଛି ଦିନ ପୂର୍ବରୁ କୁମ୍ଭୀରଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

  • Friday, 16 July 2021
abhijit
ଅଭିଜିତ୍‌ ଅାୟରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର : ଅଭିଜିତ ଅାୟର ମିତ୍ରଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ଭୁବନେଶ୍ୱର ସହିଦ ନଗର ଓ କୋଣାର୍କ ଥାନାରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି। ଜାମିନ ବେଳେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଜାମିନ ମିଳିବା ପରେ ଅଭିଜିତ ଜେଲରୁ ବାହାରିବାର ବାଟ ଫିଟିଛି। ଗତକାଲି ରାଜ୍ୟ ସରକାର ଅଭିଜିତଙ୍କ ବିରୋଧରେ ଥିବା ସବୁ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରେସ୍‌ […]

  • Friday, 16 July 2021
clash
ଖେଳ ଦେଖି ଫେରିବା ବେଳେ ରାସ୍ତାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଡୁମୁରିସାହିରେ ଅଭାବନୀୟ ଘଟଣା ଘଟିଛି। ଖେଳ ଦେଖି ଫେରିବା ରାସ୍ତାରେ ଝଗଡ଼ା ଯୋଗୁ ଗଣ୍ଡଗୋଳ ଓ ଗଣ୍ଡଗୋଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନଦୀଗଡ଼ିଆରୁ ଫୁଟବଲ ଖେଳ ଦେଖି ଫେରିବାବେଳେ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଦୁଇ ଜଣ ଆହତ ହୋଇଥିଲେ। ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଲକ୍ଷ୍ମଣ […]

  • Friday, 16 July 2021
meeting
ରେଲୱେ ଓ ଜିଅାର୍‌ପିର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ରେଲୱେ ଓ ଜିଅାର୍‌ପିର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଯାତ୍ରୀଙ୍କ ସୁରକ୍ଷା, ରେଳବାଇର ଭିତ୍ତିଭୂମିର ବିକାଶ, ନକ୍ସଲ ଅଂଚଳରେ ସୁରକ୍ଷିତ ରେଳ ଚଳାଚଳ ଓ ଭିଅାଇପିଙ୍କ ସୁରକ୍ଷା ପ୍ରସଙ୍ଗରେ ଅାଲୋଚନା ହେଉଛି। ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଥିବା ଏହି ବୈଠକରେ ଅାରପିଏଫର ତିନିଜଣ ଅାଇଜି, ଜିଅାରପିର ଏଡିଜି ଓ ଦୁଇଜଣ ଏସପି ଉପସ୍ଥିତ ଅଛନ୍ତି।

  • Friday, 16 July 2021
bolangiiri-2
ତୀବ୍ର ହେଉଛି ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସଂଗ୍ରାମ

ବଲାଙ୍ଗିର : ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଅାନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି।  ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ଭିତରକୁ ଛାଡି ନାହାନ୍ତି ଅାନ୍ଦୋଳନକାରୀ। ଜିଲ୍ଲାପାଳଙ୍କୁ କଚେରୀ ଗେଟ୍ ନିକଟରୁ ଫେରାଇ ଦେଇଛନ୍ତି। ଜିଲ୍ଲାପାଳଙ୍କର ଅାଜି ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଥିବାବେଳେ ସେ ଏହି ବୈଠକରେ ଯୋଗ ଦେଇପାରିନାହାନ୍ତି। ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ସୋମବାର ଠାରୁ ଚାଲିଛି ଅାନ୍ଦୋଳନ। ଅାନ୍ଦୋଳନକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ, ତହସିଲ ବନ୍ଦ […]

  • Friday, 16 July 2021
1
ମଣ୍ଡିରେ ତାଲା, ମିଲର୍ସଙ୍କ ଦେଖାନାହିଁ

ମାଲକାନଗିରି: ମଣ୍ଡିରେ ଅବ୍ୟବସ୍ଥା ଏବଂ ବିଭ୍ରାଟର ପ୍ରତିବାଦ କରି ଚାଷୀମାନେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସପ୍ତାହ ସପ୍ତାହ ଧରି ମଣ୍ଡିରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡ଼ି ରହୁଥିଲେ ମଧ୍ୟ କେହି ସେମାନଙ୍କ ଧାନ ଉଠାଉନଥିବାରୁ ଶେଷରେ ଆଜି ସ୍ଥାନୀୟ ଚାଷୀ ରାସ୍ତାକୁ ଓହ୍ଲାଇବା ସହ ଜିଲ୍ଳାପାଳଙ୍କ ଅଫିସ୍‌ ଘେରାଉ କରିଛନ୍ତି। ଏହା ସହ କାର୍ଯ୍ୟାଳୟ ଭିତରେ ଜଣେ ଚାଷୀଙ୍କୁ ଆକ୍ରମଣ କରିଥିବା କୋରକୋଣ୍ଡା ଲ୍ୟାମ୍ପସ ଏମ୍ଡ଼ିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଛି। […]

  • Friday, 16 July 2021
dadi
ଢେଙ୍କାନାଳ ଗୁଡ୍ ନ୍ୟୁଜ୍‌ ଇଣ୍ଡିଅା କେଳେଙ୍କାରୀ

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ କେଳେଙ୍କାରୀର ଗୁମର ଖୋଲୁଛି। ଫୟାଜ ରେହମାନଙ୍କୁ ଦୁଇ ଦିନିଅା ରିମାଣ୍ଡରେ ନେଇ ତଥ୍ୟ ଓଗାଳୁଛି ପୁଲିସ୍। ଢେଙ୍କାନାଳ ପୁଲିସ ସେଲଟର ହୋମ୍ ନିର୍ଯାତନା ଘଟଣାରେ ଘନ ଘନ ଜେରା କରି ଚାଞ୍ଚଲ୍ୟକର ତଥ୍ୟ ସଂଗ୍ରହ କରିଛି। ସେଲଟର ହୋମ୍‌ ପକ୍ଷରୁ ବିଭିନ୍ନ ସୂତ୍ରରୁ ବାର୍ଷିକ ପ୍ରାୟ ୧୬କୋଟି ଟଙ୍କା ସଂଗ୍ରହ କରାଯାଉଛି। ଏଥିରୁ ପ୍ରାୟ ୧୪-୧୫କୋଟି ଟଙ୍କା ବିଦେଶରୁ ସଂଗ୍ରହ ହେଉଥିବା ଢେଙ୍କନାଳ ଏସପି ସନ୍ତୋଷ ନାୟକ ସୂଚନା […]

  • Friday, 16 July 2021
raid
ଭିଜିଲାନ୍ସ ଜାଲରେ DRDA ପ୍ରୋଗ୍ରାମିଂ ଅଫିସର

ଭଦ୍ରକ : ଭିଜିଲାନ୍ସ ଜାଲରେ DRDA ପ୍ରୋଗ୍ରାମିଂ ଅଫିସର ସନ୍ଦୀପ ମହାନ୍ତି। ଅାୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଡିଅାରଡିଏ। ପ୍ରୋଗ୍ରାମିଂ ଅଫିସର ସନ୍ଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି। ଭଦ୍ରକ ନରୀପୁର ସ୍ଥିତ ବାସଭବନ ସହ କୁଆଁସରେ ଥିବା ଶ୍ୱଶୁର ଘର ଓ ଅଫିସରେ ଚଢାଉ ଚାଲିଛି। ଏଥିସହ ଭୁବନେଶ୍ୱର ଓ ପୁରୀ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ରେଡ୍‌ କରୁଛି।

  • Friday, 16 July 2021
jjj-up
ରାଉରକେଲା NITରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରାଉରକେଲା : ରାଉରକେଲା NITରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତ୍ରିରେ ଓ୍ୱାର୍କ୍ସ ଓ ପର୍ଚେଜ୍ ଡିପାର୍ଟମେଣ୍ଟରେ ନିଆଁ ଲାଗିଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ସହିତ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଗତ ରାତିରେ ଏହି ନିଆଁ ଲାଗିଥିଲା। କର୍ତ୍ତୃପକ୍ଷ ଜାଣିବା ମାତ୍ରେ ଦମକଳକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଅାସି ନିଆଁକୁ ଅାୟତ୍ତ କରିଛି। ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ […]

  • Friday, 16 July 2021
biju
ବିଜୁ ସ୍ୱାସ୍ଥ୍ୟ ଯୋଜନା ବିଜ୍ଞାପନ ବିବାଦ ପ୍ରସଙ୍ଗ

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ସୋଶାଲ ମିଡିଅାରେ ଏକ ଭିଡିଓ ଭାଇରାଲ ହେବାପରେ, ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଅାଯାଇଛି। ଯୋଜନାକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବାକୁ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶିଖାଇ ଏପରି ଭିଡିଓ ତିଅାରି କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅକ୍ଟୋବର ୯ ଏବଂ ୧୦ ତାରିଖରେ ଲକ୍ଷ୍ମଣ କୁମାର ନାମକ ରୋଗୀ ନୂଅାପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏହି […]

  • Friday, 16 July 2021
konark festival
କୋଣାର୍କ ଉତ୍ସବ ୨୦୧୮ : ମନ ଜିଣୁଛି ଓଡ଼ିଶୀ ନୃତ୍ୟ

କୋଣାର୍କ : କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚରେ ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଚତୁର୍ଥ ସଂଧ୍ୟାରେ କାର୍ଯ୍ୟକ୍ରମରେ ଦର୍ଶକ ଓ ପର୍ଯ୍ୟଟକଙ୍କୁ ଅାକୃଷ୍ଟ କରିଥିଲା ଅାସାମର ଅନ୍ୱେଷା ମହନ୍ତ ଓ ସାଥୀ କଳାକାରଙ୍କ ଓଡ଼ିଶୀ ନୃତ୍ୟ। ଇଲିଅାନା ଚିତାରିସ୍ତି, ଶାଶ୍ୱତ ଯୋଶୀଙ୍କ ନୃତ୍ୟାଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା।   ଅାଜି କୋଣାର୍କ ଉତ୍ସବର ଅନ୍ତିମ ଦିନରେ ମୁଖ୍ୟ ଅାକର୍ଷଣ ରହିବ ଅହମ୍ମଦାବାଦର ପଦ୍ମବିଭୂଷଣ କୁମୁଦୁନି ଲାଖିଅା ଓ ସାଥୀ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ।  

  • Friday, 16 July 2021
death
ସଡ଼କ ଦୁର୍ଘଟଣାରେ ଥାନା ଅଧିକାରୀଙ୍କ ମୃତ୍ୟୁ

ରାଉରକେଲା : ସଡ଼କ ଦୁର୍ଘଟଣାରେ ଥାନା ଅଧିକାରୀ ମୃତ। ରାଉରକେଲା ବିଶ୍ରା ଛକରେ ଦୁର୍ଘଟଣା ଘଟି କୁଆଁରମୁଣ୍ଡା ଧାନାଥିକାରୀ ମନୋଜ କୁମାର ନାୟକଙ୍କ ମୃତ୍ୟୁ ଘଟିଛି। ବିଳମ୍ବିତ ରାତ୍ରିରେ ଡ୍ୟୁଟି ସାରି ଫେରିବାବେଳେ ଦୁର୍ଘଟଣା ଘଟିଥିଲା। ବିସ୍ରା ଛକରେ ଡିଭାଇଡରରେ କାର୍‌ ପିଟି ହୋଇ ଦୁର୍ଘଟଣା ଘଟିଥିଲା।  

  • Friday, 16 July 2021
land
ବିଭିନ୍ନ ଦାବି ନେଇ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ରାଜ୍ୟର ସମସ୍ତ  ମହାନଗର ନିଗମରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ଦାବି କରିଛି ଓଡ଼ିଶା ବସ୍ତି ସଂଘର୍ଷ ସମିତି। ଏନେଇ ରାଜଧାନୀର ଗାନ୍ଧି ମାର୍ଗରେ ସମିତ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ସରକାର ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଅବହେଳା କରି ମ୍ୟୁନିସିପାଲିଟି ଏବଂ ଏନ୍ଏସିରେ ରହୁଥିବା ବସ୍ତିବାଲିନ୍ଦାଙ୍କୁ ଜମିପଟ୍ଟା ଦେଉଛନ୍ତି। ଏହାକୁ ବିରୋଧ କରିଛି ବସ୍ତି ସଂଘର୍ଷ ସମିତି। ଏହା ସହ  ଓଡ଼ିଶା ବସ୍ତିବାସିନ୍ଦା କଲ୍ୟାଣ ନିଗମ ଗଠନ […]

  • Friday, 16 July 2021
bus1
ସରକାରୀ ବସ୍‌ରେ ମାଓବାଦୀଙ୍କ ବ୍ୟାନର୍‌

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅଞ୍ଚଳରେ ସରକାରୀ ବସ୍‌ରେ ମାଓବାଦୀଙ୍କ ବ୍ୟାନର୍‌ ଲାଗିଥିବା ଦେଖିବାକୁ ମିଳିଛି। ଭଇଁଷାଦାନୀରୁ ନୂଆପଡ଼ା ଯାଉଥିବା ବିଜୁ ଗାଁ ଗାଡ଼ିରେ ଏହି ବ୍ୟାନର୍‌ ଲାଗିଥିବା ଦେଖିବାକୁ ମିଳିଛି। ଜାନୁଆରୀ ୩୧ରେ ଭାରତ ବନ୍ଦ ଲାଗି ଏହି ବ୍ୟାନର୍‌ରେ ମାଧ୍ୟମରେ ଅନୁରୋଧ କରାଯାଇଛି। ଓଡ଼ିଶା ରାଜ୍ୟ ମାଓବାଦୀ କମିଟି ପକ୍ଷରୁ ଏହି ବ୍ୟାନର୍‌ ଲଗାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ୭ରୁ ୮ ଜଣ ମାଓବାଦୀ ଆସି ଏହି ବ୍ୟାନର୍‌ ଲଗାଇଥିବା କୁହାଯାଉଛି। […]

  • Friday, 16 July 2021
j1
ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ଯାଜପୁର: ଯବାନଙ୍କ ସନ୍ଦେହଜନକ ମୃତ୍ୟୁ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନାଳକୁଳ ଗାଁରେ ଜଣେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେପଟେ  ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯବାନ ହେଲେ ସୌମ୍ୟରଞ୍ଜନ ପରିଡ଼ା। ସୌମ୍ୟରଞ୍ଜନ ଛୁଟିରେ ଘରକୁ ଆସିଥିଲେ। ଗତ ୨୭ ତାରିଖ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହିତ ଏକ ବିବାହ ଭୋଜିକୁ ଯାଇଥିଲେ। ହେଲେ ବିଳମ୍ବିତ ରାତିରେ କେହି ତାଙ୍କୁ ଘର ସମ୍ମୁଖରେ ମୁମୂର୍ଷୁ ଅବସ୍ଥାରେ ଛାଡି ଦେଇ ଚାଲି […]

  • Friday, 16 July 2021
abhijit
ଅଭିଜିତ୍‌ ଅାୟରଙ୍କୁ ଅାଶ୍ୱସ୍ତି

ଭୁବନେଶ୍ୱର :  ଶେଷରେ ଅଭିଜିତ୍‌ ଅାୟରଙ୍କୁ ମିଳିଲା ଅାଶ୍ୱସ୍ତି। ଓଡ଼ିଶାର କଳା ସଂସ୍କୃତି ଓ ବିଧାୟକଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଜେଲ୍‌ରେ ଥିବା ଅାୟରଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରେସ୍‌ ରିଲିଜ୍ ମାଧ୍ୟମରେ ସୂଚନା ଦିଅାଯାଇଛି। ତାଙ୍କ ମନ୍ତବ୍ୟ ପଛରେ କୌଣସି ଉଦ୍ଦେଶ୍ୟ ନଥିଲା ଓ ଓଡ଼ିଶାବାସୀଙ୍କ ଭାବନାକୁ ଅାଘାତ ଦେଇଥିବାରୁ ଅନୁତପ୍ତ ଥିବା ଦର୍ଶାଇ ଅଭିଜିତ୍ ନିଃସର୍ତ୍ତ […]

  • Friday, 16 July 2021
biswajit
ବଦଳିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ

ପୁରୀ : ବଦଳିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ। ନୂଅା ନୀତି ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶ୍ୱଜିତ୍ ବିଶ୍ୱାଳ। ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରି କିଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ, ତା ଉପରେ ଗୁରୁତ୍ୱ ଦିଅାଯିବ ବୋଲି ସେ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି। ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଦାୟୀ ନୀତି ପ୍ରଶାସକ ପ୍ରଦୀପ ଦାଶ। କହିଛନ୍ତି, ଚାବି ହଜିବା ପ୍ରସଙ୍ଗରେ କିଛି ରହସ୍ୟ ନାହିଁ […]

  • Friday, 16 July 2021
lll
ଶ୍ରୀଜଗନ୍ନାଥ ସେନାର ଅାବେଦନ ଖାରଜ

ପୁରୀ : ସୁପ୍ରିମ୍‌କୋର୍ଟରେ ଶ୍ରୀଜଗନ୍ନାଥ ସେନାର ଅାବେଦନ ଖାରଜ। ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ଧରି ଶ୍ରୀମନ୍ଦିର ଭିତରେ ପ୍ରବେଶ ଅଭିଯୋଗର ସିବିଅାଇ ତଦନ୍ତ କରିବାକୁ ଦାବି କରି ରିଟ୍ ପିଟିସନ ଦାଖଲ କରିଥିଲା ଶ୍ରୀଜଗନ୍ନାଥ ସେନା। ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ଡାକରା ଦେଇଥିଲା। ସେହି ସମୟରେ ପ୍ରବଳ ହିଂସାକାଣ୍ଡ ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ ପୁଲିସ ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ନେଇ ଶ୍ରୀମନ୍ଦିରରେ […]

  • Friday, 16 July 2021
airport
ଭୁବନେଶ୍ୱର ଏୟାରପୋର୍ଟର ହେବ ସଂପ୍ରସାରଣ; ନିର୍ମାଣ ହେବ ତୃତୀୟ ଟର୍ମିନାଲ୍

ଭୁବନେଶ୍ୱର :  ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ସଂପ୍ରସାରଣ। ନିର୍ମାଣ ହେବ ଅାଉ ଏକ ଟର୍ମିନାଲ୍। ତୃତୀୟ ଟର୍ମିନାଲ୍ ପାଇଁ ଅାରମ୍ଭ ହୋଇଛି ପ୍ରକ୍ରିୟା ଏନେଇ ଅାଜି ସଚିବାଳୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିସ୍ତୃତ ଅାଲୋଚନା ହୋଇଛି। ନିଷ୍ପତ୍ତି ଅନୁଯାୟୀ ଅାସନ୍ତା ଜୁଲାଇ-ଅଗଷ୍ଟରୁ ଟି-ଥ୍ରୀ ନିର୍ମାଣ କାର୍ଯ୍ୟ ଅାରମ୍ଭ କରାଯାଇ ୩ ବର୍ଷ ମଧ୍ୟରେ ଶେଷ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୯୩୦ କୋଟି ଟଙ୍କା। ଏହି […]

  • Friday, 16 July 2021
m1
ଯାତ୍ରୀଙ୍କୁ ଓହ୍ଲାଇ ବସ୍‌ରେ ନିଆଁ ଲଗାଇ ଦେଲେ ମାଓବାଦୀ

ମାଲକାନଗିରି: ସହିଦ ସପ୍ତାହ ପାଳନ ବେଳେ ମାତିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ମାଥିଲି ମୁଣ୍ଡାଗୁଡ଼ାରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ମହୁପଦରରୁ ମୋଟୁ ଯାଉଥିବା ଯାତ୍ରୀବାହୀ ବସ୍‌କୁ ମାଓବାଦୀମାନେ ମୁଣ୍ଡାଗୁଡ଼ା ପାଖରେ ଅଟକାଇଥିଲେ। ଏହାପରେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହାସହ ବସ୍ ଡ୍ରାଇଭରକୁ ମଧ୍ୟ ସେମାନେ ନିର୍ଧୂମ ପିଟିଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

  • Friday, 16 July 2021
h1
ସ୍କୁଲ୍ ଛାତ୍ରଙ୍କୁ ଛୁରା ମାଡ଼

କେନ୍ଦୁଝର: ସ୍କୁଲ୍ ଛାତ୍ରଙ୍କୁ ଛୁରା ମାଡ଼। କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍‌ଷ୍ଟାଣ୍ଡରେ ଜଣେ ସ୍କୁଲ୍ ଛାତ୍ରଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ପିଠି ଓ କାନରେ ଆଘାତ ଲାଗିଛି।ତାଙ୍କୁ ଟାଟା ଷ୍ଟିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ବଡ୍‌ବିଲ୍‌ ସ୍ଥିତ ସେଣ୍ଟମେରୀ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର। ଆଜି ଛାତ୍ର ଜଣକ ସ୍କୁଲ୍ ଯିବା ପାଇଁ ଯୋଡ଼ା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ମୋବାଇଲ୍ ଛଡ଼ାଇ […]

  • Friday, 16 July 2021
abhijit
ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କୁ ନିବେଦନ କଲେ ଅଭିଜିତ୍ ଅାୟର

ଭୁବନେଶ୍ୱର : ନିଜ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଅଭିଜିତ୍ ଅାୟର ମିତ୍ରଙ୍କ ଅନୁରୋଧ। ଏନେଇ ଅଭିଜିତ୍ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଜରିଅାରେ ଚିଠି ଲେଖିଛନ୍ତି। ତେବେ ଗତ ମାସ ୨୦ ତାରିଖରେ ଅାୟାର ଏହି ଚିଠି ଲେଖିଥିଲେ ମଧ୍ୟ ଜେଲ୍ ଜିଅାଇଜି ଅାଜି ଏହାକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଛନ୍ତି। ନିଜ ମନ୍ତବ୍ୟ ଲାଗି ସେ କ୍ଷମା ମାଗିଥିଲେ ଓ ଗତ ମାସ ୧୬ ତାରିଖରୁ ଓଡ଼ିଶା […]

  • Friday, 16 July 2021
dawory-up
ଯୌତୁକ ଜହ୍ଲାଦଙ୍କ ଜଘନ୍ୟ କାଣ୍ଡ

କେନ୍ଦ୍ରାପଡ଼ା :  ଯୌତୁକ ଜହ୍ଲାଦଙ୍କ ନିଷ୍ଠୁର ନିଆଁରେ କଲବଲ ହୋଇ ଜଳିଗଲା ପୁଣି ଜଣେ ବୋହୂ। ରାତି ଅଧରେ ଜୀଅନ୍ତା ଜାଳି ଦେବାକୁ ଜଘନ୍ୟ ଉଦ୍ୟମ କରିଥିଲେ ଶାଶୁ ଓ ନଣନ୍ଦ। କେନ୍ଦ୍ରାପଡ଼ା ଜିଲ୍ଲା ବାଲିସୁଆଁର ନିର୍ମଳ ସ୍ୱାଇଁଙ୍କ ଘରେ ଗତକାଲିର ଏ ଲୋମଟାଙ୍କୁରା ଘଟଣା, ପୁଣି ଯୌତୁକ ରାକ୍ଷସଙ୍କ ଲୋଭର କୁତ୍ସିତ ପରିଣତିକୁ ଜନମାନସରେ ଉଜାଗର କରିଛି। ନିର୍ମଳଙ୍କ ଅନୁପସ୍ଥିତିରେ ପତ୍ନୀ ଭାରତୀଙ୍କୁ ହାତଗୋଡ଼ ବାନ୍ଧି କିରାସିନି ଢାଳି ଅତି ନିର୍ମମ ଭାବେ ହତ୍ୟା ଉଦ୍ୟମ […]

  • Friday, 16 July 2021
manisha
ଶ୍ରୀଜିଉଙ୍କୁ ଦର୍ଶନ କଲେ ଅଭିନେତ୍ରୀ ମନୀଷା କୋଇରାଲା

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା। ଅାଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଙ୍ଗଳ ଅାଳତୀ ଦର୍ଶନ କରିଛନ୍ତି ମନୀଷା। ମନିଷାଙ୍କ ସହ ତାଙ୍କ କୌଳିକା ପଣ୍ଡା ଉପସ୍ଥିତ ଥିଲେ। ଗତକାଲି ମନୀଷା ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ଅାର୍ମି ଏୟାର ଡିଫେନ୍ସ କଲେଜକୁ ଯାଇଥିଲେ। ସେଠାରେ ଏଡସ୍ ସଚେତନତା ନେଇ ଅାୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

  • Friday, 16 July 2021