• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

flower
ଚଳିତବର୍ଷ କଟକ ବାଲିଯାତ୍ରାରେ କୃତ୍ରିମ ଫୁଲ ସାଜିଛି ଅାକର୍ଷଣ

କଟକ: ଜମୁଛି ଐତିହାସିକ କଟକ ବାଲିଯାତ୍ରା। ଚଟ୍‌ପଟା ଖାଦ୍ୟ ସହ ଘରକରଣା ଜିନିଷ ଏବଂ ଦୋଳିର ମଜା ଉଠାଉଛନ୍ତି ଲୋକେ। ତେବେ ବାଲିଯାତ୍ରାର ଉପର ଏବଂ ତଳ ପଡ଼ିଆରେ ଲାଗିଥିବା ବିଭିନ୍ନ ଦୋକାନ ମଧ୍ୟରୁ କୃତ୍ରିମ ଫୁଲ ଦୋକାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଭିନ୍ନ ରଙ୍ଗର କୃତ୍ରିମ ଫୁଲ ଗ୍ରାହକଙ୍କ ମନ ମୋହିବାରେ ଲାଗିଛି। ତୁଲିପ୍, ଜିନିଆ, ଲିଲି, ଗୋଲାପ ଏମିତି ଅନେକ ପ୍ରକାରର ଫୁଲ ଦେଖିବାକୁ ମିଳିଛି ଚଳିତବର୍ଷ କଟକ ବାଲିଯାତ୍ରାରେ। ଘର ସାଜସଜ୍ଜା ଜିନିଷ […]

  • Tuesday, 20 July 2021
titli
ତିତ୍‌ଲି ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ କ୍ଷତିପୂରଣ ମିଳିବ କେବେ ?

ଭୁବନେଶ୍ୱର: ‘ତିତ୍‌ଲି’ ବାତ୍ୟାକୁ ମାସେରୁ ଅଧିକ ସମୟ ବିତିଲାଣି। ପ୍ରକୃତିର ଏହି ପ୍ରକୋପ ନେଇଛି ୭୯ ଜୀବନ। ଉଜାଡ଼ି ଦେଇଛି ଦକ୍ଷିଣ ଓଡ଼ିଶାର ହଜାର ହଜାର ହେକ୍ଟର ଜମିରେ ସୁନାର ଫସଲ। ଅଧିକ ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ ଏଯାଏ ପ୍ରଶାସନ ଚାଷୀଙ୍କୁ କ୍ଷତିପୂରଣ ଦେବାର ନାଁ ଗନ୍ଧ ଧରୁନି। ସେପଟେ ଚକଡ଼ା ପୋକ ଓ ମରୁଡ଼ିରେ ଜୁଝୁଥିବା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଚାଷୀଙ୍କ ଅବସ୍ଥା ବି ଅସମ୍ଭାଳ ହେଲାଣି। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର […]

  • Tuesday, 20 July 2021
dhana
ମଣ୍ଡି ଚିନ୍ତାରୁ ଚାଷୀଙ୍କୁ କେବେ ମିଳିବ ମୁକ୍ତି ? କ୍ରୋଧରେ ଆନ୍ଦୋଳନ କଲେ ଚାଷୀ

ମାଲକାନଗିରି: ମଣ୍ଡିରେ ଅବ୍ୟବସ୍ଥା ଏବଂ ବିଭ୍ରାଟର ପ୍ରତିବାଦ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ। ସପ୍ତାହ ସପ୍ତାହ ଧରି ମଣ୍ଡିରେ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଧାନ ପଡ଼ିରହୁଥିଲେ ବି କେହି ସେମାନଙ୍କ ଧାନ ଉଠାଉନଥିବାରୁ ଶେଷରେ ଆଜି ସ୍ଥାନୀୟ ଚାଷୀ ରାସ୍ତାକୁ ଓହ୍ଲାଇବା ସହ ଜିଲ୍ଳାପାଳଙ୍କ ଅଫିସ ଘେରାଉ କରିଛନ୍ତି। ତାସହ କାର୍ଯ୍ୟାଳୟ ଭିତରେ ଜଣେ ଚାଷୀଙ୍କୁ ଆକ୍ରମଣ କରିଥିବା କୋରକୋଣ୍ଡା ଲ୍ୟାମ୍ପସ୍‌ ଏମ୍ଡ଼ିଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି। ଆଉ ଗଂଜାମ ଜିଲ୍ଲା ବୁଗୁଡ଼ା […]

  • Tuesday, 20 July 2021
n bhaskar rao
ଖାରବେଳଙ୍କୁ ମାଡ଼ ଘଟଣାର ଖବର ପ୍ରସାରଣକୁ ନେଇ ବିଜେଡି ଉପସଭାପତିଙ୍କ ଧମକ

ଭୁବନେଶ୍ୱର : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ କାଶିପୁରରେ ମାଡ଼ ଘଟଣାର ଖବର ପ୍ରସାରଣ କରୁଥିବା ଗଣମାଧ୍ୟମକୁ ପରୋକ୍ଷରେ ବିଜେଡି ରାଜ୍ୟ ଉପସଭାପତି ଏନ ଭାସ୍କର ରାଓଙ୍କ ଧମକ। ଗୋଟିଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସେ ଟାର୍ଗେଟ କରିଛନ୍ତି। ନାଁ ନନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଉଦ୍ଦେଶ୍ୟ ମୂଳକ ଭାବେ ଖାରବେଳଙ୍କୁ ମାଡ଼ ଘଟଣାର ଖବର ବାରମ୍ବାର ପ୍ରସାର କରୁଛି ବୋଲି କହିଛନ୍ତି ଭାସ୍କର ରାଓ। କେବଳ ସେତିକି ନୁହେଁ ଅାଗକୁ କଣ ହେବ ସେ ଗଣମାଧ୍ୟମ […]

  • Tuesday, 20 July 2021
kiit
କିଟ୍ ଲଙ୍କାକାଣ୍ଡ ଘଟଣାରେ ୨ଟି ମାମଲା ରୁଜୁ, ୫ ଛାତ୍ର ଅଟକ

ଭୁବନେଶ୍ୱର : ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଛାତ୍ର ସଂଘର୍ଷ। ଦୁଇ ଗୋଷ୍ଠୀର ଅାକ୍ରମଣରେ ୧୪ ଛାତ୍ର ଅାହତ। ଘଟଣାରେ ୨ଟି ମାମଲା ରୁଜୁ କରି ୫ ଜଣ ଛାତ୍ରଙ୍କୁ ଅଟକ ରଖିଛି କମିଶନରେଟ୍‌ ପୁଲିସ୍‌। ଏଥିସହ ଶୃଙ୍ଖଳା ରକ୍ଷା ଲାଗି କିଟ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର। ଗତକାଲି କମେଣ୍ଟ ମରା ଘଟଣାକୁ ନେଇ କିଟ୍ କ୍ୟାଂପସରେ ଦୁଇ ଛାତ୍ର ଗୋଷ୍ଠୀ ଭିତରେ ଲଙ୍କାକାଣ୍ଡ ଘଟିଥିଲା। କଲମ ବଦଳରେ ହାତରେ ଇଟା, ପଥର, ବାଉଁଶ […]

  • Tuesday, 20 July 2021
biju
ବିଜୁ ଯୁବ ବାହିନୀର ରିଜିଓନାଲ ୟୁଥ୍‌ କନ୍‌କ୍ଲେଭ୍‌ ପାଇଁ ପ୍ରସ୍ତୁତି

ସମ୍ବଲପୁର: ଆସନ୍ତା ଫେବୃୟାରୀ ପହିଲାରେ ସମ୍ବଲପୁରରେ ଆୟୋଜିତ ହେବ ବିଜୁ ଯୁବ ବାହିନୀର ‘ରିଜିଓନାଲ ୟୁଥ୍‌ କନକ୍ଲେବ୍‌’ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ ପରିସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାର ବିଜୁ ଯୁବ ବାହିନୀ ଯୋଗ ଦେବେ। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାମ। ପଡ଼ିଆକୁ ସବୁଜ କାର୍ପେଟରେ ଆବୃତ କରାଯାଉଛି। ସରକାରୀ ଅଫିସର ମାନେ ପ୍ରସ୍ତୁତି କାମ ତଦାରଖ କରୁଛନ୍ତି। ପ୍ରାୟ ୩୫ ହଜାର ଲୋକଙ୍କ […]

  • Tuesday, 20 July 2021
suna
ସିମରନ୍‌ ମୃତ୍ୟୁ ଘଟଣା: ସ୍ୱାମୀ ୟୁଗ୍‌ ସୁନାଙ୍କୁ ରିମାଣ୍ଡରେ ନେଲା ପୁଲିସ୍

ବୁର୍ଲା: ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍‌ଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୁଲିସ୍‌ ସିମ୍‌ରନ୍‌ଙ୍କ ସ୍ୱାମୀ ୟୁଗ୍ ସୁନାଙ୍କୁ ସମ୍ବଲପୁର ମଣ୍ଡଳ କାରାଗାରୁ ୨ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରୁଛି। ଏନେଇ ପୂର୍ବରୁ ପୁଲିସ କୋର୍ଟଙ୍କ ନିକଟରେ ଆବେଦନ କରିଥିଲା। ପ୍ରଥମେ ବୁର୍ଲା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ପରେ ସିମରନଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଥିଲା। ୟୁଗ୍‌ଙ୍କୁ ପଚରାଉଚୁରା ସମୟରେ ପୁଲିସ୍ […]

  • Tuesday, 20 July 2021
killed
ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ

କଟକ: କଟକ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ନେତଲ ଛକରେ ହୋଇଥିବା ଗୁଳିମାଡ଼ ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନୀଲ ରଞ୍ଜନ ସାହୁ। ସେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ। ଆଜି ସକାଳେ ୨ ଜଣ ଦୁର୍ବୃତ୍ତ ସୁନୀଲଙ୍କୁ ୩ ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଥିଲେ। ତାଙ୍କ ମୁଣ୍ଡ, ଛାତି ଓ ହାତରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ […]

  • Tuesday, 20 July 2021
marathon
ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ମାରାଥନ

ଭୁବନେଶ୍ୱର: ହକି ବିଶ୍ୱକପ୍ ମହାକୁମ୍ଭକୁ ନେଇ ସାରା ଓଡ଼ିଶାରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ରନ୍ ଫର୍ ହକି-ମିନି ମାରାଥନ୍ ଆୟୋଜିତ ହୋଇଛି। ସମ୍ବଲପୁର ସହରରେ ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର ପାଇଁ ପ୍ରଶାସନ ପକ୍ଷରୁ ମିନି ମାରାଥନ ହୋଇଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ମିନି ମାରାଥନ ଆୟୋଜିତ ହୋଇଛି।  ୧୩ ନମ୍ବର ସେକ୍ଟର ମେଲଣ ପଡିଆରୁ ମାରାଥନ ବାହାରି ରିଂ ରୋଡ ପରିକ୍ରମା ପରେ ଉଦିତନଗର ପରେଡ […]

  • Tuesday, 20 July 2021
bbsr
ବାଉଁଶ, ମାଟି ଦୀପ, ଲାଟେରାଇଟ୍ ଷ୍ଟୋନ୍‌ରେ ବିଭିନ୍ନ କଳାକୃତି

ଭୁବନେଶ୍ୱର: ହକି ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ସଜେଇ ହେଉଛି ରାଜଧାନୀ। କଳାକୃତିରେ ଝଲସୁଛି ମନ୍ଦିର ମାଳିନୀ ସହର। ସହରର ବିଭିନ୍ନ ସ୍ଥାନରେ 3D ପେଣ୍ଟିଂ ଚାଲିଥିବା ବେଳେ ପୁରୁଣା ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଆକର୍ଷଣୀୟ କଳାକୃତି। ବାଉଁଶ, ମାଟି ଦୀପ, ଲାଟେରାଇଟ୍ ଷ୍ଟୋନ୍‌ରେ ତିଆରି ହୋଇଛି ବିଭିନ୍ନ କଳାକୃତି। ଏଭଳି ଏକ ନିଆରା ଉଦ୍ୟମ କରିଛି ଭୁବନେଶ୍ୱର ଆର୍ଟ ଟ୍ରେଲ୍‌। ଯାହାକି କଳାପ୍ରେମୀଙ୍କୁ ବେଶ୍ ଆକୃଷ୍ଟ କରୁଛି। କେଉଁଠି ମହାପ୍ରସାଦ କୁଡୁଆରେ ନିର୍ମିତ ମନ୍ଦିର ତ […]

  • Tuesday, 20 July 2021
jajpur
ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ ଅଭିଯୋଗ

ଯାଜପୁର: ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ପନାସିଆ ପଦ୍ମପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଗୁରୁତର ଆହତ ମହିଳାଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ନାଁ ରବିଶଙ୍କର। ସୂଚନା ଅନୁସାରେ, ସ୍ତ୍ରୀର ମୋବାଇଲ ରେକର୍ଡିଂକୁ ଯାଞ୍ଚ କରିବା ପରେ ରବିଶଙ୍କର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏଭଳି କାଣ୍ଡ ଘଟାଇଛନ୍ତି। ସ୍ୱାମୀର ମରଣାନ୍ତକ ଆକ୍ରମଣରେ ଗୁରୁତର ଭାବେ ଆହତ […]

  • Tuesday, 20 July 2021
cotton
ଧାନ ପରେ କପା ଚାଷକୁ ନେଇ ଚିନ୍ତାରେ ଚାଷୀ

କଳାହାଣ୍ଡି: ଧାନ ପରେ କପା ଚାଷରେ କ୍ଷତି ହୋଇଥିବା ଅଭିଯୋଗ ହୋଇଛି। ପାଗ ଅନୁକୂଳ ନଥିବାରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର କପା ଚାଷ ପ୍ରଭାବିତ ହୋଇଛି। ଏହାସହ ମଣ୍ଡିର ମଧ୍ୟ ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି। କପା ବିକ୍ରି ପାଇଁ ମଣ୍ଡି ଖୋଲିବା ଲାଗି ଚାଷୀ ଦାବି କରିଛନ୍ତି। ଏକର ଏକର ଜମିରେ କପା ଚାଷ ହୋଇଥିଲେ ମଧ୍ୟ ପାଗ ଅନୁକୂଳ ନଥିବାରୁ ଏବର୍ଷ କପା ଚାଷ କରି ଚିନ୍ତାରେ ପଡିଛନ୍ତି ଚାଷୀ। ଗଛରେ ଯେତିକି […]

  • Tuesday, 20 July 2021
bhadrak
ଉଚ୍ଛେଦ ହେଲା ମୂଲ୍ୟବାନ ଗ୍ରାମ୍ୟ ଜଙ୍ଗଲ ଜମି

ଭୁବନେଶ୍ୱର: ଓଟିଭି ପ୍ରଭାବ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ମୌସୁଧା ଗାଁର ମୂଲ୍ୟବାନ ଗ୍ରାମ୍ୟ ଜଙ୍ଗଲ ଜମି ଉଚ୍ଛେଦ ହୋଇଛି। ୨ଏକରରୁ ଅଧିକ ଏହି ଜମି ସରକାରୀ ଖାତାରେ ଗ୍ରାମ୍ୟ ଜଙ୍ଗଲ ଜମି ରହିଛି। ତେବେ କିଛି ପ୍ରଭାବଶାଳୀ ବ୍ୟକ୍ତି ଗତ କିଛି ବର୍ଷ ହେଲା ଏହାକୁ ଜବରଦଖଲ କରିବା ସହ ତାର ବାଡ ବୁଲାଇଥିଲେ। ଏମିତିକି ଜଙ୍ଗଲ ଜମିରେ ପୋଖରୀ ମଧ୍ୟ ଖୋଳି ଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ସ୍ଥାନୀୟ ଆର୍‌ଆଇ ଏହାର ତଦନ୍ତ କରି […]

  • Tuesday, 20 July 2021
chadakhai
ଆଜି ଅସଲ ଛାଡ଼ଖାଇ

ଭୁବନେଶ୍ୱର: ଗତକାଲି ଛାଡ଼ଖାଇ ଥିଲେ ମଧ୍ୟ ଶନିବାର ଥିବାରୁ ଅଧିକାଂଶ ଲୋକ ଆମିଷ ଖାଇନଥିଲେ। ତେଣୁ ଆଜି ହେଉଛି ଅସଲ ଛାଡ଼ଖାଇ। ଏଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ରବିବାର ଥିବାରୁ ବ୍ୟବସାୟ ନେଇ ବ୍ୟବସାୟୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। କିଏ ରୋହି ତ କିଏ ଭାକୁର ଆଉ କିଏ ଚିଙ୍ଗୁଡ଼ି କିଣୁଛି। ତେବେ ମାଂସ ଦୋକାନରେ ଲୋକଙ୍କ ବେଶି ଗହଳି ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ଗୋଟିଏ […]

  • Tuesday, 20 July 2021
hemanta panda
ତାରାଙ୍କ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ବିରୋଧ; ଇସ୍ତଫା ଦେଲେ ହେମନ୍ତ ପଣ୍ଡା

ଭୁବନେଶ୍ୱର: OTV ବିରୋଧରେ ତାରା ବାହିନୀପତିଙ୍କ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ନେଇ ଓପିସିସି ସୂଚନା ଅଧିକାର ବିଭାଗର ଅଧ୍ୟକ୍ଷ ହେମନ୍ତ ପଣ୍ଡା ଇସ୍ତଫା ଦେଇଛନ୍ତି। ତାରାଙ୍କ ପଦକ୍ଷେପକୁ ଦଳ ବିରୋଧୀ ଦର୍ଶାଇ ସେ ନିଜ ପଦ ଛାଡ଼ିଛନ୍ତି। କେବଳ ଏତିକି ନୁହଁ ତାରାଙ୍କ ପଦକ୍ଷେପ କଂଗ୍ରେସ ବିଚାରଧାରାର ବିରୋଧାଚରଣ କରୁଛି ବୋଲି ସେ କହିଛନ୍ତି। OTV ବିରୋଧରେ ତାରା ଆଣିଥିବା ସ୍ୱାଧିକାର ଭଙ୍ଗ ଘଟଣାକୁ ନିନ୍ଦା କରିବା ସହ ଗଣତନ୍ତ୍ର ପାଇଁ ଶୋଭନୀୟ ନୁହଁ ବୋଲି ହେମନ୍ତ […]

  • Tuesday, 20 July 2021
vishal dev
ଓଟିଭି ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ବିଶାଲ୍‌ ଦେବଙ୍କୁ ଦୁଇ ମାନବାଧିକାର କର୍ମୀଙ୍କ ନୋଟିସ୍‌

ଭୁବନେଶ୍ୱର: ଓଟିଭି ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ କ୍ରୀଡ଼ା ସଚିବ ବିଶାଲ୍ ଦେବଙ୍କ ନିକଟକୁ ନୋଟିସ୍ ପଠାଯାଇଛି। ଦୁଇ ମାନବାଧିକାର କର୍ମୀ – ବିଶ୍ୱପ୍ରିୟ କାନୁନଗୋ ଓ ନରେନ୍ଦ୍ର ମହାନ୍ତି ଏହି ନୋଟିସ୍ ପଠାଇଛନ୍ତି। ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ସେକ୍ସନ ୧୩ ଅନୁସାରେ ବିଶାଲଙ୍କୁ ସେମାନେ ନୋଟିସ୍ ପଠାଇଛନ୍ତି। ଓଟିଭି ପ୍ରତିନିଧିଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ନୋଟିସ୍‌ରେ ଦାବି ହୋଇଛି। ଯଦି ସେ କ୍ଷମା ନ ମାଗନ୍ତି, ତା’ହେଲେ ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆରେ ମାମଲା ରୁଜୁ […]

  • Tuesday, 20 July 2021
paradip
ୟୁନିଫର୍ମରେ ନଥିବାରୁ ହଟହଟା ହେଲା ଆନ୍ଧ୍ର ପୁଲିସ୍‌

ପାରାଦୀପ: ୟୁନିଫର୍ମରେ ନଥିବାରୁ ଜଣେ ୱାରେଣ୍ଟିକୁ ଧରିବାକୁ ଆସିଥିବା ଆନ୍ଧ୍ରପ୍ରଦେଶ ପୁଲିସ୍‌ର ଏକ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। ସେମାନଙ୍କୁ ସାଧାରଣ ଲୋକ ଭାବି ଗାଁ ଲୋକେ ଠେଲାପେଲା କରିଥିଲେ। ଏପରିକି ସେମାନଙ୍କୁ ନେଇ ସ୍ଥାନୀୟ ପୁଲିସ୍ ଜିମା ଦେଇଥିଲେ। ତେବେ ପରେ ଗାଁ ଲୋକେ ସେମାନଙ୍କ ଅସଲ ପରିଚୟ ସମ୍ପର୍କରେ ଅବଗତ ହୋଇଥିଲେ। ପାରାଦୀପଗଡ଼ରେ ଏହି ଘଟଣା ଘଟିଛି। ଏକ ଚେକ୍ ବାଉନ୍ସ ମାମଲାରେ ଜଣେ ୱାରେଣ୍ଟିକୁ ଧରିବାକୁ ଆଜି ପାରାଦୀପଗଡ଼ରେ ପହଞ୍ଚିଥିଲା ଆନ୍ଧ୍ରପ୍ରଦେଶ ପୁଲିସ୍‌ର […]

  • Tuesday, 20 July 2021
shop
ଖୋର୍ଦ୍ଧାରେ ସିରିଜ୍‌ ଲୁଟ୍‌; ଦୋକାନ ସଟର୍‌ ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଖୋର୍ଦ୍ଧାରେ ଲୁଟେରାଙ୍କ ଲୁଟ୍‌ ‌ଆରମ୍ଭ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ୍‌ରେ ସିରିଜ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ସହର ଭିତରେ ୫ରୁ ଅଧିକ ଦୋକାନରେ ସିରିଜ୍‌ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନର ସଟର୍‌ ଭାଙ୍ଗି ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ବିଭିନ୍ନ ଦୋକାନର ସଟର୍‌କୁ ଭାଙ୍ଗିବା ନେଇ ଦୋକାନ ମଧ୍ୟକୁ ଚୋର ପଶିଥିବା […]

  • Tuesday, 20 July 2021
scientist
ଗାଁକୁ ଫେରି ପୁରୁଣା ଦିନର ସ୍ମୃତି ସାଉଁଟିଲେ ବୈଜ୍ଞାନିକ ଡଃ କୈଳାସ ଚନ୍ଦ୍ର ସାହୁ

ଗଞ୍ଜାମ: ବିଜ୍ଞାନ ଦ୍ୱାରା ଆକାଶଗଙ୍ଗାରେ ଥିବା ତାରାର ଓଜନ ମାପିବା ସମ୍ଭବ। ଏଭଳି ସିଦ୍ଧାନ୍ତ ଦେଇଥିଲେ ନାସାର ବିଖ୍ୟାତ ବୈଜ୍ଞାନିକ ଡଃ କୈଳାସ ଚନ୍ଦ୍ର ସାହୁ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବେଲଗାଁରୁ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଯାଏ ତାଙ୍କ ଯାତ୍ରା ଥିଲା ଅଦ୍ଭୂତପୂର୍ବ। ରାତି ଅନ୍ଧାରରେ ଯେଉଁ ତାରାକୁ ଦେଖୁଥିଲେ ତାହା ଉପରେ ଗବେଷଣା କରି ଆଜି ବନିଯାଇଛନ୍ତି ବିଖ୍ୟାତ ବୈଜ୍ଞାନିକ। ସେତେବେଳ ସମୟରେ ଲଣ୍ଠନର ମିଞ୍ଜିମିଞ୍ଜି ଆଲୁଅରେ ପାଠ ପଢ଼ୁଥିବା […]

  • Tuesday, 20 July 2021
representational image
ଅଟୋ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର: ଅଟୋ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ। ବାଲେଶ୍ୱର ଜିଲ୍ଲାରେ ଏହି ଘଟଣା ଘଟିଛି। ବାଲେଶ୍ୱର ଟାଉନ୍‌ଥାନା ତେଲଙ୍ଗାସାହିର ଜଣେ ଅଟୋ ଡ୍ରାଇଭରଙ୍କ ମତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଡ୍ରାଇଭର ଜଣକ ଷ୍ଟେସନ୍‌ରୁ ଯାତ୍ରୀଙ୍କୁ ନେଇ DRDO ଯାଇଥିଲେ। ଆଜି ସକାଳେ କୌଶଲ୍ୟା ମେମୋରିଆଲ ହସ୍ପିଟାଲ ସମ୍ମୁଖରୁ ଅଟୋ ସହ ଡ୍ରାଇଭରଙ୍କ ମୃତଦେହ ମିଳିଥିଲା। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେବାସହ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି। […]

  • Tuesday, 20 July 2021
chadakhai
ଆଜି ଛାଡ଼ଖାଇ; ଆମିଷ ଦୋକାନରେ ପ୍ରବଳ ଭିଡ଼

ଭୁବନେଶ୍ୱର: ସରିଲା କାର୍ତ୍ତିକ ମାସ। ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ଏଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ରାଜଧାନୀର ବିଭିନ୍ନ ମାଛ ମାର୍କେଟ ସହ ମାଂସ ଦୋକନରେ ମଧ୍ୟ ପ୍ରବଳ ଭିଡ ଜମିଛି। ସେପଟେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମିଷ ଦର ସାମାନ୍ୟ ଅଧିକ ରହିଛି। ଧର୍ମ ମାସ କାର୍ତ୍ତିକ ବ୍ରତ ଓ ପଞ୍ଚୁକ […]

  • Tuesday, 20 July 2021
vishal dev
କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ ଯୁବ ଓ ଛାତ୍ର କଂଗ୍ରେସର ବିରୋଧ ପ୍ରଦର୍ଶନ

ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଦୁର୍ବ୍ୟବହାର ଘଟଣାରେ ତେଜିଲା ପ୍ରତିବାଦର ସ୍ୱର। ବିଶାଲଙ୍କୁ ବହିଷ୍କାର ଦାବିରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଯୁବ ଓ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି। ଭୁବନେଶ୍ୱର ରୁପାଲି ଛକରେ ବିଶାଳଙ୍କ କୁଶପୁତ୍ତଳିକା ଦାହ କରିବା ସହ ଯୁବ ଓ ଛାତ୍ର କଂଗ୍ରେସ ଶୋଭାଯାତ୍ରା କରିଛନ୍ତି। ଛାତ୍ର କଂଗ୍ରେସ ବିଶାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏଥିସହ ସେ କ୍ଷମା ପ୍ରାର୍ଥନା ନ କଲେ ତାଙ୍କ ଘରେ ପଶି […]

  • Tuesday, 20 July 2021
e
ଦିନକୁ ଦିନ ପଦା ହେବାକୁ ବସିଲାଣି ଜଙ୍ଗଲ

କଟକ: ‘ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା’ ନାରାବାଜି ଦେଉଛନ୍ତି ସରକାର। ଜଙ୍ଗଲ ସଂରକ୍ଷଣ ପାଇଁ ସରକାରଙ୍କ ଅନେକ ଯୋଜନା ମଧ୍ୟ ରହିଛି। ହେଲେ ପ୍ରକୃତରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା କଟକ ଚୌଦ୍ୱାର ଡାଳିଯୋଡ଼ା ସଂରକ୍ଷିତ ଡମଣୀ ଜଙ୍ଗଲକୁ ଦେଖିଲେ ସ୍ପଷ୍ଟ ବାରି ଜଣାପଡ଼ୁଛି। ଦିନକୁ ଦିନ ପଦା ହେବାକୁ ବସିଲାଣି ଜଙ୍ଗଲ। ଗଛଗୁଡ଼ିକ ବଡ଼ ହେବା ପୂର୍ବରୁ କାଟି ଦିଆଯାଉଥିବାରୁ ଜଙ୍ଗଲ ଭିତରେ କେବଳ ମୂଳ ହିଁ ରହିଯାଇଛି। ଜଙ୍ଗଲ ଭିତରେ ମିଳୁଥିବା ଆମ୍ବ, […]

  • Tuesday, 20 July 2021
former mp
ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡ଼ାଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ରାଜନେତା ବୈଷ୍ଣବ ଚରଣ ପରିଡ଼ା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ ଜଣେ ଦକ୍ଷ ରାଜନେତା, ସ୍ତମ୍ଭକାର ଓ ସାମାଜିକ କର୍ମୀ ଭାବେ ବେଶ୍ ଜଣାଶୁଣା ଥିଲେ। ସେ ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ […]

  • Tuesday, 20 July 2021
atm loot
ଏଟିଏମ୍ ଲୁଟ୍ ଉଦ୍ୟମ ବେଳେ ଧରାପଡିଲା ଲୁଟେରା

ଭଦ୍ରକ: ଏଟିଏମ୍‌ ଲୁଟ୍ ଉଦ୍ୟମ ବେଳେ ଲୋକଙ୍କ ହାତରେ ଧରାପଡ଼ି ନିର୍ଧୂମ୍ ଛେଚା ଖାଇଲା ଲୁଟେରା। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ମାଳଦାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତିରେ ମାଳଦା ବଜାରରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌କୁ ଜଣେ ଲୁଟେରା ଭାଙ୍ଗିବା ସହ ଲୁଟ୍ ପାଇଁ ଉଦ୍ୟମ କରୁଥିଲା। ତେବେ ଏହା ଲୋକଙ୍କ ନଜରରେ ପଡ଼ିଯିବାରୁ ସେଠାରୁ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ହେଲେ ସ୍ଥାନୀୟ ଲୋକେ ତାକୁ କାବୁ […]

  • Tuesday, 20 July 2021