• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

sabyasachi panda
ଜାଣନ୍ତୁ କେଉଁ ଦଳରୁ ମାଓନେତା ସବ୍ୟସାଚୀ ପଣ୍ଡା ରାଜନୀତିକୁ ଆସିବେ

ଭୁବନେଶ୍ୱର:  ଆସନ୍ତା ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଜେଲରେ ଥିବା ମାଓନେତା ସବ୍ୟସାଚୀ ପଣ୍ଡା। ଏହି ସୂଚନା ଦେଇଛନ୍ତି ସବ୍ୟସାଚୀଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। କୌଣସି ଦଳୀୟ ଟିକେଟରେ ନୁହେଁ, ବରଂ ସ୍ୱାଧୀନ ଭାବେ ତାଙ୍କ ସ୍ୱାମୀ  ନିର୍ବାଚନରେ ଲଢ଼ିବେ ବୋଲି କହିଛନ୍ତି ଶୁଭଶ୍ରୀ। ସେ କହିଛନ୍ତି ଯେ, ସବ୍ୟସାଚୀ ନିର୍ବାଚନ ଲଢ଼ିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି। ରାଜ୍ୟର ଯେ କୌଣସି ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚନ ଲଢ଼ିପାରନ୍ତି। କୌଣସି ମାମଲାରେ ସବ୍ୟସାଚୀ ଦୋଷୀ ସାବ୍ୟସ୍ତ […]

fire
ମଧ୍ୟରାତ୍ରିରେ ବ୍ୟାଙ୍କରେ ଲାଗିଲା ନିଆଁ

ଭୁବନେଶ୍ୱର: ମଧ୍ୟରାତ୍ରିରେ ରାଜଧାନୀରେ ଅଗ୍ନିକାଣ୍ଡ।  ଭୁବନେଶ୍ୱର ଖାରବେଳନଗର ଅଞ୍ଚଳସ୍ଥିତ ୟୁନାଇଟେଡ ବ୍ୟାଙ୍କ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟି ଅନେକ ସମ୍ପତ୍ତି ନଷ୍ଟ ହୋଇଯାଇଛି।  କୋଠାର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ନେଇ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ ବ୍ୟାଙ୍କର ସିକ୍ୟୁରିଟି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ। ତେବେ ଏଥିରେ କେହି ମୃତାହତ ହୋଇଥିବା ଖବର ନଥିଲେ ମଧ୍ୟ କମ୍ପ୍ୟୁଟର ଏବଂ ଅନ୍ୟ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି।  ସର୍ଟ ସର୍କିଟରୁ […]

bjd3
ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର :  ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେଡିର ଅଭିଯୋଗ। ଏ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ଦଳ। ଅଭିଯୋଗରେ ବିଜେଡି ଦର୍ଶାଇଛି ଯେ, ନିର୍ବାଚନ କମିଶନଙ୍କ ବିନା ଅନୁମତିରେ କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ଭିଡିଓ ପ୍ରଚାର ଗାଡ଼ି ବୁଲୁଛି। ସେହିଭଳି ପିପିଲି, ଧଉଳି ଓ ପିପିଲି ଟୋଲ ଗେଟ୍ ନିକଟରେ ଉଜ୍ଜ୍ୱଳା ଯୋଜନାର ହୋର୍ଡିଂ ବି ଲାଗିଛି। ସେପଟେ ବିଜେପିର ଫେକ୍ ଗୁଇନ୍ଦା ରିପୋର୍ଟ ମାମଲାରେ ଦଳ ବାରମ୍ବାର CEOଙ୍କ ଦ୍ୱାରସ୍ଥ […]

  • Friday, 16 July 2021
CM Naveen Patnaik
ବିଜେପୁରରେ ଜୁହାର ଭେଟ୍

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ବିପୁଳ ବିଜୟ ପରେ କୃତଜ୍ଞତା ଜଣାଇବାକୁ ଆଜି ବିଜେପୁର ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁହାର ଭେଟ୍ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ସେଥିପାଇଁ ବରପାଲିରେ ମଞ୍ଚ ପ୍ରସ୍ତୁତ କରାଯାଇଛି। ଉପନିର୍ବାଚନରେ ଜି-ଜାନ୍ ଲଗାଇ କାମ କରିଥିବା ସମସ୍ତ ନେତା ଓ ପ୍ରତି ପଂଚାୟତରୁ ସାଧାରଣ ଲୋକଙ୍କୁ ବି ଏହି କାର୍ଯ୍ୟକ୍ରମକୁ ଡକାଯାଇଛି। ତେବେ ଚର୍ଚ୍ଚା ହେଉଛି ଜୁହାର ଭେଟ୍ ଆଳରେ ପଶ୍ଚିମ ଓଡ଼ିଶାରେ ରାଜନୈତିକ ଜୁଆର ସୃଷ୍ଟି କରିବାକୁ ଚେଷ୍ଟା କରୁଛି […]

familly
ରାଜ୍ୟ ରାଜନୀତିରେ ବି ବଂଶବାଦର ଝଲକ

ଭୁବନେଶ୍ୱର : ଏଥର ବି ରାଜ୍ୟରେ ଦେଖିବାକୁ ମିଳିବ ବଂଶବାଦ ରାଜନୀତିର ଝଲକ୍। କାରଣ ନିର୍ବାଚନୀ ରଣାଙ୍ଗନକୁ ଏଥର ବି ଓହ୍ଲାଉଛନ୍ତି ବାପ-ପୁଅ, ପତି-ପତ୍ନୀ ଏବଂ ଭାଇ-ଭଉଣୀ। ଅଧିକାଂଶ ସ୍ଥାନରେ ବରିଷ୍ଠ ନେତାମାନେ ନିଜେ ଅବସର ନେବା ପୂର୍ବରୁ ପୁଅମାନଙ୍କୁ ରାଜନୈତିକ ମୈଦାନକୁ ଓହ୍ଲାଇବା ପାଇଁ ତତ୍ପରତା ଦେଖାଇଛନ୍ତି। ତେବେ କଂଗ୍ରେସ ଭିତରେ ଯେ, ପାରିବାରିକ ରାଜନୀତି ଆଉ ସୀମିତ ନାହିଁ, ତାହା ଏଥର ନିର୍ବାଚନରେ ପ୍ରମାଣିତ କରୁଛି। ଆଉ ଏଥିପାଇଁ ଅଧିକାଂଶ ନେତା ଜୀ-ଜାନ୍ ଲଗାଇଦେଇଛନ୍ତି। […]

  • Friday, 16 July 2021
mass leave
ସାମୁହିକ ଛୁଟିରେ ଶିକ୍ଷା ସହାୟକ

ଭୁବନେଶ୍ୱର: ଆଜିଠୁ ସାମୁହିକ ଛୁଟିରେ ଯିବେ ରାଜ୍ୟର ୭୦ହଜାର ଶିକ୍ଷା ସହାୟକ। ସାମୁହିକ ଛୁଟିରେ ଯାଇ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଆଜି ବିଶାଳ ସମାବେଶ କରିବେ। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି। ସେହିପରି ଦାବି ପୂରଣ ନହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ହେବାକୁ ଥିବା ବାର୍ଷିକ ପରୀକ୍ଷାକୁ  ଶିକ୍ଷାସହାୟକ ମାନେ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସର୍ବଶିକ୍ଷା ଅଭିଯାନ ଅଧିନରେ ରାଜ୍ୟର ପ୍ରାୟ ୫୮ହଜାର ପ୍ରାଥମିକ, […]

cc
ଟିକେଟ୍ ଅସନ୍ତୋଷକୁ ନେଇ କଂଗ୍ରେସ ଭବନରେ ତୁମୁଳ କାଣ୍ଡ

ଭୁବନେଶ୍ୱର : ଟିକେଟ୍ ଅସନ୍ତୋଷକୁ ନେଇ କଂଗ୍ରେସ ଭବନରେ ତୁମୁଳ କାଣ୍ଡ। ଆଜି ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ଟିକେଟ ଆଶାୟୀ ଥିଲେ ଶେଖ୍ ଅମୀର ମହମ୍ମଦ। ତେବେ ଦଳ ପକ୍ଷରୁ ରଶ୍ମୀ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଏହାକୁ ବିରୋଧ କରି ଅମୀରଙ୍କ ବହୁ ସମର୍ଥକ ଏକ ବାଇକ୍‌ ରାଲିରେ କଂଗ୍ରେସ ଭବନକୁ ଆସିଥିଲେ। ପରେ ମୁଖ୍ୟ ଗେଟ୍‌ରେ ତାଲା ପକାଇ ନାରାବାଜି ଦେବା ପରେ […]

  • Friday, 16 July 2021
matric exam
ମାଟ୍ରିକ୍ ମୂଲ୍ୟାୟନ ବାଧାପ୍ରାପ୍ତ ହେବା ଆଶଙ୍କା

ଭୁବନେଶ୍ୱର: ମାଟ୍ରିକ୍ ମୂଲ୍ୟାୟନ ବାଧାପ୍ରାପ୍ତ ହେବା ଆଶଙ୍କା।  ଶିକ୍ଷକଙ୍କ ଦାବି ପୂରଣ ନେଇ କଣ୍ଟ ପୂରିବା ପରେ ସମାଧାନର ବାଟ ଏଯାଏ ବାହାରିନି। ଆଉ ଏଥର କିନ୍ତୁ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସରକାରଙ୍କୁ ଘେରିବା ଲାଗି ଯୋଜନା ପ୍ରସ୍ତୁତ କରିସାରିଲାଣି। ସରକାର ଦେଇଥିବା ମାର୍ଚ୍ଚ ୯ର ଡେଡ୍ ଲାଇନ୍ ବି ପୂରିଛି।  ହେଲେ ସତ୍ୟପାଠ ଦାଖଲ ଭଳି ୭ ଦଫା ଦାବି ପୂରଣ ନେଇ ଏଯାଏ ଅଙ୍କ ଛିଡାଇ ପାରୁନାହାନ୍ତି ସରକାର।  ମାର୍ଚ୍ଚ ୯ରେ ସରକାରଙ୍କ […]

farmers agitation
ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି

ଭୁବନେଶ୍ୱର: ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଓ ସତ୍ୟାଗ୍ରହ କରିବେ ଚାଷୀ।  ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀମାନେ ଭୁବନେଶ୍ୱରର ଲୋୟର ପିଏମଜିରେ ଅନଶନରେ ବସିବେ। ଏଥିରେ ରାଜ୍ୟର ୧ ଲକ୍ଷରୁ ଅଧିକ ଚାଷୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୩୬ ଲକ୍ଷ ଚାଷୀଙ୍କ ପାଇଁ ୨୦ ବର୍ଷ ବୟସରୁ ମାସିକ ୫ହଜାର ଟଙ୍କା ହିସାବରେ ବଜେଟରେ ବାର୍ଷିକ ୨୧ ହଜାର ୬୦୦ କୋଟି ଟଙ୍କା ପାରିତ ଦାବିରେ ଏହି […]

  • Friday, 16 July 2021
loot-1
ରାଜଧାନୀରେ ହଷ୍ଟେଲ ଆଗରୁ ଛାତ୍ରୀଙ୍କ ଠାରୁ ଲୁଟ୍

ଭୁବନେଶ୍ୱର : ରାଜଧାନୀରେ ପୁଣି ଲୁଟ୍। ଏଥର ଟାର୍ଗେଟ୍‌ରେ ଛାତ୍ରୀ। ଶନିବାର ଦିନ ପ୍ରାୟ ୧୨ଟା। ଭିଏସ୍‌ଏସ୍‌ ନଗର ସ୍ଥିତ ନିଜ ଲେଡିଜ୍‌ ହଷ୍ଟେଲ ବାହାରେ ଛିଡ଼ା ହୋଇଥିଲେ ବାଣୀବିହାରର ଜଣେ ଛାତ୍ରୀ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଛାତ୍ରୀଙ୍କ ଚେନ୍ ଲୁଟ୍‌ ଉଦ୍ୟମ କରୁଥିଲେ। ତେବେ ଛାତ୍ରୀ ଜଣଙ୍କ ଏହାକୁ ବିରୋଧ କରିବା ପରେ ଶେଷରେ ସେ ଧରିଥିବା ଦାମି ଫୋନ୍‌କୁ ଲୁଟେରାମାନେ ନେଇଯାଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ପାଖରେ […]

  • Friday, 16 July 2021
gold seized
ବିମାନ ବନ୍ଦରରୁ ବିଦେଶୀ ମୁଦ୍ରା ଓ ଲକ୍ଷାଧିକ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ବୈଦେଶିକ ମୁଦ୍ରା ସହ ଲକ୍ଷାଧିକ ଟଙ୍କାର ସୁନା। ଜବତ ସୁନା ଏବଂ ମୁଦ୍ରାର ମୁଲ୍ୟ ୨୨ ଲକ୍ଷ ୨୩ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏସବୁ ବିଦେଶୀ ସୁନା ଏବଂ ମୁଦ୍ରା ବ୍ୟାଙ୍କକରୁ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱର ଆସିଥିଲା। ଏହି ଘଟଣାରେ କଷ୍ଟମ୍ସ  ଅଧିକାରୀ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଅଟକ ୪ଜଣ ଦିଲ୍ଲୀ, କୋଲକାତା ଓ କଟକ ବାସିନ୍ଦା […]

school
ଏପ୍ରିଲ ୨ରୁ ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲ ସକାଳୁଆ

ଭୁବନେଶ୍ୱର : ଏପ୍ରିଲ ୨ରୁ ସକାଳୁଆ ସ୍କୁଲ। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏପ୍ରିଲ ୨ ତାରିଖରୁ ସକାଳୁଆ କରିବା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ। ବିଭାଗର ନିର୍ଦ୍ଦେଶ ଅନୁସାରେ, ଏପ୍ରିଲ ୨ରୁ ସବୁ ସ୍କୁଲ ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ। ସକାଳୁଆ ସ୍କୁଲ ହେଲେ ଛାତ୍ରଛାତ୍ରୀଙ୍କୁ ଦିନ ୧୦ଟାରେ ମଧ୍ୟାହ୍ନ ଭୋଜନ ଦିଆଯିବାକୁ ନିର୍ଦ୍ଦେଶ ରହିଛି। ସେହିଭଳି ଏପ୍ରିଲ ୨ରେ ବିଦ୍ୟାଳୟରେ […]

  • Friday, 16 July 2021
vlcsnap-2018-03-11-18h27m23s25-750x430
କଣ୍ଟିଲୋରୁ ଧରାପଡିଲେ ଅଶ୍ଳିଳ ଭିଡିଓ ଭାଇରାଲ କରିଥିବା ଯୁବକ

ନୟାଗଡ଼: ନୟାଗଡ଼ ଜିଲ୍ଲା କଣ୍ଟିଲୋରେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ ହୋଇଛନ୍ତି।  ମୁଖ୍ୟ ଅଭିଯୁକ୍ତ ପବିତ୍ର ନାଏକଙ୍କୁ ଖଣ୍ଡପଡା ପୋଲିସ ଗିରଫ କରିବା ସହ  ଡାକ୍ତରୀମାଇନା କରାଇଛି। ଭିଡିଓଟି କଣ୍ଟିଲୋ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ଭିଡିଓରେ ଥିବା ସମ୍ପୃକ୍ତ ଛାତଛାତ୍ରୀ ନୀଳମାଧବ କଲେଜର  ଛାତ୍ର ଜଣକ ଯୁକ୍ତ ୩ରେ ଏବଂ ଛାତ୍ରୀ ଜଣକ ଯୁକ୍ତ ଦୁଇରେ ପଢୁଥିଲେ।  ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।  ଏହି ମାମଲାରେ ୧୬୪ ଧାରାରେ […]

  • Friday, 16 July 2021
Truck-stealing
ଆଇଁଗିଣିଆ ଛକରେ ଟ୍ରକ୍‌ ଚୋରି ଉଦ୍ୟମ ବେଳେ ମାଡ଼ ଖାଇଲେ ଯୁବକ

ଭୁବନେଶ୍ୱର: ଚୋରି ଉଦ୍ୟମ ବେଳେ ଚୋରକୁ ନିର୍ଦ୍ଧୁମ ପିଟିଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମରୁ ଟ୍ରକ୍ ଚୋରି ଉଦ୍ୟମ ବେଳେ ଏପରି ଘଟଣା ଦେଖିବାକୁ ମିଳିଛି ରବିବାର।  ଅଭିଯୋଗ ଅନୁସାରେ ଯୁବକ ଜଣଙ୍କ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକର ଡୋର ଖୋଲିବା ପାଇଁ ଚେଷ୍ଟା କରିଥିଲେ। ଏହା ବନ୍ଦ ଥିବାରୁ ଯୁବକ ଉପର ବାଟ ଦେଇ ଟ୍ରକ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ।  ଏହି ସମୟରେ ଟ୍ରକ ମାଲିକ […]

  • Friday, 16 July 2021
cow
ମିଳୁନି ବୀମା ରାଶି ; ଚାନ୍ଦବାଲି ଅଞ୍ଚଳର ଗୋପାଳକ ହତାଶ

ଚାନ୍ଦବାଲି( ବାସୁଦେବ ଦାସ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଲାଡିଆ ଗାଁର ଦିଗମ୍ବର ପଡିହାରୀ। ପରିବାର ପୋଷଣ ଓ ସ୍ୱାବଲମ୍ବୀ ହେବା ଆଶାରେ ୫ଟି ଗାଈ ପାଳିଥିଲେ। କୃଷି ଓ ପଶୁ ସଂପଦ କାର୍ଯ୍ୟାଳୟର ଅଧିକାରୀଙ୍କ ପରାମର୍ଶରେ ଗାଈ ପାଇଁ ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କଂପାନୀରେ ଇନସ୍ୟୁରାନ୍ସ କରିଥିଲେ। ଠିକ୍ ସମୟରେ ପ୍ରିମିୟମ୍‌ ଦେଇଥିଲେ। ଗାଈ ମରିବାର ୨ ବର୍ଷ ବିତିଗଲାଣି, ହେଲେ ଦିଗମ୍ବର ଏଯାଏ ବୀମା ଟଙ୍କା ପାଇଲେ ନାହିଁ। ସେହିଭଳି ମତୋ, ବାଂଶଡ଼ା ଅଞ୍ଚଳର […]

  • Friday, 16 July 2021
maobadi
ଭୋଟ ବର୍ଜନ କରିବାକୁ ମାଓବାଦୀଙ୍କ ଧମକ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ) : ସାଧାରଣ ର୍ନିବାଚନରେ ଭୋଟ ବର୍ଜନ କରିବାକୁ ଧମକ ଦେଇ ତେଲୁଗୁ ଭାଷାରେ ୩ ପୃଷ୍ଠା ବିଶିଷ୍ଟ ଚିଠି ଜାରି କରିଛନ୍ତି ମାଓ ସଂଗଠନ। ଆନ୍ଧ୍ର ଓଡ଼ିଶା ଜୋନାଲ କମିଟିର ମାଓ ନେତା ଗଣେଷ ଏହି ଚିଠି ଜାରି କରିଛନ୍ତି। ଏଥିରେ ଗୁରୁପ୍ରିୟା ଉଦ୍‌ଘାଟନ ସମୟରେ ଓଡ଼ିଶା ସରକାର ସ୍ୱାଭିମାନ ଅଞ୍ଚଳ ପାଇଁ ଯେଉଁ ଶହେ କୋଟିର ପ୍ୟାକେଜ ଘୋଷଣା କରିଥିଲେ ତାହା ଅଞ୍ଚଳର ବିକାଶ ପରିବର୍ତ୍ତେ ପୁଲିସ ବାହିନୀର ଉନ୍ନତି ପାଇଁ […]

  • Friday, 16 July 2021
sarat rout
ସଂଧ୍ୟାରାଣୀଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ

ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନ ସଂପର୍କରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟାରାଣୀ ମହାପାତ୍ରଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ଏଭଳି ମନ୍ତବ୍ୟ ଦେବାକୁ ତାଙ୍କୁ କିଏ କ୍ଷମତା ଦେଲା ବୋଲି ଶରତ ପ୍ରଶ୍ନ କରିଛନ୍ତି। ସଭାପତି କିଏ ରହିବେ, କେତେ ଦିନ ରହିବେ ସେ ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କର। ଏଥିରେ ଆଉ କାହାର କିଛି କହିବାର ନାହିଁ। ଏଆଇସିସିର ନିଷ୍ପତ୍ତି କେବଳ ସଂଧ୍ୟାଙ୍କ ପାଖକୁ କେମିତି ଆସିଲା […]

police
ପୁଲିସ ଭୁଲ୍ କରିଥିବା ସ୍ୱୀକାର କଲେ ପୁଲିସ କମିଶନର

କଟକ ( ଦେବାଶିଷ ମହାନ୍ତି) : ଅଭିଯୁକ୍ତ ନ ହୋଇ ବି ଜଣେ ବ୍ୟକ୍ତି ଗିରଫ ହେବା ଓ ପରେ ଜେଲ ଯିବା ଘଟଣାରେ ଭୁଲ ସ୍ୱୀକାର କଲେ ପୁଲିସ କମିଶନର। ଘଟଣାର ତଦନ୍ତ ପରେ ପୁଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି ଏ ଘଟଣାରେ ଉଭୟ ଅଭିଯୁକ୍ତ ଓ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଠିକଣା ଓ ବାପାଙ୍କ ନାଁ ସମାନ ଥିବାରୁ ତଦନ୍ତକାରୀ ଅଧିକାରୀ ତ୍ରୁଟି କରିଥିଲେ। ତେବେ ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି […]

  • Friday, 16 July 2021
kalahandi
କଳାହାଣ୍ଡିରେ ବସନ୍ତ ପଣ୍ଡାଙ୍କ ପ୍ରାର୍ଥିତ୍ୱକୁ ଦଳୀୟ କର୍ମୀଙ୍କ ବିରୋଧ

କଳାହାଣ୍ଡି( ରାଜକୁମାର ସିଂଦେଓ) : କଳାହାଣ୍ଡିରେ ବିଜେପି ସାଂସଦ ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କୁ ବିରୋଧ। ବିଜେପି ଜିଲ୍ଲା ସଭାପତି ପ୍ରଦୀପ୍ତ ନାୟକଙ୍କୁ ଟିକେଟ ନଦେଇ ବସନ୍ତ ପଣ୍ଡାଙ୍କୁ ଟିକେଟ ଦିଆଯିବାରୁ ଏହାର ପ୍ରତିବାଦ କରିଛନ୍ତି ବିଜେପି କର୍ମୀ।  ଭବାନୀପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ଆଗରେ ଶତାଧିକ ଦଳୀୟ କର୍ମୀ ଏକାଠି ହୋଇ ବସନ୍ତଙ୍କ ବିରୋଧରେ ନାରାବାଜି କରିଥିଲେ। ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇନଥିବାରୁ ନିର୍ବାଚନରେ ଅସହଯୋଗ କରିବାକୁ କର୍ମୀ ଚେତାବନୀ ଦେଇଛନ୍ତି। ସେପଟେ ବରଗଡ଼ ଲୋକସଭା ପ୍ରାର୍ଥୀ […]

  • Friday, 16 July 2021
congress
ଝାରସୁଗୁଡ଼ାର କଂଗ୍ରେସ ବିଧାନସଭା ପ୍ରାର୍ଥୀଙ୍କୁ ବିରୋଧ

ଝାରସୁଗୁଡ଼ା (ଭାଗିରଥି ସାହୁ) : ଝାରସୁଗୁଡ଼ାର କଂଗ୍ରେସ ବିଧାନସଭା ପ୍ରାର୍ଥୀଙ୍କୁ ଦଳ ଭିତରୁ ବିରୋଧ। ପ୍ରାର୍ଥୀ ମହେନ୍ଦ୍ର ନାଏକଙ୍କୁ ବିରୋଧ କରି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ତାଲା ପକାଇଦେଲେ କର୍ମୀ। ସ୍ଥାନୀୟ ଅଞ୍ଚଳରେ ଅନେକ ଯୋଗ୍ୟ ପ୍ରାର୍ଥୀ ଥିବା ବେଳେ ବାହାର ଅଞ୍ଚଳର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବାକୁ ନେଇ କର୍ମୀ ଆପତ୍ତି ଉଠାଇଛନ୍ତି। ନିର୍ବାଚନରେ ସହଯୋଗ ନକରିବାକୁ କର୍ମୀ ଚେତାବନୀ ଦେଇଛନ୍ତି। ସେପଟେ ରାଉରକେଲାରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ। ଜିଲ୍ଲା […]

  • Friday, 16 July 2021
Odia Workers die in Tamil Nadu
ତାମିଲନାଡୁରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ତାମିଲନାଡୁରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକମାନେ ହେଲେ ଯାଜପୁର ସଦର ଥାନା ଝାଲପଡା ଗ୍ରାମର ଘନ ମଲିକ, ବରୀ ଥାନା ହଳଦି ବସନ୍ତ ଗ୍ରାମର ପଇ ଦଳେଇ ଓ କେନ୍ଦୁଝର ତେଲକୋଇ ଥାନା ପାଟକେଲିପୁର ଗ୍ରାମର ସନାତନ ମୁଣ୍ଡା। ଏମାନେ ସମସ୍ତେ ତାମିଲନାଡୁ ବଡମୁଦୁରାଇରେ ଥିବା ବନାରିବାସ ସୂତା କଳରେ କାମ କରୁଥିଲେ।  ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କିଛି ଦିନ ତଳେ ଓଡିଆ ଶ୍ରମିକ ଏବଂ ତାମିଲ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।  […]

  • Friday, 16 July 2021
CJI
ବାଳ ଅପରାଧୀଙ୍କୁ ନିଯୁକ୍ତି ମିଳିଲେ ଆତ୍ମବିଶ୍ୱାସ ବଢ଼ିବ, ଅପରାଧ କରିବେନି

କଟକ: ବାଳଅପରାଧୀଙ୍କୁ ନିଯୁକ୍ତି ମିଳିଲେ ଆତ୍ମବିଶ୍ୱାସ ବଢ଼ିବ, ଆଉ ଏମାନେ ଅପରାଧ କରିବେନି। ଏଥିସହ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। କଟକରେ ଆୟୋଜିତ ଜୁଡିସିଆଲ ଏକାଡେମୀରେ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇଥିଲେ ପ୍ରଧାନ ବିଚାରପତି। ବାଳ ଅପରାଧ ସଂପର୍କିତ ଜୁଭେନାଇଲ ଜଷ୍ଟିସ: ଇସ୍ୟୁ ଏଣ୍ଡ ଚ୍ୟାଲେଞ୍ଜ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ସେ ଏହା କହିଛନ୍ତି। ଏହି ସମ୍ମିଳନୀରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ […]

durjodhana
ବିଜେପି ଛାଡିଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ

ନୂଆପଡ଼ା : ବିଜେପି ଛାଡିଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଖରିଆରରୁ ବିଜେପି ତାଙ୍କୁ ପ୍ରାର୍ଥୀ ନ କରିବାରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ୫ ଥରର ଏହି ବିଧାୟକ। ଏଥର ଖରିଆରରେ ଦୁର୍ଯ୍ୟୋଧନଙ୍କ ବଦଳରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କ ପତ୍ନୀ ରୀତାରାଣୀ ବଗର୍ତ୍ତିଙ୍କୁ ଟିକେଟ୍ ଦେଇଛି ବିଜେପି।   ଦୁର୍ଯ୍ୟୋଧନ ମାଝୀ ୨୦୧୪ […]

  • Friday, 16 July 2021
paika rebellion
ମୁଦ୍ରାରେ ସ୍ଥାନ ପାଇବ ପାଇକ ବିଦ୍ରୋହର ଚିତ୍ର

ଭୁବନେଶ୍ୱର: ସ୍ମାରକୀ ଡାକ  ଟିକଟ ପରେ ଏବେ ମୁଦ୍ରାରେ ୧୮୧୭ର ପାଇକ ବିଦ୍ରୋହ ଚିତ୍ର ସ୍ଥାନ ପାଇବ।  ଏଥିଲାଗି ପ୍ରସ୍ତୁତି ଡିଜାଇନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚୂଡାନ୍ତ  ହେବାପରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ। ଶିଳ୍ପୀ ଗଜେନ୍ଦ୍ର  ସାହୁଙ୍କ ଦ୍ୱାରା ପ୍ରସ୍ତୁତି ଡିଜାଇନକୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ।  ଡିଜାଇନ ପ୍ରସ୍ତୁତ ଲାଗି ସଚିବ ମନୋରଂଜନ ପାଣିଗ୍ରାହୀଙ୍କ  ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା।  ଏଥିରେ ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ଓଡ଼ିଶା ଲଳିତ କଳା ଏକାଡେମୀ  […]

f
ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗୁଳିମାଡ଼

ଜୟପୁର (ଟି.ଗୌରୀ ଶଙ୍କର) : ଜୟପୁରରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗୁଳିମାଡ଼। ଜୟପୁରର କିଆବନ୍ଧ ସାହିରେ ଘଟିଛି ଏହି ଘଟଣା। ଗୁଳିମାଡ଼ରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି।  ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ଛାତ୍ରୀ ଜଣକ ଆଜି ସନ୍ଧ୍ୟା ୫ଟାରୁ ସାଢେ ୫ଟା ଭିତରେ ଘରକୁ ଆସୁଥିବା ବେଳେ ହଠାତ୍ ପଡିଯାଇଥିଲେ। ତାଙ୍କ ଦେହସାରା ରକ୍ତ ଲାଗିଥିବା ଦେଖି ପରିବାର ଲୋକ ତୁରନ୍ତ ମେଡିକାଲକୁ ନେଇଥିଲେ। […]

  • Friday, 16 July 2021