• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

susant dhala sdamnata
ସୁଶାନ୍ତ ଧଳ ସାମନ୍ତର ନେଟଓ୍ୱାର୍କ ଭାଙ୍ଗିବାକୁ ପୋଲିସର ଯୋଜନା

ଭୁବନେଶ୍ୱର : ଝାରପଡ଼ା ଜେଲରୁ ସ୍ଥାନାନ୍ତର ହେବ ହାର୍ଡକୋର ଅପରାଧୀ ସୁଶାନ୍ତ ଧଳ ସାମନ୍ତ। କଟକ ଚୌଦ୍ୱାର ଭଳି ଭୁବନେଶ୍ୱର ଝାରପଡ଼ା ଜେଲରେ ରହି ସୁଶାନ୍ତ ତାର ଅପରାଧ ନେଟଓ୍ୱାର୍କ ସହଜରେ ପରିଚାଳନା କରୁଥିବା ସନ୍ଦେହ କରାଯାଉଥିବାରୁ ,ତାକୁ ପଶ୍ଚିମ ଓଡ଼ିଶାର କୌଣସି ଜେଲକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି କମିଶନରେଟ୍ ପୋଲିସ। ଏ ନେଇ କମିଶନରେଟ୍  ପୋଲିସ ପକ୍ଷରୁ ଗତକାଲି କଟକ ସ୍ଥିତ JMFC ରୁରାଲ କୋର୍ଟରେ ଆବେଦନ କରାଯାଇଛି। କଟକ ବିଜନ ପାଲ ହତ୍ୟା […]

heatwave
ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଧିରେ ଧିରେ ତାପମାତ୍ରା ବଢିବାରେ ଲାଗିଛି।  ଅଧିକାଂଶ ସ୍ଥାନରେ ୩୫ଡିଗ୍ରୀ ଉପରେ ତାପମାତ୍ରା ରହୁଛି। ଗତକାଲି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ। ଆସନ୍ତା ୨୩ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝରରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ସ୍ଥାନରେ ମୁଖ୍ୟତଃ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର […]

ugc
ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା UGC ଦ୍ୱାରା ଅଟୋନମି କ୍ଷମତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ଅଟୋନମି କ୍ଷମତା। ୟୁନିଭରସିଟି ଗ୍ରାଣ୍ଟସ କମିଶନ UGC ପକ୍ଷରୁ ଦେଶର ୬୦ଟି ଶିକ୍ଷାନୁଷ୍ଠାନକୁ ସ୍ୱଂୟଶାସନ କ୍ଷମତା ପ୍ରଦାନ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୨ଟି ଡିମଡ୍ ବିଶ୍ୱବିଦ୍ୟାଳୟ ଏବଂ କଟକରେ ଥିବା ନ୍ୟାସନାଲ ଲ ୟୁନିଭରସିଟିକୁ ଏହି ମାନ୍ୟତା ମିଳିଛି। ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ଶିକ୍ଷାନୁଷ୍ଠାନ ଗୁଡିକ ପୂର୍ବଭଳି ୟୁଜିସି ନିୟନ୍ତ୍ରଣରେ ରହିବେ। ତେବେ UGC ଦ୍ୱାରା ଅଟୋନମି ମାନ୍ୟତା ମିଳିବା ପରେ ଏହି […]

gift blast
ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା : ୨୫ ଦିନ ପରେ ସ୍ୱାମୀଙ୍କ ମୃତ୍ୟୁ ଖବର ଜାଣିଲେ ରୀମା

ବଲାଙ୍ଗିର:ସିନ୍ଦୁର ପିନ୍ଧି ଶିଖିବା ଆଗରୁ ସିନ୍ଦୁର ଲିଭିଯିବାର ଦୁଃଖ ଇଏ। ସଂସାର କଣ ଜାଣିବା ଆଗରୁ ସବୁକିଛି ଉଜୁଡ଼ିଯିବାର କୋହ ଇଏ। ବାହାଘରର ମାତ୍ର ୫ଦିନ ପରେ ଆତତାୟୀର ମୃତ୍ୟୁ ଉପହାର ସ୍ୱାମୀଙ୍କୁ ଚିରଦିନ ପାଇଁ ଛଡ଼ାଇ ନେଇଛି ଜାଣିବା ପରେ, ନବବିବାହିତା ରୀମାରାଣୀ ସାହୁ ବିଳାପ ଚିତ୍କାର କରିଛନ୍ତି। ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ୨୫ ଦିନ ହେଲା ଯେଉଁ ଦୁଃଖଦ ଖବର ପରିବାର ଲୋକେ ଲୁଚାଇ ରଖିଥିଲେ, ଏକ ପୁରୁଣା ଖବର କାଗଜ […]

  • Friday, 16 July 2021
naba dihganta
ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲା : ଜେଲ୍‌ରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେରା

ଭୁବନେଶ୍ୱର : ଜେଲରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେରା। ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଝାରପଡ଼ା ଜେଲ୍‌ରେ ଜେରା କରାଯାଉଛି। ଭାରତ ସରକାରଙ୍କ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟର ତିନି ଜଣିଆ ଟିମ୍ ହାଁସଦାଙ୍କୁ ଜେରା କରୁଛି। ଏଥିପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟକୁ ଅନୁମତି ଦେଇଥିଲା। ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ୨୦୧୪ ମସିହାରୁ ଗିରଫ ହୋଇ ଜେଲରେ ଅଛନ୍ତି ରାମଚନ୍ଦ୍ର ହାଁସଦା।

paku
ପୁଲିସ କବଜାରେ ପାକୁ ଗ୍ୟାଙ୍ଗ୍‌

ଭୁବନେଶ୍ୱର : ପୁଲିସ୍ କବଜାରେ ବେଆଇନ ପଥର ଖଣି ସହ ବ୍ରାଉନସୁଗାର କାରବାର ଗ୍ୟାଙ୍ଗ। ପଥର ଖଣିରୁ  ବେଆଇନ ଇନକମ୍, ଇନଭେଷ୍ଟମେଣ୍ଟ ବ୍ରାଉନସୁଗାରରେ। ଦାମୀ କାରରେ ହେଉଥିଲା ସପ୍ଲାଏ। ସୋମବାର ରାତିରେ ପାକୁ ଗ୍ୟାଙ୍ଗକୁ ଧରିବା ପରେ ସାମନାକୁ ଆସିଛି ଏଭଳି ତଥ୍ୟ। ଗିରଫଙ୍କ ମଧ୍ୟରେ ଅଛନ୍ତି ମାଷ୍ଟର ମାଇଣ୍ଡ ସୋମନାଥ ଭୁଜବଳ ଓରଫ୍ ପାକୁ।  ଏହାସହ ପାକୁଙ୍କ ୪ ସହଯୋଗୀଙ୍କୁ ମଧ୍ୟ କମିଶନରେଟ ପୁଲିସ ଗିରଫ କରିଛି। ଚକମା ଦେଇ ଖସି ପଳାଉଥିବାବେଳେ ସହିଦନଗର ଅଞ୍ଚଳରୁ […]

  • Friday, 16 July 2021
school
ଲକ୍ଷ୍ୟଠୁ ବହୁ ଦୂରରେ ଶିଶୁଙ୍କ ଶିକ୍ଷା ଅଧିକାର

ନୂଆପଡ଼ା( ମାୟାଧର ସରାଫ) , ସୁବର୍ଣ୍ଣପୁର( ରବୀନ୍ଦ୍ର ହୋତା) : ଶିକ୍ଷା, ଶିଶୁର ମୌଳିକ ଅଧିକାର। କିନ୍ତୁ ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥାର ବିକଳ ସ୍ଥିତି ହିଁ ଶିଶୁକୁ ମୌଳିକ ଅଧିକାରରୁ ବଞ୍ଚିତ କରୁଛି। ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ପଢ଼ନ୍ତୁ ଏହି ରିପୋର୍ଟ। ଗୋଟିଏ କୋଠରୀରେ ଚାଲିଛି ୫ଟି ଶ୍ରେଣୀ। ଭିନ୍ନ ଭିନ୍ନ ଦିଗକୁ ଚାହିଁ ବସିଛନ୍ତି ବିଭିନ୍ନ ଶ୍ରେଣୀର ପିଲା। କିଛି ପିଲା ପଦ୍ୟ ଆବୃତ୍ତି କରୁଛନ୍ତି […]

  • Friday, 16 July 2021
raPE-1
ନାବାଳିକାକୁ ଗଣଦୁଷ୍କର୍ମ ପରେ ଗାଏବ କଲେ ଅଭିଯୁକ୍ତ

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଗଣଦୁଷ୍କର୍ମ କରି ଗାୟବ କରିଦେଇଥିବା ଅଭିଯୋଗ। ଦୁଷ୍କର୍ମ ଶିକାର ନାବାଳିକାଙ୍କ ମିଳୁନି ପତ୍ତା। ବରହମ୍ପୁର ଥାନା ତେଲିପାଳ ନିକଟ ପୁଟିବନ୍ଧ ଗାଁର ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ କେନ୍ଦୁଆ ଗାଁର ଜଣେ ବ୍ୟକ୍ତିଙ୍କ ପାଳିତ ୧୨ ବର୍ଷର ନାବାଳିକାକୁ ପୁଟିବନ୍ଧ ଗାଁର ଜଣେ ଦମ୍ପତି ନେଇଯାଇଥିଲେ। ତେବେ ତାକୁ ଶାରୀରିକ ଯନ୍ତ୍ରଣା ଦିଆଯାଉଥିବା ସେ ଅଭିଯୋଗ କରିଥିଲେ। ନାବାଳିକା ଜଣକ ତା ପାଳିତା ମା’ ପାଖକୁ ଯିବାକୁ […]

monor girl
ପୁତ୍ର ସନ୍ତାନ ଜନ୍ମ କଲେ ନାବାଳିକା

ବାରିପଦା/କରଞ୍ଜିଆ(ମାଣିକଲାଲ୍‌ ପାଣି/ସତ୍ୟବ୍ରତ ବେହେରା) : ସଂସାର କଣ ଜାଣି ନାହାନ୍ତି। ତାହା ପରେ ବି ମୁଣ୍ଡ ଉପରେ ସଂସାରର ବୋଝ। ଦୁଷ୍କର୍ମରେ ଶିକାର ହୋଇ ନାବାଳିକା ମାଆ ହେଲେ। ନାବାଳିକାଙ୍କ ଏପରି ଦୁଃଖ ସମୟରେ ହାତ ଟେକିଦେଲେ ପ୍ରଶାସନିକ ଅଧିକାରୀ। ଏପରିକି ଆଶା ଓ ଅଙ୍ଗନବାଡ଼ି କର୍ମୀ ନାବାଳିକାଙ୍କୁ କୌଣସି ସହାୟତା ଦେଲେ ନାହିଁ। ଓଲଟା ସେମାନେ ନାବାଳିକାଙ୍କ ବାପାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ପୂରା ଘଟଣା ଏମିତି। ଝିଅଟିର ନାଁ ଝୁମୁରୀ(ଛଦ୍ମନାମ)। ସପ୍ତମ ଶ୍ରେଣୀରେ […]

  • Friday, 16 July 2021
raghu
ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ୱର : ବିଜେପିରେ ମିଶିଲେ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରଘୁନାଥ ମହାନ୍ତି। ବିଜେଡିରୁ ତାଙ୍କୁ ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ରଘୁନାଥ। ଏମିତିକି ସେ ଦାୟିତ୍ୱରେ ଥିବା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ମଧ୍ୟ କିଛି ଦିନ ତଳେ […]

  • Friday, 16 July 2021
mayabati
ବିଜେପି ଓ କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ

ଭୁବନେଶ୍ୱର : ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ବହୁଜନ ସମାଜ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ। ଭୁବନେଶ୍ୱର ଠାରେ ଆୟୋଜିତ ସମାବେଶରେ କେନ୍ଦ୍ର ସରକାରଙ୍କୁ ସେ ସମାଲୋଚନା କରିଛନ୍ତି। ଅଚ୍ଛେ ଦିନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ଏକ ଚତୁର୍ଥାଂଶ ପ୍ରତିଶ୍ରୁତି ପୂରଣ କରିବାରେ ସକ୍ଷମ ହୋଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ମାୟାବତୀ। କଂଗ୍ରେସ ଭଳି ବିଜେପି ମଧ୍ୟ ସିବିଆଇ, ଇଡି ଓ ଆଇଟିର ଅପବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। […]

  • Friday, 16 July 2021
rain 2
ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ସହ କୁଆପଥର ମାଡ଼

ଯାଜପୁର (ଅଭୟ ପତି) : ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ମାଡ଼ ହୋଇଛି। ଅନେକେ ସ୍ଥାନରେ ବଡ଼ ବଡ଼ କୁଆପଥର ପଡିଥିବାର ଦେଖିବାକୁ ମିଳିଛି। ଯାଜପୁର ରୋଡ଼, କୋରେଇ, କଳିଙ୍ଗ ନଗର, କୁଆଖିଆ ଆଦି ସ୍ଥାନରେ କୁଆପଥର ମାଡ଼ରେ ଅନେକ ଘରର ଆଜବେଷ୍ଟସ କଣା ହୋଇଯାଇଥିବା ବେଳେ ଅନେକ ଗାଡ଼ିର କାଚ ଫାଟି ଯାଇଥିବା ଦେଖିବାକୁ ମିଳିଛି। ତେବେ କେହି ମୃତାହତ ହୋଇନଥିବା ଜଣାପଡିଛି।

  • Friday, 16 July 2021
plane crash
ଖସି ପଡ଼ିଲା ବାୟୁସେନା ବିମାନ

ବାରିପଦା: ମୟୁରଭଞ୍ଜ ଝାରପୋଖରିଆରେ ଖସି ପଡ଼ିଲା ଭାରତୀୟ ବାୟୁସେନା ବିମାନ।  ଓଡ଼ିଶା ଝାଡଖଣ୍ଡ ସୀମାର ମହୁଲଟାଙ୍ଗିରି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ବିମାନର ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ ଝାଡ଼ଖଣ୍ଡର ବହଡାଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗର କୋଲେଇକୁଣ୍ଡା ଟ୍ରେନି ସେଣ୍ଟରରରୁ ଆଜି ବାୟୁସେନାର ଏକ ବିମାନ ଓଡ଼ିଶା ଝାଡ଼ଖଣ୍ଡ ସୀମା ଆକାଶରେ ଉଡ଼ାଣ ଭରୁଥିଲା। ଆଜି ସକାଳେ ବିମାନଟି ରାଇରଙ୍ଗପୁର ଆକାଶରେ ଉଡୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ କିଛି ସମୟ ପରେ […]

Soumya
୭ଟି ବିଧାନସଭା, ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର : ବିଜେଡି ଆଜି ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଶେଷରେ ଚାପର ବଶବର୍ତ୍ତୀ ହୋଇ ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ଟିକେଟ୍ ଦେଇଛି। ସେଠାରେ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ୍ କଟିଛି। ସେହିପରି ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପରିବର୍ତ୍ତେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ପ୍ରାର୍ଥୀ କରାଯାଇଛି। ବିଜେଡି ଏପର୍ଯ୍ୟନ୍ତ ୧୪୪ଟି ବିଧାନସଭା ଓ ସମସ୍ତ […]

  • Friday, 16 July 2021
satya pal malik
ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବିହାର ରାଜ୍ୟପାଳ

ଭୁବନେଶ୍ୱର: ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ତାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଛି। #PresidentKovind directs Shri Satya Pal Malik, Governor of Bihar, to discharge functions of Governor of Odisha, in addition to his own duties, following the completion of the tenure of Shri S.C. Jamir — President […]

bjd2
ବିଜେଡି ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ

ଭୁବନେଶ୍ୱର : ବିଜେଡି ଟିକେଟ ବଣ୍ଟନକୁ ନେଇ ଜାରି ରହିଛି ଅସନ୍ତୋଷ। ଟିକେଟ ପାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ଆଜି ନବୀନ ନିବାସ ଆଗରେ ହୋହଲ୍ଲା, ନାରାବାଜି କରାଯାଇଛି।  କଟକ ସଦର ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କୁ ବିରୋଧ କରି ବିରୋଧୀ ଗୋଷ୍ଠୀ ନାରାବାଜି କରିଛନ୍ତି। ସେହିପରି କଟକ ସଦର ଅଞ୍ଚଳରେ ଥିବା ପଞ୍ଚାୟତ ପ୍ରତିନିଧିମାନେ ଇସ୍ତଫା ଦେଇଛନ୍ତି। ସେପଟେ ଜୟଦେବ ଆସନରୁ ଟିକେଟ କଟିବା ପରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମର୍ଥକ ମାନେ ମଧ୍ୟ […]

  • Friday, 16 July 2021
govt official
ଜଙ୍ଗଲରୁ ସରକାରୀ ଅଧିକାରୀଙ୍କ ଅର୍ଦ୍ଧ ଦଗ୍ଧ ଶରୀର ଉଦ୍ଧାର: ହତ୍ୟା ସନ୍ଦେହ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଚାଞ୍ଚଲ୍ୟ। ଜଙ୍ଗଲ ଭିତରେ Cluster Resource Coordinator (ସିଆରସି)ଙ୍କୁ ପୋଡ଼ି ହତ୍ୟା ସନ୍ଦେହ। ବୋରିଗୁମା ଥାନା ଡାଙ୍ଗରା ନିକଟ ଜଙ୍ଗଲରୁ ସିଆରସିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ସିଆରସିଙ୍କ ପରିଚୟ ମିଳିଛି। ସେ ହେଲେ ଆମ୍ବାଗୁଡ଼ାର ସନ୍ଦୀପ ସିଲ୍। ସନ୍ଦୀପ ଗତକାଲିଠୁ ନିଖୋଜ ଥିଲେ। ତାଙ୍କ ପରିବାର ଲୋକେ କହିଛନ୍ତି ତାଙ୍କ ମୃତଦେହ ପାଖରେ ଏକ ବାଇକ୍ ପଡିଛି। ତେଣୁ କେହି ଡକାଇ ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ କରାଯାଉଛି। […]

bombing
ଜେଟି ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ବ୍ରହ୍ମଗିରି: ଜେଟି ନିର୍ମାଣକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗୁଳି ଓ ବୋମାମାଡ଼।  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାଘମୁଣ୍ଡା ନୂଆଗାଁ ଓ ସିପାକୁଦା ଗାଁ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ସୂଚନା ଅନୁସାରେ, କିଆନାସିର ସରକାରୀ ଜମିକୁ ନେଇ ସୃଷ୍ଟି ହୋଇଛି ଏହି ଗଣ୍ଡଗୋଳ। କିଆନାସିରେ ନିର୍ମିତ ଜେଟିକୁ ବିରୋଧ କରୁଛନ୍ତି ସିପାକୁଦା ଗାଁ ଲୋକେ। ଉଭୟ ପକ୍ଷରୁ ୧୦୦ରୁ ଅଧିକ ବୋମାମାଡ଼ ହୋଇଥିବାର ସୂଚନା ମିଳିଛି। ଏହି ଘଟଣାରେ ପ୍ରାୟ ୩୦ ଜଣ […]

monet seized
ବିଜେଡି ନେତାଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

ବରଗଡ଼ (ଦୀପକ ଶର୍ମା) : ବରଗଡ଼ ଜିଲ୍ଲାର ଜଣେ ବିଜେଡି ନେତାଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ। ପ୍ରେମ ପଟେଲ ନାମକ ଜଣେ ବିଜେଡି ନେତାଙ୍କ ଗାଡିରୁ ୧୨ ଲକ୍ଷ ନଗଦ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାର୍ଡ। ଭଟଲି ବଉଲସିଂହାରୁ ଜବତ କରିଛି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ। ଗାଡ଼ିଟି ବିଜେଡି ନେତା ପ୍ରେମ ପଟେଲ୍‌ଙ୍କର ବୋଲି ଜଣାପଡ଼ିଛି। ତେବେ ଏତେ ପରିମାଣର ଟଙ୍କା କାହାର ଏବଂ କେଉଁ ଉଦ୍ଦେଶ୍ୟରେ ବିଜେଡି ନେତାଙ୍କ ଗାଡ଼ିରେ ନିଆଯାଉଥିଲା, ସେନେଇ […]

  • Friday, 16 July 2021
farmers
ଆସନ୍ତା ୨୧ରେ ବିଧାନସଭା ଘେରାଉ କରିବେ ଚାଷୀ

ଭୁବନେଶ୍ୱର: ଆସନ୍ତା ୨୧ରେ ବିଧାନସଭା ଘେରାଉ କରିବେ ଚାଷୀ।  ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଧାନସଭା ଘେରାଉ ପାଇଁ ନିଷ୍ପତ୍ତି ହୋଇଥିବା ସଂଗଠନର ‌ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ଗତ ୧୨ ତାରିଖରୁ ଲୋୟର୍ ପିଏମଜିରେ ସଂଗଠନ ପକ୍ଷରୁ ସତ୍ୟାଗ୍ରହ ଓ ଅନଶନ ଚାଲୁ ରହିଥିଲେ ବି ଏଯାଏଁ କେହିବି ଆଲୋଚନାକୁ ନ ଡାକିବାରୁ ବିଧାନସଭା ଘେରାଉ ପାଇଁ ସଂଗଠନ ନିଷ୍ପତ୍ତି ନେଇଛି। ତେବେ ଏ ନେଇ […]

NAVEEN NIWAS- JOINNING-keonjhar ra chandrani murmu nkn bjd re jogadana (2)
କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଚନ୍ଦ୍ରାଣୀ

ଭୁବନେଶ୍ୱର :  କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଚନ୍ଦ୍ରାଣୀ ସୋରେନ୍। ଆଜି ଏ ସମ୍ପର୍କରେ ସେ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନବୀନ ନିବାସ ଆସି ବିଜେଡିରେ ମିଶିବା ପରେ ଏଭଳି ସୂଚନା ଦେଇଛନ୍ତି ଯୁବ ମେକାନିକାଲ ଇଞ୍ଜିନିୟର ଚନ୍ଦ୍ରାଣୀ ସୋରେନ। ଚନ୍ଦ୍ରାଣୀ ହେଉଛନ୍ତି କେନ୍ଦୁଝରର ପୂର୍ବତନ ଲୋକସଭା ସାଂସଦ ହରିହର ସୋରେନଙ୍କ ନାତୁଣୀ। ତେବେ ନବୀନ କିନ୍ତୁ ଏ ନେଇ ବିଧିବଦ୍ଧ ଘୋଷଣା କରିନାହାନ୍ତି।

  • Friday, 16 July 2021
amit shah
ଶାହାଙ୍କ ମିଶନ୍ ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ବିଜେପୁର ଝଟକା ପରେ ବିଜେପିର ଫୋକସରେ ପଶ୍ଚିମ ଓଡିଶା। ନୂଆ ରଣନୀତି ଅନୁସାରେ ବଲାଙ୍ଗିରେ ଆସନ୍ତା ୫ ତାରିଖରେ ଯୁବ ସମାବେଶ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହା ଫୁଙ୍କିବେ ମିଶନ୧୯ର ମନ୍ତ୍ର। ଏପ୍ରିଲ ପ୍ରଥମ ସପ୍ତାହରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ଶାହା ଭବାନୀ ପାଟଣାରେ ମଧ୍ୟ  କାର୍ଯ୍ୟକର୍ତ୍ତା ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପୁର ପରାଜୟ ପରେ ଶାହାଙ୍କ ଗସ୍ତ ଦୋହଲିଯାଇଥିବା ନେତା ଓ କର୍ମୀଙ୍କ ମନୋବଳକୁ ଦମ୍ଭ ଦେବ ବୋଲି […]

doctor
ଫାର୍ମାସିଷ୍ଟ, ନର୍ସ ଓ ଆୟୁଷ ଚିକିତ୍ସକଙ୍କ ଭରସାରେ ଚାଲିଛି ରୋଗୀସେବା

ଉଦଳା/ସେମିଳିଗୁଡା : ରାଜ୍ୟରେ ଏମିତି ଚାଲିଛି ସ୍ୱାସ୍ଥ୍ୟସେବା। ଡାକ୍ତରଖାନା ହେବାର ଦଶନ୍ଧି ବିତିଗଲାଣି ହେଲେ ନାହାନ୍ତି ଡାକ୍ତର। କିଛି ସ୍ଥାନରେ ଡାକ୍ତର ନିୟୁକ୍ତ ହୋଇଛନ୍ତି ସତ, ହେଲେ ରୋଗୀ ସଂଖ୍ୟା ଏତେ ଅଧିକ ଯେ, ସେବା ଯୋଗାଇବା କାଠିକର ପାଠ ହୋଇଯାଉଛି। ଆଜି ଭୋଟରଙ୍କ ମୁଦ୍ଦାରେ ଦେଖନ୍ତୁ ମୟୂରଭଞ୍ଜ ଜିଲ୍ଲା ଉଦଳା ଓ କୋରାପୁଟ ଜିଲ୍ଲା ସେମିଳିଗୁଡାରୁ ସ୍ପେଶାଲ ରିପୋର୍ଟ। ମୟୂରଭଞ୍ଜ ଜିଲ୍ଲା ଶରତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ବିଲ୍ଡିଂ ଦେଖିବାକୁ ଚକାଚକ। ସଫାସୁତୁରା ପରିବେଶ ସାଙ୍ଗକୁ ଉନ୍ନତ […]

  • Friday, 16 July 2021
tiger
କାହ୍ନା ଓ ବାନ୍ଧବଗଡ଼ ଅଭୟାରଣ୍ୟରୁ ସାତକକୋଶିଆକୁ ଆସିବେ ଦୁଇଟି ବାଘ

ଭୁବନେଶ୍ୱର: ଏପ୍ରିଲ ଦ୍ୱିତୀୟ ସପ୍ତାହରେ ମଧ୍ୟପ୍ରଦେଶ ଜଙ୍ଗଲରୁ ସାତକୋଶିଆ ଆସିବେ ଦୁଇଟି ବାଘ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ବନ ବିଭାଗ, ନ୍ୟାସନାଲ୍ ଟାଇଗର କନଜର୍ଭେସନ୍ ଅଥରିଟି ଓ ମଧ୍ୟପ୍ରଦେଶ ବନ ବିଭାଗ ଅଧିକାରୀଙ୍କ ସହ ଏ ନେଇ ହୋଇଛି ବିସ୍ତୃତ ଆଲୋଚନା। ବାଘଙ୍କୁ ସ୍ଥାନାନ୍ତରଣ ପାଇଁ ମଧ୍ୟପ୍ରଦେଶ ସରକାର ସବୁ ପ୍ରକାର ସହାୟତା ଯୋଗାଇବାକୁ ରାଜି ହୋଇଛନ୍ତି। ଏପଟେ ସାତକୋଶିଆରେ ବି ନୂଆ ଅତିଥିଙ୍କ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ମଧ୍ୟପ୍ରଦେଶର କାହ୍ନା ଓ […]

ghanta patua
ଆଜି ଚୈତ୍ର ମଙ୍ଗଳବାର: କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର: ଆଜି ଚୈତ୍ର ମଙ୍ଗଳବାର। କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ମାନସିକଧାରୀ ଘଣ୍ଟ ପାଟୁଆଙ୍କ ନିଷ୍ଠାପୂର୍ଣ୍ଣ ନୃତ୍ୟରେ ଭାବ ବିହ୍ୱଳ ଭକ୍ତ। ପବିତ୍ର ଚୈତ୍ର ମାସରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ  ମାଆ ମଙ୍ଗଳାଙ୍କ ପୀଠରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ଉଦୁ ଉଦିଆ ଦ୍ୱିପ୍ରହରରେ କାଳସୀ ବେଶରେ ସଜେଇ ହୋଇ ବେଶ୍ ନିଷ୍ଠାପର ଭାବେ ନୃତ୍ୟ ପରିବେଷଣ କରୁଥାନ୍ତି ଘଣ୍ଟ ପାଟୁଅ। ମାଆଙ୍କର ଚଳନ୍ତି ପ୍ରତିମା ଭାବେ […]