• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

dvf jawan
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସହିଦ

ରାୟଗଡ଼ା: ରାୟଗଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସହିଦ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ନିୟମଗିରି ପାଦ ଦେଶରେ ଥିବା ସକଟା ଗାଁ ନିକଟରେ ଏହି ଘଟଣା ଘଟିଛି। ଗତକାଲି ସଂଧ୍ୟାରେ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍  ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଡିଭିଏଫ୍ ଯବାନ ସଞ୍ଜୟ ମାଝୀ ଗୁରୁତର ଆହତ ହୋଇଥିଲେ। ତେବେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସହିଦ ଯବାନଙ୍କ ଘର ରାୟଗଡ଼ା ଆମ୍ବଦଳା ଅଞ୍ଚଳରେ ବୋଲି ରାୟଗଡ଼ା […]

lady doctor death
କୂଅରୁ ମିଳିଲା ନିଖୋଜ ଡାକ୍ତରାଣୀଙ୍କ ମୃତଦେହ

ଭୁବନେଶ୍ୱର: କୂଅରୁ ମିଳିଲା ନିଖୋଜ ଡାକ୍ତରାଣୀଙ୍କ ମୃତଦେହ। ଘଟଣା ଘଟିଛି ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ। ମୃତ ଡାକ୍ତରାଣୀଙ୍କ ନାଁ ସଂଘମିତ୍ରା ମିଶ୍ର। ଲକ୍ଷ୍ମୀସାଗଗର ଥାନା ଅନ୍ତର୍ଗତ ଝାରପଡ଼ା ପ୍ଲଟ୍ ନମ୍ବର ୭୧୭ ଥିବା ଏକ ୪୦ ଫୁଟ ଗଭୀର କୂଅ ଭିତରୁ ଗତରାତିରେ ସଂଘମିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୯ଟାରୁ ନିଖୋଜ ଥିଲେ ସଂଘମିତ୍ରା। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଗତ ସଂଧ୍ୟାରେ ଘର ପରିସରରେ ଥିବା […]

modi4
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ। ବିମାନବନ୍ଦରରୁ ବରମୁଣ୍ଡା ପର୍ଯ୍ୟନ୍ତ ରୋଡ୍ ଶୋ’ରେ ଆସୁଛନ୍ତି ମୋଦି। ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷାରତ ହଜାର ହଜାର ଜନତା ମୋଦିଙ୍କୁ ହାତ ହଲାଇ ଅଭିବାଦନ ଜଣାଉଛନ୍ତି। ସନ୍ଧ୍ୟା ପାଖାପାଖି ସାଢ଼େ ୫ଟାରୁ ବିମାନବନ୍ଦରରୁ ଆରମ୍ଭ ହୋଇଥିଲା ମୋଦିଙ୍କ ରୋଡ୍ ଶୋ। ଏୟାରପୋର୍ଟରୁ ଶିରିପୁର ରାସ୍ତା ଦେଇ ରୋଡ୍ ଶୋ’ରେ ଆସି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗୁଛନ୍ତି ମୋଦି। ଶେଷରେ ବରମୁଣ୍ଡା ପଡ଼ିଆରେ ଆୟୋଜିତ […]

  • Friday, 16 July 2021
lootera gang
ବାର୍‌ଗାର୍ଲଙ୍କ ସହ ଅୟସ୍‌ ପାଇଁ ଲୁଟ୍

ଭୁବନେଶ୍ୱର: ନିଶା ସେବନ ସାଙ୍ଗକୁ ବାର୍‌ଗାର୍ଲଙ୍କ ସହ ଅୟସ୍‌ ଲାଗି କରୁଥିଲେ ଲୁଟ୍। କମିଶନରେଟ୍ ପୋଲିସ ହାବୁଡରେ ପଡିଛି ରାଜଧାନୀରେ ଲୁଟ୍‌ରାଜ୍ ଚଳାଇଥିବା ଏମିତି ଏକ ୫ ଜଣିଆ ଗ୍ୟାଙ୍ଗ। ଏମିତିକି ସ୍ପିଡ୍ ବାଇକିଂରେ ଓସ୍ତାଦ ଜଣେ ନାବାଳକ କୁଆଡ଼େ ଏହି ଗ୍ୟାଙ୍ଗର ରିଂ ଲିଡର ବୋଲି ଜଣାପଡିଛି। ଘନ ଘନ ଜେରା ପରେ ଖୋଲିଛି ଏମାନଙ୍କ କଳା କାରନାମାର ଗୁମର। ପୂରା ଫିଲ୍ମୀ ଅନ୍ଦାଜ୍‌ରେ ଜୀବନ କାଟୁଥିଲେ ଏହି ଲୁଟେରାମାନେ। ନିଶା ସେବନ ଓ ବାର୍‌ଗାର୍ଲଙ୍କ […]

bjd press meet
ଇବ୍ ନଦୀକୁ ଶୁଖାଇବାକୁ ଛତିଶଗଡ଼ କରୁଛି ଷଡଯନ୍ତ୍ର : ବିଜେଡି

ଭୁବନେଶ୍ୱର : ମହାନଦୀ ପରେ ଏବେ ଇବ୍ ନଦୀକୁ ଶୁଖାଇବାକୁ ଛତିଶଗଡ଼ର ଷଡ଼ଯନ୍ତ୍ର। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛି ବିଜେଡି। ଏଯାଏଁ ମହାନଦୀ ଟ୍ରିବ୍ୟୁନାଲ ବିଧିବଦ୍ଧ ଭାବେ ଆରମ୍ଭ ହୋଇନାହିଁ। ଟର୍ମ ଅଫ୍ ରେଫରେନ୍ସ ଓ ଭିତ୍ତିଭୂମି କେନ୍ଦ୍ର ସରକାର ଯୋଗାଇ ନାହାଁନ୍ତି। କଟା ଘା’ରେ ଚୂନ ଦେଲା ଭଳି ଇବ୍ ନଦୀର ଉପନଦୀ ମୈନୀରେ ଛତିଶଗଡ଼ ବନ୍ଧ ତିଆରି କରୁଛି। ଏହାଯୋଗୁଁ ଗଭୀର ପ୍ରଭାବ ପଡ଼ିବ ଏବଂ ଇବ୍ ନଦୀ […]

student
ଆନ୍ଦୋଳନରତ ଅଧ୍ୟାପକଙ୍କ ସମର୍ଥନରେ ବାହାରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ବାଲେଶ୍ୱର ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଛାତ୍ରଛାତ୍ରୀଙ୍କ ଧାରଣା, ନାରାବାଜି। ଦାବି ପୂରଣ ନେଇ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ଆଜି ଏମିତି ଢଙ୍ଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିଛି ସମର୍ଥନ। ମାଟ୍ରିକ ଖାତା ମୂଲ୍ୟାୟନର ଠିକ୍ ଗୋଟିଏ ଦିନ ଆଗରୁ ଅର୍ଥାତ୍ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିବା ଶିକ୍ଷକଙ୍କ ଆନ୍ଦୋଳନକୁ ପାଖାପାଖି ୨୦ଦିନ ବିତିଲାଣି। ଯୁକ୍ତ ଦୁଇ ମୂଲ୍ୟାୟନ ବର୍ଜନକୁ ବି […]

  • Friday, 16 July 2021
weather
କାଳବୈଶାଖୀ ବର୍ଷା, ପବନ ନେଇ ସତର୍କ ସୂଚନା

ଭୁବନେଶ୍ୱର : ଅଧା ଓଡ଼ିଶା ପାଇଁ ସତର୍କ ସୂଚନା। କାଳବୈଶାଖୀ ବର୍ଷା, ପବନ ନେଇ ସତର୍କ କଲା ପାଣିପାଗ ବିଭାଗ। ୧୪ଟି ଜିଲ୍ଲାର ଲୋକଙ୍କୁ ରାତି ୭ଟା ପର୍ଯ୍ୟନ୍ତ ସତର୍କ ସୂଚନା। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ ସମେତ ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ବର୍ଷା ଏବଂ ପବନ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୫୦/୬୦ କି.ମି […]

  • Friday, 16 July 2021
dharmendra
ପୁଲିସ ଅଧିକାରୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା କଟାକଟି

ସମ୍ବଲପୁର( ସଂଜୟ ଜେନା) : ପୁଲିସ ଅଧିକାରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା କଟାକଟି। ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଗତକାଲି ବୁର୍ଲାସ୍ଥିତ MCL ହେଲିପ୍ୟାଡରେ ଅବତରଣ କରିଥିଲା। ଏହି ସମୟରେ କିଛି ପୁଲିସ ଅଧିକାରୀ ତାଙ୍କ ହେଲିକପ୍ଟରକୁ ଯାଞ୍ଚ କରିବାକୁ ଚାହିଁଥିଲେ। ଏହାକୁ ନେଇ ଧର୍ମେନ୍ଦ୍ର ଓ ସେଠାରେ ଥିବା ପୁଲିସ ଅଧିକାରୀଙ୍କ ମଧ୍ୟରେ ଜୋରଦାର କଥା କଟା କଟି ହୋଇଥିଲା। ଏହି ସମୟର ଭିଡ଼ିଓ ଭାଇରାଲ ହେବା ପରେ ତାକୁ ନେଇ ଚର୍ଚ୍ଚା […]

  • Friday, 16 July 2021
egg
ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡାମାଡ଼

ବଲାଙ୍ଗିର(ମନୋରଂଜନ ଯୋଶି) : ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡାମାଡ଼। ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ଉପରକୁ ଅଣ୍ଡାମାଡ଼ ହୋଇଛି। ବଲାଙ୍ଗିରରୁ ରୋଡ୍ ସୋ ସାରି ବରଗଡ଼ ଯିବା ବାଟରେ ସାଲେଭଟା ଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡାମାଡ଼ ହୋଇଛି। ଏହି ଘଟଣା ପରେ ପୁଲିସ୍ ପକ୍ଷରୁ ସେଠାରେ ଲାଠିଚାର୍ଜ ସହ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଏହି ଘଟଣାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କୁ ତାଙ୍କ ସମର୍ଥକଙ୍କ ସହ ଅଟକ ରଖାଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କର ବରଗଡ଼ରେ ପ୍ରଚାର କାର୍ଯ୍ୟକ୍ରମ ରହିଛି।

  • Friday, 16 July 2021
bjd
କେନ୍ଦ୍ରାପଡ଼ାର ଶତାଧିକ କର୍ମୀ ଓ ନେତା ବିଜେଡିରେ ସାମିଲ

ଭୁବନେଶ୍ୱର : ନବୀନ ନିବାସରେ ଆଜି ବି ହୋଇଛି ବିଜେଡିର ଯୋଗଦାନ କାର୍ଯ୍ୟକ୍ରମ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ାର ଶତାଧିକ ସଂଖ୍ୟାରେ ନେତା ଓ କର୍ମୀ। କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଏହି ସମସ୍ତ କର୍ମକର୍ତ୍ତା। ଶତାଧିକ ସମର୍ଥକଙ୍କ ଗହଣରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ସମସ୍ତ ନେତା ବିଜେଡିରେ ଯୋଗ ଦେଇଛନ୍ତି। କେନ୍ଦ୍ରାପଡ଼ରେ ଏହି ନେତା ଓ କର୍ମୀଙ୍କ ଯୋଗଦାନରେ କେନ୍ଦ୍ରାପଡ଼ା ଜିଲ୍ଲାରେ […]

teacher's protest
ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଦାବି ପୂରଣ ନେଇ ଜିଦ୍‌ରେ ଅଟଳ ଶିକ୍ଷକ। ଏଣେ ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ।  ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତାର ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଭୁବନେଶ୍ୱର ବିଜେବି କଲେଜ ଓ ବାଲେଶ୍ୱର ଏଫ୍.ଏମ କଲେଜେର ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି ଛାତ୍ରଛାତ୍ରୀ। ଶିକ୍ଷକମାନଙ୍କ ଦାବି ଅନୁସାରେ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନପାଇବାରୁ ଏହି ଆନ୍ଦୋଳନ ଜାରି ରହିଛି। ଯେପର୍ଯ୍ୟନ୍ତ ଦାବି […]

ପାଓଊ
ଆଜି ୧୨ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଡେଇଁଲା

ଭୁବନେଶ୍ୱର : ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଅତିକ୍ରମ କରିଛି। ଆଜି ଉତ୍ତପ୍ତ ସହର ରହିଛି ତାଳଚେର। ଏଠି ତାପମାତ୍ରା ୪୩.୮ ଡ଼ିଗ୍ରୀ ରହିଛି। ସେହିପରି ୩ଟି ସହର ତାପମାତ୍ରା ୪୩ ଓ ୨ଟି ସହର ୪୨ ଅତିକ୍ରମ କରିଛି। ଅନୁଗୋଳରେ ୪୩.୭, ଟିଟିଲାଗଡ଼ରେ ୪୩, ଝାରସୁଗୁଡ଼ାରେ ୪୨.୬, ବଲାଙ୍ଗୀରରେ ୪୨, ସମ୍ବଲପୁର ଓ ହୀରାକୁଦର ତାପମାତ୍ରା ୪୧.୧ ଡ଼ିଗ୍ରୀ ରହିଛି। ସେହିପରି ଭବାନୀପାଟଣା ଓ ମାଲକାନଗିରିର ତାପମାତ୍ରା ୪୦.୮ ଡ଼ିଗ୍ରୀ ରହିଥିବା ବେଳେ […]

  • Friday, 16 July 2021
koraput
ଶୌଚ ପାଇଁ ଯାଇଥିବାବେଳେ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

କୋରାପୁଟ: ସ୍କୁଲ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। କୋରାପୁଟ ଦଶମନ୍ତପୁର ବ୍ଲକ ପରଜାବେଡାପଦର ସେବାଶ୍ରମ ସ୍କୁଲରେ ପଢୁଥିବା ୩ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରଯାଇଥିବା ଅଭିଯୋଗ ହୋଇଛି। ଅପହରଣ ହୋଇଥିବା ଛାତ୍ରୀଙ୍କ ମଧ୍ୟରେ ୨ ଜଣ ଷଷ୍ଠ ଶ୍ରେଣୀ ଏବଂ ଜଣେ ନବମ ଶ୍ରେଣୀର ଛାତ୍ରୀ ବୋଲି ସୂଚନା ମିଳିଛି। ଅନ୍ୟ ଛାତ୍ରୀଙ୍କ କହିବା ଅନୁସାରେ, ୭ ଜଣ ଛାତ୍ରୀ ଶୌଚ ପାଇଁ ଯାଇଥିବାବେଳେ କେହି ଦୁର୍ବୃତ୍ତ ସେମାନଙ୍କ ଉପରେ ଲାଇଟ ପକାଇଥିଲା।  କିଛି ଛାତ୍ରୀ ସେଠାରେ ବେହୋସ […]

nav
ହିଞ୍ଜିଳି ସହ ବିଜେପୁର ଅକ୍ତିଆର ଦୌଡ଼ରେ ବିଜେଡି ସୁପ୍ରିମୋ

ବରଗଡ଼/ହିଞ୍ଜିଳି (ଦୀପକ ଶର୍ମା/ଅଶୋକ ବ୍ରହ୍ମା) : ଏପ୍ରିଲ ୧୮। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ପଡିବ ରାଜ୍ୟର ଦୁଇ ଚର୍ଚ୍ଚିତ ବିଧାନସଭା ଆସନ ବିଜେପୁର ଓ ହିଞ୍ଜିଳିରେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ବିଜେଡି ଇତିହାସରେ ପ୍ରଥମ ଥର ଲାଗି ନବୀନ ଏକାଠି ଏ ଦୁଇଟି ଆସନରୁ ନିର୍ବାନ ଲଢୁଛନ୍ତି। ସବୁଠି ନବୀନଙ୍କ ବିରୋଧରେ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ବି ଟାଣୁଆ ଅଛନ୍ତି। ବିଜେପୁରରେ ଚାଷୀ ଓ ହିଞ୍ଜିଳିରେ ଦାଦନ ପ୍ରସଙ୍ଗକୁ ବିରୋଧୀ […]

  • Friday, 16 July 2021
ganja
୧୪ କ୍ୱିଣ୍ଟାଲ ଗଞ୍ଜେଇ ସହ ୩ ଗାଡ଼ି ଜବତ

ମାଲକାନଗିରି: ମାଲକାନଗିରିରେ ଗଞ୍ଜେଇ ଚାଲାଣକାରୀ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ୍‌।  ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ କରିଥିଲା। ସେମାନଙ୍କ ଠାରୁ ୧୪କ୍ୱିଣ୍ଟାଲ ଗଞ୍ଜେଇ ସହ ୩ଟି ଗାଡିକୁ ଜବତ କରାଯାଇଛି।  ଗଞ୍ଜେଇ ଚାଲାଣକାରୀମାନେ ଏକ ଦାମୀ ଗାଡିରେ ନୀଳବତୀ ଲଗାଇ ପୋଲିସକୁ ଚକ୍‌ମା ଦେଖାଇ ଖସିଯିବାକୁ ଚେଷ୍ଟା କରିଥିଲେ।  କିନ୍ତୁ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା।  ଏଥିସହ ପୋଲିସ ଗୋଟିଏ ଟିପର ଓ ମିନି ଟ୍ରକକୁ ମଧ୍ୟ […]

beo
ଏରିୟର ବିଲ୍ କରାଇବା ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ

ନୟାଗଡ଼: ନୟାଗଡ଼ ଖଣ୍ଡପଡା ବ୍ଳକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ। ଏରିୟର ବିଲ୍ କରାଇଦେବା ପାଇଁ ବିଇଓ ଗଣ ଶିକ୍ଷକ ମାନଙ୍କୁ ୧୦ ପ୍ରତିଶତ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି।  କିଛି ଗଣ ଶିକ୍ଷକ ଏନେଇ ମୁହଁ ଖୋଲିଥିବା ବେଳେ ବିଇଓ କିନ୍ତୁ ଲାଞ୍ଚ ନେବା ଘଟଣାକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

vote
ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ହାଇଭୋଲ୍‌ଟେଜ୍‌ ପ୍ରଚାର

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର ହାତରେ ଆଉ ୨୪ ଘଣ୍ଟାରୁ କମ୍ ସମୟ ଥିବାରୁ ରାତି ଦିନ ଏକ କରି ଦେଇଛନ୍ତି ନେତା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ବିଜେପି ଓ ବିଜେଡି ପକ୍ଷରୁ ଆଜି ଦେଖିବାକୁ ମିଳିଥିଲା ହାଇ ଭୋଲଟେଜ୍‌ ପ୍ରଚାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା କାର୍ଡ ସହ କେନ୍ଦ୍ର ଅବହେଳାକୁ ନେଇ ଭୋଟ୍ ଭିକ୍ଷା କରିଥିବାବେଳେ ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ […]

  • Friday, 16 July 2021
bus overturn
ଭାରସାମ୍ୟ ହରାଇ ଓଲଟିଲା ବସ୍, ୨୨ ଆହତ

ଭୁବନେଶ୍ୱର: ଗଞ୍ଜାମ ଦିଗପହଣ୍ଡିରେ ସଡକ ଦୁର୍ଘଟଣା। ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଆଜି ସକାଳେ ଦିଗପହଣ୍ଡି ଗୋକର୍ଣ୍ଣପୁର ନିକଟରେ ଏକ ଯାତ୍ରାବାହୀ ବସ୍ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲ ପାଠାଯାଇଛି। ଆହତମାନେ ଭୁବନେଶ୍ୱର ସାଲିଆସାହି ଅଞ୍ଚଳର ବୋଲି ଜଣାପଡିଛି। ଏମାନେ ଭୁବନେଶ୍ୱରରୁ ଦିଗପହଣ୍ଡିର ବାଙ୍କେଶ୍ୱରୀ ପୀଠ ବୁଲି ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ns
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗୀତା ସିଂହଦେଓ ସବୁଠୁ ଧନୀ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଇଲେକ୍ସନ ଓ୍ୱାଚ୍‌ ଓ ଏଡିଆର ପକ୍ଷରୁ ପ୍ରକାଶ ପାଇଛି ପ୍ରାର୍ଥୀଙ୍କ ସମ୍ପତ୍ତି ତଥ୍ୟ। ଏହି ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ମୋଟ୍‌ ୨୭୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୭୦ ଜଣ କୋଟିପତି ପ୍ରାର୍ଥୀ। ଧନୀ ତାଲିକାର ସବୁଠୁ ଆଗରେ ଅଛନ୍ତି ନବୀନ ପଟ୍ଟନାୟକ ଓ ସଙ୍ଗିତା ସିଂହଦେଓ। ବଲାଙ୍ଗିର ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ସବୁଠାରୁ […]

  • Friday, 16 July 2021
ghadai9
ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର : ଅତ୍ୟନ୍ତ ଅପମାନଜନକ ଢଙ୍ଗରେ ବିଜେଡିରୁ ବିଦା ହୋଇଥିବା ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇଙ୍କୁ ଆଜି ପୁଣିଥରେ ଦଳର ଉପସଭାପତି ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କୁ ମଧ୍ୟ ୩ଟି ବିଧାନସଭା ଆସନର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଟିକେଟରୁ ବଞ୍ଚିତ ହୋଇଥିବା ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ ଓ ପ୍ରକାଶ ଦାଶଙ୍କୁ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଘଡ଼େଇଙ୍କୁ ଦଳର ଉପସଭାପତି ପଦ ସହିତ ଖୋର୍ଦ୍ଧା, […]

  • Friday, 16 July 2021
jatra
ଧୁମଧାମ୍‌ରେ ପାଳିତ ଖାଇଫୋଡ଼ ଯାତ୍ରା

ପିପିଲି ( ଦୁତିକୃଷ୍ଣ ପଟ୍ଟନାୟକ) : ପୁରୀ ସାକ୍ଷୀଗୋପାଳ ଭୀମପୁର ଗାଁରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି ଖାଇଫୋଡ଼ ଯାତ୍ରା।  ଦୋକାନ ବଜାର ସାଙ୍ଗକୁ ଭକ୍ତମାନଙ୍କ ଭିଡ଼ରେ ବେଶ ଚଳଚଂଚଳ ହୋଇ ଉଠିଥିଲା ମାଆ ଗଡ଼ଚଣ୍ଡୀଙ୍କ ପୀଠ। ଦେହରେ ନୂତନ ବସ୍ତ୍ର । ମଥାରେ ମା’ଙ୍କ ସିନ୍ଦୁର। ହାତରେ କତା ରଶି ଓ ଲୁହା କଂଟା। ଗାଁ ପୋଖରୀ କୂଳରେ ମାନସିକଧାରୀଙ୍କ ପିଠିରେ ଚାଲିଛି କଣ୍ଟା ଫୋଡା। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଭୀମପୁର ଗାଁରେ ଅନୁଷ୍ଠିତ ଖାଇଫୋଡ […]

  • Friday, 16 July 2021
jay panda
ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବୈଜୟନ୍ତ ପଣ୍ଡାଙ୍କ ରାଲି

ସାଲେପୁର( ମନୋଜ ଆଚାର୍ଯ୍ୟ) : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରାଲି। ଗଡିଜଙ୍ଗ ହାଟ ନରେନ୍ଦ୍ରପୁରରୁ ବାହାରିଥିବା ଏହି ରାଲି  ହରଚଣ୍ଡୀ ମନ୍ଦିର , ତରତ, ଗୌରୀଶଙ୍କର ପାର୍କ, ଅମରେଶ୍ୱର ବ୍ୟାଙ୍କ୍‌ ଛକ ହୋଇ ରାଣୀପଡ଼ା, ନିଶ୍ଚିନ୍ତକୋଇଲି, ବୁହାଳ ଏବଂ ଶେଷରେ ସୋମନାଥ ମନ୍ଦିର ବରପଡ଼ାରେ ଶେଷ ହେବ। ଏହି ରାଲିରେ ବିଜେପିର ଶତାଧିକ କର୍ମୀ ସାମିଲ ହୋଇଛନ୍ତି।

  • Friday, 16 July 2021
monsoon
ଉତ୍ତର,ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା। ଉପକୂଳ ଅଞ୍ଚଳରେ ତାତି ସାମାନ୍ୟ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ତାତି ଅଧିକ ରହିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ଜନିତ ବର୍ଷା। ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଓଡିଶା ଉପରକୁ ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଏହା ପ୍ରଭାବରେ ରାଜ୍ୟର ଉତ୍ତର,ଦକ୍ଷିଣ ସମେତ ଉପକୂଳ ଓଡିଶାରେ ଅପରାହ୍ନ ସମୟରେ […]

congress
କଂଗ୍ରେସର ଅଭିନବ ପ୍ରତିବାଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏପ୍ରିଲ ୨ ଭାରତ ବନ୍ଦ ସମୟରେ ଦେଶର ବିଭିନ୍ନ ସହରରେ ହୋଇଥିବା ହିଂସାକାଣ୍ଡକୁ ବିରୋଧ କରି ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଦେଶ ବ୍ୟାପୀ ଉପବାସ ପାଳନ କରାଯାଉଛିା ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ଉଦ୍ଦେଶ୍ୟରେ କଂଗ୍ରେସ ତରଫରୁ ଆଜି ସକାଳୁ ଏଭଳି ଅଭିନବ ପ୍ରତିବାଦ କରାଯାଉଛିା ଭୁବନେଶ୍ୱରରେ ମଧ୍ୟ କଂଗ୍ରେସ ତରଫରୁ ରାଜ୍ୟସ୍ତରୀୟ ଉପବାସ ପାଳନ କରାଯାଉଛିା SC/ST ଅତ୍ୟାଚାର ନିରୋଧ ଆଇନରେ ସଂଶୋଧନକୁ ନେଇ ଗତ ଏପ୍ରିଲ ୨ […]

nayagada
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରଗରମ ନୟାଗଡ଼ ଦଶପଲ୍ଲା

ନୟାଗଡ଼ : ଚଳିତ ଥର ନିର୍ବାଚନରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ତ୍ରୀମୁଖି ଲଢେଇ ଦେଖିବାକୁ ମିଳିଛି।  ନିର୍ବାଚନୀ ପ୍ରଚାରକୁ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର କରାଯାଇଛି। ନିର୍ବାଚନରେ ବିଜେଡ଼ି ଦଳ ଡ଼େବ୍ୟୁଟାଣ୍ଟ ରମେଶ ବେହେରାଙ୍କ ଉପରେ ଭରଷା କରିଛି। ଗାଁ ଗାଁ ବୁଲି ନିଜ ପାଇଁ ସମର୍ଥନ ମାଗୁଛନ୍ତି ରମେଶ। ବିଜେଡିର ଲୋକପ୍ରିୟତା ତାଙ୍କୁ ବହୁ ଭୋଟରେ ବିଜୟ କରିବ ବୋଲି ବିଶ୍ୱାସ ରଖିଛନ୍ତି ରମେଶ। ସେପଟେ ନିର୍ବାଚନୀ ପ୍ରଚାରରେ […]

  • Friday, 16 July 2021