• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

college
ମିଳିତ ଭାବେ କପି କରିବାକୁ ଦାବି କଲେ ୬୮ ପରୀକ୍ଷାର୍ଥୀ

ଦେବଗଡ଼ ( ସିଦ୍ଧାର୍ଥ ଗୁରୁ) : ଦେବଗଡ଼ କଲେଜରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାବେଳେ ଅଜବ ସ୍ଥିତି। କପି କରିବାକୁ ଦାବି କଲେ ପରୀକ୍ଷାର୍ଥୀ। କଲେଜର ଉପର ମହଲାରେ ସିସିଟିଭି ଲାଗିଥିବା ସତ୍ତ୍ୱେ ପରୀକ୍ଷାର୍ଥୀ କପି କରିବାକୁ ଜିଦ୍ ଧରିଥିଲେ। ହେଲେ ପରୀକ୍ଷକ ଅନୁମତି ନଦେବାରୁ ୪୪ ଛାତ୍ର ଓ ୨୪ ଜଣ ଛାତ୍ରୀଙ୍କୁ ମିଶାଇ ୬୮ ଜଣ ପରୀକ୍ଷା ଖାତା ଓ ପ୍ରଶ୍ନପତ୍ର ଧରି ତଳ ମହଲାକୁ ଆସି ପରୀକ୍ଷା ଦେଇଥଲେ। କଲେଜ ଅଧ୍ୟକ୍ଷା ସନ୍ତୋଷିନୀ […]

  • Friday, 16 July 2021
dharmendra
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୟାଗଡ ( ସତ୍ୟ ନାରାୟଣ ସୁରଜଗଦେବ) : ନୟାଗଡ ଜିଲ୍ଲା ରଣପୁର ର୍ନିବାଚନ ମଣ୍ଡଳୀର ଡିମିଷରରେ ବିଜେପିର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ରାଜ୍ୟରେ ଅପାରଗ ସରକାର ଚାଲିଥିବାବେଳେ ଏଠି ନାରୀ, ଯୁବକ ସୁରକ୍ଷିତ ନୁହନ୍ତି ବୋଲି ଧର୍ମେନ୍ଦ୍ର କହିଥିଲ।    ଯୁବକଙ୍କୁ ରୋଜଗାର ଭଳି ଜନହିତକର କାର୍ଯ୍ୟରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଫେଲ୍‌ ମାରିଥିବା ସେ […]

  • Friday, 16 July 2021
babu0
ପଦ୍ମ ଧରିଲେ ବିଜେଡି ଛାଡ଼ିଥିବା ଯୁବ ନେତା ବାବୁ ସିଂହ

ଭୁବନେଶ୍ୱର : ବିଜେପିରେ ମିଶିଲେ ଯୁବ ନେତା ବାବୁ ସିଂହ। ଆଜି  ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବାବୁସିଂ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ, ବିଜେପି ନେତା ଅପରାଜିତା ଷଡଙ୍ଗୀଙ୍କ ସହ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଅଛନ୍ତି। ବାବୁଙ୍କ […]

  • Friday, 16 July 2021
strike3
ନିମ୍ନମାନର କେନାଲ କାମ ; ଚାଷ ଜମିକୁ ପାଣି ମାଡୁନଥିବା ଅଭିଯୋଗ

କାମାକ୍ଷାନଗର ( ରାକେଶ ଦେହୁରୀ) :  ନିମ୍ନମାନର କେନାଲ କାମ ହୋଇଥିବାରୁ ଚାଷ ଜମିକୁ ପାଣି ମାଡୁନଥିବା ଅଭିଯୋଗ। ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଛନ୍ତି ବାଲିକୁମା ପଞ୍ଚାୟତ ଉର୍ବେଙ୍ଗି ଗାଁର ଚାଷୀ। ଏହି ଗାଁର ଚାଷୀ ଅଭିଯୋଗ କରିଛନ୍ତି, ଡଣ୍ଡାଧାର ଡ୍ୟାମ-ରାମିଆଳ କେନାଲରେ ନିମ୍ନମାନର କାମ ହୋଇଥିବାରୁ ଜମିକୁ ଜଳସେଚନ ହୋଇପାରୁନି। ଫଳରେ ଚାଷ ନଷ୍ଟ ହେଉଛି। କ୍ଷତିଗ୍ରସ୍ତ ହେଉଛନ୍ତି ଗୋଠପସୀ, ପିଢ଼ପସୀ, ନୁଆଁପସୀ, କଇଁଆନାଳୀ,ଟାସିରପସି ଆଦି ଅଞ୍ଚଳର ଚାଷୀ। ସେପଟେ […]

  • Friday, 16 July 2021
rita -
ବିଜେପୁରରେ ବିଜେଡିର ମହାବିଜୟ :୪୧ ହଜାରରୁ ଅଧିକ ଭୋଟ୍‌ରେ ପ୍ରତିଦ୍ୱନ୍ଦ୍ୱି ଅଶୋକଙ୍କୁ ମାତ୍ ଦେଲେ ରୀତା

ଭୁବନେଶ୍ୱର : ବାଜା, ବାଣରେ ଦୁଲୁକୁଛି ବିଜେଡି କ୍ୟାମ୍ପ୍। ବିଜୟ ଉଲ୍ଲାସରେ ନାଚୁଛନ୍ତି ଦଳୀୟ ନେତା ଓ କର୍ମୀ। ବିଜେପୁର ଉପନିର୍ବାଚନରେ ବାଜିମାତ୍ ପରେ ପଦ୍ମପୁରସ୍ଥିତ କାଉଣ୍ଟିଂ ସେଣ୍ଟର ଓ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଚାଲିଛି ଗ୍ରାଣ୍ଡ୍ ସେଲିବ୍ରେସନ। ନବୀନ ନିବାସରରେ ବି ଉତ୍ସବମୁଖର ପରିବେଶ। ବିଜେପୁର ଜନାଦେଶ ବିଜେଡି ସପକ୍ଷରେ ଯିବାପରେ ଦଳର ନେତାମାନେ ବିଶାଳ ଶୋଭାଯାତ୍ରାରେ ଯାଇ ସୁପ୍ରିମୋ ନବୀନଙ୍କୁ ଜଣାଇଥିଲେ ବଧାଇ। ଏହି ବହୁ ଚର୍ଚ୍ଚିତ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ, […]

  • Friday, 16 July 2021
wine protest
ମଦ କାରବାର ବନ୍ଦ କରିବା ଦାବିରେ ତାତିଲେ ଲୋକେ

ଗୁଣପୁର (ଇନ୍ଦ୍ରଜିତ୍‌ ପଣ୍ଡା) : ମଦ କାରବାର ବନ୍ଦ କରିବା ଦାବିରେ ତାତିଲେ ଲୋକେ। ରାୟଗଡ଼ା ଜିଲ୍ଲା ଗୁଣପୁରରେ ମଦ ବିରୋଧୀ ସ୍ଲୋଗାନ ଦେଇ ଶତାଧିକ ଲୋକଙ୍କ ଶୋଭାଯାତ୍ରା। ମାତୃଶକ୍ତି ମହାସଂଘ ପକ୍ଷରୁ ଗୁଣପୁର ସମତେ ରାମନାଗୁଡ଼ା, ଗୁଡ଼ାରୀ, ପଦ୍ମପୁର ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ମଦ ବନ୍ଦ ପାଇଁ ଗ୍ରାମସଭା ଦେଇଥିବା ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ କରିବା, ଗାଁ ଗାଁରେ ବେଆଇନ୍ ମଦ ବିକ୍ରି ବନ୍ଦ […]

  • Friday, 16 July 2021
naveen pattnaik
ଉତ୍ସବମୁଖର ବିଜେଡି ଶିବିର : ବିଜେପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ ବିଜେଡି ବାଜିମାତ୍‌ ସାରିଛି। ବିଜେଡି ପ୍ରାର୍ଥୀ  ରୀତା ସାହୁ ୪୧, ୯୩୩ ଭୋଟରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ହରାଇ ବିଜେପୁର ଗଡ଼ ଜିତିଛନ୍ତି। ରୀତା ସାହୁ ମୋଟ ୧ ଲକ୍ଷ ୨ ହଜାର ୮୭୧ ଭୋଟ ପାଇଛନ୍ତି।  ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ମିଳିଛି ୬୦ ହଜାର ୯୩୮ ଭୋଟ। ସେପଟେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ମିଳିଛି ମାତ୍ର ୧୦ ହଜାର ୨୭୪ ଖଣ୍ଡ ଭୋଟ୍। ଏହି ଫଳାଫଳକୁ […]

  • Friday, 16 July 2021
ravin
ଶିକ୍ଷାର ମଣିଷ ପଣ୍ଡିତ ରବୀନ ସାର୍ : ବିନା ପାରିଶ୍ରମିକରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ

ଜଳେଶ୍ୱର (ଅଜିତ କୁମାର ଦାସ) : ତାଙ୍କର ନିଶା ଓ ପେଶା ପିଲାଙ୍କୁ ପାଠ ପଢ଼ାଇବା। ସେଥିପାଇଁ ଅବସର ପରେ ବି ଛାଡ଼ି ନାହାନ୍ତି ପାଠ ପଢ଼ାଇବାର ଅଭ୍ୟାସ। ଆଜିକୁ ୨ ବର୍ଷ ହେଲାଣି ସ୍କୁଲ ଯାଇ ମାଗଣାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏହି ଶିକ୍ଷକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ପାଇକସିଦା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ରବିନ କୁମାର ମିଶ୍ର। ନିଜ ପାଦରେ ଚାଲିବା ପାଇଁ ବଳ ଥିବା ଯାଏ […]

  • Friday, 16 July 2021
ବିଜେଡି ହାତରେ ବିଜେପୁର : ୧,୦୨,୮୭୧ ଖଣ୍ଡ ଭୋଟ ପାଇ ରୀତା ସାହୁ ବିଜୟୀ

ଭୁବନେଶ୍ୱର : ବିଜେପୁରରେ ବାଜି ମାରିଛି ବିଜେଡି। ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ରୀତା ସାହୁ ୧,୦୨,୮୭୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟ୍‌ରେ ପରାସ୍ତ କରିଛନ୍ତି। ଅଶୋକ ପାଣିଗ୍ରାହୀ ୬୦,୯୩୮ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ ଭୋଟ୍ ପାଇଛନ୍ତି। ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି। ରିଟର୍ଣ୍ଣିଂ […]

  • Friday, 16 July 2021
mr vaccine
ରାଜ୍ୟରେ ୧ କୋଟିରୁ ଅଧିକ ଶିଶୁଙ୍କୁ ଏମଆର୍‌ ଟିକାକରଣ କରାଯାଇଛି

ଭୁବନେଶ୍ୱର : ଚଳିତ ମାସ ୨୬ ତାରିଖ ସୁଦ୍ଧା ରାଜ୍ୟରେ ୧ କୋଟି ଏକ ଲକ୍ଷ ୭୩ ହଜାର ୫୪୫ ଜଣ ଶିଶୁଙ୍କୁ ଏମଆର୍‌ ଟିକାକରଣ କରାଯାଇଛି।  ଯାହାକି ଧାର୍ଯ୍ୟଲକ୍ଷର ୯୦ପ୍ରତିଶତ ଜାନୁଆର ୨୯ତାରିଖରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଟିକାକରଣ ଅଭିଯାନରେ ପ୍ରାୟ ୧୩ ଲକ୍ଷ ଶିଶୁଙ୍କୁ ଟିକାକରଣ ପାଇଁ ଲକ୍ଷ ରଖାଯାଇଥିଲା। ମାତ୍ର ୨୦ ଦିନରେ ଏହି ସଫଳତା ହାସଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ପ୍ରଥମ ୨ସପ୍ତାହରେ ରାଜ୍ୟର ୭୦ […]

  • Friday, 16 July 2021
jee
ଦ୍ୱିତୀୟ ଜେଇଇ ମେନ୍‌କୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ

ଭୁବନେଶ୍ୱର :  ଦ୍ୱିତୀୟ ଜେଇଇ ମେନ୍ ଲାଗି ଆବେଦନ ଶେଷ ହୋଇଛି। ଆସନ୍ତା ଏପ୍ରିଲ୍‌ରେ ଅନୁଷ୍ଠିତ ହେବ ଜେଇଇ ମେନ୍। ତେବେ ଜାନୁଆରୀରେ ପ୍ରଥମ ଜେଇଇ ମେନ୍ ଦେଇଥିବା ୭୦ ପ୍ରତିଶତ ଛାତ୍ରଛାତ୍ରୀ ପୁଣିଥରେ ଆବେଦନ କରିଛନ୍ତି। ଅର୍ଥାତ ମାତ୍ର ୩୦ ପ୍ରତିଶତ ଦ୍ୱିତୀୟ ସୁଯୋଗ ଲାଗି ମନ ବଳାଇ ନାହାଁନ୍ତି । ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସି( NTA) ଚଳିତ ବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିଶନ୍ ଲାଗି ବାର୍ଷିକ ଦୁଇଥର ଜେଇଇ ମେନ୍ କରିବାକୁ ନିଷ୍ପତ୍ତି ନେବା […]

  • Friday, 16 July 2021
odisha
ମାନବ ବିକାଶ ସୂଚୀରେ ଦେଶର ୨୫ଟି ରାଜ୍ୟଙ୍କ ମଧ୍ୟରେ ୨୨ ତମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର : ୧୯୯୦ରୁ ୨୦୧୭ ମସିହା। ଗତ ୨୭ ବର୍ଷର ତଥ୍ୟକୁ ହିସାବକୁ ନେଇ ଏସବିଆଇ ପକ୍ଷରୁ ପ୍ରସ୍ତୁତ ମାନବ ବିକାଶ ସୂଚୀରେ ଦେଶର ୨୫ଟି ରାଜ୍ୟଙ୍କ ମଧ୍ୟରେ ୨୨ ତମ ସ୍ଥାନରେ ରହିଛି ଓଡ଼ିଶା। ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଧାରଣର ମାନକୁ ହିସାବକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ୧୯୯୦ ମସିହାରେ ଓଡ଼ିଶା ୦.୪୦ ପଏଣ୍ଟ ପାଇ ୨୩ ତମ ସ୍ଥାନରେ ଥିଲା। ୨୭ ବର୍ଷ ପରେ ରାଜ୍ୟର ସ୍କୋର ୦.୬୦ […]

  • Friday, 16 July 2021
lobby
୭ ଲୋକସଭା ଆସନରେ କିଏ ହେବେ ବିଜେଡିର ମହିଳା ପ୍ରାର୍ଥୀ ? ଲବି ପାଇଁ ନବୀନ ନିବାସରେ ଭିଡ଼

ଭୁବନେଶ୍ୱର : ଲୋକସଭା ନିର୍ବାଚନରେ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ନବୀନଙ୍କ ଘୋଷଣା ପରେ ଆଜି ନବୀନ ନିବାସରେ ଲାଗିଛି ମହିଳା ସାଂସଦ ଓ ଆଶାୟୀଙ୍କ ଭିଡ଼। ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ରୀତା ତରାଇ, ବିଧାୟିକା ପ୍ରମିଳା ମଲ୍ଲିକ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ବିଧାୟିକା ରାଜଶ୍ରୀ ମଲ୍ଲିକ ପ୍ରମୁଖ ପହଞ୍ଚିଥିଲେ ନବୀନ ନିବାସରେ। ସେପଟେ କେଉଁ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଯିବା ନେଇ ଦଳରେ ଚାଲିଛି ଜୋରଦାର୍ କସରତ। ବିଶ୍ୱସ୍ତ […]

  • Friday, 16 July 2021
kk
ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ସୁନ୍ଦରଗଡ଼ (ବିଜୟ ବରୁଆ) : ସାମ୍ନାକୁ ଆସିଛି ଆଉ ଏକ ଅସଦାଚରଣ ଘଟଣା ।  ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳର ଏକ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଭାବକ ଥାନାରେ ଅଭିଯୋଗ କରିଛନ୍ତି। ସ୍କୁଲ ହଷ୍ଟେଲରେ ପ୍ରଧାନଶିକ୍ଷକ ଅନେକ ଛାତ୍ରୀଙ୍କୁ ଅସଦାଚରଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ସେପଟେ ପୁଲିସ […]

  • Friday, 16 July 2021
explosion
ବାଣ ଭିଡ଼ିଲା ବେଳେ ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର

ସାଲେପୁର: କଟକ ଜିଲ୍ଲା ସାଲେପୁରର ହରିଚନ୍ଦନପୁର ଗାଁ ପାଖରେ ଥିବା ଏକ ଘରେ ଆଜି ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ଗୁରୁତର ହୋଇ SCBରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ବାଣ ଭିଡ଼ିଲା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।  ସେମାନଙ୍କ ଘର ପାଟପୁର ଗାଁରେ। ବିସ୍ଫୋରଣରେ ଘରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

  • Friday, 16 July 2021
tahasildar attack
ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର: ବ୍ୟାସନଗର ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀମାନେ। ଯାଜପୁର ରୋଡ଼ ମୁଣ୍ଡମାଳ ଗାଁରେ ପିଟିଲେ ଲୋକେ। ଆହତ ତହସିଲଦାର ହେଲେ ସପନ କୁମାର ନନ୍ଦ। ତହସିଲଦାର ଓ RIଙ୍କ ସମେତ କିଛି କର୍ମଚାରୀଙ୍କୁ ବି ପିଟିଲେ ଗ୍ରାମବାସୀମାନେ। ବେଆଇନ ମୋରମ ଅନଲୋଡ଼ ବେଳେ ଚଢ଼ାଉ କରିବାରୁ ମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ତେବେ ଘଟଣା ସ୍ଥଳରୁ ତହସିଲଦାର ଓ କର୍ମଚାରୀଙ୍କୁ ପୋଲିସ୍ ଉଦ୍ଧାର କରିବା ସହ ଆକ୍ରମଣ ଘଟଣାରେ ମୁଣ୍ଡମାଳ ଗାଁର ୫ ଜଣଙ୍କୁ  ଅଟକ […]

  • Friday, 16 July 2021
bjp
ବିଜେଡି ନାଁରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଜୋରଦାର ହୋଇଛି ତୁ ତୁ ମେ ମେ। ଆଜି ବିଜେଡି ନାଁରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେପି। ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଭିନ୍ନ ଜାଗାରେ ସରକାରୀ ଯୋଜନା ସଂପର୍କିତ ହୋର୍ଡିଂ ଲାଗିଥିବା ଅଭିଯୋଗ କରିଛି। ଏଥିସହିତ ବିଭିନ୍ନ ରାସନ ଦୋକାନରେ ଏଲଇଡି ବଲ୍‌ବ ବି ମିଳୁଥିବା ଅଭିଯୋଗ କରିଛି ଦଳ। ସେପଟେ ରାଜ୍ୟ […]

  • Friday, 16 July 2021
rally
ନିଜ ସଂସଦୀୟ କ୍ଷେତ୍ରରେ ବୈଜୟନ୍ତଙ୍କୁ ଜୋରଦାର ସ୍ୱାଗତ

କଟକ : କେନ୍ଦ୍ରାପଡ଼ାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା। ବିଜେପିରେ ଯୋଗ ଦେବା ପରେ ଆଜି ପ୍ରଥମ କରି ନିଜ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ାକୁ ଯାଇଥିଲେ ବୈଜୟନ୍ତ। ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀଙ୍କ ସହ ସମର୍ଥକମାନେ ବୈଜୟନ୍ତଙ୍କୁ ସ୍ୱାଗତ କରିଛନ୍ତି। କେନ୍ଦ୍ରାପଡ଼ା ଦୁହୁରିଆରୁ ତାଙ୍କୁ ଏକ ବାଇକ୍ ରାଲିରେ ବଳଦେବଜୀଉ ରଥ ଦାଣ୍ଡ ପର୍ଯ୍ୟନ୍ତ ନିଆଯାଇଥିଲା। ପରେ ମାଉସୀମା ମନ୍ଦିର ନିକଟରେ ଥିବା ଇଚ୍ଛାପୁରରେ ଏକ ସଭାରେ ଯୋଗ ଦେଇଥିଲେ। […]

  • Friday, 16 July 2021
cyber cell
ମାଟ୍ରିକ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଘଟଣା: କ୍ରାଇମବ୍ରାଞ୍ଚ ସାଇବର ସେଲର ତନାଘନା

କେନ୍ଦ୍ରାପଡ଼ା: ମାଟ୍ରିକ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ କେନ୍ଦ୍ରାପଡ଼ା ଆଳିରେ  କ୍ରାଇମବ୍ରାଞ୍ଚ ସାଇବର ସେଲର ତନାଘନା ଆରମ୍ଭ ହୋଇଛି। ଗତକାଲି ଅପରାହ୍ଣରେ କ୍ରାଇମବ୍ରାଞ୍ଚ ସାଇବର ସେଲର ଦୁଇଜଣିଆ ଟିମ୍ ଆଳିରେ ପହଞ୍ଚି ଆଳିରେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ତଦନ୍ତ କରିଛି। ପ୍ରଶ୍ନପତ୍ର ରଖାଯାଉଥିବା ନୋଡାଲ ସେଣ୍ଟରକୁ ଯାଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସୂଚନାଥାଉ କି, ଗତ ୨୩ ତାରିଖରେ ମାତୃଭାଷା ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର ପ୍ରାୟ ଘଣ୍ଟାଏ ପରେ ଏହି […]

  • Friday, 16 July 2021
bijepur election
ବିଜେପୁର ବ୍ୟାଟେଲ: ସକାଳ ୮ରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ

ବରଗଡ଼: ଆଜି  ବିଜେପୁର ଉପନିର୍ବାଚନ ଫଳ ପ୍ରକାଶ ପାଇବ। ସକାଳ ୮ଟାରୁ ପଦ୍ମପୁର ଅଞ୍ଚଳ କଲେଜରେ ଭୋଟ ଗଣତି ପକ୍ରିୟା ଆରମ୍ଭ ହୋଇଛି। ତେବେ ମଧ୍ୟାହ୍ନ ସୁଦ୍ଧା ଜନାଦେଶ ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି। ୧୪ଟି ଟେବୁଲରେ ପ୍ରାୟ ୨୧ ରାଉଣ୍ଡ ଗଣତି ହେବ। ଗଣତି ବେଳେ ୧ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବେ। EVMରେ ସିଲ୍ ହୋଇରହିଛି ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ। ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ ବିଜୟ ପାଇଁ ଦୃଢ […]

  • Friday, 16 July 2021
patanagarh gift blast
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ୫ ଦିନ ପରେ ବି ପୋଲିସ୍ ହାତ ଖାଲି : ମୃତ୍ୟୁର ପ୍ରେରକ କିଏ ଥଳକୂଳ ପାଉନି ପୋଲିସ୍

ବଲାଙ୍ଗିର : କେମିତି ଖୋଲିବ ପାଟଣାଗଡ଼ ପାର୍ସଲ ବୋମାର ରହସ୍ୟ? କିଏ ସେ ମୃତ୍ୟୁର ପ୍ରେରକ? ଘଟଣାର ୫ ଦିନ ପରେ ବି ଥଳକୂଳ ପାଉନି ବଲାଙ୍ଗିର ପୋଲିସ୍। ତଦନ୍ତ ପାଇଁ ରାୟପୁର ଯାଇଥିବା ବଲାଙ୍ଗିର ପୋଲିସ୍‌ର ଟିମ୍ କେବଳ କୋରିୟର ଆସିଥିବା ସ୍କାଏ କିଂ ଶାଖାରେ ଚକ୍କର ଲଗାଇଥିଲେ ମଧ୍ୟ କିଛି ପକ୍କା ସୁରାକ୍ ପାଇ ନଥିବା ଜଣାପଡ଼ିଛି। କାରଣ ଏଯାଏଜଣାପଡ଼ିନି କୋରିୟରର ପ୍ରେରକ ଆର୍.କେ. ଶର୍ମା ନାଁ ଅସଲି ନା ନକଲି। କୋରିୟର ପଠାଇଥିବା […]

  • Friday, 16 July 2021
bijepur
କାହାର ହେବ ବିଜେପୁର : ରାତି ପାହିଲେ ଆସିବ ଜନତାଙ୍କ ଫୈସଲା

ଭୁବନେଶ୍ୱର : ରାତି ପାହିଲେ ଆସିବ ବିଜେପୁର ଫୈସଲା। ଘଡ଼ିସନ୍ଧିର ଏଇ ମୁହୂର୍ତ୍ତରେ ନିଜ ବିଜୟ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଅଙ୍କ କଷୁଛନ୍ତି। ପରସ୍ପରକୁ ମାତ୍‌ ଦେବାର ସଂଖ୍ୟାରେ କିଏ ୩୦ରୁ ୪୦ ହଜାର ବ୍ୟବଧାନର ହିସାବ କରୁଛି ତ,  କିଏ ୨୦ ହଜାର। ପୁଣି କିଏ ୧୦ ହଜାର ଭୋଟର ବିଜୟ ତିଳକ ଆଶା କରୁଛନ୍ତି। ହେଲେ ଉଭୟ ବିଜେଡି ଓ ବିଜେପିର ତୁଙ୍ଗ ନେତା କିନ୍ତୁ ବିଜୟ ବ୍ୟବଧାନର ପରସଂଖ୍ୟାନକୁ ନେଇ ମୁହଁରେ […]

  • Friday, 16 July 2021
strike
ପାନୀୟ ଜଳ ପାଇଁ ଗରା, ବାଲ୍‌ଟି ଧରି ଆନ୍ଦୋଳନ

କେନ୍ଦୁଝର( ପ୍ରଣୟ ପାଣି)  : ଖରା ଆରମ୍ଭରୁ ଜଳ କଷ୍ଟ। ପାନୀୟ ଜଳ ପାଇଁ ଗରା, ବାଲ୍‌ଟି ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ। କେନ୍ଦୁଝର ସଦର ନରଣପୁର ପଞ୍ଚାୟତର ହଳଦିଆଟାଙ୍ଗିରି ନିକଟରେ ଲୋକେ ରାସ୍ତାରୋକ୍‌ କରିଛନ୍ତି। ପାଣି ପାଇଁ ହଳଦିଆଟାଙ୍ଗିରି ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ କରିଆସୁଛନ୍ତି। ବାରମ୍ବାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଛି। ୪ ଦିନ ହେଲା ଏନେଇ ପ୍ରଶାସନକୁ ମଧ୍ୟ ଜଣାଇ ଆସୁଛନ୍ତି ଗ୍ରାମବାସୀ। ତଥାପି କିଛି ଫଳ ନମିଳିବାରୁ ଲୋକେ ବାଧ୍ୟ […]

  • Friday, 16 July 2021
police
ପଶ୍ଚିମବଙ୍ଗକୁ ବିସ୍ଫୋରକ ଚାଲାଣ ଘଟଣାରେ ଡିଲର୍ ସୁକାନ୍ତ ସାହୁ ଗିରଫ

ଜଳେଶ୍ୱର (ଅଜିତ୍ ଦାସ) : ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବିସ୍ଫୋରକ ଚାଲାଣ ଘଟଣାରେ ଡିଲର୍ ସୁକାନ୍ତ ସାହୁ ଗିରଫ। ବାଲେଶ୍ୱର ବସ୍ତାରୁ ତାଙ୍କୁ ଗିରଫ କରିଛି କୋଲକତା ପୁଲିସର STF। ତାଙ୍କୁ କୋଲକତା ପୁଲିସ ଟ୍ରାଂଜିଟ୍‌ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ଏହା ଆଗରୁ ୨ ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଥିଲା। ବିସ୍ଫୋରକ ଚାଲାଣ ସହିତ ନକ୍ସଲଙ୍କ ସଂପର୍କ ଅଛି କି ନାହିଁ, ତାର ତଦନ୍ତ ହେବ ବୋଲି ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ STF ଏସ୍‌ପି ରାହୁଲ୍ ପିଆର୍ କହିଛନ୍ତି। […]

  • Friday, 16 July 2021
jail
ଚୌଦ୍ୱାର ଜେଲ୍‌ରେ ଗ୍ୟାଙ୍ଗୱାର

ଚୌଦ୍ୱାର ( ନୀଳକଣ୍ଠ ଦୋରା) : ରାଜ୍ୟର ଅନ୍ୟତମ ବୃହତ କାରାଗାର କୁହାଯାଉଥିବା ଚୌଦ୍ୱାର ଜେଲ୍‌ରେ ଗ୍ୟାଙ୍ଗୱାର ଅଭିଯୋଗ। କେବଳ ଗ୍ୟାଙ୍ଗୱାର ନୁହେଁ, ଜେଲ୍ ଭିତରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ପତିଆରା ପାଇଁ ଲଢ଼େଇ, ପ୍ରଚୁର ନିଶା କାରବାର ଏବଂ ମୋବାଇଲ୍‌ର ଅବାଧ ପ୍ରବେଶ ଚାଲିଛି। ଚୌଦ୍ୱାର ଜେଲ୍‌ରେ ବନ୍ଦୀ ଥିବାବେଳେ ଏହି ଗହନ କଥାକୁ ସାମ୍ନାକୁ ଆଣିଛନ୍ତି ଜଣେ କଏଦୀ। ଯାହାଙ୍କ ନାଁ ଶୁଭ୍ରାଂଶୁ ଦାସ ଓରଫ୍ ଟନି। ଆଜି କିନ୍ତୁ ଟନି ଏହି ଦୁନିଆଁରେ […]

  • Friday, 16 July 2021