• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

23
ବିଜେଡିର ୪ ବିଧାୟକଙ୍କ ଟିକେଟ୍‌ କଟିଲା

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ବିଜେଡିର ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାରେ ୪ ବିଧାୟକଙ୍କ ଟିକେଟ୍‌ କଟିଛି। ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ମାନସ ମାଡ଼କାମୀ, ଓ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ଟିକେଟ୍‌ କଟିଛି।

  • Friday, 16 July 2021
vaveen -3
୯ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ବିଧାନସଭା ନର୍ବାଚନ ପାଇଁ  ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବଲାଙ୍ଗିରରୁ ଅର୍କେଶ ନାରାୟଣ ସିଂଦେଓଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ସମ୍ବଲପୁରରୁ ରାସେଶ୍ୱରୀ ପାଣିଗ୍ରାହୀ,ରେଢ଼ାଖୋଲରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ଦଳ। ଝରିଗାଁ ବିଧାନସଭା ଆସନରୁ ପ୍ରକାଶ ଚନ୍ଦ୍ର ମାଝୀ ପ୍ରାର୍ଥୀ ହୋଇଥିବା ବେଳେ ବ୍ରଜରାଜନଗରରୁ କିଶୋର ମହାନ୍ତି, ପଟାଙ୍ଗିରୁ […]

  • Friday, 16 July 2021
police DG
ପୋଲିସ-ପବ୍ଲିକ୍ ସଂପର୍କ ଦୃଢ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର:  ଭୁବନେଶ୍ୱର ପୋଲିସ ଭବନରେ ଆରମ୍ଭ ହୋଇଛି ୩ ଦିନିଆ ପୋଲିସ ଅଧିକାରୀ ସମ୍ମିଳନୀ। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାକୁ ଉଦଘାଟନ କରିଛନ୍ତି। ପୋଲିସ-ପବ୍ଲିକ୍ ସଂପର୍କକୁ ଦୃଢ କରିବା ଉପରେ ଗୁରୁତ୍ୱ ଦେଇ ଡିଜି ଆର ପି ଶର୍ମା କହିଛନ୍ତି, ମାଓବାଦୀ ପାଲଟିଥିବା ଯୁବକମାନଙ୍କୁ ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ମଧ୍ୟ ପୋଲିସର ନୈତିକ କର୍ତ୍ତବ୍ୟ। ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ କରିବା ଉଚିତ୍। ଏଥିସହ ଡିଜି କହିଛନ୍ତି, […]

raid
ଉପନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭଦ୍ରକ: ଭଦ୍ରକରେ ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍।  ସାଳନ୍ଦୀ ଡିଭିଜନର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ କମଳାକାନ୍ତ ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ।  କମଳାକାନ୍ତଙ୍କ ଗବସାହି ସ୍ଥିତ ବାସଭବନ, ରାହାଞ୍ଜରେ ପୈତୃକ ଘର, ଭଦ୍ରକ ସ୍ଥିତ କାର୍ଯ୍ୟାଳୟ ଏବଂ ମୟୂରଭଞ୍ଜ ମୋରଡ଼ାରେ ଶ୍ୱଶୂର ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

naveen 2
ଅବହେଳା ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ

ନୟାଗଡ଼  : ପୁରୀ ଲୋକସଭା ଓ ନୟାଗଡ଼ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇନି ଏଣେ ୧୯ ମହାସମର ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ନୟାଗଡ଼ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ ଆଜି ଯୋଗ ଦେଇଥିଲେ। କେନ୍ଦ୍ରରେ ସରକାର ଗଠନ ଲାଗି କୌଣସି ଜାତୀୟ ଦଳକୁ ବହୁ ମତ ମିଳିବ ନାହିଁ। ସେ ଦୃଷ୍ଟିରୁ ଆଗାମୀ ଦିନରେ ଓଡ଼ିଶାର ବଡ଼ ଭୂମିକା ରହିବ ବୋଲି ନବୀନ କହିଛନ୍ତି। ସେପଟେ ନବୀନ ପୁଣି […]

  • Friday, 16 July 2021
baisakhi melka
୨୯ ତାରିଖରୁ କଟକରେ ଆରମ୍ଭ ହେବ ବୈଶାଖୀ ବାଣିଜ୍ୟ ମେଳା

କଟକ( ବିଶ୍ୱଜିତ୍‌ ଆଚାର୍ଯ୍ୟ) : ଆସନ୍ତା ୨୯ ତାରିଖରୁ କଟକର ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହେବାକୁ ଯାଉଛି ୧୫ତମ ବୈଶାଖୀ ବାଣିଜ୍ୟ ମେଳା। ଏହି ମେଳା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ବର୍ଷ ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ଭିନ୍ନ ବ୍ୟବସାୟୀଙ୍କ ଭିଡ଼ ସହ କର୍ପୋରେଟ୍‌ ହାଉସ୍‌ ଗୁଡ଼ିକ ମଧ୍ୟ ଷ୍ଟଲ୍ ଲଗାଇଥାନ୍ତି। ଏଥର ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କର ପ୍ରାୟ ୪୫୦ରୁ ଅଧିକ ଷ୍ଟଲ ଏବଂ […]

  • Friday, 16 July 2021
similipal
ନିଆଁ ଘେରରେ ଶିମିଳିପାଳ ଜଙ୍ଗଲ

ମୟୂରଭଞ୍ଜ: ଜଳୁଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲ। ୬ରୁ ୭ ଦିନ ହେବ ୨୪ ଘଣ୍ଟା ନିଆଁ ଘେରରେ ରହିଛି ଶିମିଳିପାଳ। ଜଳି ପୋଡି ପାଉଁଶ ହୋଇଯାଉଛି ବହୁ ଔଷଧୀୟ ବୃକ୍ଷ। ଅନବରତ ଜଙ୍ଗଲ ଜଳିବା ଯୋଗୁଁ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏପରିକି ନିଆଁର ପ୍ରକୋପ ଯୋଗୁଁ ଶିମିଳିପାଳ ପାଦଦେଶରେ ବସବାସ କରୁଥିବା ଗ୍ରାମବାସୀ ଅତିଷ୍ଠ ହୋଇପଡିଲେଣି। ସେପଟେ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛିା

arrest 3
କୁଚିଣ୍ଡାରୁ ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଗିରଫ

ସମ୍ବଲପୁର : ସମ୍ବଲପୁର କୁଚିଣ୍ଡାରୁ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଜଣ ଗିରଫ। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଲଇକେରାର ନରେନ୍ଦ୍ର ପିଙ୍ଗ, ଦେବଗଡ଼ ରିଆମାଳର ମନଫୁଲ ପ୍ରଧାନ ଓ ଜମାଖେରାର ଅକ୍ଷୟ ଭୋଇ। ଅଭିଯୁକ୍ତ ମାନଙ୍କୁ କୁଚିଣ୍ଡା ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯିବ। ଏହି ଗିରଫ ଅଭିଯୁକ୍ତମାନେ ବାଘ ଚମଡ଼ାକୁ ବେଆଇନ୍ ଭାବେ ଚାଲାଣ କରିଥାନ୍ତି। ଏମାନଙ୍କୁ ମିଶାଇ ବର୍ତ୍ତମାନ […]

  • Friday, 16 July 2021
std death
ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ପାରଳାଖେମୁଣ୍ଡି ( ଆଦର୍ଶ ଦାସ) :  ଖାଦ୍ୟ ବିଷାକ୍ତ ହେବାରୁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ। ଏପରି କିଛି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଗାରବନ୍ଧ ଥାନା ଏସ୍.ମାରିଙ୍ଗି ଗାଁ ଆବାସିକ ସ୍କୁଲରୁ। ବିଷାକ୍ତ ଖାଦ୍ୟ ଖାଇ ସ୍କୁଲର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସହ ୫ ଜଣ ଗୁରୁତର ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ସ୍କୁଲରେ ଭାତ, ଡାଲି ଓ ଟମାଟୋ ଖଟା ଖାଇଥିଲେ ଛାତ୍ରୀ। ତେବେ ଅଚାନକ୍ ଆଜି ଅସୁସ୍ଥ […]

  • Friday, 16 July 2021
shreyas
ଶ୍ରେୟାସ ମୃତ୍ୟୁ ମାମଲା: ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ସମ୍ବଲପୁର ଗଡପୋଷର ଛାତ୍ର ଶ୍ରେୟାସ କେଶରବାନୀ ମୃତ୍ୟୁ ମାମଲାକୁ ୨ ମାସ ବିତିଥିଲେ ସୁଦ୍ଧା ବିଶାଖାପାଟନମ୍ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଜେରା କରି ଛାଡି ଦେଇଛି। ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଥିବା ୩୦୨ ଦଫାକୁ ପରିବର୍ତ୍ତନ କରାଯାଇ ୩୦୪ ଦଫା ଲଗାଇ ଚାର୍ଜସିଟ୍  ଦାଖଲ କରାଯିବ ବୋଲି ତଦନ୍ତକାରୀ ଭାଇଜାକ ପୋଲିସ ସୂଚନା ଦେଇଥିବା ଶ୍ରେୟାସଙ୍କ ବାପା କହିଛନ୍ତି।  ଯାହାକୁ ନେଇ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି। […]

police dg
ବିଜେପିରେ ମିଶିଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର

ଭୁବନେଶ୍ୱର : ପଦ୍ମ ଧରିଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରକାଶ ମିଶ୍ର ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସମୀର ଦେ ଏବଂ ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ୨୦୧୨ରୁ ୧୪ ମସିହା ପର୍ଯ୍ୟନ୍ତ ପ୍ରକାଶ ମିଶ୍ର ରାଜ୍ୟ ପୁଲିସ ଡିଜି […]

  • Friday, 16 July 2021
ram nath kovind
୧୮ରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଆସନ୍ତା ୧୮ତାରିଖରେ ପୁରୀ ଗସ୍ତ କରୁଛନ୍ତି ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ।  ରାଷ୍ଟ୍ରପତି ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶିଷ ନେବେ। ଏଥିସହିତ ଶ୍ରୀମନ୍ଦିରରେ ପାଖାପାଖି ୪୫ମିନିଟି ଧରି ରହିବାର କାର୍ଯ୍ୟକ୍ରମ ରହିଛି। ତେଣୁ କିଭଳି ଭାବେ ନୀତିକାନ୍ତି ତ୍ୱରାନ୍ୱିତ ଏବଂ ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ […]

attack on RI
ଆରଆଇଙ୍କୁ ଆକ୍ରମଣ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲର ଅଚ୍ୟୁତପୁର RI ଅଜିତ୍ ସାହୁଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଓ ତହସିଲଦାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ RI ସଂଘ। ପ୍ରତିବାଦରେ ଆଜି ଠାରୁ ରାଜ୍ୟ RI ସଂଘ ପକ୍ଷରୁ ଟାଙ୍ଗି ତହସିଲରେ କଲମ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି।  ଏହାସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଂଘ ଧମକ ଦେଇଛି। କଣ ପାଇଁ ରାତି ୩ଟାରେ ତହସିଲଦାର RI […]

police conference
ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସମ୍ମିଳନୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ପୋଲିସର ୬୦ତମ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସମ୍ମିଳନୀ।  ତିନିଦିନ ଧରି ଭୁବନେଶ୍ୱରସ୍ଥିତ  ପୋଲିସ ଭବନରେ ଅନୁଷ୍ଠିତ ହେବ  ଏହି ସମ୍ମିଳନୀ। ଏଥିରେ ସମସ୍ତ  ଜିଲ୍ଲାର ଏସପି, ଡିସିପି, ସଶସ୍ତ୍ର  ବାଟାଲିୟନର କମାଣ୍ଡାଣ୍ଟ, ପୋଲିସ କମିଶନର, ରେଞ୍ଜ ଆଇଜି, ଡିଆଇଜି ଓ ପ୍ରଶିକ୍ଷଣ ନେଉଥିବା ଆଇପିଏସ୍ ଅଧିକାରୀ ସାମିଲ ହେବେ। ସେହିପରି ସମସ୍ତ ପୋଲିସ ପ୍ରତିଷ୍ଠାନ ତଥା ଅଗ୍ନିଶମ ଓ ହୋମଗାର୍ଡ, ଭିଜିଲାନ୍ସ ଓ ଜେଲ ବିଭାଗ, ରାଜ୍ୟ ପୋଲିସ […]

  • Friday, 16 July 2021
gurupriya setu
ପୁଣି ଘୁଞ୍ଚିଲା ଗୁରୁପ୍ରିୟା ସେତୁର ଡେଡଲାଇନ୍

ଭୁବନେଶ୍ୱର: ପୁଣି ଘୁଞ୍ଚିଲା ଗୁରୁପ୍ରିୟା ସେତୁର ଡେଡଲାଇନ୍। ବାଲିମେଳା ଜଳଭଣ୍ଡାରରେ ପାଣି କମିଯିବାରୁ ବ୍ରିଜ୍ ନିର୍ମାଣ ଡିଜାଇନରେ କିଛିଟା ପରିବର୍ତ୍ତନ କରାଯାଇଛି। ଏଥିପାଇଁ ନିର୍ମାଣ କାମ ଶେଷ ହେବାକୁ ଆଉ କିଛି ସମୟ ଲାଗିବ ବୋଲି ଏହି ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଡିଜାଇନ ଏନ.ସି. ପଲ୍ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗୁରୁପ୍ରିୟା ସେତୁ ନିର୍ମାଣ ଶେଷ କରିବା ସମୟକୁ ୪ଥର ବଢ଼ାଯାଇଥିଲା। ଏଥରକୁ ମିଶାଇ ପଞ୍ଚମ ଥର ପାଇଁ ଗୁରୁପ୍ରିୟା ସେତୁର ଡେଡଲାଇନ୍  ବୃଦ୍ଧି […]

sikhya sahayak
ଜୁନିୟର ଟିଚର ଭାବେ ପରିଚିତ ହେବେ ଶିକ୍ଷା ସହାୟକ

ଭୁବନେଶ୍ୱର: ଜୁନିୟର ଟିଚର ଭାବେ ପରିଚିତ ହେବେ ଶିକ୍ଷା ସହାୟକ।  ଶିକ୍ଷା ସହାୟକ ସଂଘ ସହ ଆଲୋଚନା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି। ପ୍ରଥମ ୩ ବର୍ଷ କଣ୍ଟ୍ରାକଚୁଆଲ୍ ଜୁନିୟର ଟିଚର ଭାବେ କାର୍ଯ୍ୟ କରିବା ପରେ ଜୁନିୟର ଟିଚର ପଦବୀକୁ ଉନ୍ନୀତ ହେବେ। ୬ ବର୍ଷ ପରେ ସେମାନଙ୍କୁ ନିୟମିତ କରାଯିବ। ଏପଟେ ଶିକ୍ଷା ସହାୟକଙ୍କ ୭ଟି ଦାବିରୁ ରାଜ୍ୟ ସରକାର ୪ଟି ଦାବି ପୂରଣ ପରେ ଆଭିମୁଖ୍ୟ […]

farmer
ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀରେ ସମାବେଶ ପରେ ଚାଷୀଙ୍କ ସତ୍ୟାଗ୍ରହ

ଭୁବନେଶ୍ୱର : ଦାବି ହାସଲ ପାଇଁ ରାଜଧାନୀ ରାଜରାସ୍ତାରେ ହଜାର ହଜାର ଚାଷୀଙ୍କ ମେଳି। ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନସନ୍ ପାଇଁ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଚାଷୀ ଓ ଚାଷୀ ନେତା। କାହା କାନ୍ଧରେ ଲଙ୍ଗଳ ତ କିଏ ଧରିଛି କୋଦାଳ। ନବନିର୍ମାଣ କୃଷକ ସଂଗଠନର ଆହ୍ୱାନରେ ସତ୍ୟାଗ୍ରହରେ ସାମିଲ ହୋଇଥିବା ଏହି ଚାଷୀଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି ରାଜ୍ୟର ୩୬ ଲକ୍ଷ ଚାଷୀଙ୍କ ପାଇଁ ୨୦ ବର୍ଷ ବୟସରୁ ମାସିକ ୫ ହଜାର ଟଙ୍କା […]

achutya
କିସ୍ କର୍ତ୍ତୃପକ୍ଷ ବଳପୂର୍ବକ ଜମି ମାଡି ବସିଥିବା ପ୍ରସଙ୍ଗ : ନିର୍ବାଚନ ଅଧିକାରୀଙ୍କ ନିକଟରେ ରାଜଧାନୀର ବରିଷ୍ଠ ନାଗରିକଙ୍କ ଫେରାଦ

ଭୁବନେଶ୍ୱର : କିସ୍‌ର ଦାଦାଗିରି ଆଗରେ ନିଜର ଅସହାୟତାକୁ କୋହଭରା କଣ୍ଠରେ ବୟାନ କରିଛନ୍ତି ରାଜଧାନୀର ବୟସ୍କା ମହିଳା ବିନ୍ଦୁ ଦାସ। ପ୍ଲଟ୍ ନମ୍ବର ୫୮୧/୧୭୫୧ ଭୁବନେଶ୍ୱର ପଥରଗାଡିଆ ମୌଜାରେ ଥିବା ଏହି ଜମିକୁ ୧୯୮୩ ମସିହାରେ କିଣିଥିଲେ ବିନ୍ଦୁଙ୍କ ସ୍ୱାମୀ ଜୀବନ କିଶୋର ଦାସ। ମାତ୍ର ସେଠି ଏବେ ଠିଆ ହୋଇଛି କିଟ୍ ଜଗନ୍ନାଥ ମନ୍ଦିର। ସ୍ୱାମୀ ଜମି ପାଇଁ ଲଢି ଲଢି ଆରପାରିକୁ ଚାଲିଗଲେ। ଆଉ ଏବେ ଅଧିକାର ପାଇଁ ସେ ଲଢୁଛନ୍ତି। ଏଭଳି […]

soheil
ଭୁବନେଶ୍ୱର ଏମ୍ସର କାଶ୍ମୀରୀ ଛାତ୍ର ନିଖୋଜ ମାମଲା : ଗୁରୁଗ୍ରାମରେ ସୋହେଲଙ୍କୁ ଚିହ୍ନଟ ସୂଚନା

ଭୁବନେଶ୍ୱର/ନୂଆ ଦିଲ୍ଲୀ: ଭୁବନେଶ୍ୱର ଏମ୍ସର ନିଖୋଜ କାଶ୍ମୀରୀ ଛାତ୍ର ସୋହେଲଙ୍କୁ ଠାବ କରିବା ପାଇଁ ଜାରି ରହିଛି ତନାଘନା। ତେବେ ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୋହେଲେ ଦିଲ୍ଲୀରେ ଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ ଗୁରୁଗ୍ରାମର ଜାମ୍ମୁକାଶ୍ମୀର ବ୍ୟାଙ୍କର ATM ସମ୍ମୁଖରେ ସୋହେଲଙ୍କୁ ସିକ୍ୟୁରିଟି ଗାର୍ଡ ଦେଖିଥିବା ସୂଚନା ମିଳିଛି।ଏହାପରେ ସିକ୍ୟୁରିଟି ଗାର୍ଡ ବ୍ୟାଙ୍କକୁ ଖବର ଦେବା ପରେ ବ୍ୟାଙ୍କ ପକ୍ଷରୁ ଓଡ଼ିଶା ପୋଲିସକୁ ଖବର ଦିଆଯାଇଥିବା କୁହାଯାଉଛି। ଖବର ପାଇବା ପରେ ପୋଲିସ ସିକ୍ୟୁରିଟି […]

cm
ବିଜେଡିର ପ୍ରଚାର ଆରମ୍ଭ କଲେ ନବୀନ ପଟ୍ଟନାୟକ

ନୟାଗଡ଼( ସତ୍ୟ ନାରାୟଣ ସୁର୍‌ଜଗଦେବ୍‌) : ମୁଖ୍ୟମନ୍ତ୍ରୀ ଆଜି ନୟାଗଡ଼ରୁ ପ୍ରଚାର ଆରମ୍ଭ କରିଛନ୍ତି। ନୟାଗଡ଼ ଯାଇ ମିନି ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ସେ ଉଦବୋଧନ ଦେଇଥିଲେ। ବିଜେଡିର ପ୍ରଚାର ଆରମ୍ଭ କରି ମୂଳରୁ ହିଁ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପୁଣି ଥରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଛନ୍ତି। କେନ୍ଦ୍ର ବାରମ୍ବାର ଓଡ଼ିଶାକୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ନବୀନ। କୋଇଲା ଓ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ବାରମ୍ବାର […]

  • Friday, 16 July 2021
aswini pujari
ରାଜନୀତିକୁ ଆସିଲେ ଅଶ୍ୱିନୀ ପୂଜାହାରୀ

ଭୁବନେଶ୍ୱର : ରାଜନୀତିକୁ ଆସିଲେ ଅଶ୍ୱିନୀ ପୂଜାହାରୀ। ବୁର୍ଲା ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ ଓଡ଼ିଶା କାର୍ଯ୍ୟକାରୀ ପ୍ରଭାରୀ ଟି.ଏସ୍. ସିଂହଦେଓଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ପୂର୍ବରୁ ସେନାରେ ଡାକ୍ତର ଚାକିରି ଏବଂ ପରେ ଭିମ୍‌ସାରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ଅଶ୍ୱିନୀ। ତେବେ ଭିମସାରରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଅନୁଶାସନ […]

  • Friday, 16 July 2021
amara
ଅଯୋଗ୍ୟ ହେବେ ୫ BJD ବିଧାୟକ !

ଭୁବନେଶ୍ୱର : ଅଯୋଗ୍ୟ ହେବେ ୫ BJD ବିଧାୟକ। ୫ ବିଜେଡି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ପିଟିସନ୍ ଦେଇଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ। ଏମାନେ ହେଲେ ଆସିକା ବିଧାୟକ ଦେବରାଜ ମହାନ୍ତି, ନୀଳଗିରିର ସୁକାନ୍ତ ନାୟକ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ମୋହନା ବିଧାୟକ ବାସନ୍ତୀ ମଲ୍ଲିକ ଓ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ। ବିଜେଡି ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିବା ଏହି ସବୁ ନେତା ନିକଟରେ ଦଳ […]

  • Friday, 16 July 2021
truck overturns
ପିଆଜ ବୋଝେଇ ଟ୍ରକ ଓଲଟି ୨ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା SP ଅଫିସ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।  ମିନି ଟ୍ରକ ଓଲଟି ପଡିବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଡ୍ରାଇଭର ରମେଶ ସ୍ୱାଇଁ ଓ ପବିତ୍ର ସୁତାର। ରମେଶଙ୍କ ଘର ବାଲିପଡାରେ ହୋଇଥିବା ବେଳେ ପବିତ୍ରଙ୍କ ଘର ପଟ୍ଟାମୁଣ୍ଡାଇ ଅଞ୍ଚଳରେ।  ଆଉ ଜଣକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଭୁବନେଶ୍ୱରରୁ ଏକ ମିନି ଟ୍ରକରେ ପିଆଜ ଲୋଡ କରି ପଟ୍ଟାମୁଣ୍ଡାଇ […]

auto driver body found dead
ନିଖୋଜ ଅଟୋ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଗଣ୍ଡରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି।  ମୃତକ ହେଲେ ଡମରପୁର ଗାଁର ରଶ୍ମି ରଞ୍ଜନ ଦାସ। ଅଟୋ ଡ୍ରାଇଭର ରଶ୍ମି ଗତ ସନ୍ଧ୍ୟାରୁ ନିଖୋଜ ଥିଲେ ଏବଂ ତାଙ୍କୁ କେହି ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିବା ସହିତ ଥାନାରେ ଏତଲା ଦେଇଛନ୍ତି। ସୂଚନାଥାଉ କି, ପୋଲିସ ଅଟୋରିକ୍ସାକୁ ଜବତ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଅନ୍ୟପକ୍ଷରେ,ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ […]

pratyusha byte
ବିଜେଡି ଟିକେଟ ପ୍ରସଙ୍ଗରେ ନୂଆ ଖୁଲାସା କଲେ ପ୍ରତ୍ୟୁଷା

ଭୁବନେଶ୍ୱର : ବିଜେଡିରେ ଟିକେଟ ବଣ୍ଟାକୁ ନେଇ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ଖୁଲାସା। ଆଜି ବିଜେପିରେ ଯୋଗ ଦେଇଥିବା ପ୍ରତ୍ୟୁଷା କହିଛନ୍ତି ବିଜୁ ଜନତା ଦଳର ଟିକେଟ୍ ପ୍ରସଙ୍ଗରେ ପାଣ୍ଡିଆନ ହିଁ ସର୍ବେସର୍ବା। OTV ଜନମଞ୍ଚ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରତ୍ୟୁଷା କହିଛନ୍ତି ଯେ, ବିଜେଡିରେ ୨/୪ ଜଣ ଲୋକ ଟିକେଟ ଦେବା ନଦେବା ସ୍ଥିର କରନ୍ତି। ଏଠି କାମ ଦେଖି ଟିକେଟ୍ ମିଳେନା, ଯଦି ମିଳୁଥାନ୍ତା, ତେବେ ମୋ ଟିକେଟ ପକ୍କା ଥିଲା ବୋଲି […]

  • Friday, 16 July 2021