• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

strum
ତିନି ବର୍ଷରେ ବଜ୍ରପାତ ନେଲାଣି ୧,୨୫୬ ଜୀବନ

ଭୁବନେଶ୍ୱର: ଆକାଶରୁ ଖସୁଛି ମୃତ୍ୟୁ। ରାଜ୍ୟରେ ବିପତ୍ତି ସାଜିଛି ବଜ୍ରପାତ। ଏଇ ୨ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୧୦ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଖାଲି ମଣିଷ ନୁହଁନ୍ତି, ଗୃହପାଳିତ ପଶୁ ବି ବାଦ୍ ପଡ଼ୁନାହାନ୍ତି ଏହି ପ୍ରକୃତି କୋପରୁ। ସରକାରୀ ତଥ୍ୟ ଅନୁସାରେ ଗତ ୩ ବର୍ଷରେ କେବଳ ବଜ୍ରପାତରେ ଓଡ଼ିଶାରୁ ୧,୨୫୬ ଜଣଙ୍କ ଜୀବନ ଚାଲିଗଲାଣି। ଯାହାକି ମୋଟ୍ ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁର ପ୍ରାୟ୨୭ ପ୍ରତିଶତ। ମିଳିଥିବା ସୂଚନା ଅନୁସାରେ, ୨୦୧୮-୧୯ ବର୍ଷରେ […]

  • Wednesday, 21 July 2021
66
ମାଟ୍ରିକ ପାସ୍‌ କଲେ ୪ ଶିଶୁ ଶ୍ରମିକ

ମୟୂରଭଞ୍ଜ: ଦାରିଦ୍ର୍ୟ ପାଇଁ ଦିନେ ବହିବସ୍ତାନୀରେ ବାନ୍ଧି ଦେଇଥିଲେ ଡ଼ୋରି। ଖେଳକୁଦ ବୟସରେ ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଭାବରେ କାମ କରି ଘରର ଗୁଜରାଣ ମେଣ୍ଟାଉଥିଲେ। କିନ୍ତୁ ପ୍ରଶାସନର ସହାୟତାରେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ପୁଣିଥରେ ତାଙ୍କ ହାତରେ ଧରାଇ ଦିଆଯାଇଥିଲା ବହିବସ୍ତାନୀ। ଏହି ଶିଶୁ ଶ୍ରମିକମାନେ ହେଉଛନ୍ତି ବାରିପଦାର। ପରିବାରର ଦୁଃସ୍ଥିତି ଯୋଗୁଁ ଦିନେ ଶିଶୁ ଶ୍ରମିକ ସାଜିଥିବା ପିଲା ସଫଳତାର ସହିତ ଚଳିତ ବର୍ଷ ମାଟ୍ରିକ ପାସ୍‌ କରିଛନ୍ତି। ସେହି […]

  • Wednesday, 21 July 2021
chield
ଚିକିତ୍ସା କଲେନି ଡାକ୍ତର, ଚାଲିଗଲା ଶିଶୁର ଜୀବନ

ମାଲକାନଗିରି: ଚିକିତ୍ସା ଅବହେଳାରୁ ଦେଢ଼ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା ଖଇରପୁଟ ମେଡିକାଲରେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଉକ୍ତ ଶିଶୁକନ୍ୟାକୁ ସୋମବାର ଦିନ ପରିବାର ଲୋକେ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲକୁ ନେଇଥିଲେ। ମାତ୍ର ଚିକିତ୍ସା କରିବା ପରିବର୍ତ୍ତେ ସେଠାରେ ନିୟୋଜିତ ଥିବା ଡାକ୍ତରଜଣକ ଦୁର୍ବ୍ୟବହାର କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଚିକିତ୍ସା ପାଇଁ ପରିବାର ଲୋକେ ବାରମ୍ବାର ଅନୁରୋଧ କରିବାରୁ ରକ୍ତ ପରୀକ୍ଷା […]

  • Wednesday, 21 July 2021
RAIN
ସାବଧାନ! ଏହିସବୁ ଜିଲ୍ଲାରେ ହୋଇପାରେ ବଜ୍ରପାତ ସହ ବର୍ଷା

ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୭ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, କେନ୍ଦୁଝର, କନ୍ଧମାଳ ଓ ବୌଦ୍ଧ। କାଳବୈଶାଖୀ ପ୍ରଭାବରେ ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ କିଛି ସ୍ଥାନରେ ବର୍ଷା ଓ ପବନ ହୋଇଛି। ତେବେ ଝିପିଝିପି ବର୍ଷା ବିଳମ୍ୱିତ ରାତି ପର୍ଯ୍ୟନ୍ତ ଲାଗି […]

  • Wednesday, 21 July 2021
3
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଆଗୁଆ ପ୍ରସ୍ତୁତି ବୈଠକ ହୋଇଛି। କୌଣସି ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତିବା ସହ ଏହାର ମୁକାବିଲା କରିବା, ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସାଧାରଣ ଜନତାଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ପ୍ରାକ୍‌ ମୌସୁମୀ ସମନ୍ୱୟ ବୈଠକ କୋରାପୁଟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ସମୁଦାୟ ୭ଟି ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ଥିବା ବେଳେ କିଛି […]

  • Wednesday, 21 July 2021
2
ହସ୍ପିଟାଲରୁ ବାହାରିଲା ନାଗ ସାପ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ୍‌ରେ ନାଗ ସାପ ! ବିଶ୍ୱାସ ହେଉ ନ ଥିଲେ ବି ସତ ।  ଗତକାଲି ରାତିରେ ଡାକ୍ତରଖାନା କ୍ୟାବିନ ଭିତରୁ ସାପଟିକୁ ଉଦ୍ଧାର କରାଯାଇଛି। ସାପଟିର ଲମ୍ୱ ସାଢ଼େ ତିନି ଫୁଟ। ହସ୍ପିଟାଲର କ୍ୟାବିନ୍‌ ନମ୍ୱର ୨ରେ ସାପଟି ଗୁଡ଼େଇ ହୋଇ ରହିଥିଲା। ସାପକୁ ଦେଖିବା ପରେ ନର୍ସମାନେ ସ୍ନେକ୍‌ ହେଲ୍ପ୍‌ ଲାଇନ୍‌କୁ ଖବର ଦେଇଥିଲେ। ଏହାପରେ ସ୍ନେକ୍‌ ହେଲ୍ପ୍‌ ଲାଇନ୍‌ ଟିମ୍‌ ଆସି ସାପଟିକୁ ଉଦ୍ଧାର କରିଥିଲେ। ହସ୍ପିଟାଲ ଭିତରେ ଏତେ […]

  • Wednesday, 21 July 2021
CM Naveen Patnaik
ଦାନ୍ତ ଫିଲିଂ କଲେ ନବୀନ

ଭୁବନେଶ୍ୱର: କ୍ୟାପିଟାଲ୍‌ ହସ୍ପିଟାଲ୍‌ ଯାଇ ଆଜି ନିଜ ଦାନ୍ତର ଚିକିତ୍ସା କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ଅଧ ଘଣ୍ଟା କାଳ ସେ ସେଠାରେ ରହିଥିଲେ। ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତରେ ରୁଟ୍ କେନାଲ୍‌ ହୋଇଥିଲା। ଆଜି ଫିଲିଂ କରାଯାଇଥିଲା। କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର ସୌମେନ୍ଦ୍ର ଷଡଙ୍ଗୀ କହିଛନ୍ତି,“ ଡିସେମ୍ବର ମାସରେ ଉପର ଦାନ୍ତରେ ରୁଟ୍ କେନାଲ ହୋଇଥିଲା। ଆଜି ଫିଲିଂ କରାଗଲା। ଏଥିପାଇଁ ଅଧଘଣ୍ଟା ଲାଗିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ନରମାଲ ଖାଦ୍ୟ ଖାଇବାକୁ କୁହାଯାଇଛି। କିଛି […]

  • Wednesday, 21 July 2021
Inside pictures of Puri Jagannath Temple go viral again
ରଥଯାତ୍ରାରେ କାହାକୁ କେଉଁ ଦାୟିତ୍ୱ

ପୁରୀ: ଆଗାମୀ ରଥଯାତ୍ରା ପାଇଁ ବରିଷ୍ଠ ଅଧିକାରୀଙ୍କୁ ସରକାର ଦାୟିତ୍ୱ ବାଣ୍ଟିଛନ୍ତି। ଜୁନ ୧୭ ତାରିଖରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମାଠାରୁ ଜୁଲାଇ ୧୫ ତାରିଖରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦାୟିତ୍ୱ ବଣ୍ଟନ କରାଯାଇଛି। ରେଳ ସୁରକ୍ଷା ଦାୟିତ୍ୱରେ ରହିବେ ADG ପ୍ରଣବିନ୍ଦୁ ଆଚାର୍ଯ୍ୟ। SRP କଟକ ତାଙ୍କୁ ସହାୟତା କରିବେ। ସେହିପରି ADG ସଂଜୀବ ପଣ୍ଡାଙ୍କୁ ପୋଲିସ ବ୍ୟବସ୍ଥାର ସାମଗ୍ରିକ ଦାୟିତ୍ୱ ପ୍ରଦାନ କରାଯାଇଛି। ପୋଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ପୁରୀ ଏସ୍‌ପି ଉମାଶଙ୍କର […]

  • Wednesday, 21 July 2021
6
ଜଳିଗଲା ୧୪ ବଖରା

ଉଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ତୋଟାପଡା ଜେନା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ଅଗ୍ନିକାଣ୍ଡରେ ୭ଟି ପରିବାରର ୧୪ ବଖରା ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତିରେ ଗାଁର ଚିନ୍ତାମଣି ଜେନାଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ପାଖ ୭ଟି ଘରକୁ ମାଡ଼ି ଯାଇଥିଲା ନିଆଁ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିଲା। ନିଆଁ ଲାଗିବାର କାରଣ […]

  • Wednesday, 21 July 2021
naveen
ପ୍ରତି ମାସରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କୁ ତାଗିଦ୍‌ କଲେ ନବୀନ

ଭୁବନେଶ୍ୱର: ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ପ୍ରତି ମାସରେ ସମସ୍ତ ବିଭାଗ ଓ ମନ୍ତ୍ରୀଙ୍କ କାମକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ମାସ ସାରା କ’ଣ କ’ଣ କାମ କରାଯାଇଛି, କେଉଁ କାମରେ କେତେ ଅଗ୍ରଗତି ହୋଇଛି ସେ ସଂପର୍କରେ ପ୍ରତି ମାସ ୭ ତାରିଖରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ତାଗିଦ୍‌ କରିଛନ୍ତି । ଆସନ୍ତା ଜୁଲାଇ ୭ ତାରିଖରେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜର ପ୍ରଥମ ରିପୋର୍ଟ ଦେବେ। […]

  • Wednesday, 21 July 2021
5
ମୋବାଇଲ୍‌ ଫାଟି ବାଳକ ଗୁରୁତର

ନବରଙ୍ଗପୁର: ମୋବାଇଲ ବ୍ୟାଟେରୀ ଫାଟି ଜଣେ ନାବାଳକ ଗୁରୁତର ହୋଇଛନ୍ତି। ଏପରି ଘଟଣା ନବରଙ୍ଗପୁର ଝରିଗାଁ ବଡ଼ପାଲିଆ ଗାଁରେ ଘଟିଛି। ଗତକାଲି ଲଛମନ ଭୁଞ୍ଜିଆ ନାମକ ଜଣେ ନାବାଳକ ତାଙ୍କ ମୋବାଇଲକୁ ସିଧାସଳଖ ଭାବରେ ସୋଲାର ତାର ସହ ସଂଯୋଗ କରି ଚାର୍ଜରେ ବସାଇଥିଲେ। ଚାର୍ଜରେ ବସାଇବାର ଅଳ୍ପ ସମୟ ପରେ ମୋବାଇଲଟି ହଠାତ୍ ଶବ୍ଦ କରି ଫାଟି ଯାଇଥିଲା।  ବିସ୍ଫୋରଣରେ ଲଛମନଙ୍କର ମୁହଁ ଓ ପେଟରେ ଆଘାତ ଲାଗିଛି। ପରିବାର ଲୋକେ ଲଛମନଙ୍କୁ ନେଇ ଉମରକୋଟ […]

  • Wednesday, 21 July 2021
3
ଆଜି ଇଦ୍‌, ଚଳଚଞ୍ଚଳ ହେଲା ସହର

କଟକ: ଆଜି ପବିତ୍ର ଇଦ୍‌ ।  ଚଳଚଞ୍ଚଳ ହୋଇ ପଡ଼ିଛି ସହର, ବଜାର। ଏହି ଅବସରରେ ମସଜିଦ୍‌ରେ  ସମୂହ ନମାଜପାଠ ପାଇଁ ଭିଡ ଜମିଛି। ଇଦ୍‌ ପାଇଁ ମସଜିଦକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି। ଦୀର୍ଘ ୧ ମାସ ଧରି ଧର୍ମ ମାସ ରମଜାନରେ ଉପବାସ ରଖିଥିଲେ ମୁସଲମାନ ଭାଇ ଭଉଣୀମାନେ। ଆଜି ସେମାନେ ଉପବାସ ଭଙ୍ଗ କରିବେ। ପରସ୍ପରକୁ ଇଦ୍ ମୁବାରକ୍ ଜଣାଇବେ। ଆଜି ସାରା ରାଜ୍ୟରେ ଇଦ୍ ପାଳନ ନେଇ ଗତକାଲି କଟକସ୍ଥିତ ଅଞ୍ଜୁମାନ […]

  • Wednesday, 21 July 2021
2
ଦେବ ବିବାହ ପାଇଁ ସରିଲା ନିମନ୍ତ୍ରଣ କାର୍ଯ୍ୟ

ସମ୍ୱଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ନନ୍ଦପଡାର ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ଦେବ ନିମନ୍ତ୍ରଣ କାର୍ଯ୍ୟ ‘ଗୁଆଗୁଣ୍ଡା’ ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ ଗତକାଲି ରାତିରେ ନୃସିଂହ ମହାପ୍ରଭୁ ଏକ ସୁସଜ୍ଜିତ ବିମାନରେ  ନିମନ୍ତ୍ରଣ ଦେବାକୁ ବାହାରିଥିଲେ। ସହରର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରକୁ ଯାଇ ଗୁଆ-ହଳଦି-ମିଠେଇ ଓ ଖଜା ଦେଇ ଦିଅଁ ମାନଙ୍କୁ ଭୋଲାବାବାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ତେବେ ଅନ୍ୟ ସମସ୍ତ ପଡ଼ାରେ ପରମ୍ପରା ଅନୁସାରେ  ହନୁମାନ ମହାପ୍ରଭୁ […]

  • Wednesday, 21 July 2021
1
ଆଜି ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଆଜି ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ସିଧା ଉଡ଼ିବ। ଏନେଇ ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ପ୍ରତିଦିନ ସକାଳ ୧୦ଟା ୩୫ମିନିଟ୍‌ରେ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ। କିନ୍ତୁ ଆଜି ପ୍ରଥମ ଦିନ ହୋଇଥିବାରୁ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଦିନ ୧୧ଟା୧୫ ମିନିଟ୍‌ରେ ବିମାନ ଉଡ଼ିବ। ସେହିପରି ଝାରସୁଗୁଡ଼ାରୁ ରାୟପୁରକୁ ଆଜି ଅପରାହ୍ଣ ୫ଟା ୧୫ରେ ବିମାନ ଉଡ଼ିବ। ଏୟାର ଇଣ୍ଡିଆର ସବ୍‌ସିଡାରୀ ସଂସ୍ଥା ଆଲିଏନ୍ସ […]

  • Wednesday, 21 July 2021
1559233692-sarangi
ପ୍ରତାପଙ୍କୁ ମନ୍ତ୍ରୀପଦରୁ ହଟାଇବା ପାଇଁ ଚାଲିଛି କି ଷଡ଼ଯନ୍ତ୍ର !

ଭୁବନେଶ୍ୱର: ମନ୍ତ୍ରିମଣ୍ଡଳରୁ ବିଦା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ହେଉଛି କି ଷଡ଼ଯନ୍ତ୍ର? ଏପରି କହିବାର କାରଣ ହେଉଛି ଏକ ନିର୍ଦ୍ଦଷ୍ଟ କୋଟେରୀ ଗ୍ରୁପ୍‌ ତାଙ୍କ ବିରୋଧରେ ପ୍ରତିଦିନ ନାନା ଅପପ୍ରଚାର କରିଚାଲିଛନ୍ତି। ଏପରିକି ତାଙ୍କ ନାଁ ବିଭିନ୍ନ ଅପରାଧିକ ମାମଲାରେ ଯୋଡ଼ା ଯାଉଛି। ବିଶେଷ କରି ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଜିଅନ୍ତା ଜାଳିଦେବା ମାମଲାରେ ତାଙ୍କୁ ଯୋଡ଼ିବାକୁ ଉଦ୍ୟମ ହେଉଛି। ଏପରି କରି ସଂଖ୍ୟାଲଘୁଙ୍କ ପ୍ରିୟ […]

  • Wednesday, 21 July 2021
22222
ରାସ୍ତାକଡ଼ରେ ଆମ୍ୱ,ପଣସର ପସରା

ଗଜପତି: ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାର ଫଳ ଦେଖିବାକୁ ମିଳିଥାଏ। ଗଜପତିର ମୋହନା ଅଞ୍ଚଳର ବଜାରହାଟ ଓ ରାସ୍ତାକଡ଼ ଦୋକାନରେ ଫଳ ପସରା ଦେଖିବାକୁ ମିଳିଛି। ଲୋକେ ପାହାଡ ଜଙ୍ଗଲରୁ ଆମ୍ୱ, ପଣସ ଆଦି ସଂଗ୍ରହ କରି ରାସ୍ତାକଡ଼ ଓ ବଜାର ବିକ୍ରି କରୁଛନ୍ତି। ରାସ୍ତାକଡ଼ରେ କିଏ ଆମ୍ୱ ତ ଆଉ କିଏ ପଣସ ବିକ୍ରି କରୁଛି। ସୁଆଦିଆ ଆମ୍ୱ ଓ ପଣସ ଭଳି ଫଳ ଦେଖି ପଥଚାରୀ ଅଟକି ଯାଉଛନ୍ତି। କେବଳ ମୋହନା ନୁହେଁ, ମୋହନା […]

  • Wednesday, 21 July 2021
111
ଆୟୁଷ୍ମାନ ଯୋଜନାର CEO ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର କାର୍ଯ୍ୟକାରିତା ନେଇ ଆଜି ସଚିବାଳୟରେ ଆଲୋଚନା ହୋଇଛି। ଓଡିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ୍ ସହ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଛନ୍ତି। ଆୟୁଷ୍ମାନ ଯୋଜନାର CEO ଓ ଅନ୍ୟ ଅଧତ୍କାରୀ ମଧ୍ୟ ଏହି ଆଲୋଚନାରେ ସାମିଲ ଥିଲେ। ଆଲୋଚନାର ପ୍ରାଥମିକ ସ୍ତରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପାଦେୟତା ବାବଦରେ ଅବଗତ କରାଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ରାଜ୍ୟବାସୀଙ୍କ ପାଇଁ […]

  • Wednesday, 21 July 2021
12
ସବୁ ମେଡିକାଲ କଲେଜର ୧୦ ପ୍ରତିଶତ ସିଟ୍ ବୃଦ୍ଧି ପାଇବ

ଭୁବନେଶ୍ୱର: ଦେଶର ସବୁ ସରକାରୀ ମେଡିକାଲ କଲେଜ ଓ ଶିକ୍ଷାନୁଷ୍ଠାନରେ ଅଣ୍ଡର ଗ୍ରାଜୁଏଟ୍ ଓ ପିଜି ସିଟ୍ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି କରାଯିବ। ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ଏହି ୧୦ ପ୍ରତିଶତ କୋଟା ବୃଦ୍ଧି କରାଯାଇଛି। ଏନେଇ ମେଡିକାଲ କଲେଜଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ମୋହର ମାରିଛନ୍ତି। ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଏସସିବି ମେଡିକାଲ କଲେଜରେ ୨୫ଟି ଅଣ୍ଡର ଗ୍ରାଜୁଏଟ୍ ସିଟ୍ ବୃଦ୍ଧି କରାଯାଇଥିବାରୁ ଏଠାରେ ୨୫୦ଜଣ ଛାତ୍ରଛାତ୍ରୀଙ୍କ […]

  • Wednesday, 21 July 2021
acf death
ACF ସୌମ୍ୟଙ୍କ ମୃତ୍ୟୁ ରହସ୍ୟରୁ ଉଠିବ ପରଦା ? DFOଙ୍କୁ ଜେରା କରାଯିବ,ଗଜପତି ଏସପିଙ୍କ ସୂଚନା

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପଚରାଉଚରା କରାଯିବ କହିଛନ୍ତି ଗଜପତି ଏସପି ।

22
‘ଫୋନି’କୁ ପୂରିଲା ମାସେ; ଅଣ୍ଟା ସଳଖି ଛିଡ଼ା ହୋଇପାରିନି ଶିକ୍ଷା ଭିତ୍ତିଭୂମି

ପୁରୀ: ବାତ୍ୟା ‘ଫୋନି’କୁ ଆଜି ମାସେ ପୂରିଛି। ଆଜିର ଏହି ଦିନରେ ମାତ୍ର ୪ ଘଣ୍ଟାର ପ୍ରଳୟରେ ସବୁକିଛି ଛାରଖାର, ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ‘ଫୋନି’ ଖାଲି ମୁଣ୍ଡ ଉପରୁ ଛାତ କି ପେଟର ଭାତ ଛଡ଼ାଇ ନେଇଛି ତାହା ନୁହେଁ, ବରଂ ଉପକୂଳ ଜିଲ୍ଲାର ଆଗାମୀ ଭବିଷ୍ୟତଙ୍କ ସୁନେଲୀ ଭବିଷ୍ୟତକୁ ବି ଅନ୍ଧାରକୁ ଠେଲି ଦେଇଛି। ‘ଫୋନି’ ମାଡ଼ରେ ହଜାର ହଜାର ସ୍କୁଲ ମାଟିରେ ମିଶିଛି। ଆଉ ଉଜୁଡ଼ି ଯାଇଛି ଶିକ୍ଷା ଭିତ୍ତିଭୂମି। ବିଶେଷକରି ପୁରୀ ଜିଲ୍ଲାର ବିଭିନ୍ନ […]

  • Wednesday, 21 July 2021
4444
ଅବହେଳିତ ଅବସ୍ଥାରେ ଚତୁର୍ଥ ଶତାବ୍ଦୀର ପ୍ରାଚୀନ ବୌଦ୍ଧପୀଠ

ବରଗଡ଼: ଅବହେଳିତ ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନିଆପାଲିରେ ଥିବା ଚତୁର୍ଥ ଶତାଦ୍ଦୀର ବୌଦ୍ଧ ପୀଠ। ରକ୍ଷଣାବେକ୍ଷଣ ଅଭାବରୁ ଲୋପ ପାଇବାକୁ ବସିଲାଣି ପୁରୁଣା କୀର୍ତ୍ତିରାଜି ସମ୍ବଳିତ ପୋଥି ଏବଂ ତଥ୍ୟ ସମୂହ। ମନ୍ଦିରର ଛାତ ଓ କାନ୍ଥରେ ଫାଟ ତିଆରି ହୋଇ ପାଣି ଗଳୁଛି। ଏଠାରେ ବୁଦ୍ଧଙ୍କର ୨ଟି ପ୍ରାଚୀନ ମୂର୍ତ୍ତି ମିଳିଥିଲା। ମାତ୍ର ୨୦୦୮ ମସିହାରେ ୨ଟି ମୂର୍ତ୍ତିରୁ ଗୋଟିଏ ଚୋରି ହୋଇଯାଇଥିବାବେଳେ ଅନ୍ୟଟିର ମୁଣ୍ଡ ଚୋରି ହୋଇଯାଇଥିଲା। […]

  • Wednesday, 21 July 2021
111
ଆମ୍ୱ ତୋଳୁଥିବା ମହିଳାଙ୍କୁ ହାତୀ ଦଳିଦେଲା

ଢେଙ୍କାନାଳ: ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଢେଙ୍କାନାଳ ଗୁଣଦେଇ ଗାଁର ଗୋଲାପ ସାହୁ। ମହିଳା ଜଣକ ପାଖ ଆମ୍ବ ତୋଟାରୁ ଆମ୍ବ ଗୋଟାଉ ଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ଗୋଲାପଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ୫୫ ନମ୍ବର ଜାତୀୟ ରାଜପଥରେ ଶବ ରଖି ରାସ୍ତାରୋକ କରିଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ମୋଟାଙ୍ଗ ପୁଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

  • Wednesday, 21 July 2021
pratap
ମୋଦି ସରକାରରେ ସବୁଠାରୁ ଗରିବ ମନ୍ତ୍ରୀ ପ୍ରତାପ

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହୋଇଛି ମୋଦି-୨ ସରକାର। ମୋଦିଙ୍କ ନୂଆ ଟିମ୍‌ରେ ୫୭ ଜଣ ସାଂସଦ ମନ୍ତ୍ରୀ ପଦ ପାଇଛନ୍ତି। ଏମାନଙ୍କ ମଧ୍ୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀ ହେଉଛନ୍ତି ସବୁଠାରୁ ଗରିବ ମନ୍ତ୍ରୀ। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୩ ଲକ୍ଷ ଟଙ୍କା। ପ୍ରତାପ ଷଡ଼ଙ୍ଗୀ ଓଡ଼ିଶାର ବାଲେଶ୍ୱର ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ଏଠାରେ ତାଙ୍କର ଲଢ଼େଇ ଦୁଇ କୋଟିପତି ପ୍ରାର୍ଥୀଙ୍କ ସହ ହୋଇଥିଲେ ହେଁ ‘ନନା’ […]

  • Wednesday, 21 July 2021
kalpana
ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର, କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଶେଷ ଦର୍ଶନ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଞ୍ଚିବ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମର ଶରୀର। ରାତି ୮ଟା ୫୫ରେ ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ଯୋଗେ ତାଙ୍କ ମୃତଦେହ ଓଡିଶାରେ ପହଞ୍ଚିବ। ଗତକାଲି କାଠମାଣ୍ଡୁସ୍ଥିତ ଟି.ୟୁ. ଟିଚିଂ ହସପିଟାଲରେ କଳ୍ପନାଙ୍କ ଶବ ବ୍ୟବଛେଦ କରାଯାଇଥିଲା। ଶବ ବ୍ୟବଛେଦ ରିପୋର୍ଟ ସହ ମୃତ୍ୟୁ ପ୍ରମାଣପତ୍ର ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଛି। ଦୂତାବାସ ପକ୍ଷରୁ ସମସ୍ତ ଡକ୍ୟୁମେଣ୍ଟେସନ୍‌ ସରିବା ପରେ ଏହାକୁ ପରିବାର ଲୋକଙ୍କୁ ଦିଆଯିବ। ଗତ ୨୩ ତାରିଖରେ ଏଭେରେଷ୍ଟ ଆରୋହଣ […]

  • Wednesday, 21 July 2021
4444
ଅପହରଣକାରୀକୁ ଧରିବାକୁ ଯାଇ ପୁଲିସ ହଟହଟା

କର୍ଣ୍ଣାଟକ: କର୍ଣ୍ଣାଟକରୁ ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବାକୁ ପୁଲିସକୁ ହଟହଟା ହେବାକୁ ପଡ଼ିଛି। ଉଭୟ କର୍ଣ୍ଣାଟକ ଓ ସ୍ଥାନୀୟ ପୁଲିସକୁ ଅଟକ ରଖାଯାଇଛି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ତାରକୁରୁଣିଆ ଗାଁ ଲୋକେ କର୍ଣ୍ଣାଟକ କେଜି ହିଲ୍ ଥାନା ଅଞ୍ଚଳରେ ରୋଷେଇ କାମ କରୁଥିବା ଜଣେ ଯୁବକ ସେଠାରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ନେଇ ଆସିଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକେ କେଜି ହିଲ୍ ଥାନାରେ […]

  • Wednesday, 21 July 2021