• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

rainfall
ଏହି ସବୁ ସ୍ଥାନରେ ହୋଇପାରେ ଝଡ଼ବର୍ଷା

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ଆଜି ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମାରିପାରେ। ଏହାସହ ପବନ ମଧ୍ୟ ବହିବ। ଏନେଇ ଏସ୍‌ଆରସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ସ୍ଥାନଗୁଡ଼ିକ ହେଲା ଝୁମ୍ପୁରା, କେନ୍ଦୁଝର, ବାଂଶପାଳ, ପାଟନା, ସାହାରାପଡ଼ା,ଘଟଗାଁ, ତେଲକୋଇ, ଆନନ୍ଦପୁର, ହରିଚନ୍ଦନପୁର,ଘସିପୁରା, ହାଟଡିହି ଓ ହଦଗିରି। ଅପରାହ୍ନ ୩ ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ସତର୍କ ରହିବାକୁ ଏସ୍‌ଆରସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି।

  • Wednesday, 21 July 2021
Capture
କାହିଁକି ହାରିଲେ, କେଉଁଠି ଭୁଲ୍‌ ରହିଲା ? ପରାଜିତ ପ୍ରାର୍ଥୀଙ୍କୁ ଏମିତି ପଚାରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ବିଜେଡିର କିଛି ବିଧାୟକ ଓ ସାଂସଦ ପ୍ରାର୍ଥୀ ପରାଜୟ ବରଣ କରିଛନ୍ତି। ଏହି ପରାଜୟକୁ ନେଇ ନବୀନ ନିବାସରେ ଆଜି ସମୀକ୍ଷା ଚାଲିଛି। ନିର୍ବାଚନରେ ପରାଜୟ ବରଣ କରିଥିବା ବିଜେଡି ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ନିର୍ବାଚନରେ ସେମାନଙ୍କର କାହିଁକି ପରାଜୟ ହେଲା, କେଉଁଠି ଭୁଲ୍ ରହିଲା ଏବଂ ପରାଜୟ ପଛରେ ଦାୟୀ କିଏ, ଏ ନେଇ ପରାଜିତ ପ୍ରାର୍ଥିୀଙ୍କ ସହ […]

  • Wednesday, 21 July 2021
cm naveen
ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକ କ୍ରମାଗତ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହି ଦିନ ସକାଳ ୧୦ଟା ୩୦ ମିନିଟ୍‌ରେ ନବୀନ ଶପଥ ନେବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶପଥ ସମାରୋହ ଅନୁଷ୍ଠିତ ହେବ। ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପୁଲିସ୍‌ ଡିଜି ଆର୍‌.ପି. ଶର୍ମା ପ୍ରଦର୍ଶନୀ ପଡ଼ିଆ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇପାରେ। […]

  • Wednesday, 21 July 2021
bike
ସାମ୍ନାରୁ ଧକ୍କା ଦେଲା କାର୍‌, ଚାଲିଗଲା ଜୀବନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ନିକଟ ଅଙ୍ଗନଦୀ ବ୍ରିଜ୍‌ ଉପରେ ଆଜି କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା ଘଟିଛି।  ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଶୁକ୍ରୁ ସାହୁ। ଶୁକ୍ରୁ ଓ ଅନ୍ୟ ଜଣ ଯୁବକ ଏକ ବାଇକ୍‌ରେ ବରଗଡ଼ ଜିଲ୍ଲା ବାରଙ୍ଗପାଲି ଯାଉଥିଲେ। ହଠାତ୍ ସାମ୍ନାପଟୁ ଚାଲି ଆସିଲା ଏକ କାର୍‌ ।ମୁହାଁମୁହିଁ ଧକ୍କା ହେବା ଯୋଗୁ ଘଟଣାସ୍ଥଳରେ ଶୁକ୍ରୁଙ୍କର ମୃତ୍ୟୁ ହୋଇଥିଲା।  ଆହତ ଯୁବକଙ୍କୁ ପ୍ରଥମେ ଡୁଙ୍ଗୁରିପାଲି ଓ ପରେ […]

  • Wednesday, 21 July 2021
11
ଜାତୀୟ ରାଜପଥ କାମ ତୁରନ୍ତ ସାରିବା ଦାବିରେ ଅର୍ଥନୈତିକ ଅବରୋଧ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାଞ୍ଜିବାହାଲ ରାସ୍ତାରେ ଶତାଧିକ ଲୋକ  ଅର୍ଥନୈତିକ ଅବରୋଧ କରିଛନ୍ତି। ତୁରନ୍ତ ଜାତୀୟ ରାଜପଥ କାମ ସାରିବା ପାଇଁ ବିଭିନ୍ନ ଗାଁରୁ ଆସିଥିବା ଶତାଧିକ ଲୋକ ଅଡି ବସିଛନ୍ତି।  ଫଳରେ ଆଜି ସକାଳୁ ମାଲବାହୀ ଗାଡ଼ିଗୁଡ଼ିକ ରାସ୍ତା ଉପରେ ଅଟକି ରହିଥିବା ଦେଖିବାକୁ ମିଳିଛି। ଦୀର୍ଘ ୫ ବର୍ଷ ଧରି ୩୫୩ ନମ୍ୱର ଜାତୀୟ ରାଜପଥ କାମ ଅସମ୍ପୂର୍ଣ୍ଣ ରହିଥିବାରୁ ବ୍ୟବସାୟୀ ତଥା ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି […]

  • Wednesday, 21 July 2021
acharya vihar
ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ରୁ ୩୦ ଫୁଟ ତଳକୁ ଖସି ପଡ଼ିଲା ଗାଡ଼ି, ଚାଲିଗଲେ ବାପା

ଭୁବନେଶ୍ୱର: ଏମିତି ବି ଆସେ ମୃତ୍ୟୁ। ବାପପୁଅ ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡି। ଉଭୟ ଛିଟିକି ପଡିଲେ ୩୦ ଫୁଟ୍‌ ତଳକୁ। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇ ପଡିଛନ୍ତି। ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଆଜି ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନାଅନୁସାରେ, ବାପା ଓ ପୁଅ ଏକ ସ୍କୁଟିରେ ଯାଉଥିବା ବେଳେ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ […]

  • Wednesday, 21 July 2021
jee
JEE ଆଡଭାନ୍ସଡ୍ ପରୀକ୍ଷା: ଓଡ଼ିଶାରୁ ୩୨୬୧ ଜଣ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର: ଆଇଆଇଟିରେ ନାମଲେଖା ପାଇଁ ଆଜି ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଅନୁଷ୍ଠିତ ହେଉଛି। ଦେଶର ୧ ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିବା ବେଳେ ଓଡ଼ିଶାରୁ ୩୨୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଜେଇଇ ଆଡ୍‌ଭାନ୍ସଡ୍‌ରେ ଦୁଇଟି ପେପର୍‌ରେ ପରୀକ୍ଷା ହେବାକୁ ଥିବାବେଳେ ସକାଳ ୯ଟାରୁ ପେପର୍-୧ ପରୀକ୍ଷା ଆରମ୍ଭ ହୋଇଛି। ଏହା ୧୨ଟା ପର୍ଯ୍ୟନ୍ତ ଚାଲିବ। ପେପର୍-୨ ପରୀକ୍ଷା ଅପରାହ୍ଣ ୨ଟାରୁ ୪ଟା ଯାଏ ହେବ। ତେବେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଘଣ୍ଟା […]

  • Wednesday, 21 July 2021
Attack
ଘରେ ପଶି ଠେଙ୍ଗାରେ ପିଟିଲେ

କଟକ: କଟକ ଜିଲ୍ଲା ନିଆଳିରେ ର୍ନିବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଆକ୍ରୋଶ ରଖି ଏକ ନିର୍ଦ୍ଧିଷ୍ଟ ଦଳର କିଛି ବ୍ୟକ୍ତି ଅନ୍ୟ ଏକ ଦଳର ଲୋକଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ନିଆଳିର ପୋଖରୀ ଗାଁରେ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ସକାଳେ ଗାଁର କିଛି ବ୍ୟକ୍ତି, ଜଣଙ୍କ ଘରେ ଜୋର ଜବରଦସ୍ତ ପଶିଥିଲେ ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୫ […]

  • Wednesday, 21 July 2021
7
ଘର ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର

ଗଜପତି: ଘର ବାରଣ୍ଡାରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଛି। ଏପରିକି କିଛି ସ୍ଥାନରେ ଅଙ୍ଗନବାଡ଼ି ଦିଦି ନଥିବାରୁ ହେଲପରଙ୍କ ସହାୟତାରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଛି। ଏପରି ଘଟଣା ଗଜପତି ଜିଲ୍ଲା ମୋହନା ବ୍ଲକ୍‌ରେ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱଚ୍ଛ ପରିବେଶ କିପରି ଯୋଗା ଯାଇପାରିବ ପ୍ରଶ୍ନ ଉଠିଛି। ସମନ୍ୱିତ ଶିଶୁ ବିକାଶ ଯୋଜନାରେ ମୋହନା ବ୍ଲକରେ ୬୨୦ଟି କେନ୍ଦ୍ର ଥିବାବେଳେ ମାତ୍ର ୧୯୪ଟି ନିଜସ୍ୱ କୋଠାରେ ପରିଚାଳିତ ହେଉଥିବାବେଳେ […]

  • Wednesday, 21 July 2021
rain
ଚାରି ଜିଲ୍ଲାକୁ ସତର୍କ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଆଜି ୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଏହି ଚାରୋଟି ଜିଲ୍ଲା ହେଉଛି- ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ଏହି ସବୁ ଜିଲ୍ଲାବାସୀ ପରାମର୍ଶ ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆହୁରି ୩ ଦିନ ଯାଏ […]

  • Wednesday, 21 July 2021
kalpana
ଓଡ଼ିଶା ଫେରିବ କଳ୍ପନା ଦାଶଙ୍କ ମରଶରୀର

ଭୁବନେଶ୍ୱର: ଏଭରେଷ୍ଟ ଶୃଙ୍ଗରେ ମୃତ୍ୟୁବରଣ କରିଥିବା ଓଡ଼ିଆ ପର୍ବତାରୋହିଣୀ କଳ୍ପନା ଦାଶଙ୍କ ମରଶରୀର ଓଡ଼ିଶା ଆଣିବାକୁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ଓଡ଼ିଶାରୁ ଏକ ଟିମ୍‌ କାଠମାଣ୍ଡୁ ଯିବ। ଏହି ଟିମ୍‌ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାଶଙ୍କ ସମେତ ପରିବାରର ୨ ଜଣ ସଦସ୍ୟ ଅଛନ୍ତି। ଏହା ସହ ଏହି ଟିମ୍‌ରେ ପର୍ବତାରୋହୀ ଗଣେଶ ଜେନା ମଧ୍ୟ ଟିମ୍ ଯିବେ। ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ବିଶ୍ୱର ଅନ୍ୟତମ ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଉପରେ […]

  • Wednesday, 21 July 2021
3
ଅପମାନ ସହି ନ ପାରି ଆତ୍ମହତ୍ୟା କଲେ ଯୁବକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବେଲପୁର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ଜଣେ ଯୁବକ ଅପମାନ ସହି ନ ପାରି ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ବେଲପୁର ଗାଁର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ଏ ନେଇ କଙ୍ଗାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହାର ବିଚାର କରାଯାଇ ଯୁବକଙ୍କୁ ଗାଁର କଙ୍ଗାରୁକୋର୍ଟରେ ୫୦ ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଥିଲା। […]

  • Wednesday, 21 July 2021
hanging
ଗଛରୁ ଦୁଇଟି ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ କୁମଣ୍ଡ ଚଣ୍ଡିବଜାର ନିକଟ ଏକ ଗଛରେ ଝୁଲୁଥିଲା ଦୁଇଟି ମୃତଦେହ। ଆଜି ସକାଳୁ ସ୍ଥାନୀୟ ଗ୍ରାମବାସୀଙ୍କ ନଜରରେ ଏହା ପଡ଼ିଥିଲା। ଚାହୁଁ ଚାହୁଁ କଥା ପ୍ରଘଟ ହୋଇଗଲା। ଘଟଣାସ୍ଥଳରେ ରୁଣ୍ଡ ହୋଇଗଲେ ଶହଶହ ଲୋକ। ଖବର ପାଇ ପୋଲିସ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରିଥିଲା। ମୃତଦେହ ଦୁଇଟି ଜଣେ ପୁରୁଷ ଓ ମହିଳାଙ୍କର ଥିଲା। ସେମାନଙ୍କ ପରିଚୟ ଜଣା ପଡ଼ିନାହିଁ। ତେବେ ଦୁହେଁ ସମ୍ପର୍କୀୟ ବୋଲି ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି। ସେମାନେ ଆତ୍ମହତ୍ୟା […]

  • Wednesday, 21 July 2021
heat--1
ସାବଧାନ ! ଆହୁରି ବଢିପାରେ ତାପମାତ୍ରା

ଭୁବନେଶ୍ୱର: ଜଳୁଛି ସାରା ରାଜ୍ୟ। ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ଖରା ବି ସହି ହେଉନି।  ଘରୁ ବାହାରିବା ମୁସ୍କିଲ ହୋଇଯାଉଛି। ୧୧ଟା ବେଳକୁ ତ ରାସ୍ତାଘାଟ ଶୂନ୍‌ଶାନ।  ଗତକାଲି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବିଶେଷକରି ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଉତ୍ତପ୍ତ ସହର ଟିଟିଲାଗଡ଼ର ତାପମାତ୍ରା   ସବୁଠାରୁ ଅଧିକ ୪୪.୨ ଡିଗ୍ରୀ ଥିଲା। ଏହାପଛକୁ ଥିଲା ସମ୍ବଲପୁର। ଏଠାରେ ପାରଦ […]

  • Wednesday, 21 July 2021
firing
ଗଣ୍ଡଗୋଳକୁ ନେଇ ଗୁଳିକାଣ୍ଡ; ଜଣେ ଆହତ

ସମ୍ୱଲପୁର: ଗଣ୍ଡଗୋଳକୁ ନେଇ ସମ୍ବଲପୁରରେ ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଅମର ବାରିକ। ତାଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଅମରଙ୍କ ଗୋଡ଼ରେ ଗୁଳି ବାଜିଛି। ସୂଚନା ଅନୁସାରେ, ଗତକାଲି ରେଙ୍ଗାଲି ନିକଟରେ ଜୟ କିଶୋର ଓ ଦୀପକ ନାୟକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଅମର ଏହାକୁ ରୋକିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଜୟ କିଶୋରଙ୍କ ସାଙ୍ଗ ପିଙ୍କୁ ଚୌହାନ ଗୁଳି ଚଳାଇଥିଲେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ, ଏହି […]

  • Wednesday, 21 July 2021
Untitled-2-3
କିଏ ହେବେ ପରବର୍ତ୍ତୀ ବାଚସ୍ପତି

ଭୁବନେଶ୍ୱର: ୨୦୧୯ ନିର୍ବାଚନ ଫଳାଫଳ ଆସିଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତେବେ ନବୀନଙ୍କ କାହାକୁ ବାଚସ୍ପତି କରିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବାଚସ୍ପତି ପଦ ପାଇଁ ବୌଦ୍ଧର ବିଧାୟକ ପ୍ରଦୀପ ଅମାତ, ବ୍ରଜରାଜନଗର  ବିଧାୟକ କିଶୋର ମହାନ୍ତି, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଓ ବଡ଼ମ୍ବାର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ଅଛି। ଏମାନଙ୍କ ମଧ୍ୟରୁ ପ୍ରଦୀପ ଅମାତ, କିଶୋର ମହାନ୍ତି ଓ […]

  • Wednesday, 21 July 2021
familly
କାହାକୁ ଜିତାଇଲେ, କାହାକୁ ପ୍ରତ୍ୟାଖ୍ୟାନ କଲେ ଭୋଟର

ଭୁବନେଶ୍ୱର: ୨୦୧୯ ନିର୍ବାଚନ  ପାରିବାରିକ ରାଜନୀତିକୁ ନେଇ ଚର୍ଚ୍ଚାରେ ଥିଲା। କେଉଁଠି ବାପା-ପୁଅ ତ କେଉଁଠି ଦୁଇ ଭଉଣୀ, ଦୁଇ ଭାଇ, ଦିଅର-ଭାଉଜ, ସ୍ୱାମୀ-ସ୍ତ୍ରୀ ନିର୍ବାଚନକୁ ଓହ୍ଲାଇଥିଲେ । ହେଲେ ଏଥର ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି ଏହି ପାରିବାରିକ ରାଜନୀତିକୁ। ଜଣାଇ ଦେଇଛନ୍ତି, ଗୋଟିଏ ପରିବାରର ଏକାଧିକ ପ୍ରାର୍ଥୀ ଆଉ ଗ୍ରହଣୀୟ ନୁହେଁ। ବିଜେଡି ଛାଡି ବିଜେପିରେ ମିଶିଥିବା ଡା.ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଧାନସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ଦାମ […]

  • Wednesday, 21 July 2021
nir
ଦୁଇଟି ଯାକ ଆସନରୁ ହାରିଲେ ନିରଞ୍ଜନ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ଲୋକ ଗ୍ରହଣ କରିନାହାନ୍ତି। ୧୪୬ ଆସନରୁ ମାତ୍ର ୧୦ଟି ଆସନରେ କଂଗ୍ରେସ ଆଗୁଆ ଥିଲେ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨ଟି ଯାକ ଆସନରୁ ହାରି ଯାଇଛନ୍ତି। ନିରଞ୍ଜନ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଏବଂ କେନ୍ଦୁଝର ଜିଲ୍ଲା ଘସିପୁରା ଆସନରୁ ଛିଡା ହୋଇଥିଲେ। ଭଣ୍ଡାରୀପୋଖରୀ ଆସନରେ ବିଜେଡ଼ି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କ ସହ ତାଙ୍କର ଟକ୍କର ଚାଲିଥିବାବେଳେ ଘସିପୁରା ଆସନରୁ ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ରଙ୍କ ସହ କଡା […]

  • Wednesday, 21 July 2021
mi
ଚମ୍ପୁଆରୁ ଜିତିଲେ ବିଜେଡିର ମିନାକ୍ଷୀ ମହାନ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ବିଜୟୀ ହୋଇଛନ୍ତି। ମିନାକ୍ଷୀ ବିଜେପିର ମୁରଲୀ ଶର୍ମାଙ୍କୁ ୨୫, ୫୦୪ ଭୋଟରେ ହରାଇଛନ୍ତି। ୨୦୧୪ରେ ଏଠାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସନାତନ ମହାକୁଡ଼ ଜିତିଥିଲେ।  ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ ଏଠାରେ ସ୍ୱାଧୀନ ପ୍ରାର୍ଥୀ ସନାତନ ମହାକୁଡ଼ ଓ ବିଜେଡି ପ୍ରାର୍ଥୀ ପପୁ ପମ୍‌ପମ୍‌ଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ ସନାତନ ବିଜୟୀ ହୋଇଥିଲା। ସନାତନଙ୍କ ପୂର୍ବରୁ ଏଠାରେ ବିଧାୟକ ଥିଲେ ଜିତୁ ପଟ୍ଟନାୟକ। ଏଥର […]

ACF Soumya Ranjan Death Case
ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା; ଶାଶୂଙ୍କୁ ଟାର୍ଗେଟ କଲେ ବିଦ୍ୟାଭାରତୀ

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ନୂଆ ଟ୍ୱିଷ୍ଟ। ମୁହାଁମୁହିଁ ହେଲେ ଶାଶୂ-ବୋହୂ। ସୌମ୍ୟଙ୍କ ମୃତ୍ୟୁ ପାଇଁ ମା’ ବୋହୂକୁ ଦୋଷ ଦେଉଥିବାବେଳେ ଜବାବ ଦେଲେ ବୋହୂ ବିଦ୍ୟାଭାରତୀ।

aa
ହାରିଯିବେକି ଏଇ ୨ ଭଉଣୀ ?

ଭୁବନେଶ୍ୱର  : ଏଥର ଅନେକ ନେତା ଓ ତାଙ୍କ ପିଲାମାନେ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି କିଛି ନେତାଙ୍କର କେବଳ ପୁଅ ଅବା ଝିଅମାନେ ପ୍ରାର୍ଥୀ ହୋଇଛନ୍ତି। ଏହି ତାଲିକାରେ ସାମିଲ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ସେ ଏଥର ପ୍ରାର୍ଥୀ ହୋଇ ନାହାନ୍ତି। କିନ୍ତୁ ତାଙ୍କର ଦୁଇ ଝିଅ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ତା’ ପୁଣି ଦୁଇଟି ଭିନ୍ନ ଦଳରୁ। ତାଙ୍କ ବଡ଼ ଝିଅ ସୁନୀତା ବିଶ୍ୱାଳ କଂଗ୍ରେସ […]

6y
ଲୋକସଭା ଆସନରେ ଧିମା ଚାଲିଛି ଭୋଟ୍‌ ଗଣତି !

ଭୁବନେଶ୍ୱର: ଚାଲିଛି ଭୋଟ୍ ଗଣତି। ତେବେ ଓଡ଼ିଶାର କିଛି ଆସନରେ ଗଣତି ଧିମା ଚାଲିଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି କିଛି ଲୋକସଭା ଆସନରେ ଏହା ଦେଖିବାକୁ ମିଳିଛି। । ମିଳିଥିବା ସୂଚନା ଆନୁଯାୟୀ, ଓଡ଼ିଶାରେ ୬୩ଟି ସ୍ଥାନରେ ଭୋଟ୍‌ ଗଣତି ଚାଲିଛି। ଅଧିକାଂଶ ବିଧାନସଭା ଆସନରେ ଟ୍ରେଣ୍ଡ ତୀବ୍ର ବେଗରେ ଜଣାପଡ଼ୁଥିବା ବେଳେ ଲୋକସଭା ଆସନ ଗୁଡ଼ିକରେ କିନ୍ତୁ ଗଣତି ଧୀରେ ଧୀରେ ହେଉଥିବା ଦେଖିବାକୁ ମିଳୁଛି। କେଉଁ କାରଣରୁ ଏପରି ହେଉଛି ତାହା ଏପର୍ଯ୍ୟନ୍ତ […]

kkv
ଏଠି ବାପ ଆଗରେ, ପୁଅ ପଛରେ

ଭୁବନେଶ୍ୱର : ଏଥର ନିର୍ବାଚନରେ ଯେତେ ଜଣ ପ୍ରାର୍ଥୀ ହୋଇଛନ୍ତି, ସେଥିରେ ବାପ-ପୁଅ ମଧ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର। ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ସମରେନ୍ଦ୍ର ମିଶ୍ର ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସମରେନ୍ଦ୍ରଙ୍କର ଏହା ହେଉଛି ଡେବ୍ୟୁ ନିର୍ବାଚନ। ନରସିଂହ ମିଶ୍ର ଆଗରେ ରହିଥିବା ବେଳେ ତାଙ୍କ ପୁଅ ପଛରେ ରହିଛନ୍ତି। ବଲାଙ୍ଗିର ଲୋକସଭା […]

sadasiv
ନବରଙ୍ଗପୁର ବିଧାନସଭା ଆସନରୁ ଜିତିଲେ ସଦାଶିବ ପ୍ରଧାନୀ

ନବରଙ୍ଗପୁର: ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଚାଲିଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନର ଫଳାଫଳ ଆସିଯାଇଛି। ଏହି ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଗୌରୀ ମାଝୀଙ୍କୁ ୭୦୭୯ ଭୋଟ୍‌ରେ ପରାସ୍ତ କରିଛନ୍ତି। ସୂଚନାଯୋଗ୍ୟ, ୧୬ଟି ଲୋକସଭା ଆସନରେ ବିଜେଡି ଆଗୁଆ ଥିବାବେଳେ ବିଜେପି ୫ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ କୌଣସି ଆସନରେ ଆଗରେ ନାହିଁ। ବିଧାନସଭା […]

  • Wednesday, 21 July 2021
ty
ବାପ ପଛରେ, ପୁଅ ଆଗରେ

ଭୁବନେଶ୍ୱର: ଆଜି ଯେଉଁ ବାପ-ପୁଅଙ୍କ ଫଳାଫଳ ଆସିବାକୁ ଅଛି, ସେମାନଙ୍କ ମଧ୍ୟରେ ବିଜେପି ନେତା ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ଅଛନ୍ତି। ଗଣତି ଚାଲିଥିବା ବେଳେ କେଉଁ ଆସନରେ କିଏ ଆଗୁଆ ରହିଛନ୍ତି, ସେ ନେଇ ବରାବର ଖବର ଆସୁଛି। ଦାମ ଏଥର ବାଲିକୁଦା-ଏରସମା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ବେଳେ ସେ ପଛରେ ଥିବା ଜଣାପଡ଼ିଛି। ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଏହି ଆସନରେ ଆଗରେ ଚାଲିଛନ୍ତି। ଅନ୍ୟପକ୍ଷରେ ବିଜେଡିରୁ ପ୍ରାର୍ଥୀ […]