
ନୂଆଦିଲ୍ଲୀ/ଭୁବନେଶ୍ୱର: ମାଓ ମୁକାବିଲା ରଣନୀତି ନେଇ ଦିଲ୍ଲୀରେ ହୋଇଥିବା ବୈଠକରେ ଭିତ୍ତିଭୂମିର ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଟେଲିଫୋନ୍ ଓ ବ୍ୟାଙ୍କିଂ ସେବା ସହିତ ରେଳ ଯୋଗାଯୋଗ କରିବାକୁ ସେ ଦାବି ଉଠାଇଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ମାଓ ମୁକାବିଲା ନେଇ ଆଜି ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଓଡ଼ିଶା ସମେତ ଅନ୍ୟ ମାଓ ପ୍ରଭାବିତ ରାଜ୍ୟର ସୁରକ୍ଷା ଓ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। […]
କଟକ: ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍.ଆଇ ପରିଜାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଖ୍ୟାତନାମା ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ପୁଅ ହେଉଛନ୍ତି ଏଲ୍.ଆଇ ପରିଜା। ଗତ ଶନିବାର ଦିନ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
କଟକ : ଦୋଷ ନ କରି ୨୦ ବର୍ଷ ଜେଲ୍ ଦଣ୍ଡ। ଦୀର୍ଘ ବର୍ଷ ଧରି ସଜ୍ଜା କାଟିବା ପରେ ନିର୍ଦ୍ଦୋଷ ପ୍ରମାଣିତ। ଗଞ୍ଜାମ ଜିଲ୍ଲା କୋଦଳା ବ୍ଲକ ଅଞ୍ଚଳରୁ ଏଭଳି ଏକ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ଏକ ହତ୍ୟା ମାମଲାରେ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ହେଲା ଜେଲ୍ରେ ରହିଥିବା ସାଧୁ ପ୍ରଧାନ ଏବେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ଦୀର୍ଘ ବର୍ଷ ପରେ ସେ ଜେଲ୍ରୁ ମୁକୁଳିବାକୁ ଯାଉଛନ୍ତି। ତଳ […]
ଭୁବନେଶ୍ୱର/ପୁରୀ: ପୁରୀର ଭିତ୍ତିଭୂମି ବିକାଶ ଲାଗି ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ୫୦୦ କୋଟି ଟଙ୍କାରେ ପୁରୀ ସହରରେ ନୂଆ ରାସ୍ତା, ସେତୁ, ପାର୍କିଂ ପ୍ଲେସ୍ ସମେତ ସହରର ଅନେକ ବିକାଶ କରାଯିବ। ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସଂଯୋଗ କରିବା ଲାଗି ୧୯୦ କୋଟି ଟଙ୍କା ବ୍ୟୟରେ ଶ୍ରୀସେତୁ ନିର୍ମାଣ ହେବ। ଏହାସହ ଜଗନ୍ନାଥ ବଲ୍ଲଭ ମଠରେ […]
ରାଉରକେଲା: ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଏନେଇ ଆଜି ରାଉରକେଲା ବିଶ୍ରା ଛକରୁ ଏକ ରାଲି ବାହାରି ରାଉରକେଲା ଷ୍ଟେସନ୍ରେ ପହଞ୍ଚିଛି। ସେଠାରେ ଆନ୍ଦୋଳନକାରୀମାନେ ପ୍ରତିବାଦ କରିଛନ୍ତି। ତାଳଚେର -ବିମଳାଗଡ ପ୍ରକଳ୍ପ ପାଇଁ ୨୦୮୮ ଏକର ଜମି ଆବଶ୍ୟକ ହେଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାତ୍ର ୪୬୬ ଏକର ଜମି ଅଧିଗ୍ରହଣ କରାଯାଇଛି। ୨୮୯ କିଲୋମିଟର ଲମ୍ବ ତାଳଚେର-ବିମଳାଗଡ ପ୍ରକଳ୍ପର ମାତ୍ର ୩୯ କିଲୋମିଟର କାମ ଶେଷ ହୋଇଛି। ଏବେ […]
ବାରିପଦା (ମାଣିକଲାଲ୍ ପାଣି): ଆଜି ଶ୍ରୀକ୍ଷେତ୍ରରେ ହୋଇଛି ରଥଯାତ୍ରା। ମାତ୍ର ଆସନ୍ତାକାଲି ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ରଥ ଟଣା ଆରମ୍ଭ ହେବ। ଆଜି ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରେ ବିରାଜମାନ କରାଯାଇଥିଲା। ତା’ପରେ ଶ୍ରଦ୍ଧାଳୁମାନେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଆସନ୍ତାକାଲି ଅପରାହ୍ନ ୨.୩୦ ମିନିଟ୍ରେ ମହାପ୍ରଭୁ ବଳଭଦ୍ରଙ୍କ ରଥକୁ ଭକ୍ତମାନେ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ଟାଣିନେବେ। ପରେ ଭଉଣୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଅଧବାଟ (ଟାଉନ୍ ଥାନା) […]
ବ୍ରହ୍ମପୁର: ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ଭଗବାନ। ଭକ୍ତିର ଶକ୍ତି ଏତେ ଅଧିକ ଯେ, ମହାପ୍ରଭୁ ତାଙ୍କ ପ୍ରିୟ ଭକ୍ତଙ୍କ ପାଇଁ ସବୁ ପ୍ରକାର ଆଡ଼ମ୍ବରକୁ ତ୍ୟାଗ କରିପାରନ୍ତି। ସେ ବାଲି ରଥରେ ତାଙ୍କ ଭକ୍ତ ବଳରାମ ଦାସଙ୍କୁ ଦର୍ଶନ ଦେଇପାରନ୍ତି ଆଉ ଦାସିଆ ବାଉରୀଙ୍କ ପାଇଁ ତାଙ୍କ ରଥ ଅଟକି ଯାଏ। ତାଙ୍କୁ ଯିଏ ଯେଉଁଠି ଡାକିଥାଏ, ସେ ତାର ଡାକ ଶୁଣିଥାନ୍ତି। ସେମିତି ଜଣେ ଭକ୍ତ ହେଉଛନ୍ତି ବ୍ରହ୍ମପୁରର ସତ୍ୟ ମହାରଣା। […]
ନୂଆଦିଲ୍ଲୀ: ସଂସଦରେ ପ୍ରଥମ ଥର ପାଇଁ ବିତର୍କରେ ଭାଗ ନେଇଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ। ବାଚସ୍ପତି ପ୍ରମିଳାଙ୍କୁ ବିତର୍କରେ ଭାଗ ନେବାକୁ ସୁଯୋଗ ଦେଇଛନ୍ତି। ବିତର୍କର ପ୍ରଥମ ଦିନରେ ସେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, “ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ଯଥେଷ୍ଟ ନୁହେଁ। ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୫ ହଜାର, ସହାୟିକାଙ୍କ ଦରମା ୧୨ ହଜାର ଟଙ୍କା କରାଯାଉ ।” ଲୋକସଭା ବାଚସ୍ପତି ପ୍ରମିଳାଙ୍କୁ ପ୍ରଶଂସା କରିଛନ୍ତି। […]
ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ। ଜୋନ୍ ସ୍ତରରୁ ନେଇ ପିସିସି ଯାଏ ଆମୁଳଚୁଳ ପରିବର୍ତ୍ତନ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ। ଆଜି ନିର୍ବାଚନ ପରେ ପ୍ରଥମ ଥର ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ମଧ୍ୟରେ ଆଲୋଚନା ହୋଇଛି। ୧୯ ନିର୍ବାଚନରେ ଦଳର ପରାଜୟ ପରେ ଏନେଇ ରିପୋର୍ଟ ମଗାଯାଇଛି। ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା। ତେବେ […]
କୋରାପୁଟ : ରଥଯାତ୍ରା ପାଇଁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି। ୧୫ଦିନ ଧରି ଅନବସର ପରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ଦିନ ସାରା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ। ଆସନ୍ତାକାଲି ସକାଳେ ମା’ ବିମଳାଙ୍କ ଆଜ୍ଞାମାଳ ପାଇବା ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯିବ। ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚଳିତ ବର୍ଷ ମା’ ସୁଭଦ୍ରାଙ୍କ ରଥରେ ଦୁଇଜଣ ମହିଳା ଡାହୁକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ। […]
ପୁରୀ: ଆସନ୍ତାକାଲି ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥଖଳାରୁ ତିନି ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି। ପ୍ରଥମେ ନନ୍ଦିଘୋଷ ରଥକୁ ନିଆଯାଇଥିଲା। ଏହା ପରେ ଦେବଦଳନ ଓ ତାଳଧ୍ୱଜ ରଥକୁ ନିଆଯାଇଛି। ଏହା ପୂର୍ବରୁ ଅନୁଷ୍ଠିତ ହୋଇଛି ରଥ ଆଜ୍ଞାମାଳ ନୀତି। ପରମ୍ପରା ମୁତାବକ ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ ତିନି ବାଡ଼ରୁ ଆଜ୍ଞାମାଳ ଆଣି ତିନି ରଥରେ ଦେଇଥିଲେ। ୩ ରଥକୁ ଆଜ୍ଞାମାଳ ବିଜେ କରିଥିଲେ ପୂଜା ପଣ୍ଡା। ସେପଟେ […]
ପୁରୀ : ରଥଯାତ୍ରା ବେଳେ ସିସିଟିଭି ନଜରରେ ରହିବ ସମଗ୍ର ପୁରୀ ସହର। ସିଂହଦ୍ୱାର, ବଡ଼ଦାଣ୍ଡଠୁ ଆରମ୍ଭ କରି ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ, ପାର୍କିଂସ୍ଥଳ ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ଏଥି ସହିତ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଏହି ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ ବୋଲି ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ରଥଯାତ୍ରା ପାଇଁ ଦାୟିତ୍ୱରେ ଥିବା ସମସ୍ତ ପୁଲିସ ଓ ଅନ୍ୟ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଚୂଡ଼ାନ୍ତ ବୈଠକ […]
ବାଲେଶ୍ୱର: କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଚାନକ ଆଜି ବାଲେଶ୍ୱର ମେଡିକାଲ ଗସ୍ତ କରିଛନ୍ତି। ବାଲେଶ୍ୱରରେ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିବା ସହ ସେ ରୋଗୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି। ରାତିରେ ମେଡିକାଲରେ ଅଧିକାଂଶ ଡାକ୍ତର ରହୁନଥିବାରୁ ଓ ନର୍ସ ମାନେ ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଉନଥିବା ରୋଗୀମାନେ ଅଭିଯୋଗ କରିଥିଲେ। ଏଥିସହ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନ ହେଲା ଡାକ୍ତର […]
ରାଉରକେଲା: ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ପୁଲିସ ଜବତ କରିଥିବା ସାମଗ୍ରୀ ମଧ୍ୟରେ ୪୪ ହଜାର ୮ ଶହ ଡିଟୋନେଟର, ୧୭ ପ୍ୟାକେଟ୍ ଆମୋନିୟମ ନାଇଟ୍ରେଟ ସହ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ରହିଛି। ଏହି ବିସ୍ଫୋରକ ସାମଗ୍ରୀ ଏକ ବୋଲେରୋ ଗାଡ଼ିରେ ଢେଙ୍କାନାଳରୁ ରାଉରକେଲା ଯାଉଥିବା ସୂଚନା ମିଳିବା ପରେ ପୁଲିସ ଚଢଉ କରିଥିଲା। […]
ବାରିପଦା: ମହାପ୍ରଭୁଙ୍କ ଅଣସର ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ହରିବଳଦେବଜୀଉଙ୍କ ମନ୍ଦିରରେ ଚାଲିଛି ଠାକୁରଙ୍କ ଗୁପ୍ତ ସେବା । ସେବାରେ ଯେପରି ବ୍ୟାଘାତ ନ ଘଟେ, ସେଥିପାଇଁ ମନ୍ଦିର ବେଢ଼ାରେ ଯଥା ସମ୍ଭବ ନିରବତା ରକ୍ଷା କରିବା ପାଇଁ ମନ୍ଦିରରେ ତାଲା ପକାଯାଇଛି। ଶ୍ରୀଜଗନ୍ନାଥଙ୍କ ବାଡରେ ଶ୍ରୀ ନାରାୟଣ, ବଳଦେବଙ୍କ ବାଡରେ ମହାରୁଦ୍ର ଓ ମା’ ସୁଭଦ୍ରାଙ୍କ ବାଡରେ ଭୁବନେଶ୍ୱରୀ ପୂଜା ପାଉଛନ୍ତି। ଶ୍ରଦ୍ଧାଳୁମାନେ ପଟି ଦିଅଁଙ୍କୁ ଦର୍ଶନ କରି ଫେରି ଯାଉଛନ୍ତି। ସେପଟେ ଆଉ କିଛି […]
ନୟାଗଡ଼: ନୟାଗଡ଼ରେ ହେଉଥିବା ସିରିଜ୍ କଙ୍ଗାରୁ କୋର୍ଟକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ଯାଇଛି। ବାରମ୍ୱାର ହେଉଥିବା ଏହି କୋର୍ଟ ବିଷୟରେ ଓଟିଭିରେ ଖବର ପ୍ରସାରଣ କରାଯିବା ପରେ ପ୍ରଶାସନର ଚେତା ପଶିଛି। ଗତକାଲି ଏହି ଗାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ, ଏସ୍ପି, କଙ୍ଗାରୁ କୋର୍ଟର ଶିକାର ପରିବାର, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ,ସ୍ୱାସ୍ଥ୍ୟ କର୍ମଚାରୀ, ଗ୍ରାମବାସୀ ଏବଂ ରଣପୁର ବିଧାୟକ […]
ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ପାଇଁ ବାହାରୁଛି ଜାଲ୍ ବିଜ୍ଞାପନ। ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ସେଲ୍, ଓଜେଇଇ ନାଁରେ ଏହି ବିଜ୍ଞାପନ କରାଯାଉଛି। ଓଜେଇଇ ପକ୍ଷରୁ ଏହି ବିଜ୍ଞାପନ ଦିଆଯାଇଛି। ଏଥିରେ ଫୋନ୍ ନମ୍ୱର ମଧ୍ୟ ରହିଛି। କିନ୍ତୁ ଓଜେଇଇ ପକ୍ଷରୁ ଏଭଳି କୌଣସି ବିଜ୍ଞାପନ ପ୍ରକାଶ ପାଇନାହିଁ। ମିଛ ବିଜ୍ଞାପନ ଦେଇ ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ହଡ଼ପ କରିବା ପାଇଁ ଦଲାଲ୍ମାନେ ଏପରି ପ୍ରୟାସ […]
ନବରଙ୍ଗପୁର: ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା। ନବରଙ୍ଗପୁର ସୁନାରୀ ସାହି ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମହମ୍ମଦଙ୍କ ମୃତ୍ୟୁ ସମୟରେ ତାଙ୍କ ନିକଟରେ ପରିବାର ଲୋକେ ଉପସ୍ଥିତ ଥିଲେ। ମହମ୍ମଦ ବାଜୀଙ୍କ ବିୟୋଗରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି। ସ୍ୱାଧୀନତା ସଂଗ୍ରାମ ଓ ଜନଜାତି ବର୍ଗର ଉନ୍ନତି ପାଇଁ […]
ଭଦ୍ରକ/ବାଲେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରୁ ପୁଣି ଉଦ୍ଧାର ହୋଇଛି ନାଗ ଛୁଆ । ସକାଳେ ଗୋଖାଦିଗି ସାହିର ଲକ୍ଷ୍ମୀଧର ମଲିକ ତାଙ୍କ ଘରେ ଏକ ନାଗ ଛୁଆ ବୁଲୁଥିବାର ଦେଖିବାକୁ ପାଇଥିଲେ। ଏ ନେଇ ପରିବାର ଲୋକେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପଲାଇନ ସଦସ୍ୟ ମିର୍ଜା ଆରିଫ୍ ପହଞ୍ଚି ଘରୁ ଏକ ନାଗୁଣୀ ସହ ୩୬ଟି ନାଗସାପ ଛୁଆକୁ ଉଦ୍ଧାର କରିଥିଲେ। ସେହିପରି ଆନନ୍ଦପୁର ପଞ୍ଚାୟତ ବାଲିପାଟଣା ଗ୍ରାମର କାଶିନାଥ ସାହୁଙ୍କ […]
ଭୁବନେଶ୍ୱର : ଆପଣଙ୍କ ଆଖିରେ ଯଦି କେହି କଳା କପଡ଼ା ବାନ୍ଧି ଦିଅନ୍ତି ତା’ହେଲେ ଆପଣଙ୍କୁ ଚତୁଃର୍ଦିଗ ଅନ୍ଧକାର ଦିଶିବ। ଏହି ସମୟରେ ଯଦି କିଛି ଦେଖିକି ଆପଣଙ୍କୁ କହିବାକୁ କୁହାଯାଏ, ସେତେବେଳେ ଆପଣ କ’ଣ କରିବେ। ଆମେ ନିଶ୍ଚିତ ଯେ, ଆପଣ କିଛି କହି ପାରିବେ ନାହିଁ। କାରଣ ଆଖି ବନ୍ଧା ଯାଇଥିବାରୁ ଆପଣଙ୍କୁ କିଛି ଦେଖାଯିବ ନାହିଁ। କିନ୍ତୁ, ଏପରି ଜଣେ କୁନି ଝିଅ ଅଛନ୍ତି ଯାହା ପାଖରେ ଏକ ବିସ୍ମୟ ପ୍ରତିଭା ରହିଛି। […]
ଗଜପତି: ଗୀତ ଗାଇଲେ ଗଜପତି ଏସ୍ପି ସାରା ଶର୍ମା। ଷ୍ଟୁଡିଓରେ ପ୍ରଫେସନାଲ୍ ସିଙ୍ଗର ଭଳି ଗୀତ ରେକର୍ଡ କରିଛନ୍ତି ଏସ୍ପି। ଏସ୍ପିଙ୍କର ଏହି ଗୀତ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି। ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ଗଜପତି ଏସ୍ପି ଏହି ନିଆରା ପଦକ୍ଷେପ ନେଇଛନ୍ତି। ଗୀତରେ ମହିଳା ସୁରକ୍ଷା ପାଇଁ ସେ ବାର୍ତ୍ତା ଦେଇଛନ୍ତି। ଗଜପତି ଜିଲ୍ଲାରେ ମହିଳାଙ୍କ ସୁରକ୍ଷା ନେଇ ଗଠନ ହୋଇଛି ‘SHE TEAM’। ଖୋଦ୍ ଏସ୍ପି ସାରା ଶର୍ମାଙ୍କ […]
କେନ୍ଦୁଝର: ଓଲଟିଗଲା ସୋରିଷ ତେଲ ବୋଝେଇ ମିନି ଟ୍ରକ୍। ଲୋକେ ଉଦ୍ଧାର କରିବେ କ’ଣ, ତେଲ ଲୁଟିବାରେ ଲାଗିଲେ। ଘଟଗାଁ ଥାନା ନିକଟ ୨୦ ନମ୍ବର ଜାତୀୟ ରାଜପଥର ଗୋଳାବନ୍ଧ ଗାଁ ନିକଟରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି। ଭାରସାମ୍ୟ ହରାଇବା ଯୋଗୁ ଜାତୀୟ ରାଜପଥ କଡ଼କୁ ଓଲଟି ପଡ଼ିଥିଲା ମିନି ଟ୍ରକ୍। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲେ। ତେବେ ଡ୍ରାଇଭର୍ ନଥିବାର ସୁଯୋଗ ନେଇ ଲୋକେ ତେଲ ଲୁଟ୍ କରିବା ଆରମ୍ଭ କରିଥିଲେ। ରାସ୍ତାରେ […]
କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଟିକରପଡ଼ା ଗାଁରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି। ଏଥିରେ ଆକ୍ରାନ୍ତ ହୋଇ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ତୁଳସା କ୍ରିଷ୍ଣାନୀ ଓ ଦୁଦୁରୀ କ୍ରିଷ୍ଣାନୀ। ଗାଁର ଆଉ କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗଲା ଦୁଇ ଦିନ ହେଲା ଗାଁରେ ଅଜଣା ରୋଗ ଲାଗି ରହିଥିବା ବେଳେ ଡାକ୍ତରୀ ଦଳ ଗାଁକୁ ଏଯାଏଁ ଆସିନଥିବା ଲୋକେ ଅଭିଯୋଗ […]
ମାଲକାନଗିରି: ଟିକ୍ଟକ୍ ପ୍ରେମରେ ମେଡିକାଲ୍ କର୍ମଚାରୀ। ଗୁରୁତ୍ୱପୂର୍ଣ୍ଣ ଏସ୍ଏନ୍ସିୟୁ ବିଭାଗ ଭିତରେ ଚାଲିଛି ଟିକ୍ଟକ୍ ଭିଡିଓ। ଏପରି କିଛି ଘଟଣାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ରହିଛନ୍ତି ହସ୍ପିଟାଲ୍ର ନର୍ସ ସମେତ କିଛି ମହିଳା କର୍ମଚାରୀ। ଅଫିସ୍ରେ କାର୍ଯ୍ୟ ଚାଲିଥିବା ସମୟରେ ଏହି ଭିଡିଓଟି ସୁଟ୍ କରାଯାଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଏସ୍ଏନ୍ସିୟୁ ବିଭାଗରେ ଗୁରୁତର ଥିବା ଶିଶୁଙ୍କ ସହିତ ବି ଭିଡିଓ କରାଇବାକୁ ପଛାଇନାହାନ୍ତି ମେଡିକାଲ କର୍ମଚାରୀ। […]
ଭୁବନେଶ୍ୱର: ଦୁବାଇରେ ଫସି ରହିଥିବା ୧୦ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ସୂଚନା ଅନୁସାରେ ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଜିଲ୍ଲାର ୧୦ ଜଣ ଓଡ଼ିଆ ଶ୍ରମିକ ଦୁବାଇକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ କମ୍ପାନୀ ସେମାନଙ୍କୁ ନିର୍ଯାତନା ଦେଉଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ଏପରିକି ସେମାନଙ୍କୁ ସେଠାରେ ଦରମା ଦିଆଯାଉନାହିଁ ବୋଲି ଶ୍ରମିକମାନେ ଅଭିଯୋଗ କରିବା ସହ ସୋଶାଲ ମିଡିଆ ଜରିଆରେ […]