
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଜମି ଅଧିଗ୍ରହଣ ଓ ପୁନର୍ବାସ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ୪୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜମି ଅଧିଗ୍ରହଣ ବିଜ୍ଞପ୍ତିର ୧ସାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ସର୍ଭେ ବେଳେ ଏହି ପରିବାରଙ୍କ ଘରକୁ ଅଗ୍ରାଧିକାର ଦିଆଯାଉଛି। ଅଧିଗ୍ରହଣର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କୁ ଶତକଡ଼ା ୧୦ଭାଗ ଅଧିକ ସହାୟତା ମିଳିବ। […]
ଭୁବନେଶ୍ୱର: ରାଜ୍ୟର ସବୁ ସହରାଞ୍ଚଳରେ ଆଜିଠୁ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ୍। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହାଦ୍ୱାରା ପ୍ଲାଷ୍ଟିକ୍ ପ୍ରଚଳନ କରିବା ବେଆଇନ୍। କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ସଂରକ୍ଷଣ, ପରିବହନ କିମ୍ବା ବଣ୍ଟନ କରିପାରିବେ ନାହିଁ। ବାୟୋଡିଗ୍ରେଡ୍ବଲ୍ […]
ଝାରସୁଗୁଡ଼ା: ମହଙ୍ଗା ପଡ଼ିଲା ପୁଲିସ୍ ଉପରେ ଦାଦାଗିରି। କର୍ତ୍ତବ୍ୟରତ ପୁଲିସ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତିଙ୍କୁ ପୁଲିସ୍ ଗିରଫ କରିଛି। ସୂଚନାଥାଉ କି, ସୋମବାର ରାତି ପ୍ରାୟ ୧୦ଟା ସମୟରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିଲେ। ମାତ୍ର ସେ ସିଟ୍ ବେଲ୍ଟ୍ ବାନ୍ଧି ନ ଥିଲେ। ଏହି ସମୟରେ ବେଲ୍ପାହାଡ଼ ଫାଟକ ନିକଟରେ କାର୍ଯ୍ୟରତ ବେଲପାହାଡ଼ ଥାନାର ଏଏସ୍ଆଇ ଅର୍ଜୁନ ଓରାମ ଓ ଜଣେ କନଷ୍ଟେବଲ […]
ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଆଜି ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିବେ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିପାଇଁ ପଦ୍ମପୁର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ସନତ୍ ଗଡ଼ତିଆଙ୍କୁ ବିଜେପି ଓ […]
ଉମରକୋଟ: ଚାକିରି ନାଁରେ ଠକେଇ ଅଭିଯୋଗ। ନବରଙ୍ଗପୁର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଯୁବକ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଠକିବା ଅଭିଯୋଗରେ ଗତକାଲି ପୁଲିସ୍ ୩ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ହେଲେ ଆଶିଷ କୁମାର ପାତ୍ର ଓ ତାଙ୍କ ସ୍ତ୍ରୀ ରଞ୍ଜନା ବର୍ମା ଏବଂ ଅନିଲ କୁମାର ବାନାର୍ଜୀ। ଆଶିଷ ଓ ରଞ୍ଜନାଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟର ଗୁଲିପାଟଣା ସାହିରେ ହୋଇଥିବା ବେଳେ ଅନିଲଙ୍କ ଘର ଭୁବନେଶ୍ୱରରେ। ଏହି ୩ ଜଣ […]
ଭୁବନେଶ୍ୱର: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। କିନ୍ତୁ ଅକ୍ଟୋବର ୨ ତାରିଖରୁ ପୁଣି ବର୍ଷା ଆରମ୍ଭ ହୋଇଯିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅକ୍ଟୋବର ୨ ଓ ୩ ତାରିଖ ଦୁଇ ଦିନ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶା […]
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେପିରୁ ଲଢ଼ିବେ ସନତ ଗଡ଼ତିଆ। ବିଜେପି ପକ୍ଷରୁ ତାଙ୍କ ନାଁ ଘୋଷଣା ହୋଇଛି। ବିଜେପିରୁ ସନତ ଗଡ଼ତିଆ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାର ଅବସାନ ହୋଇଛି। ଗତ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପିରୁ ଗଡ଼ତିଆ ପ୍ରାର୍ଥୀ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ି ନିର୍ବାଚନରେ ପରାଜୟ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଭାବେ ୧,୧୦,୬୦୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ସନତ ଗଡ଼ତିଆ […]
କଟକ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ୱିଟ୍କୁ ନେଇ ଚର୍ଚ୍ଚା। ପଡ଼ୋଶୀ ମନଜିତ ଦାସ ତାଙ୍କୁ ନିୟମିତ ହଇରାଣ କରୁଥିବା ପରି ଗୁରୁତର ଅଭିଯୋଗ କରିଛନ୍ତି ସାଂସଦ । ଏ ନେଇ ସେ ଟ୍ୱିଟ କରିଛନ୍ତି। I was misbehaved by the IIC Purighat. It really hurts the way they are interconnected. — Anubhav Mohanty (@AnubhavMohanty_) September 29, 2019 ଏ ନେଇ ଅନୁଭବ ସମ୍ପୃକ୍ତ ଥାନାକୁ ଜଣାଇଥିଲେ ମଧ୍ୟ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାମ ଦୋଳି ଲଗାଯାଉଥିବା ବେଳେ ଏହା ଭାଙ୍ଗିଯିବାରୁ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ରାଉରକେଲାର ୧୬ ନମ୍ୱର ସେକ୍ଟର ସ୍ଥିତ ଦୁର୍ଗାପୂଜା ପଡ଼ିଆରେ ମୀନା ବଜାର ପାଇଁ ଦୋଳି ଲଗା ଯାଉଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଛି। ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଆହତ ଶ୍ରମିକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଆହତ ତିନି ଜଣ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ହେଲେ ନାବାଳକଙ୍କ ଅବସ୍ଥା […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ବିଚ୍ ରାସ୍ତାରେ ଯୁବକଙ୍କ ଗୁଣ୍ଡାଗର୍ଦ୍ଦି। ସର୍ବସମ୍ମୁଖରେ ନାବାଳିକା ଓ ତାଙ୍କ ସଂପର୍କୀୟଙ୍କୁ ଜଣେ ଯୁବକ ମାଡ଼ ମାରିବା ସହ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ଛକରୁ ଆମ୍ବପୁଅ ଯିବା ବାଟରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ବେଳେ ସମ୍ପୃକ୍ତ ନାବାଳିକା ଜଣକ ତାଙ୍କ ସଂପର୍କୀୟଙ୍କ ସହ କାର୍ରେ ଯାଉଥିଲେ। ଏହି ସମୟରେ […]
ନବରଙ୍ଗପୁର: ବିଧାୟକ ହେବ ତ ଏମିତି। ସଫେଇ କର୍ମଚାରୀଙ୍କ ପାଦ ଧୋଇ ସମ୍ମାନିତ କଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ଏହାର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାପରେ ଚର୍ଚ୍ଚାରେ ବିଧାୟକ। ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଗତକାଲି ଡାବୁଗାଁରେ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ପାପାଡ଼ାହାଣ୍ଡି ଓ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ […]
ଯାଜପୁର: ନୂଆ ସଂଶୋଧିତ ମୋଟରଯାନ ଆଇନ୍ ଲାଗୁ ହେବାପରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଛି। ତେବେ ଲୋକମାନେ ଏହାକୁ ବିରୋଧ କରିବା ପରେ ୩ ମାସ ପାଇଁ ଟ୍ରାଫିକ୍ର କିଛି ନିୟମ କୋହଳ ହୋଇଥିଲା। ଏହି ସମୟ ମଧ୍ୟରେ ଗାଡ଼ିର ଆବଶ୍ୟକ କାଗଜପତ୍ର କରିବା ସହ ଲୋକଙ୍କୁ ସଚେତନ ହେବା ପାଇଁ ତାଗିଦ କରାଯାଇଥିଲା। ହେଲେ ଲୋକେ ନିୟମ ପାଳନ କ’ଣ କରିବେ ବରଂ ଖାମ୍ଖିଆଲି ହୋଇ ଗାଡ଼ି ଚଲାଉଛନ୍ତି। ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ ଏଭଳି […]
ବାସୁଦେବପୁର: ବନ୍ଧୁକ ଦେଖାଇ ଜୋର ଜବରଦସ୍ତ ଟଙ୍କା ଆଦାୟ କରିବା ୩ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସେମାନଙ୍କୁ ଲୋକମାନେ କାବୁ କରି ବାନ୍ଧି ନିର୍ଧୂମ ମାଡ଼ ମାରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ପଢୁଆଁ ଗାଁରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ ଗାଁର ମଣିଆ ମଲିକ ନାମକ ଜଣେ ବ୍ୟକ୍ତି ବାଲେଶ୍ୱର ଜିଲ୍ଲା ବଳରାମଗଡିର ଡଙ୍ଗା ଚାଳକ ତପନ ମଲିକଙ୍କ ନିକଟରେ କାମ କରନ୍ତି। ଏଥିପାଇଁ ତପନ, ବଣିକୁ ଆଗୁଆ ୧ଲକ୍ଷ ୩୦ଟଙ୍କା ଦେଇଥିଲେ। […]
ଭୁବନେଶ୍ୱର: ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି(ଓସେପା) କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ଯଦି କୌଣସି କର୍ମଚାରୀ ନିଯୁକ୍ତି ସମୟରେ ଜାଲ୍(ଫେକ୍) ସାର୍ଟିଫିକେଟ୍ ଦେଇଥିବା ନେଇ ଧରାପଡ଼ନ୍ତି ତେବେ ସେମାନଙ୍କ ନାଁରେ ଏଫ୍ଆଇଆର୍ ରୁଜୁ ହେବ। ଏନେଇ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ନିଯୁକ୍ତି ସମୟରେ ଡିପିଓ ଏବଂ ବ୍ଲକ୍ ସ୍ତରର କର୍ମଚାରୀ(ଓସେପା ଅଧୀନସ୍ଥ)ମାନେ ଦେଇଥିବା ଶିକ୍ଷାଗତ ଯୋଗ୍ୟତା ଯଥା- ସାର୍ଟିଫିକେଟ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ଜଳ ବିବାଦ ନେଇ ମହାନଦୀ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଛି। ଏଥିରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୨ ମଧ୍ୟରେ ଓଡ଼ିଶା ଟିମ୍ ଛତିଶଗଡ଼ ଯିବ। ନଭେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ଓଡ଼ିଶା ଆସିବ ଛତିଶଗଡ଼ ଟିମ୍। ଓଡ଼ିଶା ଆଡଭୋକେଟ ଜେନେରାଲ ଅଶୋକ ପରିଜା ଆଜି ଏହି ସୂଚନା ଦେଇଛନ୍ତି। ଏହି ମାମଲା ନେଇ ଡିସେମ୍ବର ୨ ତାରିଖ ସୁଦ୍ଧା […]
ରାଉରକେଲା: ଝିଅର ଚାପରେ ପଡ଼ି ମୋ ପୁଅ ଆତ୍ମହତ୍ୟା କରିଛି। ସମ୍ପୃକ୍ତ ଝିଅକୁ ତୁରନ୍ତ ଗିରଫ କରି ଦଣ୍ଡିତ କରାଯାଉ। ସେ ଝିଅ ମୋ ପୁଅ ସହିତ ଯାହା କଲା ସେମିତି ଆଉ କେଉଁ ପୁଅ ସହ ସେପରି ନ କରୁ। କୋହଭରା କଣ୍ଠରେ ଏପରି କହିଛନ୍ତି ରାଉରକେଲା ଝିରିପାଣି ବ୍ରିଜ୍ରୁ କୋଏଲ ନଦୀକୁ ଡେଇଁ ପ୍ରାଣ ହରାଇଥିବା ୯ମ ଶ୍ରେଣୀ ଛାତ୍ର ନିଲେଶ ଦାଶଙ୍କ ବାପା ନିର୍ମଳ ଚନ୍ଦ୍ର ଦାସ। ସେ କହିଛନ୍ତି, ମୋ ଘରେ […]
ଭୁବନେଶ୍ୱର: ପୂର୍ବତନ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ହେଲେ ବିଜେପୁର ପାଇଁ ବିଜେଡି ପ୍ରାର୍ଥୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତାଙ୍କ ନାଁ ଆଜି ଘୋଷଣା କରିଛନ୍ତି। ପ୍ରାର୍ଥିତ୍ୱ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସହ ବିଜେଡି ଜିତିବ ବୋଲି ରୀତା ସାହୁ କହିଛନ୍ତି। ତେବେ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ଅସନ୍ତୋଷ ଥିଲା ବୋଲି ସେ ମାନିଛନ୍ତି। OTV ସହ କଥା ହେଲା ବେଳେ ରୀତା କହିଛନ୍ତି, ପୂର୍ବରୁ ଅସନ୍ତୋଷ ଥିଲା, ଏବେ ଆଉ କିଛି […]
ବ୍ରହ୍ଣପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଥିବା ଆର୍ମି ଏୟାର୍ ଡିଫେନ୍ସ ସେଣ୍ଟରକୁ ମିଳିଲା ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ। ଆଜି ଏୟାର୍ ଡିଫେନ୍ସ ସେଣ୍ଟର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସର୍ବୋଚ୍ଚ ସାମରିକ ସମ୍ମାନ ପ୍ରଦାନ କରିଛନ୍ତି। ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ ହେଉଛି ସଶସ୍ତ୍ର ସେନା ପାଇଁ ସର୍ବୋଚ୍ଚ ସାମରିକ ସମ୍ମାନ। ଉଭୟ ଶାନ୍ତି ଏବଂ ସଂଘର୍ଷ ସମୟରେ ସେନା କର୍ପସ୍ଙ୍କ ପ୍ରଦର୍ଶନକୁ ଭିତ୍ତି କରି ଏହି ପୁରସ୍କାର ଚୟନ […]
ପୁରୀ: ଆଜି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦେବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। ଶ୍ରୀମନ୍ଦିର ବାଇଶି ପାହାଚରେ କିଛି ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରୁଥିବା ବେଳେ ଆଉ କିଏ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରୁଛନ୍ତି। ପିତୃପକ୍ଷରେ ବିଶେଷକରି ପିତା,ପିତାମହ,ପ୍ରପିତାମହ,ମାତା,ପିତାମୟୀ, ପ୍ରପିତାମୟୀ, ମାତାମହ,ପ୍ରମାତାମହ ଓ ବୃଦ୍ଧ ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। ପିତୃପକ୍ଷରେ ଶ୍ରୀମନ୍ଦିର […]
ବରଗଡ଼: ବିଜେପୁର ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ବିଜେପି କର୍ମୀ ମନୋରଞ୍ଜନ ମେହେରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ୮ଟା ସମୟରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ମନୋରଞ୍ଜନ ତାଙ୍କର ୨ଜଣ ବନ୍ଧୁଙ୍କ ସହ ବାଇକ୍ରେ ସୋହେଲାରୁ ନିଜ ଗାଁ ପଡ଼ାକୁ ଫେରୁଥିଲେ। ଏହି ସମୟରେ ବିଜେପୁର କନାପାଲି ଗାଁ ନିକଟରେ କିଛି ଦୁର୍ବୃତ୍ତ ବାଇକ୍ରେ […]
ଧର୍ମଗଡ଼: ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ଘଟଣା ଦିନ ତାଙ୍କୁ ଲିଫ୍ଟ ଦେଇଥିବା ଯୁବକ ଲଳିନ୍ଦ୍ର ଶବର ହିଁ ମୁଖ୍ୟ ଖଳ ନାୟକ। ଲଳୀନ୍ଦ୍ର ହିଁ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ତା ପରେ ଅନ୍ୟମାନେ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ଭବାନୀପାଟଣାର ଏକ କ୍ଲିନିକ୍ରୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଫେରୁଥିବା ବେଳେ ବସ୍ଷ୍ଟାଣ୍ଡରେ ଲଳିନ୍ଦ୍ର ସହ ତାଙ୍କର ଦେଖା ହୋଇଥିଲା। […]
ପୁରୀ: ବିଚ୍ ରାସ୍ତା ଉପରେ ସାଧୁଙ୍କୁ ଦୁର୍ବ୍ୟବହାର। ଆଉ ତଣ୍ଟିଆ ମାରି ଥାନାକୁ ନେଇଗଲେ ପୁଲିସ୍ ବାବୁ। ପୁରୀ ସହରରେ ଏପରି ଘଟଣା ଘଟିଛି। ସିଂହଦ୍ୱାର ସମ୍ମୁଖରେ ଗେରୁଆ ବସ୍ତ୍ର ପିନ୍ଧିଥିବା ଜଣେ ସାଧୁଙ୍କୁ ଧକ୍କା ମାରୁଥିବାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ମିଳିଥିବା ସୂଚନା ମୁତାବକ, ଗେରୁଆ ବସ୍ତ୍ର ଧାରଣ କରିଥିବା ବାବା ଜଣକ ସିଂହଦ୍ୱାର ସମ୍ମୁଖରେ ଥିବା ମଙ୍ଗୁ ମଠର ମହନ୍ତଙ୍କୁ ଭେଟିବାକୁ ଯାଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା […]
ଭୁବନେଶ୍ୱର: ସୁଶୀଲ କୁମାର ଲୋହାନି ହେଲେ ଓଡ଼ିଶାର ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ। ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ ନିଯୁକ୍ତ ଲାଗି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଜଣଙ୍କ ନାଁ ସୁପାରିସ କରାଯାଇଥିଲା। ତେବେ ଭାରତୀୟ ନିର୍ବାଚନ କମିଶ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁଶୀଲଙ୍କ ନାଁକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ସୁରେନ୍ଦ୍ର କୁମାର ଏହି ପଦବୀରେ ଥିଲେ। ନୂଆ ପଦବୀରେ ଯୋଗଦାନ ସହ […]
ଭୁବନେଶ୍ୱର: ଓଡିଶାର ପୂର୍ବତନ ରାଜସ୍ୱ ମନ୍ତ୍ରୀ ଏବଂ ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ନାୟକ ଅସୁସ୍ଥ। ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ଅନେକ ରାଜନେତା ଓ ସାମାଜିକ କର୍ମୀ ମେଡିକାଲ ଯାଇ ସୁରେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଉତ୍କଳ କଂଗ୍ରେସରୁ ଆରମ୍ଭ କରି ଜନତାଦଳ ଓ ବିଜୁ ଜନତା ଦଳ ଯାଏ ଅବିଭକ୍ତ ଓ ପୁନର୍ଗଠିତ ପୁରୀ ଜିଲ୍ଲାର ପୁରୋଧା ଭାବେ ସେ ବେଶ୍ […]
ଭୁବନେଶ୍ୱର: ୧୫ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଆର୍ଟିଓ ଅଫିସକୁ ଦଲାଲମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଟିଓମାନଙ୍କ ସହ ଭିଡିଓ କନଫରେନସିଂ କରି ମୁଖ୍ୟମନ୍ତ୍ରୀ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ କିପରି ସହଜରେ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ, ଗାଡ଼ିର କାଗଜ ପତ୍ର କିପରି ସୁବିଧାରେ ହୋଇପାରିବ ସେସବୁ ଉପରେ ଗୁରୁତ୍ୱ ଦେବାକୁ ବୈଠକରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଅଧିକ କାଉଣ୍ଟର ଓ ଗ୍ରାମାଞ୍ଚଳରେ କ୍ୟାମ୍ପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ […]