• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bus
କାଲି ଓଡ଼ିଶାରେ ଘରୋଇ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ଅର୍ଥାତ୍‌ ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଓଡ଼ିଶାର ସମସ୍ତ ଘରୋଇ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଜନତା କର୍ଫ୍ୟୁ ପାଇଁ ଘରୋଇ ବସ୍ ଚଳାଚଳ ବନ୍ଦ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ଘରୋଇ ବସ୍ […]

  • Thursday, 22 July 2021
earthquake
ଭୂକମ୍ପରେ ଦୋହଲିଲା ମାଲକାନଗିରି

ମାଲକାନଗିରି: ଭୂକମ୍ପରେ ଦୋହଲିଲା ମାଲକାନଗିରି। ମାଲକାନଗିରି ଜିଲ୍ଲା ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ୨ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଆଜି ଦିନ ୧୧ଟା ୧୫ ମିନିଟ୍‌ ସମୟରେ ପ୍ରଥମେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଏହାର କିଛି ସେକେଣ୍ଡ୍‌ ପରେ ପୁଣିଥରେ ଦ୍ୱିତୀୟ ଥର ଭୂକମ୍ପ ହୋଇଥିଲା। ୨-୩ ସେକେଣ୍ଡ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଦୁଇ ଦୁଇ ଥର ଭୂକମ୍ପ ଅନୁଭୂତ ହେବା […]

  • Thursday, 22 July 2021
bus
କାଲି କଟକରେ ବସ୍‌ ଚଳାଚଳ ବନ୍ଦ

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ଅର୍ଥାତ୍‌ ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେହିପରି ଆସନ୍ତାକାଲି କୌଣସି ପାସେଞ୍ଜର ଟ୍ରେନ୍‌ ମଧ୍ୟ ଗଡ଼ିବନି। ଶନିବାର-ରବିବାର ମଧ୍ୟ ରାତ୍ରୀରୁ ପାସେଞ୍ଜର ଟ୍ରେନ ନ ଗଡ଼ିବା ନେଇ ନିଷ୍ପତ୍ତି ହୋଇଛି। ଜନତା କର୍ଫ୍ୟୁ ପାଳନ ପାଇଁ ଆସନ୍ତକାଲି କଟକରେ ବସ୍‌ ଚଳାଚଳ ବନ୍ଦ ରହିବ। ଏନେଇ […]

  • Thursday, 22 July 2021
odisha
ଦୁବାଇ ଫେରନ୍ତା ଯୁବକଙ୍କୁ ନେଇ ଗାଁରେ ଉତ୍ତେଜନା

କେନ୍ଦୁଝର: ଦୁବାଇ ଫେରନ୍ତା ଯୁବକଙ୍କୁ ନେଇ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗମ୍ଭାରିଆ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତିଙ୍କ ଜ୍ୱାଇଁ ଦୁବାଇରୁ ଫେରି ୪ ଦିନ ହେବ ଶ୍ୱଶୁର ଘରେ ଥିଲେ। ଗତକାଲି ଘଟଣା ଜଣାପଡିବା ପରେ ଯୁବକଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ଗାଁ ଲୋକେ ଅଡ଼ି ବସିଛନ୍ତି। ଲୋକଙ୍କ ଜିଦ୍ ପରେ ସମ୍ପୃକ୍ତ ଯୁବକଙ୍କୁ ଏକ ଘରେ ଆଇସୋଲେସନ୍‌ରେ ରଖାଯାଇଛି। ଆଜି ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କ ପରୀକ୍ଷା […]

  • Thursday, 22 July 2021
corona
କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ବନ୍ଧା ହେଲେ

ଅନୁଗୁଳ: କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ଅନୁଗୁଳ ଜିଲ୍ଲାର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ ହେଲେ ଅନୁଗୁଳ ଥାନା ଅନ୍ତର୍ଗତ ଶଙ୍କର ସିନେମା ରୋଡ ୬ନମ୍ବର ଓ୍ୱାର୍ଡରେ ରହୁଥିବା ବିଜୟ କୁମାର ସୋନି। ପୁଲିସ୍‌ ସୂଚନା ଅନୁଯାୟୀ, ବିଜୟ, କରୋନା ଭାଇରସ୍‌କୁ ନେଇ ମିଥ୍ୟା ଖବର ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଅନୁଗୁଳରେ କରୋନା ଭୂତାଣୁରେ ଜଣେ ସଂକ୍ରମିତ ହୋଇଥିବା ନେଇ ସେ ସୋଶାଲ ମିଡିଆରେ ଗୁଜବ ପ୍ରଚାର […]

  • Thursday, 22 July 2021
vehicle
ଟ୍ୱିନ୍‌ସିଟିରେ କେଉଁ ଗାଡ଼ି କେଉଁ ଦିନ ଗଡ଼ିବ, ଜାଣନ୍ତୁ...

ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱରେ କରୋନା ମୁକାବିଲା ଲାଗି ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ସର୍ବସାଧାରଣ ସ୍ଥାନରେ ଅଧିକ ଜନସମାଗମ ନ କରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅଧିକ ଜରୁରୀ କାମ ନ ଥିଲେ ଘରୁ ବାହାରିବାକୁ ବାରଣ କରାଯାଉଛି। ଆଜିିଠାରୁ ଟ୍ୱିନ୍‌ସିଟିରେ ଅଡ୍‌-ଇଭିନ୍(ଯୁଗ୍ମ-ଅଯୁଗ୍ମ) ଫର୍ମୁଲା ଲାଗୁ ହୋଇଛି। ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଗାଡ଼ିକୁ ନେଇ ଏହି କଟକଣା ଲାଗୁ ହୋଇଛି। ଗାଡ଼ିର ଶେଷ ନମ୍ବର ଯୁଗ୍ମ-ଅଯୁଗ୍ମକୁ ଧରାଯିବ। ଯେପରି ୨, ୪, ୬, ୮ […]

  • Thursday, 22 July 2021
Coronavirus-breaking
ଆଜିଠୁ ବାହାରେ ୭ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ

ଭୁବନେଶ୍ୱର: ଆଜିଠାରୁ ବାହାରେ ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକ  ଏକାଠି ହୋଇପାରିବେ ନାହିଁ। କରୋନା ସତର୍କତା ସ୍ୱରୂପ ରାଜ୍ୟ ସରକାର  ଏଭଳି ନିଷ୍ପତ୍ତି ନେଇଥିବା  ଜଣାପଡ଼ିଛି। କରୋନା ଛଡ଼ା ଅନ୍ୟ କୌଣସି ମିଟିଂ ହୋଇପାରିବ ନାହିଁ। ସେହିପରି ଜୟନ୍ତୀ ପାଳନ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଛନ୍ତି। ରବିବାର […]

  • Thursday, 22 July 2021
Lord Jagannath
ୟୁନିୟନ୍‌ ବ୍ୟାଙ୍କରେ ରହିବ ଜଗା ଟଙ୍କା

ପୁରୀ: ୟୁନିୟନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ମହାପ୍ରଭୁଙ୍କ ଟଙ୍କା ୟୁନିୟନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବା ନେଇ ଟେଣ୍ଡର ପ୍ରକ୍ରିୟା ପରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ୫ ଦଶମିକ ୭୫ ପ୍ରତିଶତ ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ୍‌ ବ୍ୟାଙ୍କରେ ଜମା କରାଯିବ। ଶ୍ରୀମନ୍ଦିର କର୍ପସ ଫଣ୍ଡ୍ ସହିତ ଟେମ୍ପଲ ଫଣ୍ଡ୍ ଟଙ୍କା ଜମା ପାଇଁ ଜାତୀୟକରଣ ବ୍ୟାଙ୍କମାନଙ୍କଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। […]

  • Thursday, 22 July 2021
odias
“ସରକାର ଆମକୁ ଉଦ୍ଧାର କରନ୍ତୁ”

ଭୁବନେଶ୍ୱର: ଓଡ଼ିଶା ହସ୍ତଶିଳ୍ପର ପ୍ରଚାରପ୍ରସାର ପାଇଁ ଦକ୍ଷିଣ ଆମେରିକାର ପେରୁକୁ ଯାଇଥିବା ବେଳେ ସେଠାରେ ଫସି ରହିଛନ୍ତି ୨ ଓଡ଼ିଆ। ପେରୁ ସରକାର ଦେଶରେ ନ୍ୟାସନାଲ ଏମର୍ଜେନ୍ସି ଘୋଷଣା କରବି ସହ ଲିମା ଏୟାରପୋର୍ଟକୁ ବନ୍ଦ କରିଦେଇଥିବାରୁ ଉଭୟ(ଦୁଇ ଓଡ଼ିଆ) ଅତି ଦୟନୀୟ ଅବସ୍ଥାରେ ସେଠାରେ ଫସି ରହିଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସେମାନେ ସୋଶାଲ ମିଡିଆରେ ଓଡ଼ିଶା ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ଏହି ୨ ଓଡ଼ିଆ ହେଲେ ସଞ୍ଜୀବ କୁମାର ମହାପାତ୍ର […]

  • Thursday, 22 July 2021
sanitizer
ଅଳ୍ପ ଖର୍ଚ୍ଚରେ ଏମିତି ଉପାୟରେ ଘରେ ତିଆରି କରନ୍ତୁ ସାନିଟାଇଜର୍‌

ଭୁବନେଶ୍ୱର: କରୋନା ପାଇଁ ବଜାରରେ ଏବେ ସାନିଟାଇଜର୍‌ର ଅଭାବ ଦେଖିବାକୁ ମିଳିଛି। ଆଉ ଯାହା ବି ମିଳୁଛି ତା’କୁ ଅଧିକ ଦାମ୍‌ରେ ବିକ୍ରି କରାଯାଉଛି। ଏପରି ସ୍ଥିତିରେ ସାନିଟାଇଜର୍‌କୁ ନେଇ ଲୋକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ହେଲେ ଏବେ ଆପଣଙ୍କୁ ଏଥିପାଇଁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ଆପଣ ମଧ୍ୟ ଚାହିଁଲେ ଅଳ୍ପ ଖର୍ଚ୍ଚରେ ଘରେ ସାନିଟାଇଜର୍‌ ତିଆରି କରିପାରିବେ। ଘରେ କେମିତି ସାନିଟାଇଜର୍‌ ତିଆରି କରିବେ ସେନେଇ ଅଣ୍ଟା ଭିଡିଛି ସେଣ୍ଟ୍‌ ଜନ୍‌ ଆମ୍ବୁଲାନ୍ସ(ଓଡ଼ିଶା)। […]

  • Thursday, 22 July 2021
odisha
କରୋନାକୁ ନେଇ ଗୁଜବ ପ୍ରଚାର କରୁଥିଲେ, ଧରିଲା ପୁଲିସ୍‌

ଉମରକୋଟ: ସୋଶାଲ ମିଡିଆରେ କରୋନା ବିଷୟରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ ଯୁବକ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଭାରସୁଣ୍ଡି ଗାଁର ମିଥୁନ ହାଲଦାର। ମାଂସରେ କରୋନା ଭାଇରସ୍‌ ରହିଥିବା ନେଇ ସୋଶାଲ ମିଡିଆରେ ଏକ ଗୁଜବ ଭିଡିଓ ପ୍ରଚାର କରିଥିଲେ ମିଥୁନ। ଏହା ଜଣାପଡ଼ିବା ପରେ ରାଇଘର ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ସୂଚନାଥାଉ କି, କିଛିଦିନ ତଳେ କରୋନାକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ […]

  • Thursday, 22 July 2021
puri
ଜଳିଗଲା ଶ୍ରୀମନ୍ଦିର ଉପରେ ଲାଗିଥିବା ମାନସିକଧାରୀଙ୍କ ବାନା

ପୁରୀ: ଜଳିଗଲା ପୁରୀ ଶ୍ରୀମନ୍ଦିର ଉପରେ ଲାଗିଥିବା ମାନସିକଧାରୀଙ୍କ ବାନା। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମନ୍ଦିରରେ ନୀଳଚକ୍ର ତଳକୁ ଲାଗିଥିବା ମାନସିକଧାରୀଙ୍କ ବାନାରେ ଗତକାଲି ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ନୀଳଚକ୍ର ବାନା ଅକ୍ଷତ ରହିଛି। ଦୀପ ନିଆଁରେ ମାନସିକଧାରୀଙ୍କ ବାନାରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ମାନସିକଧାରୀଙ୍କ ବାନାରେ ନିଆଁ ଲାଗିବା ପରେ ତୁରନ୍ତ ଏହାକୁ ଲିଭାଇ ଦିଆଯାଇଥିଲା।  

  • Thursday, 22 July 2021
rain
ବଜ୍ରପାତ ନେଲା ୧୧ ଜୀବନ, ଡଙ୍ଗାବୁଡ଼ି ୨ ନିଖୋଜ

ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ହୋଇଥିବା ଝଡ଼ତୋଫାନ ଓ ବଜ୍ରପାତ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦୁଇଟି ସ୍ଥାନରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି। ଝଡ଼ତୋଫାନ ଓ ବଜ୍ରପାତ ଯୋଗୁ ସୁନ୍ଦରଗଡ଼ରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ଭଞ୍ଜନଗରରେ ୨ଜଣ ଓ ଢେଙ୍କାନାଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜଗତସିଂହପୁରର ବାଲିକୁଦାରେ ଜଣେ, ପୁରୀ କୃଷ୍ଣପ୍ରସାଦର ଖୋଲଗଞ୍ଜ ଗାଁରେ ଜଣଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ମଇଦାଲପୁର ଥାନା ଅଞ୍ଚଳରେ ମଧ୍ୟ […]

  • Thursday, 22 July 2021
brown sugar
୨ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ ସୁଗର୍‌ ଜବତ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ୨ କେଜି ୭୦୦ ଗ୍ରାମ୍‌ର ବ୍ରାଉନ୍‌ ସୁଗର୍‌ ଜବତ ହୋଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍‌ ଡିଜି ଅଭୟ ସୂଚନା ଦେଇଛନ୍ତି। ଓଡ଼ିଶା ପୁଲିସ୍‌ର ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରି ଏହି ବ୍ରାଉନ୍‌ ସୁଗର୍‌କୁ ଜବତ କରିଛି। ଜବତ ହୋଇଥିବା ବ୍ରାଉନ୍‌ ସୁଗର୍‌ର ଆନୁମାନିକ ବଜାର ମୂଲ୍ୟ ୨ କୋଟି ୭୦ ଲକ୍ଷ ଟଙ୍କା ହେବବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି।

  • Thursday, 22 July 2021
JAGANNATH
କାଲିଠାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: କରୋନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି। କାଲି ଠାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। କେବଳ ନୀତିକାନ୍ତି ପାଇଁ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ପାରିବେ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି।

  • Thursday, 22 July 2021
market
ଆଜି ସନ୍ଧ୍ୟା ୬ରୁ ରାଜଧାନୀର ଏହିସବୁ ହାଟ ବନ୍ଦ

ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଥିବା କିଛି ହାଟ ଉପରେ ବିଏମ୍‌ସି କଟକଣା ଲଗାଇଛି। ଏହି ହାଟ ଗୁଡ଼ିକ ଆଜିଠୁ ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ। ଏଣିକି ଏହି ହାଟ ଗୁଡ଼ିକ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ। ସନ୍ଧ୍ୟା ୬ଟା ପରେ ଜନଗହଳିକୁ ଦୃଷ୍ଟିରେ ରଖି ହାଟଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମର ନିର୍ଦ୍ଦେଶ ଅନୁସାରେ, ୟୁନିଟ-୧ ଡେଲି ମାର୍କେଟ୍/ ହାଟ, ୟୁନିଟ-୨ ମାର୍କେଟ୍, ସହିଦନଗର ଡେଲି […]

  • Thursday, 22 July 2021
jagannath-temple
ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା

ପୁରୀ: ୟେସ୍‌ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଇ-ଟ୍ରାନ୍ସଫର ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାକୁ SBIର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର୍ କରିଛି ୟେସ୍ ବ୍ୟାଙ୍କ। ମୂଳଧନ ୩୮୯ କୋଟି ଓ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା, ଏମିତି ମୋଟ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାଙ୍କୁ ଷ୍ଟେଟ୍ ବ୍ୟାଙ୍କରେ ୟେସ୍‌ ବ୍ୟାଙ୍କ ପକ୍ଷରୁ ଜମା […]

  • Thursday, 22 July 2021
accident
ପୁଲିସ୍‌ ଜିପ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା: ଡେପୁଟି ସୁବେଦାରଙ୍କ ମୃତ୍ୟୁ, ୩ ଗୁରୁତର

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍‌ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପୁଲିସ୍‌ ଜିପ୍‌ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଭିକାରୀ ଚରଣ। ସେ OSAP ଫାଷ୍ଟ […]

  • Thursday, 22 July 2021
hotel
ହୋଟେଲ୍‌ରେ କ୍ୱାରେଣ୍ଟାଇନ୍‌ ସୁବିଧା, ଦିନକୁ ୨୫୦୦ ଟଙ୍କା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଉଛି। ତେବେ ଯିଏ ଘରେ ନ ରହି ସରକାରଙ୍କ ଦ୍ୱାରା କରାଯାଇଥିବା ସ୍ଥାନରେ ରହିବାକୁ ଚାହିଁବେ ସେମାନଙ୍କ ପାଇଁ ସରକାରୀ କୋଠାରେ ମାଗଣାରେ ବ୍ୟବସ୍ଥା କରାଯାଇଛି। ଏହାବାଦ ଯଦି କିଏ ନିଜ ଖର୍ଚ୍ଚରେ ହୋଟେଲ ରୁମ୍‌ରେ କ୍ୱାରେଣ୍ଟାଇନରେ ରହିବାକୁ ଚାହିଁବେ ତାଙ୍କ ପାଇଁ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାଜଧାନୀ ଭୁବନେଶ୍ୱରର […]

  • Thursday, 22 July 2021
ration
ଆଗୁଆ ମିଳିବ ୩ ମାସର ରାସନ

ଭୁବନେଶ୍ୱର: କରୋନା ପାଇଁ ଆଗୁଆ ମିଳିବ ୩ ମାସର ରାସନ। ଏପ୍ରିଲ ୧ରୁ ମେ’ ୧୫ ମଧ୍ୟରେ ଚାଉଳ, ଗହମ, କିରାସିନି ମିଳିବ। ତେବେ ରାସନ୍‌ ଦେବାବେଳେ ଇ-ପାସ୍, ବାୟୋମେଟ୍ରିକ ମେସିନ ଓ ଆଇରିସ୍ ସ୍କାନିଂ ବନ୍ଦ ରହିବ। ଅର୍ଥାତ୍‌ ଏସବୁର ବ୍ୟବହାର ହେବନି। ସୂଚନାଥାଉ କି, ବିଭିନ୍ନ ଯୋଜନାରେ ମିଳୁଥିବା ଭତ୍ତା ମଧ୍ୟ ଏକକାଳୀନ ୪ ମାସ ପାଇଁ ମିଳିବ।

  • Thursday, 22 July 2021
students
ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ, କିଛି ଶିକ୍ଷାନୁଷ୍ଠାନ ଖୋଲା ଥିବା ନେଇ ଅଭିଯୋଗ

ଖୋର୍ଦ୍ଧା: କରୋନା ମୁକାବିଲା ଲାଗି ରାଜ୍ୟ ସରକାର ବେଶ ତତ୍ପର ଅଛନ୍ତି। ଏପରି କ୍ଷେତ୍ରରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ନ ବଢ଼େ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଗୋଟିଏ ସ୍ଥାନରେ ଅଧିକ ଲୋକ ଏକାଠି ହେବାକୁ ମନା କରାଯାଇଛି। ଏହାସହ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରି ଦିଆଯାଇଛି। କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। କରୋନା ମୁକାବିଲା ପାଇଁ ସ୍କୁଲ ଓ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ ପରେ ବି […]

  • Thursday, 22 July 2021
tiger
ଆଖି ବୁଜିଲା କଲରାପତରିଆ ବାଘ ସୂରଜ

ଭୁବନେଶ୍ୱର: ନନ୍ଦନକାନନରେ ଆଖି ବୁଜିଲା କଲରାପତରିଆ ବାଘ ସୂରଜ। ଗତ କିଛି ଦିନ ଧରି ସେ ବ୍ଲଡ୍ ପ୍ରୋଟୋଜନ୍ ଇନ୍‌ଫେକ୍ସନ୍‌ରେ ପୀଡ଼ିତ ଥିଲା। ତେବେ ଗତକାଲି ଅପରାହ୍ନରେ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ଗତକାଲି ରାତିରେ ତା’ର ମୃତ୍ୟୁ ଘଟିଥିଲା। ୧୬ ବର୍ଷ ବୟସରେ ସୂରଜର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨୦୦୪ ମସିହା ଜୁଲାଇରେ ଭଞ୍ଜନଗର ଅଞ୍ଚଳରୁ ସୂରଜକୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ସେତେବେଳେ ସେ ୩ରୁ ୪ ମାସର ଛୁଆ ଥିଲା। ବୟସାଧିକ […]

  • Thursday, 22 July 2021
market
ବିଏମ୍‌ସି କଟକଣା- ସକାଳ ୬ଟାରୁ ସଂଧ୍ୟା ୬ ଯାଏ ଖୋଲା ରହିବ ହାଟ

ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଥିବା ପ୍ରମୁଖ ହାଟ ଉପରେ ବିଏମ୍‌ସି କଟକଣା ଲଗାଇଛି। ବିଏମ୍‌ସି ଅଧିନରେ ଆସୁଥିବା ପ୍ରମୁଖ ହାଟ ଗୁଡ଼ିକ ଏଣିକି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ। ଏହାପରେ ହାଟ ଗୁଡ଼ିକ ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ। ହାଟରେ  ବିଭିନ୍ନ ପ୍ରକାରର ଜିନିଷ ଯେପରିକି ପରିବାଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ମିଳିଥାଏ। ଯେହେତୁ ଗୋଟିଏ ସ୍ଥାନରେ ସମସ୍ତ ଜିନିଷ ମିଳିଥାଏ, ତେଣୁ ହାଟରେ ଲୋକଙ୍କ ଭିଡ଼ […]

  • Thursday, 22 July 2021
arrest
ପ୍ରଧାନମନ୍ତ୍ରୀଙ୍କ ନାଁରେ ମିଛ ଖବର ପ୍ରଚାର କରି ବନ୍ଧା ହେଲେ ୪ ଯୁବକ

ପାଟକୁରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍‌ରେ ଆକ୍ରାନ୍ତ ନେଇ ସୋଶାଲ୍ ମିଡିଆରେ ମିଛ ଖବର ପ୍ରଚାର କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ୍‌ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଏହି ୪ ଜଣ ଯୁବକ ପ୍ରଧାନମନ୍ତ୍ରୀ ମୋଦି କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ସୋଶାଲ ମିଡିଆରେ ମିଛ ଖବର ପ୍ରଚାର କରିଥିଲେ। ଏଭଳି ମିଛ ଖବର ପ୍ରଚାର କରି ଲୋକଙ୍କୁ ଆତଙ୍କିତ କରୁଥିବା ଅଭିଯୋଗରେ ପୁଲିସ୍‌ ସେମାନଙ୍କୁ ଗତକାଲି ଗିରଫ କରିଛି। ସେହିପରି […]

  • Thursday, 22 July 2021
odisha
ଗୁଜବ ପ୍ରଚାର କରି ବନ୍ଧା ହେଲେ

ଅନୁଗୁଳ: କରୋନାକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ଅନୁଗୁଳ କୋଲିୟରୀ ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଅନୁଗୁଳ ନୂଆଁହତା ଗାଁର ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ଗିରଫ ଯୁବକ ଜଣକ ନିଜ ଫେସବୁକ୍ ଆକାଉଣ୍ଟରେ ଗୁଜବ ପ୍ରଚାର କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଥାନାରେ ଏତଲା ହେବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ଉତ୍ତର-କେନ୍ଦ୍ରାଞ୍ଚଳ […]

  • Thursday, 22 July 2021