• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

sa
ପ୍ରଥମ ଥର ପାଇଁ ପ୍ରଦର୍ଶନୀ ପଡ଼ିଆରେ ପାଳନ ହେବ ୭୩ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହ ପାଳନ କରିବା ନିମନ୍ତେ ଭୁବନେଶ୍ୱରରେ ବ୍ୟାପକ ଆୟୋଜନ କରାଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବର ଆୟୋଜନ କରାଯାଇଛି। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିବାଦନ ଗ୍ରହଣ କରିବେ । ଶାନ୍ତିଶୃଙ୍ଖଳ ରକ୍ଷା ପାଇଁ ପ୍ରାୟ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।  ପୂରା ପଡ଼ିଆ ସିସିଟିଭି ନଜରରେ ରହିଛି। ସ୍ୱାଧୀନତା ଦିବସ ପାଳନ ନିମନ୍ତେ ସମଗ୍ର […]

  • Thursday, 22 July 2021
840234-murder-case-062419
ଟାଙ୍ଗିଆ ଚୋଟରେ ଶେଷ କରିଦେଲା ସାତ ଜନମର ସାଥୀକୁ

ମୋହନା : ଘରୋଇ କଳିର କରୁଣ ପରିଣତି ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକରେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଶେଷରେ ଭୟାନକ ରୂପ ଧାରଣ କରିଛି। ଝଗଡ଼ାରେ ଅତିଷ୍ଠ ସ୍ୱାମୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ପରେ ନିଜେ ମଧ୍ୟ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି।  ଅଭିଯୁକ୍ତ ସ୍ୱାମୀର ମାନସିକ ବିକୃତି ରହିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି।

  • Thursday, 22 July 2021
jharsuguda-1.1..
ନିଲମ୍ବିତ ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟ ସରକାର ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ ଏଡିଏମ୍ ପ୍ରଦୀପ ସାହୁଙ୍କୁ ଝାରସୁଗୁଡ଼ାର ଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବା ଯାଏ ସେ ଏହି ଦାୟିତ୍ୱ ତୁଲାଇବେ। ହାଇକୋର୍ଟଙ୍କ ୨୦୧୯ ମାର୍ଚ୍ଚ ୧୯ର ଅନ୍ତରୀଣ ନିର୍ଦ୍ଦେଶ ଉଲ୍ଲଂଘନ ସ୍ପଷ୍ଟ ହେବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଓ ଜଷ୍ଟିସ୍ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ […]

  • Thursday, 22 July 2021
123-2
ଖୋଲିଲା ହୀରାକୁଦ ଡ୍ୟାମ୍‌ର ଗେଟ୍

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍‌ର ଗେଟ୍। ହୀରାକୁଦ ଡ୍ୟାମ୍ ଖୋଲି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ସବୁଥର ଭଳି ଏଥର ମଧ୍ୟ ୭ ନମ୍ବର ସ୍ଲୁଇସ୍ ଗେଟ୍‌କୁ ଖୋଲାଯାଇଛି। ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଡ୍ୟାମ୍ ଜଳସ୍ତର ୬୧୮ ଫୁଟ ଟପିବା ପରେ ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲାଯାଇଛି। ସାଙ୍କେତିକ ଭାବେ ଗୋଟିଏ ଗେଟ୍ ପ୍ରଥମେ ଖୋଲାଯାଇଛି। ଛତିଶଗଡ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ସହ ସମ୍ପର୍କରେ ଅଛନ୍ତି ଡ୍ୟାମ କର୍ତ୍ତୃପକ୍ଷ।

  • Thursday, 22 July 2021
src
୨୪ ଘଣ୍ଟାରେ ବଲାଙ୍ଗିରରେ ପ୍ରବଳ ବର୍ଷା; ୨ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ୨୪ ଘଣ୍ଟାରେ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ବଲାଙ୍ଗିର ବ୍ଲକରେ ସର୍ବାଧିକ ୫୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୧୭ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି। ବନ୍ୟା ସ୍ଥିତି ନେଇ ଏହି ସୂଚନା ଦେଇଛନ୍ତି ଏସ୍‌ଆର୍‌ସି(ସ୍ପେଶାଲ୍‌ ରିଲିଫ୍‌ କମିଶନର) ବିଷ୍ଣୁପଦ ସେଠୀ। ଲଗାଣ ବର୍ଷାରେ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ୮ଟି […]

  • Thursday, 22 July 2021
b
ବୁଡ଼ିଲା ମାଆ ଭଟ୍ଟାରିକାଙ୍କ ମନ୍ଦିର

କଟକ: ବୁଡ଼ିଲା ମାଆ ଭଟ୍ଟାରିକାଙ୍କ ମନ୍ଦିର। ମହାନଦୀ ପାଣି ବଢ଼ିବା ପରେ ବଡ଼ମ୍ବାର ପ୍ରସିଦ୍ଧ ମାଆ ଭଟ୍ଟାରିକା ମନ୍ଦିର ବୁଡ଼ି ଯାଇଛି। ମନ୍ଦିରର ଚାରିପଟେ ଏବେ ପାଣି ଆଉ ପାଣି। ପରିସ୍ଥିତି ଏପରି ହୋଇଛି ଯେ, ମନ୍ଦିରକୁ ଦେଖିଲେ ଏହା ନଦୀ ମଧ୍ୟରେ ଥିବା ଭ୍ରମ ସୃଷ୍ଟି କରୁଛି। ବନ୍ୟା ପାଣି ଆସିବା ପୂର୍ବରୁ ମାଆ ଭଟ୍ଟାରିକାଙ୍କ ବିଗ୍ରହଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପ୍ରତିବର୍ଷ ମହାନଦୀ ପାଣି ବଢ଼ିବା ପରେ ଭଟ୍ଟାରିକା ମନ୍ଦିର ବୁଡ଼ି ଯାଇଥାଏ।  

  • Thursday, 22 July 2021
RAIN
ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ

ଭୁବନେଶ୍ୱର: ଦକ୍ଷିଣ ଝାଡ଼ଖଣ୍ଡ, ପଶ୍ଚିମବଂଗ ଓ ଉତ୍ତର ଓଡ଼ିଶା ଉପରେ ସୃଷ୍ଟ ଲଘୁଚାପ ଏବେ ଝାଡ଼ଖଣ୍ଡ ମୁହାଁ ହୋଇଛି। ଏହାର ପ୍ରଭାବରରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଓ ରାୟଗଡ଼ାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଯାଏ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀ ପରାମର୍ଶ ଦିଆଯାଇଛି।

  • Thursday, 22 July 2021
Sameer Dash
ସ୍କୁଲ ଖୋଲିବାରେ ବାଧକ ସାଜିବନି ଟିକାକରଣ: ମନ୍ତ୍ରୀ

୨୬ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଦଶମ  ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଥିଲେ।

Capture
ପ୍ରବଳ ବର୍ଷା ଯୋଗୁ ସ୍କୁଲ୍‌ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବରଗଡ଼: ବରଗଡ଼ ଜିଲ୍ଲାର ପାଇକମାଲ ଓ ପଦମପୁର ଅଂଚଳରେ ବର୍ଷା ଲାଗି ରହିଛି। ପାଇକମାଲରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ବର୍ଷା ଆଶଙ୍କାରେ ଜିଲ୍ଲାରେ ସମସ୍ତ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର ଅନେକ ଅଂଚଳ ଜଳମଗ୍ନ ହୋଇପଡ଼ିଥିଲା। ବରଗଡ଼ ସହରର ବିଭିନ ସ୍ଥାନରେ ପାଣି ଜମି ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା। ବର୍ଷା ଯୋଗୁ ଗତକାଲି ମଧ୍ୟ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ […]

  • Thursday, 22 July 2021
hqdefault
ଆଜି ଖୋଲିବ ହୀରାକୁଦ ଗେଟ୍‌

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମରୁ ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଡାକବାଜି ଯନ୍ତ୍ର ଯୋଗେ ବନ୍ୟା ଜଳ ନିଷ୍କାସନ ନେଇ ସୂଚନା ଦିଆଯାଇଛି। ସେହି ସମୟ ମଧ୍ୟରେ ମହାନଦୀ ମଧ୍ୟକୁ ନଯିବାକୁ ଓ ଗୃହ ପାଳିତ ପଶୁଙ୍କୁ ନ ଛାଡ଼ିବାକୁ ପ୍ରଚାର କରାଯାଉଛି। ଆଜି ଦିନ ୧୧ଟା ପରେ ଯେ କୌଣସି ସମୟରେ ଗେଟ୍ ଖୋଲିବା ଆରମ୍ଭ ହେବ। ଅନ୍ୟ ବର୍ଷ ଭଳି ପ୍ରଥମେ ୭ […]

  • Thursday, 22 July 2021
0.31856900_1519145641_hirakud
ମହାନଦୀରେ ଆସିପାରେ ବନ୍ୟା; ୧୩ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବାର ସତର୍କ ସୂଚନା ମିଳିଛି। ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଆସନ୍ତାକାଲି ସକାଳ ୬ଟାରୁ ୧୦ଟା ଭିତରେ ମୁଣ୍ଡୁଳିଠାରେ ୧୧.୫ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ମହାନଦୀ ଓ ଏହାର ଶାଖା ନଦୀରେ ମଧ୍ୟମ ଧରଣ ବନ୍ୟା ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରଭାବିତ […]

  • Thursday, 22 July 2021
odisha high court
ହାଇକୋର୍ଟଙ୍କୁ ଅବମାନନା; ଜିଲ୍ଲାପାଳଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଉଲଂଘନ ଅଭିଯୋଗର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଓ ଜଷ୍ଟିସ୍ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କେ. ବୀଣା ପଟ୍ଟନାୟକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କର ୨୦୧୯ ମାର୍ଚ୍ଚ ୧୯ର ଅନ୍ତରୀଣ ନିର୍ଦ୍ଦେଶ ଉଲଂଘନ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ କୋର୍ଟ ଜିଲ୍ଲାପାଳଙ୍କୁ ନିଲମ୍ବନ କରିବା […]

  • Thursday, 22 July 2021
କୁଆଖାଇ ନଦୀ ପଠାରୁ ମିଳିଲା ମୃତଦେହ
କୁଆଖାଇ ନଦୀ ପଠାରୁ ମିଳିଲା ମୃତଦେହ, ବାଲି ତଳେ ପୋତା ଯାଇଥିଲା

କୁଆଖାଇ ନଦୀ ପଠାରେ ଗତକାଲି ସନ୍ଧ୍ୟାରେ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ଯଦିଓ ମୃତକଙ୍କ ପରିଚୟ ମିଳିପାରି ନାହିଁ ତେବେ ମୃତଦେହ ଜଣେ ପୁରୁଷଙ୍କ ବୋଲି ଜଣାପଡ଼ିଛି।

fff
ବନ୍ୟା ପରିସ୍ଥିତିର ସମୀ‍କ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର, କନ୍ଧମାଳ ଜିଲ୍ଲାରେ ଫ୍ଲାସ୍ ବନ୍ୟା ସ୍ଥିତି ନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନବୀନ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି। ୧୫ ତାରିଖ ସକାଳ ସୁଦ୍ଧା ମୁଣ୍ଡଳିରେ ୧୦ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ ବୋଲି ସୂଚନା ଦିଆଯାଇଛି।  ତେଣୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ […]

  • Thursday, 22 July 2021
Rainfall
ପ୍ରବଳ ବର୍ଷିବ; ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର:  ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୋନପୁର, ନୂଆପଡ଼ା ଓ ଝାରସୁଗୁଡ଼ା। ଆଜି ଏହି ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ସେହିପରି କୋରାପୁଟ, ରାୟଗଡ଼ା, କନ୍ଧମାଳ ଭଳି ୧୦ଟି ଜିଲ୍ଲାକୁ ଜାରି ହୋଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ୧୦ଟି ଜିଲ୍ଲାରେ ବି ପ୍ରବଳ ବର୍ଷା […]

  • Thursday, 22 July 2021
niracha
ବିଜେଡିର ନିର୍ବାଚନୀ ଖର୍ଚ୍ଚ ହିସାବ; କେଉଁ ବିଧାୟକଙ୍କୁ କେତେ ଦେଇଥିଲା ଦଳ?

ଭୁବନେଶ୍ୱର : ନିଜ ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଏଥର ନିର୍ବାଚନରେ ଖର୍ଚ୍ଚ କରିବାକୁ ବିଜେଡି ଦେଇଥିଲା ୩୯ କୋଟି ୪୦ ଲକ୍ଷ ଟଙ୍କା। କେବଳ ପିନାକୀ ମିଶ୍ରଙ୍କୁ ଛାଡ଼ି ଦେଲେ ନିର୍ବାଚନରେ ଲଢ଼ିଥିବା ସବୁ ବିଧାୟକ ପ୍ରାର୍ଥୀଙ୍କୁ ୨୦ ଲକ୍ଷ ଓ ସାଂସଦ ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲା ବିଜେଡି। ନିର୍ବାଚନ କମିଶନଙ୍କୁ ଦଳ ଏ ତଥ୍ୟ ଦେଇଛି। ବଡ଼କଥା ହେଉଛି ବିଜେଡିର କିଛି ବିଧାୟକ ପ୍ରାର୍ଥୀ ଦଳ ଦେଇଥିବା ଟଙ୍କାକୁ ଖର୍ଚ୍ଚ […]

  • Thursday, 22 July 2021
nayagarh-1
ବାରମ୍ବାର ଖିସି ପଳାଉଥିଲା, ୭ ଜଣଙ୍କ ଚାକିରି ବି ଗଲା; ଶେଷରେ ଧରାପଡ଼ିଲା

ନୟାଗଡ଼: ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା ବଣି। ଜେଲରେ ଥିବା ବେଳେ ସେ ପାଚେରୀ ଡେଇଁ ଦୁଇ ଥର ଖସି ପଳାଇଥିଲା। ତେବେ ୯ ତାରିଖରେ ପୁଲିସ ତାକୁ ଧରି କୋର୍ଟ ଆଣୁଥିବା ବେଳେ ପୁଣି ଖସି ଯାଇଥିଲା। ଏହି ଘଟଣାରେ ନୟାଗଡ଼ ଏସପି ଆଉ ୫ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ତପନର ଘର ଫତେଗଡ଼ ଥାନା ଅନ୍ତର୍ଗତ କରବର ଗାଁ ହାଡୁଆସାହିରେ। ଗତ ୯ ତାରିଖରେ ତପନକୁ ଏକ ଭ୍ୟାନ୍‌ରେ ଖଣ୍ଡପଡ଼ା ସବ୍‌ଜେଲରୁ […]

  • Thursday, 22 July 2021
school d
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଯାଜପୁର: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଯାଜପୁର ବଡ଼ିଚଣା ବ୍ଲକ ରଇପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ସ୍କୁଲ୍ ଫାଟକରେ ତାଲା ପକାଇ ଫାଟକ ସମ୍ମୁଖରେ ଧାରଣାରେ ବସିରହିଛନ୍ତି ଛାତ୍ରାଛାତ୍ରୀ ଓ ଅଭିଭାବକ। ଦୀର୍ଘଦିନ ହେଲା ସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନଥିବାବେଳେ ସାହିତ୍ୟ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ସାମାଜିକ ବିଜ୍ଞାନ ବିଷୟ ପାଇଁ ଶିକ୍ଷକ ନାହାଁନ୍ତି। ଏ ସମ୍ପର୍କରେ ଅନେକ ଥର ବ୍ଲକ ଶିକ୍ଷାଅଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ […]

  • Thursday, 22 July 2021
telkoi-1..1
ନଈରେ ବନ୍ୟାପାଣି ଚାଲୁଥିବା ବେଳେ ପୋଲ ଉପରୁ ଖସିପଡ଼ିଲେ ବୃଦ୍ଧା

ତେଲକୋଇ (ଚିନ୍ମୟ କୁମାର ସାହୁ): ତେଲକୋଇ ବଜାର ପାଖରେ ଥିବା ସମାକୋଇ ନଦୀ ପୋଲ ଉପରୁ ଆଜି ଅପରାହ୍ନରେ ଜଣେ ବୃଦ୍ଧା ଖସି ପଡ଼ି ଭାସି ଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ବୃଦ୍ଧାଙ୍କର  ଏଯାଏ କୌଣସି ଖୋଜ୍ ଖବର ମିଳି ନଥିବା ବେଳେ ସେ ଘୋଡ଼ାଇ ହେଉଥିବା ଏକ ଚାଦର ଉଦ୍ଧାର କାର୍ଯ୍ୟ ବେଳେ ମିଳିଛି। ବୃଦ୍ଧା ଜଣକ ତେଲକୋଇ ବଜାର ଆସି […]

  • Thursday, 22 July 2021
bolangiri-3..1
ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର

ବଲାଙ୍ଗୀର( ଘଟେଶ୍ୱର ମିଶ୍ର): ଲଗାଣ ବର୍ଷାରେ ବେହାଲ ହେଲାଣି ବଲାଙ୍ଗୀରର ଅବସ୍ଥା । ଗତ ୨ ଦିନ ଧରି ବଲାଙ୍ଗୀରରେ ପ୍ରବଳ ବର୍ଷା ହେଉଛି।  ଗତକାଲି ରାତି ତମାମ ବର୍ଷା ହେବା ପରେ ବଲାଙ୍ଗୀର ସହରର ଅବସ୍ଥା ସଙ୍ଗୀନ ହୋଇ ପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ, ଘରେ ଘରେ ପାଣି ପଶିଯାଇଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ ଧୋଇ ହୋଇ ଯିବାରୁ ବାଧାପ୍ରାପ୍ତ ଯାତାୟତ […]

  • Thursday, 22 July 2021
sve
ଶିବ ମନ୍ଦିରରେ ଥିଲେ, ହଠାତ୍‌ ମାଡ଼ିଆସିଲା ବନ୍ୟାପାଣି

କଳାହାଣ୍ଡି: ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ବର୍ଷା ପାଣିଘେରରେ ରହିଛି। କେସିଙ୍ଗା ବେଲଖଣ୍ଡି ଶିବ ମନ୍ଦିରରେ ଏକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପାଣି ହଠାତ ମାଡିଆସିବାରୁ ୨୦ରୁ ଅଧିକ ଲୋକେ ପାଣିଘେରରେ ରହିଛନ୍ତି। ସେହିପରି ମଦନପୁର ରାମପୁର ବ୍ଲକ ମୋହନଗିରିର କାଳି ଗଙ୍ଗା ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଗତକାଲି ରାତିରେ  ଏହି ନାଳରେ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଭାସିଯାଇଥିଲା। କିନ୍ତୁ ଚାଳକ ଜଣକ […]

  • Thursday, 22 July 2021
TALAQ
ପବିତ୍ର ଇଦ୍-ଉଲ୍-ଜୁହାରେ ବି ସ୍ତ୍ରୀକୁ ତଲାକ୍ ଦେଲେ ସ୍ୱାମୀ

ବାଲେଶ୍ୱର: ଟ୍ରିପଲ ତଲାକ୍‌କୁ ଦଣ୍ଡନୀୟ ଅପରାଧ ବୋଲି ଆଇନ ଅଣାଯିବା ପରେ ବି ଥମୁନି ଟ୍ରିପଲ୍ ତଲାକ୍ ଅଭିଯୋଗ। ପବିତ୍ର ଇଦ୍-ଉଲ୍-ଜୁହାରେ ବି ସ୍ୱାମୀ ପତ୍ନୀଙ୍କୁ ତିନି ତଲାକ ଦେଇଛି। ଏଭଳି ଅଭିଯୋଗ ଆସିଛି ସୋର ପଠାଣ ମହଲାରୁ। ଏ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ପୀଡ଼ିତା। ତାଙ୍କ ଅଭିଯୋଗ ଅନୁସାରେ, ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା। ତାଙ୍କୁ ଦୀର୍ଘ ଦିନ ହେଲାଣି ନିର୍ଯାତନା ଦିଆଯାଉଥିଲା। ଶାଶୂ ଘର ଲୋକେ ତାଙ୍କୁ ହଇରାଣ, […]

  • Thursday, 22 July 2021
kalia youjna
କାଳିଆ ହିତାଧିକାରୀ ତାଲିକା: ବଢ଼ିଲା ଯାଞ୍ଚ ପ୍ରକ୍ରିୟା ଅବଧି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ତାଲିକାର ଅବଧିକୁ ବଢ଼ାଇ ଦିଆଯାଇଛି। ଆସନ୍ତାକାଲି ଯାଞ୍ଚର ଶେଷ ତାରିଖ ଥିଲା। କିନ୍ତୁ ଏହାକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କାଳିଆ ଯୋଜନା ସମୀକ୍ଷା ପରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି। ଇତିମଧ୍ୟରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ସରିଛି। ଆସନ୍ତା ୨୭ତାରିଖରେ ପଞ୍ଚାୟତ ସ୍ତରରେ ଓ ୨୯ତାରିଖରେ ବ୍ଲକ୍‌ ସ୍ତରରେ ଏବଂ […]

  • Thursday, 22 July 2021
dengue
ପୁଣି ଡେଙ୍ଗୁ ଭୟ; ଏସ୍‌ସିବିରେ ଜଣଙ୍କ ମୃତ୍ୟୁ

କଟକ: କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ। ମୃତ ବ୍ୟକ୍ତି ଦଣକ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି  ଅଞ୍ଚଳର ଦେବକୀ ବେହେରା। ସେ ଗତ ୨୯ ତାରିଖରୁ ଡେଙ୍ଗୁ ୱାର୍ଡର ICUରେ ସେ ଚିକିତ୍ସାଧୀନ ଥିଲେ। କିନ୍ତୁ ଆଜି ତାଙ୍କର ପରଲୋକ ହୋଇଛି। ତେବେ କଟକ ବଡ଼ ମେଡିକାଲରେ ଚଳିତ ବର୍ଷର ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ। ତେବେ କେବଳ କଟକ ନୁହେଁ, ପୂର୍ବରୁ ଗଞ୍ଜାମ୍‌ରେ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ […]

  • Thursday, 22 July 2021
corona death
କରୋନାର କରୁଣ କାହାଣୀ : ସ୍ତ୍ରୀ ଚାଲିଗଲା ପରେ ଦିନ ମଜୁରିଆ ବାପା ଉପରେ ଦୁଇ ଛୁଆଙ୍କ ଦାୟିତ୍ୱ

ଦିନ ମଜୁରିଆ ଭାବେ କାମ କରନ୍ତି ଅକ୍ଷୟ । ଯେତିକି ରୋଜଗାର ହୁଏ, ସେଥିରେ ପରିବାର ଚଳିଯାଏ । କୋଭିଡରେ ପଡି ସ୍ତ୍ରୀ ଶଶୀକଳା ଆର ପାରିକୁ ଚାଲିଲେ ପରେ ଏବେ ୨ ଟି ଛୋଟ ଛୁଆଙ୍କ ଦାୟିତ୍ୱ ଅକ୍ଷୟଙ୍କ ଉପରେ