• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

two
ଦିବ୍ୟାଙ୍ଗ ଦୁଇ ଭାଇ ହୃଦୟ ଜିତିଲେ : ପାଟି ସିନା ଖୋଲେନି, ହେଲେ କଥା କହେ ହାତ

ଅନୁଗୋଳ  : ସେମାନେ ଜନ୍ମରୁ ଦିବ୍ୟାଙ୍ଗ । ଶୁଣି ପାରନ୍ତିନି କି କଥା ବି କହିପାରନ୍ତିନି । ହେଲେ ମନର ଭାବକୁ ପରିପ୍ରକାଶ ପାଇଁ ସେମାନଙ୍କ ଆଗରେ ନାହିଁ କିଛି ବି ପ୍ରତିବନ୍ଧକ। ଜଣଙ୍କ ହାତର ପେନସିଲ କଥା କହୁଥିବା ବେଳେ ଅନ୍ୟ ଜଣଙ୍କ ପରିକଳ୍ପନା ଚିତ୍ରରେ ରୂପ ନିଏ । ଏହି ଦିବ୍ୟାଙ୍ଗ ଦୁଇ ଭାଇ ହେଲେ ଅନୁଗୁଳ ଜିଲ୍ଲା କୁକୁଡ଼ାଙ୍ଗ ଗାଁର ନିର୍ମଳ ବାରିକଙ୍କ ଦୁଇ ପୁଅ ଶୁଭମ ଓ ପ୍ରୀତମଙ୍କ। ପାଟି ସିନା […]

  • Monday, 19 July 2021
jay
ରାଜ୍ୟର ୨୫ ଜିଲ୍ଲାରେ ଆରମ୍ଭ ହେଲା ସଂଗଠନ 'ୟୁଥ୍ ଫର୍ ଆକ୍ସନ୍'

ଭୁବନେଶ୍ୱର :  ରାଜ୍ୟର ୨୫ଟି ଜିଲ୍ଲାର ୫ ହଜାର ଯୁବକଯୁବତୀଙ୍କୁ ନେଇ ଆରମ୍ଭ ହୋଇଛି ଅଣରାଜନୈତିକ ସଂଗଠନ ‘ୟୁଥ୍ ଫର୍ ଆକ୍ସନ୍’ ।  ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହାର ଶୁଭାରମ୍ଭ ହେବା ସହ ଲୋଗୋ ଓ ୱେବ୍‌ସାଇଟ୍ ଉନ୍ମୋଚିତ ହୋଇଛି । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ । ସଂଗଠନର ଆଗାମୀ ୧୦୦ ଦିନିଆ କାର୍ଯ୍ୟପନ୍ଥା ସ୍ଥିର ହୋଇଥିବା ବେଳେ ସେହି ଅନୁସାରେ […]

  • Monday, 19 July 2021
puri
ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନା ପାଇଁ ପୁରୀ ପୁରସ୍କୃତ

ଭୁବନେଶ୍ୱର: ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନା ପାଇଁ ପୁରୀ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ଦିଲ୍ଲୀଠାରେ ଏହି ସମ୍ମାନ ଦିଆଯାଇଛି। ଅଭିନେତା ତଥା ପାନି ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଆମୀର ଖାନ୍‌ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସ୍ୱଚ୍ଛତା ହି ସେବା ୨୦୧୯ ଅଭିଯାନ ଅଧୀନରେ ଏକ କର୍ମଶାଳା ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ସ୍ୱଚ୍ଛତା […]

  • Monday, 19 July 2021
winter
ଆହୁରି କଲବଲ କରିବ ଶୀତ

ସୋନପୁର /ବାଲିଗୁଡ଼ା/ବଣାଇ : ୫ ଦିନ ପରେ ପୁଣି ରାଜ୍ୟକୁ ଫେରିଛି ହାଡ଼ଥରା ଜାଡ଼ । ୧୦ ଡ଼ିଗ୍ରୀ ତଳକୁ ଖସିଛି ୧୩ଟି ସହରର ତାପମାତ୍ରା। ସୋନପୁର ପୁଣି ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଥିବାବେଳେ ବଣାଇ ଓ ଦାରିଙ୍ଗିବାଡ଼ିରେ ବି ଅସହ୍ୟ କରୁଛି ଶୀତ। ପାଣିପାଗ ବିଭାଗ କହିଛି ଆସନ୍ତା ୫ଦିନ ଯାଏଁ ତାପମାତ୍ରା ସବୁଆଡେ ପ୍ରାୟ ସମାନ ରହିବ । ତେଣେ ଜାଡ଼ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନ ଉପରେ କୋରଡ଼ା ମାଡ଼ […]

  • Monday, 19 July 2021
tree man
ନିଆରା ପ୍ରେମିକ : ପତ୍ନୀଙ୍କ ସ୍ମୃତିରେ ନିଜ ଅଞ୍ଚଳକୁ କଲେ ସବୁଜ ସୁନ୍ଦର

ଭଞ୍ଜନଗର : ପ୍ରେମ ବି ମିଳନ ଦିଏ ପ୍ରେମ ବି ବିଚ୍ଛେଦ ଦିଏ। ଯେବେ ସେହି ବିଚ୍ଛେଦର ପ୍ରୀତିରେ ନିଜର ପ୍ରିୟଜନକୁ ଖୋଜି ବସେ ତାକୁ ପାଖରେ ପାଇପାରେନି ସିନା ହେଲେ ତା’ସ୍ମୁତିକୁ ନେଇ ସେ ଗଢ଼ି ବସେ ସ୍ମୁତିର ତାଜମହଲ। ଦୁନିଆ ତାକୁ ତାରିଫ୍ କରେ। ଆଉ ସେଇଠି ତା’ ପ୍ରେମ ପାଲଟି ଯାଏ ସାର୍ଥକ। ତା’ ପ୍ରେମପ୍ରୀତି ହୋଇଯାଏ ପ୍ରଶଂସିତ। ଏହି ପ୍ରେମକୁ ଅମର ରଖିବା ପାଇଁ ଦିନେ ମୋଗଲ ସମ୍ରାଟ ନିଜ ବେଗମଙ୍କ […]

  • Monday, 19 July 2021
tinder-1
ଫ୍ଲପ୍‌ ହୋଇଗଲା ଡିଜିଟାଲ୍‌ ଲଭ୍‌ , ଗିରଫ ହେଲେ ୫

ଭୁବନେଶ୍ୱର : ଟିଣ୍ଡର ଆପ୍‌ରେ ଡେଟିଂର ଡାର୍ଟି ଏଣ୍ଡିଂ । ଭୁବନେଶ୍ୱର ଟିଣ୍ଡର ଆପ୍ ମାମଲାରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌। ଥାନାରେ ପରସ୍ପର ବିରୋଧୀ ୨ଟି ମାମଲା ରୁଜୁ ହୋଇଛି । ଯୁବତୀଙ୍କ ଅଭିଯୋଗ ଆଧାରରେ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିବା ବେଳେ ବ୍ୟାଙ୍କ ଅଧିକାରୀଙ୍କ ପାଲଟା ଅଭିଯୋଗ କ୍ରମେ ଯୁବତୀ ଓ ତାଙ୍କ ୩ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଯୁବତୀ ଓ […]

  • Monday, 19 July 2021
punjilal
ଜେଲ୍‌ରୁ ବାହାରି ମାଆଙ୍କ ଶେଷକୃତ୍ୟରେ ସାମିଲ ହେଲେ ପୁଞ୍ଜିଲାଲ୍

ବଲାଙ୍ଗିର : ଜେଲ୍‌ରୁ ବାହାରି ମାଆଙ୍କ ଶେଷକୃତ୍ୟରେ ସାମିଲ ହେଲେ ପୁଞ୍ଜିଲାଲ୍ ମେହେର । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବଲାଙ୍ଗିର ଜେଲ୍‌ରୁ ପାଟଣାଗଡ଼ର ରାମପୁର ଗାଁକୁ ନେଇଥିଲା ପୁଲିସ । ଏହାପରେ ଗାଁ ଶ୍ମଶାନରେ ସେ ମାଆଙ୍କୁ ମୁଖାଗ୍ନି ଦେଇଥିଲେ । ଗତକାଲ କୋର୍ଟ ପୁଞ୍ଜିଲାଲ୍‌ଙ୍କୁ ମାଆଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ଅନୁମତି ଦେଇଥିଲେ । ପୁଲିସ ପହରାରେ ଯାଇ ମାଆଙ୍କ ଶେଷକୃତ୍ୟରେ ସାମିଲ ହୋଇପାରିବେ ବୋଲି […]

  • Monday, 19 July 2021
suspicious death
ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି : ପୋଷ୍ଟମର୍ଟମ ରିପୋର୍ଟ

ସୁନ୍ଦରଗଡ଼ : ଶ୍ୱାସରୁଦ୍ଧ ହୋଇ ଯାଇଛି ରାଜଗାଙ୍ଗପୁରରେ ମୃତ୍ୟୁ ବରଣ କରିଥିବା  ୪ଜଣଙ୍କ ଜୀବନ। ଶବ ବ୍ୟବଛେଦ ରିପୋର୍ଟରେ ଏନେଇ ତଥ୍ୟ ଦିଆଯାଇଛି।   ବିଷକ୍ରିୟା ଜନିତ ମୃତ୍ୟୁ ନେଇ କୌଣସି ପ୍ରମାଣ ମିଳିପାରିନି । ଏହା ପରେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଉଲ୍ଲେଖନୀୟ ଯେ, ରାଇରଙ୍ଗପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ରଞ୍ଜିତ ପ୍ରସାଦଙ୍କ ପୂରା ପରିବାରର ରହସ୍ୟଜନକ ମୃତ୍ୟୁକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ବାହାରେ ତାଲା ଝୁଲୁଥିଲା […]

  • Monday, 19 July 2021
minister song
' ମୋତେ ମଶାଣିକୁ ନେଲା ବେଳେ ଗୀତ ଗାଇ ଗାଇ ନେଲେ ମୁଁ ଅଧିକ ଖୁସି ହେବି '

ବାଲିଗୁଡ଼ା (ଅଜିତ ନାୟକ): ସଙ୍ଗୀତ ହେଉଛି ମୋ ଜୀବନ। ସଙ୍ଗୀତରୁ ମୁଁ ମୋ ଜୀବନ ଆରମ୍ଭ କରିଛି। ମୋ ମୃତ୍ୟୁ ପରେ ମୋତେ ମଶାଣିକୁ ନେଲା ବେଳେ ଯଦି ଗୀତ ଗାଇ ଗାଇ ନିଆଯାଏ, ତାହାହେଲେ ମୁଁ ଅଧିକ ଖୁସି ହେବି। ଏ କଥା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ଠାରେ ଆୟୋଜିତ ଶୀତ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ସେ ଏହି କଥା କହିଥିଲେ। ଏହି ଉତ୍ସବରେ ପରିବହନ […]

  • Monday, 19 July 2021
deadbody
ବନ୍ଦ ଘରୁ ମିଳିଲା ୪ ଜଣଙ୍କ ମୃତଦେହ

ରାଉରକେଲା : ବନ୍ଦ ଘରୁ ମିଳିଲା ୪ ଜଣଙ୍କ ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଆଇଟି କଲୋନି କ୍ୱାର୍ଟର୍ସରୁ ଏକ ବନ୍ଦ ଘରୁ ମିଳିଛି ଏହି ୪ ଜଣଙ୍କ ମୃତଦେହ । ସେମାନେ ହେଲେ ରଞ୍ଜିତ ପ୍ରସାଦ, ତାଙ୍କ ପତ୍ନୀ , ପୁଅ ଓ ଝିଅ। ଗତ ତିନି ଦିନ ଧରି ଘର ବନ୍ଦ ଥିବା ବେଳେ ଆଜି ସକାଳୁ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ପଡ଼ୋଶୀ ଅଭିଯୋଗ କରିଥିଲେ । ଆଉ ଘର ବାହାରେ ତାଙ୍କ […]

  • Monday, 19 July 2021
boat
ବୁଡ଼ିଗଲା ଡଙ୍ଗା, ନିଖୋଜ ହୋଇଗଲେ ଯୁବକ

ନରସିଂହପୁର : ବୁଡ଼ିଗଲା ଡଙ୍ଗା, ନିଖୋଜ ହୋଇଗଲେ ଯୁବକ । କଟକ ଜିଲ୍ଲା ବଡ଼ମ୍ବା ଭଟ୍ଟାରିକା ଠାରେ ମହାନଦୀରେ ଡ଼ଙ୍ଗାଟି ବୁଡ଼ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ,ନିଖୋଜ ଯୁବକ ଜଣକ ହେଲେ ଗଂଜାମ ଜିଲ୍ଲାର ସୁନୀଲ କୁମାର ସାହୁ । ଜଗତସିଂହପୁର ରଘୁନାଥପୁର ଇଲେକ୍ଟ୍ରିକାଲ ଡିଭିଜନରେ ସେ ଏସ୍‌ଡିଓ ଭାବେ କାର୍ଯ୍ୟ କରୁଥିଲେ। ସୁନୀଲ ତାଙ୍କ ସାଙ୍ଗମାନଙ୍କ ସହ ଭଟ୍ଟାରିକା ବୁଲିବାକୁ ଯାଇଥିଲେ । ଭଟ୍ଟାରିକା ଘାଟରୁ ଅନ୍ୟ ୨ ସାଙ୍ଗଙ୍କ […]

  • Monday, 19 July 2021
ANSU--
ଓଡ଼ିଆ ଛାତ୍ର ଅଂଶୁମାନ କାମିଲା ହେଲେ IES ଟପ୍ପର

ଭୁବନେଶ୍ୱର :  ଓଡ଼ିଆ ପୁଅ ଅଂଶୁମାନ କାମିଲା ହେଲେ ଇଣ୍ଡିଆନ୍ ଇକୋନୋମିକ୍‌ ସର୍ଭିସ୍‌ (ଆଇଇଏସ୍‌) ଟପ୍ପର। ଆଇଇଏସ୍‌ ୨୦୧୯ ପରୀକ୍ଷାରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ସେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଅଂଶୁମାନ ହେଉଛନ୍ତି ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ଅର୍ଥଶାସ୍ତ୍ର ପ୍ରଫେସର ମିତାଲି ଚିନାରାଙ୍କ ପୁଅ। ଅଂଶୁମାନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭିରେ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀର ଷ୍ଟିଫେନ୍ […]

  • Monday, 19 July 2021
punji
ମାଆଙ୍କ ମୃତ୍ୟୁ ଯୋଗୁଁ ପାରୋଲ ପାଇଁ ଆବେଦନ କରିବେ ପୁଞ୍ଜିଲାଲ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗିର ଜେଲ୍‌ରେ ଥିବା ବେଳେ ଗତକାଲି ଆଖି ବୁଜିଛନ୍ତି ତାଙ୍କ ମା’। ରୋଗାଗ୍ରସ୍ତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିବା ବେଳେ ଗତକାଲି ପୂର୍ବାହ୍ନ ୧୧ ଟାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା। ମା’ଙ୍କୁ ମୁଖାଗ୍ନି ଦେବା ସହିତ ଶବ ସତ୍କାର କରିବା ପାଇଁ ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ […]

  • Monday, 19 July 2021
kalay
ପାରଳାରେ ନୂଆ ଯୁଗର ଆରମ୍ଭ ; କଲ୍ୟାଣୀ ଦେବୀଙ୍କ ରାଜ ଅଭିଷେକ

ପାରଳାଖେମୁଣ୍ଡି : ପାରଳାରେ ମହାଦେଈ ଶାସନ । ପାରଳା ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପରଲୋକ ପରେ ରାଜ ପରିବାର ରୀତିନୀତି ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ତାଙ୍କ କନ୍ୟା କଲ୍ୟାଣୀ ଗଜପତି । ବିଧିବଦ୍ଧ ଭାବେ ରାଜ ପୁରୋହିତ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରିଥିଲେ । ଏହାପରେ ପାରଳା ରାଜ ପରିବାରର ଦାୟିତ୍ୱ ଗ୍ରହଣ କରିଥିଲେ କଲ୍ୟାଣୀ ଗଜପତି। ରାଜଦେଇ କଲ୍ୟାଣୀ ଗଜପତିଙ୍କ ନିର୍ଦ୍ଦେଶ ଅନୁସାରେ ପାରଳା ମହାରାଜ ଗୋପୀନାଥ ଗଜପତିଙ୍କ ଶେଷଯାତ୍ରା ବାହାରିଥିଲା […]

  • Monday, 19 July 2021
accused
SCB ଆଇସିୟୁରୁ ଅଭିଯୁକ୍ତ ଚମ୍ପଟ୍

କଟକ  : କଟକ ଏସ୍‌ସିବି ଆଇସିୟୁରେ ଚିକିତ୍ସାଧୀନ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି।  ଆଇସିୟୁ ବେଡ୍‌ରେ ହ୍ୟାଣ୍ଡକପ୍ ଲାଗି ରହିଥିଲେ ମଧ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ଖୋଲତାଡ଼ ଚାଲିଛି । ଉଲ୍ଲେଖନୀୟ ଯେ, ଗତ ୪ ତାରିଖରେ ମଦ ଦୋକାନରୁ ଚୋରି ଅଭିଯୋଗରେ ତାଙ୍କୁ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିଲା । କିନ୍ତୁ ଥାନାରେ ଥିବା ପାଇଖାନାରେ ଅଭିଯୁକ୍ତ ଜଣଙ୍କ ଫିନାଇଲ ପିଇ ଦେଇଥିଲା । ଅବସ୍ଥା ଗୁରୁତର ହେବାରୁ […]

  • Monday, 19 July 2021
market ing---
ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣା, ୧୮ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର : ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣାରେ ୧୮ ଜଣ ଗିରଫ । ପୁଲିସ ବିଭିନ୍ନ ସ୍ଥାନରୁ ଏହି ଅଭିଯୁକ୍ତଙ୍କୁ ଧରିବା ପରେ ସମସ୍ତଙ୍କୁ ଗିରଫ କରିଛି। ଗତକାଲି ସଂଧ୍ୟାରେ ୨୫-୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ ଆତଙ୍କରାଜ କରିଥିଲେ । ଉଠା ଦୋକାନ ଭାଙ୍ଗିବା ସହିତ ଉଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ହକିଷ୍ଟିକ, ଠେଙ୍ଗା ଓ ଭୂଜାଲି ଧରି ବେଶ୍ କିଛି ସମୟ ପୁରା ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିଲେ । ଏହି […]

  • Monday, 19 July 2021
kansa
ମାମୁ କଂସଙ୍କୁ ବଧ କଲେ ଭଣଜା କୃଷ୍ଣ

ବରଗଡ଼ : ମଥୁରା ନଗରୀରେ ଧର୍ମର ବିଜୟ ହୋଇଛି । ଭଣଜା କୃଷ୍ଣ ହାତରେ ବଧ ହୋଇଛି ମାମୁ କଂସ । ଏହାସହ ନୀରବି ଯାଇଛି ରଙ୍ଗମହଲ ଏବଂ ରାଜ ଦରବାର । ୧୧ ଦିନ ଧରି ଚାଲିଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ତିମ ଦିନରେ ଗତକାଲି ମଞ୍ଚସ୍ଥ ହୋଇଥିଲା କଂସବଧ । ଅନ୍ୟ ଦିନ ଭଳି ମଥୁରା ନଗରୀ ଭ୍ରମଣ କରି ମହାରାଜା କଂସ ରାଜ ଦରବାରକୁ ଆସିଥିଲେ । ଶୟନ କକ୍ଷରେ ସ୍ୱପ୍ନରେ ଛାୟାକୃଷ୍ଣଙ୍କୁ […]

  • Monday, 19 July 2021
accident 1
କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୪ ଜଣଙ୍କର ମୃତ୍ୟୁ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କରଡ଼ା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚିରଞ୍ଜିବୀ ସାହୁ, ମଧୁସ୍ମିତା ସାହୁ, ଆଦିତ୍ୟ ସାହୁ ଓ କାର୍‌ ଡ୍ରାଇଭର ସନ୍ତୋଷ ନାୟକ। ସମସ୍ତଙ୍କ ଘର ନୟାଗଡ଼ ଜିଲ୍ଲା ନନ୍ଦିଘରରେ । ଚିରଞ୍ଜିବୀଙ୍କ ଝିଅ ନୟାଗଡ଼ରେ ପାଠ ପଢ଼େ। ଏଥିପାଇଁ ଚିରଞ୍ଜିବୀଙ୍କ […]

  • Monday, 19 July 2021
girls
କଳିଙ୍ଗ ଷ୍ଟାଡିୟମରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର  : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ।  ଓ୍ୱାଲ କ୍ଲାଇମ୍ବିଂ ଚାମ୍ପିଅନସିପର ଉଦଯାପନୀ ଉତ୍ସବରେ ମଞ୍ଚ ଉପରେ ହୋଇଛି ଅସଦାଚରଣ । ଚାମ୍ପିଅନସିପ୍‌ର ଚେୟାରମ୍ୟାନ ବ୍ରିଗେଡିୟର ଏମ୍.ପି. ଯାଦବଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ । ମଞ୍ଚ ଉପରେ ସମସ୍ତଙ୍କ ଆଗରେ ଯୁବତୀଙ୍କୁ କୁଆଡ଼େ ସଂପୃକ୍ତ ବ୍ରିଗେଡିୟର ଅସଦାଚରଣ କରିଥିଲେ । ତେବେ ଅସଦାଚରଣକୁ ବିରୋଧ କରିବାରୁ ଯୁବତୀଙ୍କ ଅନ୍ୟ ଦୁଇ ଭଉଣୀଙ୍କୁ ସେଠାରେ ଥିବା ସୁରକ୍ଷା କର୍ମୀ ମାଡ଼ ମାରିଥିବା […]

  • Monday, 19 July 2021
police-1
ଏତଲା ନରଖିବାରୁ ନିଲମ୍ବିତ ହେଲେ ପୁଲିସ ଅଧିକାରୀ

ଢ଼େଙ୍କାନାଳ ( ରାଜଶ୍ରୀ ଶତପଥୀ) : ଏତଲା ନରଖିବାରୁ ନିଲମ୍ବିତ ହେଲେ ପୁଲିସ ଅଧିକାରୀ । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ହାଡ଼ ଥାନା ଅଞ୍ଚଳରେ । ଅଭିଯୋଗ ଅନୁସାରେ, ବବିତା କବି ନାମକ ଜଣେ ମହିଳାଙ୍କୁ ଆକ୍ରମଣ ପରେ ଏତଲା ଦେବା ପାଇଁ ବାରମ୍ବାର ଥାନାକୁ ଯାଇ ନିରାଶ ହୋଇଥିଲେ । ଏପରିକି ଘଟଣା ନେଇ ଜ୍ଞାନ ରଞ୍ଜନ ବେହେରା ନାମକ ଜଣେ ଯୁବକ ଥାନାକୁ ପଚରା ଉଚୁରା ପାଇଁ ଯାଇଥିଲେ । ତେବେ […]

  • Monday, 19 July 2021
tito
ସରିଲା ଟିଟୋର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି

ଭୁବନେଶ୍ୱର : ସରିଲା ଗ୍ୟାଙ୍ଗଷ୍ଟର ଟିଟୋର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ଆଜି ତାକୁ କୋର୍ଟରେ ହାଜର କରାଯିବ । ରିମାଣ୍ଡ ସମୟରେ ଗ୍ୟାଙ୍ଗଷ୍ଟର ଟିଟୋର ସାମ୍ରାଜ୍ୟ ସଂପର୍କରେ ଖୋଳତାଡ କରିଛି STF । ଟିଟୋର ପତ୍ନୀ ବେନଜିର ବିବିଙ୍କୁ କ୍ରାଇମବ୍ରାଞ୍ଚ STF ଜେରା କରିବାକୁ ଯୋଜନା ରଖିଛି । କାରଣ ଟିଟୋର ଅଧିକାଂଶ ସଂପତ୍ତି ବେନଜିରଙ୍କ ନାଁରେ ଥିବାରୁ କୌଣସି ବୃତ୍ତି ନଥାଇ ତାଙ୍କର ଏତେ ସଂପତ୍ତି କେମିତି ହେଲା, ସେନେଇ STF ଜେରା କରିବ। […]

  • Monday, 19 July 2021
sishu
ମାଆ କଣ ନିଷ୍ଠୁର ହୋଇପାରେ ? ରାସ୍ତା କଡ଼ରେ ନିଷ୍ପାପ ଶିଶୁର କୁଆଁ କୁଆଁ କାନ୍ଦ

ଯାଜପୁର/ ଭୁବନେଶ୍ୱର/ କଟକ : ମାଆ କଣ ନିଷ୍ଠୁର ହୋଇପାରେ ? ଜନ୍ମଦାତ୍ରୀ କେବେ ବାତ୍ସଲ୍ୟକୁ ପର କରି ପାରେ ? ହେଲେ ତାହା ସତ ହୋଇଛି ଯାଜପୁର ତିଳପଦା ଗାଁରେ । ଏ ନିଷ୍ପାପ ଶିଶୁର କୁଆଁ କୁଆଁ କାନ୍ଦ, ବିହ୍ୱୋଳିତ କରୁଛି ମନକୁ ଓ ହୃଦୟକୁ । ହେଲେ କେମିତି ପର କରିଦେଲା ସେ ଜନ୍ମଦାତ୍ରୀ ଯିଏ ଅନ୍ତଫାଡ଼ି ଦୁନିଆକୁ ଆଣିବାର ମାତ୍ର କେଇ ଘଣ୍ଟା ପରେ ନିଛାଟିଆ ରାସ୍ତା କଡ଼ରେ ଅଲୋଡ଼ା କରି […]

  • Monday, 19 July 2021
rank
ବିଶ୍ୱ ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱରକୁ ୩୪ ନମ୍ବର ରାଙ୍କ୍‌

ଭୁବନେଶ୍ୱର : ବିଶ୍ୱ ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱରକୁ ମିଳିଛି ୩୪ ନମ୍ବର ରାଙ୍କ୍‌। ସିଙ୍ଗାପୁର ସ୍ଥିତ ଇଡେନ ଷ୍ଟ୍ରାଟେଜୀ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ ଘୋଷିତ ୫୦ଟି ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱରକୁ ଏହି ରାଙ୍କ୍‌ ପ୍ରଦାନ କରାଯାଇଛି । ଟପ୍ ୱାନ ତଥା ଶୀର୍ଷରେ ରହିଛି ଲଣ୍ଡନ। ଦ୍ୱିତୀୟ ରାଙ୍କ୍‌ରେ ରହିଛି ସିଙ୍ଗାପୁର ଏବଂ ସିଓଲ୍‌କୁ ମିଳିଛି ୩ ନମ୍ବର ରାଙ୍କ୍‌। ପ୍ରକାଶିତ ତାଲିକାରେ ଭୁବନେଶ୍ୱର ସମେତ ଦିଲ୍ଲୀ, ସୁରଟ, ଅହମ୍ମଦାବାଦ ଏବଂ ପୁନେ ସହରକୁ ମଧ୍ୟ ସ୍ଥାନିତ […]

  • Monday, 19 July 2021
garden
ଆସନ୍ତାକାଲିଠୁ ସମସ୍ତେ ଲୋକସେବା ଭବନ ଉଦ୍ୟାନ ବୁଲି ପାରିବେ

ଭୁବନେଶ୍ୱର : ଆସନ୍ତାକାଲିଠୁ ୫ଦିନ ପାଇଁ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।  ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସରେ ୫ଦିନ ପାଇଁ ଲୋକସେବା ଭବନର ଉଦ୍ୟାନରେ ଯେକେହି ଶୀତଦିନିଆ ଫୁଲର ଆନନ୍ଦ ଉଠାଇପାରିବେ। ଉଦ୍ୟାନର ଶୋଭାକୁ ଯେଭଳି ସାଧାରଣ ଲୋକ ଉଠାଇପାରିବେ। ସେଥିପାଇଁ ଚଳିତମାସ ୧୧, ୧୨,୧୯,୨୫ ଓ ୨୬ତାରିଖ ଅପରାହ୍ନ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଲୋକସେବା ଭବନର ଏକ […]

  • Monday, 19 July 2021
bbsr
ପୁଣି ୨ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୪ ବହିଷ୍କୃତ

ଭୁବନେଶ୍ୱର  : ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ଆଜି ଆଉ ୨ଜଣ ସରକାରୀ ଅଧିକାରୀ ଓ ୪ଜଣ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ‘ଫାଇଭ୍-ଟି’ ଅନ୍ତର୍ଗତ ରାଜ୍ୟ ସରକାର ୨ଜଣ ଇଞ୍ଜିନିୟର ଯଥା- ବରଗଡ଼ରେ ଅବସ୍ଥାପିତ ଆରଡବ୍ଲ୍ୟୁଏସ୍‌ଏସ୍‌ର ଏକଜ୍ୟୁକିଟିଭ ଇଞ୍ଜିନିୟର ନାରାୟଣ ତିହାଡ଼ି ଓ ଜନସ୍ୱାସ୍ଥ୍ୟ ବିଭାଗର ସହାୟକ ଇଞ୍ଜିନିୟର ଜ୍ଞାନେନ୍ଦ୍ର ପଟେଲଙ୍କୁ ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିବାବେଳେ ୪ଜଣ କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବହିଷ୍କାର କରିଛନ୍ତି । […]

  • Monday, 19 July 2021