• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

kk
ଶବ ମାଗୁଛି ସମ୍ମାନ

ବାଲେଶ୍ୱର : ଶ୍ମଶାନ ଅଛି। ହେଲେ ଅନେକ ସମୟରେ ସେଠି ଶବ ସତ୍କାର ହୁଏନି। ଶ୍ମଶାନ ପାଖରେ ଥିବା ଖୋଲା ପଡ଼ିଆରେ ଅଳିଆ ଫୋପାଡିଲା ଭଳି ମୃତଦେହ ଗୁଡ଼ିକୁ ଫିଙ୍ଗି ଦିଆଯାଏ। କେତେବେଳେ ସେଗୁଡ଼ିକୁ କୁକୁର ଝୁଣି ଖାଆନ୍ତି ତ ଆଉ କେତେବେଳେ ଶିଆଳ ଖାଇଯାଆନ୍ତି। କେବଳ ଏତିକି ନୁହେଁ, ଖପୁରୀ, ହାଡ ଓ କଙ୍କାଳକୁ ସଂଗ୍ରହ କରି ବେପାର ବି କରାଯାଉଛି। ବର୍ଷ ବର୍ଷ ଧରି ମଣିଷର ମୃତଦେହ ଗୁଡ଼ିକୁ ଏମିତି ସମ୍ମାନ ମିଳୁଛି ବାଲେଶ୍ୱର […]

  • Monday, 19 July 2021
kakul
ଜନ୍ମରୁ ନାହିଁ ମଳଦ୍ୱାର, ପେଟ ବାଟେ ହେଉଛି ମଳତ୍ୟାଗ

ଯାଜପୁର (ଅଭୟ କୁମାର ପତି) : ଜନ୍ମରୁ ନାହିଁ ମଳ ଦ୍ୱାର । ପେଟ ବାଟେ ହେଉଛି ମଳତ୍ୟାଗ । ୮ ବର୍ଷ ହେବ ଏମିତି କଷ୍ଟରେ ବିତୁଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାକୁଲ ପ୍ରଧାନଙ୍କ ଜୀବନ । ମଳଦ୍ୱାର ଅପରେସନ ପାଇଁ ମାଆଙ୍କ ପାଖରେ ନାହିଁ ଧନ ମୂଲ ଲାଗି ୨ ପୁଅଙ୍କ ପେଟ ପୋଷନ୍ତି। ସେପଟେ ସ୍ୱାମୀ ପିଲା ମାଆଙ୍କୁ ଛାଡ଼ି କେଉଁ ଆଡ଼େ ଚାଲି ଯାଇଛନ୍ତି । ଏଣୁ ପ୍ରଶାସନ ନିକଟରେ […]

  • Monday, 19 July 2021
ବେଆଇନ ଇଟାଭାଟି
ବେଅାଇନ ଭାବେ ଚାଲିଛି ଶତାଧିକ ଇଟାଭାଟି, ବଢୁଛି ପ୍ରଦୂଷଣ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅାଖପାଖ ଅଂଚଳରେ ବେଅାଇନ ଭାବେ ଚାଲିଛି ଶତାଧିକ ଇଟାଭାଟି। ଫଳରେ ଉତ୍ତାପ ବଢିବା ସହ ପ୍ରଦୂଷଣ ବି ବଢ଼ିଚାଲିଛି। ଗୋଟିଏ କି ଦୁଇଟି ନୁହେଁ ସହର ଅାଖପାଖରେ ଶତାଧିକ ଇଟାଭାଟି ପ୍ରତିଷ୍ଠା ଯୋଗୁ ଉତ୍ତାପ ବଢ଼ିବା ସହ ଭାଟିର ଧୁଅାଁ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଅାଉ ଏଥିପାଇଁ ପରିବେଶ ପ୍ରଦୂଷଣ ବି ବଢୁଛି। ଅାଶ୍ଚର୍ଯ୍ୟର କଥା ହେଲା, ମୁଖ୍ୟ ରାସ୍ତା କଡ଼ରେ ବେଅାଇନ ଭାବେ ଇଟାଭାଟି ଗଢ଼ି ଉଠିଥିଲେ ବି […]

  • Monday, 19 July 2021
ias
ପାୱାର କରିଡର ହଲଚଲ୍ ; ଓଡ଼ିଆ-ଅଣଓଡ଼ିଆ IASଙ୍କ ବିବାଦରେ ଫସିଛନ୍ତି କି ବିଜୟ କେତନ ?

ଭୁବନେଶ୍ୱର : ରାଜ୍ୟରେ IAS ଅଧିକାରୀ ଦୁଇ ଗୋଷ୍ଠୀ । ଓଡ଼ିଆ ଓ ଅଣ ଓଡ଼ିଆ ଅଫିସରଙ୍କ ଭିତରେ ଥିବା ବିବାଦ ପାଇଁ ଫସି ଥାଇପାରନ୍ତି ନିଲମ୍ବିତ IAS ବିଜୟ କେତନ ଉପାଧ୍ୟାୟ।  ବିଜୟଙ୍କ ପତ୍ନୀ ତୁଷିମା ମିଶ୍ର ଗତକାଲି ଏଭଳି ଅଭିଯୋଗ କରିବା ପରେ ଓଡ଼ିଆ ଓ ଅଣ ଓଡ଼ିଆ ଅଫିସର୍ ବିବାଦକୁ ନେଇ ପାୱାର କରିଡର୍‌ରେ ଚର୍ଚ୍ଚା ଜୋର୍ ଧରିଛି । ଆଉ ଏହାକୁ ନେଇ ତେଜିଛି ରାଜନୀତି। ତୁଷିମାଙ୍କ ଏହି ମନ୍ତବ୍ୟକୁ ନେଇ […]

  • Monday, 19 July 2021
accident
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ,୪ ଗୁରୁତର

ବାଲେଶ୍ୱର /ବାରିପଦା : ବାଲେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । NH-୬୦ ରୁପ୍‌ସା ନିକଟରେ ଅଟୋରିକ୍ସା-କାର୍ ଧକ୍କା ହେବା ଫଳରେ ୨ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସେଥିରୁ ୨ ଜଣ କଟକକୁ ସ୍ଥାନାନ୍ତର କରାଯାଇଛି । ସେହିପରି ରାଇରଙ୍ଗପୁରରେ ମଧ୍ୟ ଦୁର୍ଘଟଣା । ବହଳଦା ମୋରଣ୍ଢା ନିକଟରେ ବସ୍‌ରୁ ଖସି ପଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ଘର ଝାଡ଼ଖଣ୍ଡ। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବା […]

  • Monday, 19 July 2021
vlcsnap-error352
ମାଲକାନଗିରି : ଗୋବିନ୍ଦପାଲ୍ଲୀ ଘାଟିର ରାସ୍ତା ପ୍ରଶସ୍ତୀକରଣକୁ ନେଇ ଅସନ୍ତୋଷ 

ମାଲକାନଗିରି: ଗୋବିନ୍ଦପାଲ୍ଲୀ ଘାଟିର ରାସ୍ତା ପ୍ରଶସ୍ତୀକରଣକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ରାସ୍ତା ତିଅାରି ବେଳେ କଣ୍ଟ୍ରାକ୍ଟର ବିନା ଅନୁମତିରେ ଗଛ ମୂଳରୁ ମାଟି କାଢ଼ି ଦେଇଥିବା ଅଭିଯୋଗ ହୋଇଛି। ଗଛ ମୂଳରୁ ମାଟି କଢ଼ାଯିବାରୁ ମୂଳ ଦୁର୍ବଳ ହୋଇ କିଛି ଗଛ ସାମାନ୍ୟ ପବନରେ ପଡ଼ିଯାଇଛି। ଆଉ କେଉଁଠି ଗଛ ନଇଁ ହୋଇ ରହିଛି । କେତେବେଳେ ଯେ ଗଛଗୁଡ଼ିକ ପଡ଼ିଯିବ ତାକୁ ନେଇ ଆଶଙ୍କାରେ ରହୁଛନ୍ତି ପଥଚାରୀ । ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ […]

  • Monday, 19 July 2021
food poision
ବିଷାକ୍ତ ଖାଦ୍ୟ ନେଲା ଜୀବନ : ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ , ୩ ଗୁରୁତର ଅସୁସ୍ଥ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅସୁସ୍ଥ ଅଛନ୍ତି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଅସୁସ୍ଥମାନେ ଏବେ ମଧ୍ୟ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ରାତିରେ ଭଞ୍ଜନଗର ବ୍ଲକ ତାରସିଙ୍ଗି ଥାନା ବଦାଙ୍ଗି ଗାଁର ସୁବାସ ଗୌଡ଼ଙ୍କ ପରିବାର ଲୋକେ ଭାତ ଓ ତରକାରୀ ଖାଇ ଶୋଇଥିଲେ। ତେବେ ବିଳମ୍ୱିତ ରାତିରେ ହଠାତ୍‌ ସମସ୍ତଙ୍କ ପେଟ ଯନ୍ତ୍ରଣା କରିଥିଲା। ଏପରିକି ସମସ୍ତଙ୍କୁ […]

  • Monday, 19 July 2021
murder
ବଇରୀ ସାଜିଲା ସ୍ୱାମୀ ; ସ୍ତ୍ରୀକୁ ମାରି ମାଟି ତଳେ ପୋତିଥିଲା

ସମ୍ୱଲପୁର(ସଞ୍ଜୟ ଜେନା) : ଅଳ୍ପ ଦିନରେ ସରିଗଲା ସୁଖର ସଂସାର। ସାତଜନମର ସାଥୀ ହେଲା ବଇରୀ। ସ୍ୱାମୀଙ୍କ ଅନୈତିକ ସମ୍ପର୍କ ହେଲା କାଳ। ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲାନି ସ୍ୱାମୀ! ଆଉ ନିଜ ମନ ଭିତରେ ଥିବା କୁତ୍ସିତ ପ୍ରକୃତିକୁ ସାକାର କରିବାକୁ ଯାଇ ସ୍ତ୍ରୀକୁ ମାଟି ତଳେ ପୋତି ନିଖୋଜ ହେବାର ଥାନାରେ ଏତଲା ଦେଲା । ଘଟଣାର ୧୮ ଦିନ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଲା, ତାହା ଥିଲା ଆଶ୍ଚର୍ଯ୍ୟକର । ସମ୍ୱଲପୁର […]

  • Monday, 19 July 2021
tusarkanti behera
ଅନଲାଇନ୍ ଠକଙ୍କୁ ଧରିବା ସହଜ ନୁହେଁ : ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର : ଅନଲାଇନ୍ ଠକ ଧରିବା ସହଜ ନୁହେଁ ବୋଲି ମାନିଲେ ମନ୍ତ୍ରୀ। ସୋଶାଲ ମିଡିଆ, ବିଭିନ୍ନ ୱେବସାଇଟ୍ ଓ ଆପ୍‌ରେ ହେଉଥିବା ଠକାମୀକୁ ଧରିବା ସହଜ ନୁହେ ବୋଲି କହିଛନ୍ତି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ଏଥିଲାଗି ସରକାରୀ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ୟୁନିକ୍ ଆଇଡି ସହ ସାଇବର ସିକ୍ୟୁରିଟି ବ୍ୟବସ୍ଥା ଦ୍ୱାରା କିପରି ଅପରାଧି ଚିହ୍ନଟ ହେବେ ସେଥିଲାଗି ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଉଛି। ଏ ନେଇ ଆଇଟି ବିଭାଗ ପକ୍ଷରୁ ପୂର୍ବରୁ ଆଡଭାଇଜରି […]

  • Monday, 19 July 2021
drown
ଗାଧୋଇବା ବେଳେ ବୁଡ଼ିଗଲେ ୨ ଛାତ୍ର !

ସମ୍ବଲପୁର : ସମ୍ବଲପୁରରେ ୨ ଛାତ୍ରଙ୍କ ସଲିଳ ସମାଧି । ଦେବଝରଣ ୱାଟରଫଲ୍‌ରେ ଗାଧୋଇବା ହେଲା କାଳ । ପିକ୍‌ନିକ୍ ପାଇଁ ଯାଇ ଗାଧୋଇବା ବେଳେ ବୁଡ଼ିଯାଇ ୨ ଛାତ୍ରଙ୍କ ମୃତ । ମିଳିଥିବା ସୂଚନା ମୁତାବକ , ମୃତ ୨ଛାତ୍ର ବୁର୍ଲା ଭିସୁଟ୍‌ର ଇଞ୍ଜିନିୟରିଂ ଛାତ୍ର । ସେମାନେ ହେଲେ ସୌମ୍ୟରଞ୍ଜନ ବେହୁରିଆ, ଅଭିଜିତ ସାମଲ ।  ଅଭିଜିତ ହିରାକୁଦ ଅଞ୍ଚଳର ହୋଇଥିବା ବେଳେ ସୌମ୍ୟରଞ୍ଜନ ଘର ଭୋପାଳ ବୋଲି ଜଣାପଡିଛି।

  • Monday, 19 July 2021
vlcsnap-error307
କପ୍ତିପଦାରେ ବଧୂ ହତ୍ୟା ଅଭିଯୋଗ

ଉଦଳା: ମୟୂରଭଞ୍ଜ କପ୍ତିପଦାରେ ବଧୂ ହତ୍ୟା ଅଭିଯୋଗ। କପ୍ତିପଦା ଥାନା ପୋଟଳଡିହା ଗାଁରେ ବଳରାମ ମହାପାତ୍ରଙ୍କ ପତ୍ନୀ ସସ୍ମିତାଙ୍କୁ ଶାଶୁ ଘର ଲୋକେ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ସସ୍ମିତାଙ୍କ ବାପଘର ଲୋକେ ଥାନାରେ ଏତଲା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ବଳରାମଙ୍କ ଅନ୍ୟ ଜଣେ ଅନ୍ୟ କାହା ସହ ସମ୍ପର୍କ ଥିବାରୁ ଏହାକୁ ନେଇ ସସ୍ମିତାଙ୍କ ସହ ଅନେକ ଥର ଝଗଡ଼ା ହୋଇଥିଲା। ଯାହାକୁ ନେଇ ବଳରାମ ସସ୍ମିତାଙ୍କୁ […]

  • Monday, 19 July 2021
thana
ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ତାରସିଙ୍ଗ ଅଞ୍ଚଳର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ। ସ୍ଥାନୀୟ ତୁଲଶୀପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ୨୦୧୮ ମସିହାର ଏକ ଭଡ଼ା ଘର ନେଇ ଏଠି ରହୁଥିଲେ। ତେବେ ଗତକାଲି ଶିକ୍ଷୟିତ୍ରୀଙ୍କ ଭାଇ ତୁଲଶୀପଲ୍ଲୀ ଆସି ଭଉଣୀଙ୍କୁ ଘରେ ପାଇନଥିବାରୁ ଖୋଜାଖୋଜି କରଥିଲେ। ତେବେ ତାଙ୍କ ସମ୍ପର୍କରେ କୌଣସି ଖବର ନମିଳିବାରୁ ତାଙ୍କୁ କେହି ଅପହରଣ କରି ନେଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ଥାନାରେ ଅଭିଯୋଗ ପରେ […]

  • Monday, 19 July 2021
bjp
ରାଜ୍ୟ ବିଜେପିର ନୂଆ ସଭାପତି ପଦବୀକୁ ନେଇ କସରତ

ଭୁବନେଶ୍ୱର : ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ ପାଇଁ ଆସନ୍ତାକାଲି ହେବ ନାମାଙ୍କନ। ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଶାୟୀ ପ୍ରାର୍ଥୀ ମାନେ ଅପରାହ୍ନ ୩ଟା ବେଳେ ନାମାଙ୍କନ ପତ୍ର ଦାଖଲ କରିବେ। ଏହାପରେ ୪ଟା ୩୦ରୁ ୫ଟା ମଧ୍ୟରେ ନାମାଙ୍କନ ଯାଞ୍ଚ କରାଯିବ। ଏହାପରେ ଆବଶ୍ୟକ ପଡ଼ିଲେ ୧୭ ତାରିଖ ଦିନ ନିର୍ବାଚନ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି […]

  • Monday, 19 July 2021
wife attacked
ସ୍ତ୍ରୀକୁ ଭୁଜାଲିରେ ଆକ୍ରମଣ ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

ରାଉରକେଲା : ଘରୋଇ କଳିର କରୁଣ ପରିଣତି । ପାରିବାରିକ କଳହ ପରେ ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀଙ୍କ ଆତ୍ମହତ୍ୟା ଉଦ୍ୟମ। ଏପରି କିଛି ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଡିଜେଲ୍ କଲୋନୀରେ। ଅଭିଯୋଗ ଅନୁସାରେ, ସ୍ୱାମୀ ଫିରୁ ବଡ଼ାଇ ତାଙ୍କ ସ୍ତ୍ରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ନିଜେ ଟ୍ରେନ୍ ସମ୍ମୁଖକୁ ଆସି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଏଥିରେ ତାଙ୍କ ଗୋଟିଏ ଗୋଡ଼ କଟି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଟ୍‌ରେ […]

  • Monday, 19 July 2021
loot
ଚଳନ୍ତା ଟ୍ରେନ୍‌ରୁ ହେଉଛି ଲୁଟ୍ ! ସାବଧାନ

ଭୁବନେଶ୍ୱର : ଟ୍ରେନ୍ ଚାଲିବା ବେଳେ ଆପଣ ଗେଟ୍ ପାଖରେ ଠିଆ ହୋଇଛନ୍ତି କି ? ତା ହେଲେ ସାବଧାନ ।  କାରଣ କୌଣସି ମୁହୂର୍ତ୍ତରେ ବି କିଛି ବି ହୋଇପାରେ ଆପଣଙ୍କ ସହ । ଏମିତି କିଛି ଭିଡ଼ିଓ ଦେଖିବାକୁ ମିଳିଛି। ଏହାକୁ ଦେଖିବା ପରେ ଆପଣ ବି ଭୟଭୀତ ହୋଇ ପଡ଼ିବେ । ଟ୍ରେନ୍ ଧୀରେ ଧୀରେ ଗତି କରୁଛି, ଏହି ସମୟରେ ଦୁଇ ଜଣ ଦୁବୃର୍ତ୍ତ ହଠାତ୍ ଟ୍ରେନ୍ ଉପରେ ଚଢ଼ି ମହିଳାଙ୍କ […]

  • Monday, 19 July 2021
scb3
ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ

କଟକ : ଏସ୍‌ସିବି ଡେଷ୍ଟିଚ୍ୟୁଟ ଓ୍ୱାର୍ଡରେ ରୋଗୀଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଆରମ୍ଭ ହେଲା ତନାଘନା। ଆଜି OHRC ସଦସ୍ୟ ଅସୀମ ଅମିତାଭ ଦାସଙ୍କ ସହ ଟିମ୍ ଏସ୍‌ସିବି ମେଡିକାଲ୍ ପହଞ୍ଚିଛନ୍ତି । ମେଡିକାଲ୍‌ର ଡେଷ୍ଟିଚ୍ୟୁଟ ଓ୍ୱାର୍ଡ ବୁଲିବା ସହ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ।  ସେହିଭଳି ବିଭାଗର କର୍ତ୍ତୃପକ୍ଷଙ୍କ ସହ ବି ଆଲୋଚନା କରିଛନ୍ତି। ରୋଗୀଙ୍କ ସହ ହେଉଥିବା ଅତ୍ୟାଚାର ସମ୍ପର୍କରେ ବିଭାଗୀୟ ଅଧିକାରୀ, ସିକ୍ୟୁରିଟି […]

  • Monday, 19 July 2021
Poisoning
କୌତୁହଳବଶତଃ କୀଟନାଶକ ପିଇଦେଲେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ

ଭଦ୍ରକ: ବାସୁଦେବପୁର ବ୍ଲକ୍‌ ଗଦି ପ୍ରାଥମିକ ବିଦ୍ୟାଳୟରେ କୀଟନାଶକ ପିଇ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଗୁରୁତର। ଗୁରୁତର ଅବସ୍ଥାରେ ଶୁଭଶ୍ରୀ ନାୟକ ନାମକ ୭ ବର୍ଷର ଏହି ଛାତ୍ରୀଙ୍କୁ ବାସୁଦେବପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ମୁତାବକ, ଶୁଭଶ୍ରୀଙ୍କୁ ଏକ ଖାତା ଦେବାକୁ ତାଙ୍କ ମାଆ ଆଜି ମଧ୍ୟାହ୍ନରେ ସ୍କୁଲକୁ ଯାଇଥିଲେ। ଖାତା ଦେବାପରେ ସେ ଧରିଥିବା ବ୍ୟାଗକୁ ସ୍କୁଲ ବାରଣ୍ଡାରେ ରଖି ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ କଥା ହେଉଥିଲେ। ଏହି ବ୍ୟାଗରେ କୀଟନାଶକ ଔଷଧ ରହିଥିଲା। […]

  • Monday, 19 July 2021
fire
କୁଲର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ସମ୍ୱଲପୁର : ସମ୍ୱଲପୁର ସୁନାପାଲି ଅଞ୍ଚଳରେ ଥିବା ଏକ କୁଲର ଗୋଦାମରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ରାତି ପ୍ରାୟ ୧୧ଟା ବେଳେ ହୋଇଥିବା ବେଳେ ଗୋଦାମରେ ନିଆଁ ଲାଗି ବହୁ କୁଲର ଓ କୁଲର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ବିଦ୍ୟୁତ୍‌ ସଟ୍‌ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବାବେଳେ ଘଟଣାସ୍ଥଳରେ ସମ୍ୱଲପୁର ଅଗ୍ନିଶମ ବାହିନୀର ଦୁଇଟି ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କୁଲର ଗୋଦାମରେ ନିଆଁ ଲାଗିବାରୁ […]

  • Monday, 19 July 2021
fog
ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ଆସ୍ତରଣ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଲା କୁହୁଡ଼ି। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ରାଉରକେଲା, ଭୁବନେଶ୍ୱରରେ କୁହୁଡ଼ି ଆସ୍ତରଣ ରହିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖାଲି ଓଡ଼ିଶା ନୁହେଁ ପଞ୍ଜାବ, ଉତ୍ତର ରାଜସ୍ଥାନ, ବିହାରରେ ବି ଆଜି ଘନ କୁହୁଡ଼ି ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

  • Monday, 19 July 2021
msp meeting
ଧାନ ଏମ୍ଏସ୍‌ପି ବୃଦ୍ଧି ପ୍ରସଙ୍ଗ: ରାଷ୍ଟ୍ରପତିଙ୍କୁ ଭେଟିବାକୁ ବିଧାନସଭା ଗୃହ କମିଟି ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର: ଧାନ ଏମ୍ଏସ୍‌ପି ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କୁ ଭେଟି ଦାବି ଜଣାଇବାକୁ ବିଧାନସଭା ଗୃହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଆଜିର ବୈଠକ ପରେ ବିଜେଡି ବିଧାୟକ ସଂଜୟ ଦାସବର୍ମା କହିଛନ୍ତି, ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିବ ଗୃହ କମିଟି। ରାଜ୍ୟର ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଜଣାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବାକୁ ସମୟ ନଦେବା ଦୁର୍ଭାଗ୍ୟଜନକ। ତେବେ ବିଜେପିର ୨ ସଦସ୍ୟ ବୈଠକକୁ ନଆସିବା ନେଇ ସଂଜୟ ମନ୍ତବ୍ୟ ଦେଇଛନ୍ତି ଯେ, ବିଜେପି […]

  • Monday, 19 July 2021
ras
ଆଜି ଓଟିଭି ପକ୍ଷରୁ ରସଗୋଲା ମହୋତ୍ସବର ଆୟୋଜନ

କଟକ : ଆଜି କଟକରେ ପାଳନ ହେବ ରସଗୋଲା ମହୋତ୍ସବ। ପୂର୍ବଥର ଭଳି ଏଥର ମଧ୍ୟ ଓଟିଭି ରସଗୋଲା ମହୋତ୍ସବ-୨୦୨୦ ଆୟୋଜନ କରିବାକୁ ଯାଉଛି। କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ । ସନ୍ଧ୍ୟା ୫ଟା ସମୟରେ ଏହି ଉତ୍ସବ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବ୍ୟବସାୟୀ ଭାଗ ନେବେ । ଏଥିରେ ସାଲେପୁର ଓ ପାହାଳ ରସଗୋଲା, କେନ୍ଦ୍ରାପଡ଼ାରେ ରସାବଳି, ଭଦ୍ରକର […]

  • Monday, 19 July 2021
vlcsnap-error336
ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ

ଭୁବନେଶ୍ୱର: ଆଜି ହାତ ଛାଡି ଶଙ୍ଖ ଧରିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଦୁଷ୍ମନ୍ତଙ୍କ ସହ ତାଙ୍କର କିଛି ସମର୍ଥକ ମଧ୍ୟ ବିଜେଡିରେ ମିଶିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ସେ କଂଗ୍ରେସ ଟିକେଟରୁ ଜିତିଥିଲେ। ଗତ ୧୧ତାରିଖରେ ଦୁଷ୍ମନ୍ତ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

  • Monday, 19 July 2021
vlcsnap-error174
ଭୁବନେଶ୍ୱର ମାଛରୁ ମିଳିଲା ଫର୍ମାଲିନ

ଭୁବନେଶ୍ୱର: ଭୁବନେଶ୍ୱରର ମାର୍କେଟରେ ମାଛରୁ ବିଷାକ୍ତ ଫର୍ମାଲିନ ମିଳିଛି। ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ସଚିବ ବିଶାଲ ଗଗନ। ସେ କହିଛନ୍ତି ଯେ, ଲାବ୍ ଟେଷ୍ଟ ପରେ ମାଛ ନମୂନାରୁ ଫର୍ମାଲିନ ମିଳିଛି। ୪ ନମ୍ବର ମାର୍କେଟରୁ ରୋହି, ମିରିକାଳି, ପାମ୍‌ପ୍ଲେଟ୍‌ ଆଦି ମାଛର ୯ଟି ନମୂନା ସଂଗ୍ରହ ହୋଇଥିଲା। ସେଥିମଧ୍ୟରୁ ପାମ୍‌ପ୍ଲେଟ୍‌ ମାଛ ନମୂନାରୁ ଫର୍ମାଲିନ ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ନମୂନା ସଂଗ୍ରହ କରାଯାଇ ଟେଷ୍ଟ କରାଯିବ ବୋଲି […]

  • Monday, 19 July 2021
vlcsnap-error326
ଅଭିଯୁକ୍ତଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ସମ୍ବଲପୁର: ଜେଲ୍‌ରେ ଥିବା ଅଭିଯୁକ୍ତଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସମ୍ବଲପୁର ଅଞ୍ଚଳର ଅଭିଯୁକ୍ତ ରଞ୍ଜନ ମହାରଣାଙ୍କ ଘରୁ ପୋଲିସ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି। ଗୁଳି, ବନ୍ଧୁକ, ଜିଲୋଟିନ୍ ଓ ଡିଟୋନେଟର ଜବତ ହୋଇଛି। କିଛି ଦିନ ପୂର୍ବରୁ ବେଆଇନ କୋରେକ୍ସ ବିକ୍ରି ଅଭିଯୋଗରେ ରଞ୍ଜନଙ୍କୁ ଗିରଫ କରାଯିବା ପରେ ସେ ଏବେ ଜେଲ୍‌ରେ ଅଛନ୍ତି।

  • Monday, 19 July 2021
staff pcr
ସସପେଣ୍ଡ ହେଲେ ପିସିଆର୍ ଷ୍ଟାଫ୍

ଭୁବନେଶ୍ୱର :  ରାଜଧାନୀରେ ପୁଲିସ ଉପସ୍ଥିତିରେ ଜଣେ ବ୍ୟକ୍ତିଙ୍କୁ ନିର୍ଧୁମ୍ ମାଡ଼ । ଆଉ ଏଥିପାଇଁ କର୍ତ୍ତବ୍ୟରେ ଅବହେଳା ଲାଗି ସସପେଣ୍ଡ ହୋଇଛନ୍ତି ଜଣେ ପିସିଆର୍ ଷ୍ଟାଫ୍ । କାର୍ ପାର୍କିଂକୁ ନେଇ ପ୍ରଥମେ ପାଟିତୁଣ୍ଡ ଏବଂ ପରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ ୩ ଦୁର୍ବୃତ୍ତ। ଆକ୍ରମଣରେ ସାମିଲ ୩ ଜଣ ଯୁବକ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ଘଟଣା ଘଟିଛି ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ । ଆକ୍ରମଣର […]

  • Monday, 19 July 2021