Advertisment

Tarang Plus New Webseries: ‘ତରଙ୍ଗ ପ୍ଲସ୍‌’ରେ ଝିଅମାନଙ୍କ ସଂଘର୍ଷର କାହାଣୀ; ଦେଖନ୍ତୁ ମାଗଣା

‘ତରଙ୍ଗ ପ୍ଲସ୍‌’ରେ ‘ଗର୍ଲସ ପ୍ରୋବ୍‌ଲେମ୍‌’। ଦର୍ଶକମାନେ ସମାଜରେ ଝିଅମାନଙ୍କ ସଂଘର୍ଷର କାହାଣୀକୁ ଦେଖିବାର ସୁଯୋଗ ପାଇବେ। ଏହା ୧୦ଟି ଏପିସୋଡ୍‌ରେ ପ୍ରସାରଣ ହେବ ବୋଲି ପ୍ରଡକ୍ସନ୍ ହାଉସ୍ ତରଫରୁ କୁହାଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Tarang Plus New Webseries

Tarang Plus New Webseries

ଦର୍ଶକଙ୍କ ମନୋରଂଜନ ପାଇଁ ‘ତରଙ୍ଗ ପ୍ଲସ୍‌’ ସବୁବେଳେ କିଛି ନୂଆ କରିଥାଏ। ବର୍ତ୍ତମାନ ଏକ ନୂଆ ଧରଣର ୱେବ୍ ସିରିଜ୍ ନେଇ ଆସିଛି, ଯାହାର ଟାଇଟଲ୍ ହେଉଛି ‘ଗର୍ଲସ ପ୍ରୋବ୍‌ଲେମ୍‌’। ଏହା ସବୁ ପ୍ରକାର ଦର୍ଶକଙ୍କୁ ମନୋରଂଜନ କରିବାର ଖୋରାକ ଦେବ।

Advertisment

ଏଥିରେ ଦର୍ଶକମାନେ ସମାଜରେ ଝିଅମାନଙ୍କର ସଂଘର୍ଷର କାହାଣୀକୁ ଦେଖିବାର ସୁଯୋଗ ପାଇବେ। ଏହା ୧୦ଟି ଏପିସୋଡ୍‌ରେ ପ୍ରସାରଣ ହେବା ନେଇ ପ୍ରଡକ୍ସନ୍ ହାଉସ୍ ତରଫରୁ କୁହାଯାଇଛି।

ମହିଳା ଦିବସ ଅବସରରେ ୮ ମାର୍ଚ୍ଚରୁ ତରଙ୍ଗ ପ୍ଲସ୍‌ରେ ଏହା ମାଗଣାରେ ଷ୍ଟ୍ରିମିଂ ହେଉଛି। ପ୍ରତିଦିନ ଗୋଟିଏ ନୂଆ ଏପିସୋଡ୍ ଦେଖିବାର ସୁଯୋଗ ରହିଛି। ଏହାର ୪ଟି ଏପିସୋଡ୍ ମୁକ୍ତିଲାଭ କରିସାରିଛି।

Advertisment

ଅଧିକ ପଢ଼ନ୍ତୁ: ଦେଶୀ ଗର୍ଲଙ୍କ ସିକ୍ରେଟ୍‌କୁ ପର୍ଦାଫାଶ କରିଦେଲେ ମା’; ଜାଣନ୍ତୁ କ’ଣ କହିଲେ

କାହାଣୀ:

ଏହି ଏପିସୋଡ୍‌ଗୁଡିକରେ ସମାଜରେ ମହିଳା ଏବଂ ଝିଅମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜିଂ ସିଚୁଏସନ୍‌କୁ ଚିତ୍ରଣ କରାଯାଇଛି। ଝିଅମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା ସାଧାରଣ ସମସ୍ୟାଗୁଡିକୁ ହାଇଲାଇଟ୍ କରାଯିବା ସହ ସମ୍ଭାବ୍ୟ ସମାଧାନଗୁଡିକ ବିଷୟରେ କୁହାଯାଇଛି।

ରଂଜନ ଶତପଥି ଏହାର କ୍ରିଏଟିଭ ହେଡ୍ ଥିବା ବେଳେ ରାଜା ଡି ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Web Series Taranga Plus
Advertisment
Advertisment