• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 04 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ରେଳପଥରେ ଯୋଡି ହେବ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା

ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ହେବ ସିଧା ରେଳ ସଂଯୋଗ । ଗୋପାଳପୁରଠାରୁ ଫୁଲବାଣୀ ଦେଇ ସମ୍ବଲପୁର ଯାଏଁ ବିଛା ହେବ ରେଳ ଲାଇନ୍ ପ୍ରକଳ୍ପ । କେନ୍ଦ୍ରର ଅନୁମୋଦନ ପାଇଥିବା ବେଳେ ବଜେଟ୍‌ରେ ଏଥିପାଇଁ ଏକ କୋଟିର ଟୋକନ ମନି ବରାଦ କରାଯାଇଛି । More
  • Sarbeswar
  • 2 years ago

କଳହର କରୁଣ ପରିଣତି: ଭାଇକୁ ଖଣ୍ଡାରେ ହାଣିଲା ଭାଇ

ଖଣ୍ଡାରେ ହାଣି ସାରିବା ପରେ ଗେଟ ବାହାରକୁ ଘୋଷାଡ଼ି ନେଇ ସଂଘବଦ୍ଧ ଭାବେ ଆକ୍ରମଣର ଫୁଟେଜ ବି ସାମ୍ନାକୁ ଆସିଛି... More
  • Otv Khabar Bureau
  • 2 years ago

ପୋଲିସ ଜାଲରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟି

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟି ଗିରଫ । ରବିନାରାୟଙ୍କ ଘରୁ ସୁନା ଅଳଙ୍କାର ସହ ବିପୁଳ ପରିମାଣର ବ୍ୟାଙ୍କ ଡିପୋଜିଟ୍, ଫ୍ଲାଟ୍ ଓ ପ୍ଲଟ୍ ଠାବ କରାଯାଇଛି। More
  • Sarbeswar
  • 2 years ago

ପଂଚାୟତ ନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ଗାଁ। ଭିନ୍ନ ଭିନ୍ନ ଷ୍ଟାଇଲରେ ନେତାଏ କରୁଛନ୍ତି ପ୍ରଚାର

ସେମିତି ଭୋଟରଙ୍କ ଘରେ ପଖାଳ ଖାଇ କାନ୍ଦି ପକାଉଥିବାର ଦୃଶ୍ୟକୁ ନେଇ ଗତ କିଛି ଦିନ ହେଲା ସୋସିଆଲ୍ ମିଡ଼ିଆରେ ଭାରି ଟ୍ରୋଲ୍ ହେଉଥିବା ଦୃଶ୍ୟ ବି ଭାରି ଚର୍ଚ୍ଚାରେ ରହିଛି। More
  • Pramod Behera
  • 2 years ago

ଆଉ ୨ ଦିନ ପରେ ଖୋଲିବ ସ୍କୁଲ; ଉତ୍ସାହରେ ପିଲାମାନେ

ଆଉ ମାତ୍ର ୨ଦିନର ଅପେକ୍ଷା। ଖୋଲିବ ସ୍କୁଲ୍, ବାଜିବ ବେଲ୍। ସାଙ୍ଗ ସାଥୀଙ୍କ ସହ ବି ଦେଖାହେବ। ରାଜ୍ୟରେ ସୋମବାରଠାରୁ ସ୍କୁଲ୍ ଖୋଲିବାକୁ ଯାଉଥିବାରୁ ଏବେ ପିଲାଙ୍କ ମନରେ ପ୍ରବଳ ଉତ୍ସାହ। More
  • Sarbeswar
  • 2 years ago

ନାଟୁଆ BJD ପ୍ରାର୍ଥୀଙ୍କ ଭିଡ଼ିଓ ଭାଇରାଲ, ସୁଟିଂ ପାଇଁ ମିଛରେ ପଖାଳ ଖାଉଛନ୍ତି, କାନ୍ଦୁଛନ୍ତି

ଖୁବ ଚର୍ଚ୍ଚା। ପ୍ରଚାର ପାଇଁ ସୁଟିଂ କରିଥିବା ଏହି ଭିଡ଼ିଓରେ ସେ ତଳେ ବସି ଜଣେ ମାଉସୀଙ୍କ ହାତରୁ ପଖାଳ ଖାଉଛନ୍ତି, ଆଉ ଭୋ ଭୋ ହୋଇ କାନ୍ଦୁଛନ୍ତି। ତେବେ ଏ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ More
  • Sarbeswar
  • 2 years ago

୧୦ ବର୍ଷ ହେଲାଣି ଦୌଡ଼ି ଦୌଡ଼ି ଘର ଖଣ୍ଡିଏ ପାଇଲେନି, ଏବେ ନିଜେ ସରପଂଚ ପ୍ରାର୍ଥୀ ହେଲେ। କହିଲେ...

ଖଣ୍ଡିଏ ଘର ପାଇଁ ସରପଂଚଙ୍କ ପାଖକୁ ୧୦ ବର୍ଷ ଦୌଡ଼ି ଦୌଡ଼ି ହତାସ ହେଲେ। କିନ୍ତୁ ଘର ଖଣ୍ଡିଏ ପାଇଲେନି....ଆଉ ସେହି ଜିଦ୍‌ରେ ଏବେ ନିଜେ ପଂଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଦେବଶ୍ରୀ। କହୁଛନ୍ତି, ମୁଁ ସରପଂଚ ହେବି...ଲୋକଙ୍କ ସମସ୍ୟା ଦୂର କରିବି More
  • Otv Khabar Bureau
  • 2 years ago

ଅଶ୍ୱିନୀ ମଲ୍ଲିକଙ୍କ ବୟାନ ରେକର୍ଡ: ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଗତ ୧୧ ତାରିଖରେ ବାରିପଦାରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ଅଫିସରେ ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ଆଜି ୧୬୪ ଅନୁସାରେ ବାରିପଦା ଜେଏମ୍ଏଫ୍ସି କୋର୍ଟରେ ବୟାନ ରେକର୍ଡ କରାଯାଇଛି । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଅଶ୍ୱିନୀ ମଲ୍ଲିକଙ୍କୁ ନେଇ ପୋଲିସ କୋର୍ଟରେ ବୟାନ ରେକର୍ଡ କରାଇଛି । More
  • Sarbeswar
  • 2 years ago

ରାସ୍ତା ଉପରେ ନବଜାତକ ମୃତଦେହ, ଝୁଣି ଖାଉଛନ୍ତି କୁକୁର

ବର୍ଷା ହେବା ଯୋଗୁଁ ରାସ୍ତା ଉପରକୁ ଭାସି ଆସିଛି ନବଜାତଙ୍କ ମୃତଦେହ । ଆଉ ବୁଲା କୁକୁର ଏହାକୁ ଝୁଣୁଛନ୍ତି । More
  • Sarbeswar
  • 2 years ago

ଏଥର ରୂପା ନୁହେଁ ମିଳିଲା ଲୁହା ଖଣ୍ଡ

ଗୁପ୍ତଧନ ଅନୁମାନରେ ଏମାର ମଠର ନିର୍ଦ୍ଦିଷ୍ଟ କେତେକ ସ୍ଥାନକୁ ଖୋଳା ଚାଲିଥିଲା... ହେଲେ ପୂର୍ବଥର ଭଳି ଏଥର ରୂପା ନୁହେଁ ମାତ୍ର ଖଣ୍ଡେ ଲୁହା ମିଳିଛି More
  • Sarbeswar
  • 2 years ago

ଜୁନ୍‌ରେ ବାରବାଟୀରେ T-20

ଆସନ୍ତା ଜୁନରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ। ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ। ଟି-ଟ୍ବେଣ୍ଟି ମ୍ୟାଚ୍‌ ନେଇ OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି More
  • Rajalaxmi Sahoo
  • 2 years ago

‘ସ୍କୁଲ୍‌ ଓ କଲେଜରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ’

ସ୍କୁଲ୍‌ ଖୋଲିବା ନେଇ ହେଉଛି ପ୍ରସ୍ତୁତି। ଏନେଇ ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ସ୍କୁଲ୍‌ ଓ କଲେଜରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। More
  • Rajalaxmi Sahoo
  • 2 years ago

ଲିଫ୍ଟ ମାଗି କୁଆଡ଼େ ଯାଉଛନ୍ତି କି ? ସାବଧାନ, ରୁହନ୍ତୁ... ନଚେତ୍‌ ଆପଣ ବି ହୋଇପାରନ୍ତି ଟାର୍ଗେଟ୍‌

ସ୍ମାର୍ଟ ସିଟିରେ ସ୍ମାର୍ଟ ଲୁଟେରା। କେତେବେଳେ ଦୋକାନୀଙ୍କୁ ଚକ୍‌ମା ଦେଇ ଲୁଟ୍ ତ ଆଉ କେତେବେଳେ ଲିଫ୍ଟ ଦେଇ ଯାତ୍ରୀଙ୍କୁ ଲୁଟ୍। ଲିଫ୍ଟ ବାହାନାରେ ନିଶା ଦେଇ ଲୁଟେରାମାନେ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ୍ କରି ଲୁଟ୍ କରି ଚାଲୁଛନ୍ତି। More
  • Rajalaxmi Sahoo
  • 2 years ago

ଗଛରେ ପିଟି ହୋଇ ଓଲଟିଲା ଭ୍ୟାନ୍‌, ୩ ମୃତ

 ଗଛରେ ଭ୍ୟାନ୍‌ ପିଟି ହେବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଭ୍ୟାନ୍‌ରେ ଥିବା ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।  More
  • Pallipuspa Samal
  • 2 years ago

କମ୍ ତେଲ ଓ ମସଲାରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆପଣ କେବେ ‘ଆଫଗାନୀ ଚିକେନ’ ରେସିପି ଖାଇଛନ୍ତି । ଯଦି ଖାଇ ନାହାଁନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚିକେନ ଆଫଗାନୀ’ । ତେବେ ଆସନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More
  • Rajalaxmi Sahoo
  • 2 years ago

ଏମାର ମଠରେ ଚାଲିଛି ଖୋଳା, ମାଟି ତଳୁ ମିଳିବ କି ଗୁପ୍ତଧନ ?

ପୁରୀର ବହୁ ପୁରାତନ ଏମାର ମଠକୁ ଆଜି ପୁନର୍ବାର ଯାଞ୍ଚ କରାଯାଉଛି। ମାଟି ତଳେ ଗୁପ୍ତଧନ ଥିବା ଅନୁମାନ କରାଯାଇ ପୁଣି ଥରେ ଏମାର ମଠକୁ ଖୋଳା ଯାଉଛି। More
  • Otv Khabar Bureau
  • 2 years ago

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତକାଲି ତୁଳନାରେ ପ୍ରାୟ ଏକ ହଜାର କମ ରହିଛି ପଜିଟିଭ ସଂଖ୍ୟା ଗତକାଲି ୩ ହଜାର ୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଆଉ ୨ ହଜାର ୬୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । More
  • Rajalaxmi Sahoo
  • 2 years ago

୨୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

୨୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ଅଭାବରେ ଅତିଷ୍ଠ ହୋଇ ଦିନେ ହଠାତ୍ ଘରୁ ପଳାଇଥିଲେ। ପରିବାର ଲୋକ ମଧ୍ୟ ପୁଅର ଘରକୁ ଫେରିବାର ଆଶା ଛାଡ଼ି ଦେଇଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। More
  • Otv Khabar Bureau
  • 2 years ago

ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା; ୯ ଜିଲ୍ଲାକୁ ସତର୍କ ସୂଚନା

ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ଜାରି ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାସହ ରାଜ୍ୟର ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକରେ କୁଆପଥର ବର୍ଷା ସମ୍ଭାବନା ରହିଛି । More
  • Otv Khabar Bureau
  • 2 years ago

ବାରଣ୍ଡାରେ ଶୋଇଥିଲେ ବାପ-ପୁଅ; ଦଳିଦେଲା ଦନ୍ତା

ଘର ବାରଣ୍ଡାରେ ଶୋଇଥିବା ବାପପୁଅଙ୍କୁ ଦଳିଦେଲା ଗୋଠ ଛଡା ଦନ୍ତା । ଘଟଣା ସ୍ଥଳରେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ମହୁଲଡଗର ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । More
  • Rajalaxmi Sahoo
  • 2 years ago

‘ପିଲାଙ୍କ ପାଇଁ ଓମିକ୍ରନ୍‌ ଆଦୌ ବିପଦଜ୍ଜନକ ନୁହେଁ’

ପିଲାଙ୍କ ପାଇଁ ଓମିକ୍ରନ୍‌ ଆଦୌ ବିପଦଜ୍ଜନକ ନୁହେଁ। ଓମିକ୍ରନ୍‌ ଗୋଟିଏ ପିଲାଠୁ ଆଉ ଜଣେ ପିଲାକୁ ସଂକ୍ରମିତ କରିବାର ନଜିର ନାହିଁ। ତେଣୁ କୌଣସି ଅଭିଭାବକ ଭୟଭୀତ ହୁଅନ୍ତୁନି More
  • Otv Khabar Bureau
  • 2 years ago

ଗାଈ ପାଇଁ ଏମିତି ପ୍ରେମ କେବେ ଦେଖି ନଥିବେ; କଲେକ୍ଟର ଗାଡି ଆଗରେ ଶୋଇପଡିଲେ

‘ଗାଈ ମୋ ଜୀବନ, ଗାଈ ନମିଳିଲେ ଜୀବନ ହାରିଦେବି’ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୋହ ସମ୍ଭାଳି ନପାରି କଇଁ କଇଁ କାନ୍ଦି ଉଠୁଥିବା ଜଣେ ବୃଦ୍ଧା ନିଜର ଅଭାବ କି ଅସୁବିଧା ପାଇଁ ଗୁହାରି କରୁନାହାନ୍ତି, ବରଂ ଏକ ବୁଲା ଗାଈ ପାଇଁ ତାଙ୍କର ଏ ଦରଦ ଆଉ ପ୍ରତିବାଦ । ଆଉ ବୁକୁ ଫଟା କାନ୍ଦ । More
  • Otv Khabar Bureau
  • 2 years ago

ଭୋଟ୍‌ ବେଳେ ପ୍ରତିଶ୍ରୁତିର ପାହାଡ, ଆଉ ତା’ପରେ ଛୁ

ଭୋଟ୍ ମାଗିବାକୁ ଆସୁଥିବା ନେତାଙ୍କୁ ଗାଁରେ ପୁରାଇ ଦେବୁନି । ‘ରାସ୍ତା ଓ ପାଣି ସୁବିଧା ନହେବା ଯାଏଁ ଭୋଟ୍ ଦେବୁନି’ ଏମିତି ନାରା ଦେଇ ଏକାଠି ହୋଇଛନ୍ତି କୋରାପୁଟ ସଦରମହକୁମାଠୁ ୭ କିଲୋମିଟର ଦୂର କୋଲାବ ଜଳଭଣ୍ଡାର କୂଳରେ ରହୁଥିବା ଲଙ୍କାପୁଟ ପଞ୍ଚାୟତ ବାସିନ୍ଦା । More
  • Sarbeswar
  • 2 years ago

ବନ୍ଧୁ ସାଜିଲା ବଇରୀ: ଚା' ପିଇବାକୁ ଡାକି ରଚିଲା ଅପହରଣର ନାଟକ

ରାଜଧାନୀର ଛାତି ଉପରୁ ଅପହରଣ ମାମଲାରେ ଟୁଇଷ୍ଟ। ୩୦ ଲକ୍ଷ ପାଇଁ ମୁଣ୍ଡ ଜାମିନ୍‌ର ସତ ଆସିଲା ସାମ୍ନାକୁ। ବନ୍ଧୁ ହିଁ ସାଜିଲା ବଇରୀ। ସାଙ୍ଗ ହିଁ ରଚିଥିଲା ଷଡ଼ଯନ୍ତ୍ର। ନିଜ ସାଙ୍ଗ ହିଁ ଈଷାନଙ୍କୁ ଅପହରଣ କରିଥିଲା ୩୬ ଘଣ୍ଟା ଧରି More
  • Sarbeswar
  • 2 years ago

ଦିଲ୍ଲୀରେ ପ୍ରେସମିଟ୍‌ କଲେ ଅଶ୍ୱିନୀ: କହିଲେ, ରେଲୱେ ବଜେଟ୍‌ରେ ଓଡ଼ିଶାକୁ ରେକର୍ଡ଼ ଟଙ୍କା ମିଳିଛି

ରେଲୱେ କ୍ଷେତ୍ରରେ ରାଜ୍ୟକୁ ରେକର୍ଡ ଅନୁଦାନ ଏଥର ମିଳିଛି। ଯେତିକି ଅନୁଦାନ ମାଗିଥିଲେ, ମିଳିଛି ତାଠାରୁ ଯଥେଷ୍ଟ ଅଧିକ ଟଙ୍କା। ରାଜ୍ୟ ସରକାର ୭ହଜାର ୬ଶହ କୋଟି ଅନୁଦାନ ଦାବି କରିଥିବା ବେଳେ କେନ୍ଦ୍ର ଦେଇଛି ୯, ୭୩୪ କୋଟି ଟଙ୍କା More
  • Otv Khabar Bureau
  • 2 years ago

ପିଲାଏଁ ରେଡ୍ଡି: ୭ ରୁ ଅଷ୍ଟମ, ୧୪ ରୁ ପ୍ରଥମ

କରୋନାର ତୃତୀୟ ଲହର ଥମିବା ପରେ ଆଶ୍ୱସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ । ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବ, ଆରମ୍ଭ ହେବ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା । ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀରେ ଅଫଲାଇନ୍ କ୍ଲାସ୍ ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ କରାଯିବ ବୋଲି ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । More