Advertisment

ଏଥର ରୂପା ନୁହେଁ ମିଳିଲା ଲୁହା ଖଣ୍ଡ

ଗୁପ୍ତଧନ ଅନୁମାନରେ ଏମାର ମଠର ନିର୍ଦ୍ଦିଷ୍ଟ କେତେକ ସ୍ଥାନକୁ ଖୋଳା ଚାଲିଥିଲା... ହେଲେ ପୂର୍ବଥର ଭଳି ଏଥର ରୂପା ନୁହେଁ ମାତ୍ର ଖଣ୍ଡେ ଲୁହା ମିଳିଛି

author-image
Sarbeswar
Emar Mutt

Emar Mutt

ପ୍ରାୟ ତିନି ଘଣ୍ଟାର ସନ୍ଧାନ ପରେ ଏମାର ମଠରୁ ମିଳିଲା ଖଣ୍ଡେ ଲୁହା । ପୁରୀ ଏମାର ମଠ ଚଟାଣ ଖୋଳିଲା ବେଳେ ଲୁହା ଖଣ୍ଡେ ମିଳିଛି। ଖୋଳା ଯାଉଥିବା ସ୍ଥାନରୁ ଏକ ଲୁହା ଖଣ୍ଡେ ବ୍ୟତୀତ ଅନ୍ୟ କିଛି ବି ବର୍ତ୍ତମାନ ସୁଦ୍ଧା ମିଳିନଥିବା ସୂଚନା ମିଳିଛି। ପୁରୀର ବହୁ ପୁରାତନ ଏମାର ମଠକୁ ଆଜି ପୁନର୍ବାର ଯାଞ୍ଚ କରାଯାଉଛି। ମାଟିତଳେ ଗୁପ୍ତଧନ ଥିବା ଅନୁମାନ କରାଯାଇ ପୁଣି ଥରେ ଏମାର ମଠକୁ ଖୋଳାଯାଉଛି। ଗତ ସେପ୍ଟମ୍ବର ତାରିଖରେ ଯାଞ୍ଚ କରାଯାଇ ତିନୋଟି ସ୍ଥାନ ଚିହ୍ନଟ କରାଯାଇଥିଲା। ସେତେବେଳେ ଯେଉଁ ମେଟାଲ୍ ଡିଟେକ୍ଟରରେ ପରୀକ୍ଷା ହୋଇଥିଲା, ତାହା ସେତେ ଶକ୍ତିଶାଳୀ ନଥିଲା ।

Advertisment

ଫଳରେ ଧାତୁର ଅବସ୍ଥିତି ନେଇ ସଠିକ୍ ଜଣାପଡି ନଥିଲା। ତେଣୁ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜିଲ୍ଲାପ୍ରଶାସନ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ଏଣ୍ଡାଉମେଣ୍ଟ ଅଧିକାରୀଙ୍କ ସହ ନୂତନ ଟ୍ରଷ୍ଟ ବୋର୍ଡଙ୍କ ଉପସ୍ଥିତିରେ ପୁନର୍ବାର ଯାଞ୍ଚ କରାଯାଉଛି। ପୂର୍ବରୁ ଏପ୍ରିଲ ୨୦୨୧ରେ ଖୋଳାଯାଇ ୪୫ ଖଣ୍ଡ ରୂପାଇଟା ବାହାରିଥିଲା। ମାଟିତଳୁ ଖୋଳାଯାଇ ଭିତରେ ଥିବା ରୂପା ଇଟା ଉଦ୍ଧାର କରାଯାଇଥିଲା। ଏଥିସହ ରୂପା ତାରକଶି ସାମଗ୍ରୀ, ରୂପା ଗଛ, ରୁପା ଫୁଲଦାନୀ, ବ୍ରୋଞ୍ଜ ଗାଈ ବାଛୁରୀ ଓ ୧୬ଟି ଖଣ୍ଡା ଉଦ୍ଧାର କରାଯାଇଥିଲା ।ପ୍ରାୟ ତିନି ଘଣ୍ଟାର ସନ୍ଧାନ ପରେ ଏମାର ମଠରୁ ମିଳିଲା ଲୁହା

EmaraMatha
Advertisment
Advertisment